ପୁଅ ଭିୟାନ୍‌ର ଜନ୍ମଦିନରେ ଶିଳ୍ପା କହିଲେ ‘ତୁ ମୋ’ ଗର୍ବ’

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ସୋସିଆଲ ମିଡିଆରେ ଆଜିକାଲି ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ଅଧିକାଂଶ ସମୟରେ ସେ ନିଜ ଫଟୋ, ପରିବାର ସଦସ୍ୟଙ୍କ ଫଟୋ ଭିଡିଓ ଆଦି ଶେୟାର କରୁଛନ୍ତି। ସେହିପରି ଗୁରୁବାର ପୁଅ ଭିୟାନ୍‌ଙ୍କ ୮ମ ଜନ୍ମଦିନରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋରେ ସେ ପୁଅ ଭିୟାନଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇବା ସହ କିଛି କ୍ୟାପଶନ୍‌ ଲେଖି ପୁଅ ପ୍ରତି ନିଜର ସ୍ନେହ ବ୍ୟକ୍ତ କରିଛନ୍ତି। ଶିଳ୍ପା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି କ୍ୟାପଶନ୍‌ ଲେଖିଛନ୍ତି, ‘ମୋ’ପ୍ରିୟ ପୁଅ ଭିୟାନ ରାଜର ଆଜି ହେଉଛି ୮ମ ଜନ୍ମଦିନ। ଯେତେବେଳେ ମୋ’ର ଜରୁରୀ ପଡ଼ିବ ମୁଁ ତୁମ ସହିତ ରହିବି। ମୁଁ ତୁମକୁ ଭଲ ପାଇବା ବନ୍ଦ କରିବି ନାହିଁ, ମୁଁ ତୁମ ଉପରେ ସବୁବେଳେ ବିଶ୍ୱାସ କରିବି । ତୁମେ ମୋର ଶ୍ରେଷ୍ଠ ପୁଅ, ତୁମେ ମୋର ଗର୍ବ।
ଶିଳ୍ପାଙ୍କ ଏହି ପୋଷ୍ଟକୁ ହ୍ରିତିକ ରୋଶନ, ଦିୟା ମିର୍ଜାଙ୍କ ପରି ଅନେକ ବଲିଉଡ୍‌ ସେଲିବ୍ରିଟି ପସନ୍ଦ କରିଛନ୍ତି। ଆହୁରି ମଧ୍ୟ ଟାଇଗର ଶ୍ରଫ୍‌ ଶୁଭ ଜନ୍ମଦିନ ବ୍ରୋ ଲେଖିଛନ୍ତି। ଏଥି ସହିତ ଶିଳ୍ପାଙ୍କ ପ୍ରଶଂସକମାନେ ଏହି ପୋଷ୍ଟରେ କମେଣ୍ଟ୍‌ ଦେଇଛନ୍ତି ଏବଂ ଭିୟାନକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏଥି ସହିତ ଶିଳ୍ପାଙ୍କ ସ୍ବାମୀ ରାଜ୍‌ କୁନ୍ଦ୍ରା ମଧ୍ୟ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରି ପୁଅକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସେ ମୋ’ ଜୀବନ, ମୋ’ ହୃଦୟର ସ୍ପନ୍ଦନ ବୋଲି ଲେଖିଛନ୍ତି। ଏପରି ଏକ ସୁନ୍ଦର ପୁଅ ପାଇଁ ଭଗବାନଙ୍କୁ ଧନ୍ୟବାଦ। ଭିୟାନ ମୁଁ ତୁମ ପାଇଁ ଗର୍ବିତ। ସ୍ମରଣଯୋଗ୍ୟ, ଶିଳ୍ପା ଶେଟ୍ଟୀ ୨୦୦୯ରେ ପ୍ରତିଷ୍ଠିତ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାହ୍ନବୀଙ୍କ ଜିମ୍‌ ଲୁକ୍‌

ଜିମ୍‌ ସେଣ୍ଟର ବାହାରେ ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ସ୍ପଟ୍‌ କରାଯାଇଛି। ସେ ଧଳା ରଙ୍ଗର ଏକ କ୍ରପ୍‌ ଟପ୍‌ ଏବଂ ଛୋଟ ପ୍ୟାଣ୍ଟ ପିନ୍ଧିଛନ୍ତି। ଜାହ୍ନବୀଙ୍କ...

ଡରିଗଲେ ସଲମାନ !

ମୁମ୍ବାଇ: କରୋନା ଭାଇରସ ଏବେ ସମସ୍ତଙ୍କୁ ଏକ ପ୍ରକାର ଡରାଇ ଦେଇଛି । କରୋନା ଭାଇରସକୁ ନେଇ ସାରା ଦେଶକୁ ୨୧ ଦିନ ପାଇଁ ଲକ୍...

ଅମିତାଭଙ୍କ ଦୀପାବଳି ପାର୍ଟି : ସାମିଲ ହୋଇଥିଲେ ଏହିସବୁ ଅଭିନେତ୍ରୀ, ଅଭିନେତା

ମୁମ୍ବାଇରେ ବିଗ୍‌ ବି ଅମିତାଭ ବଚ୍ଚନ ଦୀପାବଳି ଅବସରରେ ଏକ ପାର୍ଟିର ଆୟୋଜନ କରିଥିଲେ। ଏଥିରେ ବଲିଉଡ୍‌ର କିଛି ନାମୀଦାମୀ ଅଭିନେତ୍ରୀ, ଅଭିନେତାଙ୍କ ସହ ଜଣାଶୁଣା...

ଫଟୋଗ୍ରାଫରଙ୍କ ଉପରେ ରାଗିଲେ ତୈମୁର

ମୁମ୍ବାଇ: ଷ୍ଟାର କିଡ୍‌ ଭାବେ ଶୈଫିନାଙ୍କ ପୁଅ ତୈମୁର ଅଲ୍ଲି ଖାଁ ବଲିଉଡ୍‌ଠାରୁ ସୋସିଆଲ ମିଡିଆ ପର୍ଯ୍ୟନ୍ତ ସବୁଠି ବେଶ୍‌ ପରିଚିତ। କାରଣ ହେଉଛି ତାଙ୍କର...

‘ବିଗ୍‌ ବସ୍‌’ ବଦଳାଇଲା ଭାଗ୍ୟ, ଏସିଆର ସେକ୍ସି ପୁରୁଷ ତାଲିକାରେ ଚମକିଲେ ଆସିମ୍‌

ବମ୍ବେ: ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ବସ୍‌’ ଅନେକ ସେଲିବ୍ରିଟିଙ୍କ ଭାଗ୍ୟ ପରିବର୍ତ୍ତନ କରିଛି। କହିବାକୁ ଗଲେ ଶୋ’ରେ ଭାଗନେଇଥିବା ସାଧାରଣ ଲୋକ ମଧ୍ୟ ସେଲିବ୍ରିଟିରେ ଗଣା...

କରୀନାଙ୍କୁ ଭାଲେଣ୍ଟାଇନ୍ସ ଡେ’ ଓ୍ବିଶ୍‌ କଲେ ଅମୀର

ମୁମ୍ବାଇ : ଆଜି ସମଗ୍ର ବିଶ୍ୱରେ ପ୍ରେମୀଯୁଗଳ ପାଳନ କରୁଛନ୍ତି ଭାଲେଣ୍ଟାଇନ୍ସ ଡେ। ବଲିଉଡ୍‌ କଳାକାରମାନେ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। କିଏ ବିଦେଶରେ ପାର୍ଟନରଙ୍କ ସହ...

ବ୍ରେକ୍‌ଫାଷ୍ଟରୁ ଡିନର ପର୍ଯ୍ୟନ୍ତ କେଉଁ ଅଭିନେତ୍ରୀଙ୍କ କ’ଣ ପସନ୍ଦ? ଜାଣନ୍ତୁ…

ସୁସ୍ଥ ଏବଂ ସୁନ୍ଦର ଚେହେରା ପାଇଁ ବଲିଉଡ୍‌ର ଅଭିନେତ୍ରୀମାନେ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି। ଦୀପିକା ପାଦୁକୋନ୍‌ ହୁଅନ୍ତୁ କି ଆଲିଆ ଭଟ୍ଟ। ବ୍ରେକ୍‌ଫାଷ୍ଟରୁ...

ମାମି ଫିଲ୍ମ ଫେଷ୍ଟିଭାଲ ବୋର୍ଡ଼ରୁ କରନ ଜୋହରଙ୍କ ଇସ୍ତଫା

ମୁମ୍ବାଇ: ଫିଲ୍ମ ଫେଷ୍ଟିଭାଲ ବୋର୍ଡ ମୁମ୍ବାଇ ଏକାଡେମୀ ଅଫ୍‌ ମୁଭିଂ ଇମେଜ (ଏମଏଏମଆଇ)ର ସଦସ୍ୟ ପଦରୁ ଶନିବାର ବଲିଉଡ ଚଳଚ୍ଚିତ୍ର ନିର୍ଦ୍ଦେଶକ କରନ ଜୋହର ଇସ୍ତଫା...

Coronavirus Update


Archives

Model This Week

Why Dharitri