ପୁଣି ତେଜିଲା ଆଦିବାସୀ ମାନ୍ୟତା ଦାବି : ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କୁ ଦାବିପତ୍ର ଦେଲା ଦୋରା ସମ୍ପ୍ରଦାୟ

 

ପଟ୍ଟାଙ୍ଗି,୧୨ା୧(ଡି.ଏନ୍‌.ଏ.)

କୋରାପୁଟ ଜିଲାର ଅନେକ ସମ୍ପ୍ରଦାୟ ଦୀର୍ଘଦିନରୁ ଆଦିବାସୀ ମାନ୍ୟତା ଦାବି କରିଆସୁଛନ୍ତି। ସେମାନଙ୍କ ମଧ୍ୟରୁ ଅନ୍ୟତମ ଦୋରା ସମ୍ପ୍ରଦାୟ। ରାଜ୍ୟ ସରକାର ସେମାନଙ୍କୁ ଏହି ମାନ୍ୟତା ଦେବାରେ ଆଖିଦୃଶିଆ ପଦକ୍ଷେପ ନେଉ ନ ଥିବାରୁ ପୁଣିଥରେ ସେହି ଦାବି ତେଜିଛି। କିଛିଦିନ ତଳେ ଦୁରୁଆମାନେ ଆଦିବାସୀ ମାନ୍ୟତା ଦାବ କରିଥିଲେ। ଏବେ ସେହି ଦାବି ଦୋହରାଇଛନ୍ତି ଦୋରା ସମ୍ପ୍ରଦାୟ।
ପଟ୍ଟାଙ୍ଗିସ୍ଥିତ ଗାଙ୍ଗେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ଉତ୍ସବରେ ଯୋଗ ଦେବାକୁ ଆସିଥିବା ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଭେଟି ଦାବିପତ୍ର ଦେଇଛି ଦୋରା ସମ୍ପ୍ରଦାୟ। ଦୋରା ସମ୍ପ୍ରଦାୟର ଜିଲା ସଂଘ ଆବାହକ ତାଉଡୁ ଦୋରାଙ୍କ ନେତୃତ୍ୱରେ ଦୁଇ ପୃଷ୍ଠା ସମ୍ବଳିତ ଦାବିପତ୍ର ଦିଆଯାଇଛି। ମୁକାଦୋରା (ନୁକାଦୋରା) ସମ୍ପ୍ରଦାୟ ଦୀର୍ଘ ଦିନରୁ ଆଦିବାସୀ ମାନ୍ୟତା ଦାବି କରି ନିଜ ସପକ୍ଷରେ ଥିବା ମାଡ୍ରାସ ପ୍ରେସିଡେନ୍ସି ଅମଳର ସମସ୍ତ ଦଲିଲ, କୋରାପୁଟ ଗେଜେଟିୟର କାଷ୍ଟ ଆଣ୍ଡ ଟ୍ରାଇବ୍‌ସ ଅଫ୍‌ ସାଉଥଇଣ୍ଡିଆ, ଟ୍ରାଇବାଲ ଆଡଭାଇଜରି କମିଟିର ସୁପାରିଶ, ଆନ୍ଧ୍ର ସରକାରଙ୍କ କ୍ଲାସିଫିକେଶନ ଅଫ୍‌ କାଷ୍ଟ୍‌ସ ଆଣ୍ଡ ଟ୍ରାଇବାଲ୍‌ସ, ଓଡ଼ିଶା ସରକାରଙ୍କ ଏସ୍‌ସି ଏସ୍‌ଟି ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଇନଷ୍ଟିଚ୍ୟୁଟ୍‌ର ସୁପାରିଶ ପତ୍ର ସମେତ ଅନ୍ୟାନ୍ୟ ଦଲିଲ ରାଜ୍ୟ ସରକାରଙ୍କୁ ୨୦୦୮ରୁ ବିଭିନ୍ନ ସମୟରେ ଦେଇଆସୁଛି। ଏ ଦିଗରେ କେନ୍ଦ୍ର ସରକାର ଅବହେଳା କରୁଥିଲେ ରାଜ୍ୟ ଅନୁସୂଚିତ ଜାତି ଜନଜାତି କଲ୍ୟାଣ ମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି କେନ୍ଦ୍ରକୁ ସୁପାରିଶ କରନ୍ତୁ ବୋଲି ନିବେଦନ କରିଛି ଦୋରା ସମ୍ପ୍ରଦାୟ। ସେମାନେ କହିଛନ୍ତି, ପଟ୍ଟାଙ୍ଗି ବ୍ଲକର କୋଟିଆ, ତଳଗୋଲୁର ପଞ୍ଚାୟତର ବାଙ୍ଗାରଗୁଡ଼ି, ନନ୍ଦପୁର ବ୍ଲକ ପାଡୁଆ ପଞ୍ଚାୟତ ରାଇପାଡୁ ଗ୍ରାମରେ ବସବାସ କରୁଥିବା ମୁକାଦୋରା (ନୁକାଦୋରା)ଙ୍କୁ ଆଦିବାସୀ ମାନ୍ୟତା ଦେଇଛନ୍ତି ପଡ଼ୋଶୀ ଆନ୍ଧ୍ର ସରକାର। ଏହାସହ ସମସ୍ତ ସରକାରୀ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦେଇଛନ୍ତି। ଓଡ଼ିଶା ସରକାର ଏ ଦିଗରେ ଉଦାସୀନ ରହିବାକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ଦୋରା ସଂଘ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତବର୍ଷ ବଢ଼ିବନି ସ୍ଥାବର ସମ୍ପତ୍ତି ମୂଲ୍ୟ

ଭୁବନେଶ୍ୱର,୬ା୫(ବ୍ୟୁରୋ):ରାଜ୍ୟରେ କୋଭିଡ୍‌-୧୯ ମହାମାରୀ ଦ୍ୱିତୀୟ ଲହର ହୁ ହୁ ହୋଇ ମାଡ଼ିଚାଲିଛି। ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର...

ମହିଳା ସଂରକ୍ଷଣ ବିଲ୍‌ ଗୃହୀତ

ନୂଆଦିଲ୍ଲୀ,୨୨/୯:ଗୁରୁବାର ଥିଲା ସ୍ବତନ୍ତ୍ର ଅଧିବେଶନର ଚତୁର୍ଥ ଦିନ। ଐତିହାସିକ ‘ନାରୀଶକ୍ତି ବନ୍ଦନ ଅଧିନିୟମ,୨୦୨୩’ ବୁଧବାର ଲୋକ ସଭାରେ ଦୁଇ-ତୃତୀୟାଂଶରୁ ଊର୍ଦ୍ଧ୍ୱ ସମର୍ଥନରେ ପାରିତ ହେବାର ଦିନକ...

ଓଡ଼ିଶାରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ୫ଜି ସେବା

ଭୁବନେଶ୍ୱର,୧୫।୯(ବ୍ୟୁରୋ): ଓଡ଼ିଶାରେ ଖୁବ୍‌ଶୀଘ୍ର ୫ଜି ସେବା ଆରମ୍ଭ ହେବ। ଏ ନେଇ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ସୂଚନା ଦେଇଛନ୍ତି। ଏହାସହ ୫ଜି...

ମୃତ୍ୟୁରେ ଲାଗୁନି ବ୍ରେକ୍‌: ଆଜି ପୁଣି ୬୬ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୯ା୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମୁଥିଲେ ହେଁ ମୃତ୍ୟୁରେ ବ୍ରେକ୍‌ ଲାଗୁନି। ଆଜି ପୁଣି ଆଉ ୬୬ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ...

ସମ୍ଭାବ୍ୟ ବାତ୍ୟା ପାଇଁ ହଟିବ ରାସ୍ତାକଡରେ ଲାଗିଥିବା ହୋଡିଂ

ଜଗତ୍‌ସିଂହପୁର ଅଫିସ, ୨୩ା୫: ଜାତୀୟ ରାଜପଥ କଡ, ପାରାଦୀପ ଓ ଜଗତ୍‌ସିଂହପୁର ପୌରାଞ୍ଚଳରେ ଲାଗିଥିବା ହୋଡିଂଗୁଡିକୁ ମେ ୨୫ ତାରିଖ ସୁଦ୍ଧା କଢାଯିବ। ଏନେଇ ରବିବାର...

ଉନ୍ନତି ନାମରେ ଦୁର୍ନୀତି ହେଉଛି: କଂଗ୍ରେସ

ଭଦ୍ରକ,୧୦।୭(ସନାତନ ରାଉତ): ଭଦ୍ରକ ବିଧାନସଭା କ୍ଷେତ୍ରରେ ଉନ୍ନତି ନାମରେ ବ୍ୟାପକ ଦୁର୍ନୀତି ହେଉଛି l ବିନା ପିସିରେ କୌଣସି କାମ ହେଉନାହିଁ l ଠିକାଦାରମାନେ ନିମ୍ନମାନର...

କଂଗ୍ରେସ ଭବନରେ ପଶି ପିଟିଲା ପୋଲିସ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): କଳାହାଣ୍ଡି ଜିଲା ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜ୍ୟବ୍ୟାପୀ ଚାଲିଥିବା ଆନ୍ଦୋଳନ ଭୟଙ୍କର ରୂପ ନେଇଛି। ଗତ ଦୁଇଦିନ...

ବାହାରେ ଅଳିଆ ପକାଇବାରୁ ସିଜ୍‌ ହେଲା ଟ୍ରାକ୍ଟର

ଭୁବନେଶ୍ୱର, ୨୮।୨ (ବ୍ୟୁରୋ):ଯେତେ ସଚେତନ କଲେ ବି ସୁଧୁରୁ ନାହାନ୍ତି ଲୋକେ। ଘରୁ ବାହାରୁଥିବା ଓଦା ଓ ଶୁଖିଲା ବର୍ଜ୍ୟକୁ ପୃଥକ୍‌ ପୃଥକ କରି ବିଏମ୍‌ସି...

Advertisement
Archives

Model This Week