Posted inଜାତୀୟ

ପୁଅର ଅସ୍ଥି ଧରି ନ୍ୟାୟ ଭିକ୍ଷା କରୁଛନ୍ତି ୯୦ ବର୍ଷୀୟା ମା’

ସାହଦୋଲ,୨୫।୭: ମଧ୍ୟପ୍ରଦେଶର ସାହଦୋଲରେ ଜଣେ ୯୦ ବର୍ଷୀୟା ବୃଦ୍ଧା ମା’ ରତନି ପୁଅର ଅସ୍ଥି ଧରି ନ୍ୟାୟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି। ଦୀର୍ଘ ୧୧ ବର୍ଷ ହେବ ତାଙ୍କ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳି ନ ଥିବାରୁ ସେ ଇନସପେକ୍ଟର ଜେନରାଲ(ଆଇଜି)ଅଫିସ ସାମ୍ନାରେ ନ୍ୟାୟ ମାଗୁଥିବା ଗୁରୁବାର ଦେଖାଯାଇଛି। ତାଙ୍କ କହିବା କଥା ହେଲା ୧୧ ବର୍ଷ ତଳେ ତାଙ୍କ ପୁଅଙ୍କୁ ହତ୍ୟା କରାଯାଇଥିଲା। ଏଥିପାଇଁ ସେ ଭୋପାଳ, ଜବଲପୁର, ଦିଲ୍ଲୀ ସବୁଠି ଯାଇ ଗୁହାରି କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାଙ୍କୁ କେହି ହେଲେ ନ୍ୟାୟ ପ୍ରଦାନ କରିପାରି ନାହାଁନ୍ତି। ସୂଚନାଯୋଗ୍ୟ, ଉକ୍ତ ମହିଳାଙ୍କ ପୁଅ ମୋହନ ବୈଗା(୪୨)ଙ୍କର ଅନୁପୁର ଜିଲା ବଟୁରା ଅଞ୍ଚଳରେ ଥିବା ଜଣେ ପେପର ମିଲ୍‌ ମାଲିକଙ୍କ ସହ ଝଗଡା ହୋଇଥିଲା। ପେପର ମିଲ୍‌ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଖାଲ ଖମା ହୋଇ ପାଣି ଜମା ହେବାକୁ ବିରୋଧ କରିବାରୁ ମୋହନଙ୍କର ପେପର ମିଲ୍‌ ମାଲିକଙ୍କ ସହ ଝଗଡା ହୋଇଥିଲା। ଏହାର କିଛି ଘଣ୍ଟା ପରେ ମୋହନଙ୍କ ମୃତ ଶରୀର ନିକଟରେ ଥିବା ଏକ ନାଳରୁ ମିଳିଥିଲା। ଗ୍ରାମବାସୀ ଏହାକୁ ଏକ ହତ୍ୟାକଣ୍ଡ ବୋଲି କହିଥିଲେ ସୁଦ୍ଧା ଏହି ଘଟଣାକୁ ଚପାଇ ଦିଆଯାଇଥିଲା। ଏବେ ୧୧ ବର୍ଷ ପରେ ପୁଅ ମୃତ୍ୟୁର ନ୍ୟାୟ ଭିକ୍ଷା କରିଛନ୍ତି ମା’। ଯଦି ତାଙ୍କୁ ନ୍ୟାୟ ନ ମିଳେ ତେବେ ସେ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ି ଆସୁଛି ନୂଆ ବିପଦ: ଦିଲ୍ଲୀ ପାଲଟିଛି ମଶା ରାଜଧାନୀ

ନୂଆଦିଲ୍ଲୀ,୭।୪: କରୋନା ସଂକ୍ରମଣ ନେଇ ଦିଲ୍ଲୀର ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏବେ କରୋନା ସହିତ ଦିଲ୍ଲୀରେ ନୂଆ ବିପଦ ମାଡ଼ି ଆସୁଛି। ରାଜଧାନୀ ଦିଲ୍ଲୀରେ...

ଆମେରିକାର ଋଣ ସୁଝାଇଲା ଭାରତ: ଗହମ ବଦଳରେ ଦେଲା ଔଷଧ

ନୂଆଦିଲ୍ଲୀ,୯।୪: ସମୟ ପ୍ରତି ମୁହୂର୍ତ୍ତରେ ବଦଳି ଚାଲିଛି। ବିଶ୍ୱର ଶକ୍ତିଶାଳୀ ଦେଶ ଆମେରିକା ଆଜି କରୋନା କବଳରେ ପଡି ଯେମିତି ବହୁ ପଛକୁ ଚାଲି ଯାଇଛି।...

ଇ-କମର୍ସକୁ ଅବାଞ୍ଛିତ ଅଙ୍କୁଶ

ମୁମ୍ବାଇ/ନୂଆଦିଲ୍ଲୀ,୨ା୭:ଭାରତରେ ବ୍ୟବସାୟିକ ଧାରାକୁ ବଦଳାଇଦେଇଛି ଇ-କମର୍ସ। ଅନ୍‌ଲାଇନ୍‌ରେ ନିଜ ପସନ୍ଦର ସାମଗ୍ରୀ ଅର୍ଡର କରି ଘରକୁ ମଗାଇବାର ମଜା ଅଲଗା। ଏହା ସୁବିଧାଜନକ ଓ ଶସ୍ତା...

ଟିଏମ୍‌ସିରେ ଯୋଗଦେଲେ ଭାଜପା ବିଧାୟକ

କୋଲକାତା, ୫।୯: ପଶ୍ଚିମବଙ୍ଗର ୩ ଆସନରେ ଉପନିର୍ବାଚନ ପୂର୍ବରୁ କାଳିଆଗଞ୍ଜର ଭାଜପା ବିଧାୟକ ସୌମେନ ରାୟ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ଯୋଗଦେଇଛନ୍ତି। ପରିସ୍ଥିତିକୁ ନେଇ ତାଙ୍କୁ...

ଦୁଇ ବ୍ୟକ୍ତିଙ୍କ କଳି ଭିତରେ ଗାଈ ଗଲା କୋର୍ଟ

ଯୋଧପୁର,୧୬।୬: ରାଜସ୍ଥାନ ଯୋଧପୁରର ଲୋକାଲ କୋର୍ଟରେ ଆଶ୍ଚର୍ଯ୍ୟ ହେବା ଭଳି ଏକ ମାମଲା ଦେଖିବାକୁ ମିଳିଛି। ଶନିବାର ଏହି କୋର୍ଟରେ ଏକ ଗାଈକୁ ହାଜର ହେବାକୁ...

ଭାଜପାର ଦାବି ଭାରତ ଯୋଡୋ ଯାତ୍ରାରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦିଆଯାଇଛି, କଂଗ୍ରେସ କହିଲା ମିଛ ଭିଡିଓ

ଭୋପାଳ,୨୫ ।୧୧: ମଧ୍ୟପ୍ରଦେଶରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାର ତୃତୀୟ ଦିନରେ ହଙ୍ଗାମା ହେଉଛି । ପ୍ରଥମେ କଂଗ୍ରେସ ପ୍ରଦେଶ କମିଟିର...

ମିଡିଆକୁ ପ୍ରଥମ ପ୍ରତିକ୍ରିୟା: ଉତ୍ତରାଖଣ୍ଡର ପ୍ରଗତି ପାଇଁ ଆହୁରି ପରିଶ୍ରମ କରିବେ ଧାମି

ଡେରାଡୁନ,୩ ।୬: ଉତ୍ତରାଖଣ୍ଡର ଚମ୍ପାୱତ ବିଧାନସଭା ଆସନ ଲାଗି ହୋଇଥିବା ଉପ ନିର୍ବାଚନରେ, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏକ ବଡ ବିଜୟ ହାସଲ କରିଛନ୍ତି...

କର୍ନାଟକ ମୁଖ୍ୟମନ୍ତ୍ରୀଙ୍କ କାର୍‌ ଯାଞ୍ଚ କଲେ ନିର୍ବାଚନ ଅଧିକାରୀ

ବେଙ୍ଗାଲୁରୁ, ୧।୪: ମେ’ ୧୦ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା କର୍ନାଟକରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଏଥିସହିତ ସେଠାରେ ଗାଡ଼ିମୋଟର ଯାଞ୍ଚକୁ ଜୋର୍‌ଦାର...

Advertisement
Archives

Model This Week