ପିଲାଙ୍କ ପାଇଁ ନେଟ୍‌ଫ୍ଲିକ୍ସର ନୂଆ ସେଫ୍‌ଟି ଫିଚର୍‌

ଭୁବନେଶ୍ୱର, ୨୨।୪ (ବ୍ୟୁରୋ): ଦର୍ଶକଙ୍କ ପରାମର୍ଶ ତଥା ଅନୁରୋଧକୁ ରକ୍ଷାକରି ବିଶ୍ୱର ସର୍ବବୃହତ୍‌ ଭିଡ଼ିଓ ଷ୍ଟ୍ରିମିଂ ସର୍ଭିସ୍‌ ‘ନେଟ୍‌ଫ୍ଲିକ୍ସ’ ତା’ର ଫିଚର୍‌ ଓ ସେବାରେ ପରିବର୍ତ୍ତନ ଆଣିବ। ବିଶେଷକରି ବୟସ୍କ, ମାତାପିତା ଓ ଅଭିଭାବକଙ୍କ ସୁବିଧା ଲାଗି ଏହାର ପରିଚାଳନାକୁ ପୂର୍ବାପେକ୍ଷା ଅଧିକ ବ୍ୟବସ୍ଥିତ ଏବଂ ସୁରକ୍ଷିତ କରାଯିବ। ପିଲାମାନେ ଯେପରି ଏହାକୁ ସହଜରେ ଖୋଲି ନ ପାରିବେ ସେଥିଲାଗି ବ୍ୟକ୍ତିଗତ ପ୍ରୋଫାଇଲ୍‌କୁ ପିନ୍‌ ଦ୍ୱାରା ସୁରକ୍ଷିତ କରିବା ଲାଗି ସ୍ବତନ୍ତ୍ର ଫିଚର୍‌ ଯୋଡ଼ାଯିବ। ଏହାସହ ପିଲାଙ୍କ ବୟସ ଅନୁଯାୟୀ କଣ୍ଟେଣ୍ଟ୍‌ ତଥା ଶୋ’ ଏବଂ ଫିଲ୍ମ ଫିଲ୍‌ଟର୍‌ କରିବାର ସୁବିଧା ମଧ୍ୟ ରହିବ। ଏହି ସ୍ବତନ୍ତ୍ର ଫିଲ୍‌ଟର ଦ୍ୱାରା ବ୍ଲକ୍‌ କରିଥିବା ଫିଲ୍ମ କିମ୍ବା ସିରିଜ ଆଉ ପ୍ରୋଫାଇଲ୍‌ରେ ଦେଖାଇବ ନାହିଁ।
ନୂତନଭାବେ ଯୋଡ଼ାଯିବାକୁ ଥିବା ’ପ୍ରୋଫାଇଲ୍‌ ଆଣ୍ଡ୍‌ ପ୍ୟାରେଣ୍ଟାଲ କଣ୍ଟ୍ରୋଲ୍ସ’ ହବ୍‌ ଦ୍ୱାରା ପ୍ରତି ପ୍ରୋଫାଇଲ୍‌କୁ ବ୍ୟବସ୍ଥିତ କରିହେବ। ପିଲାମାନଙ୍କ ପାଇଁ ସ୍ବତନ୍ତ୍ର ପ୍ରୋଫାଇଲ୍‌ କରି ସେମାନେ କ’ଣ ଦେଖୁଛନ୍ତି ତାହାଉପରେ ନଜର ରଖାଯାଇପାରିବ। ଯେକୌଣସି ଲାପଟପ୍‌ କିମ୍ବା ମୋବାଇଲ୍‌ ବ୍ରାଉଜର୍‌କୁ ଯାଇ ନେଟ୍‌ଫ୍ଲିକ୍ସର ଆକାଉଣ୍ଟ ସେଟିଙ୍ଗ୍‌ରେ ଏହିସବୁ ପରିବର୍ତ୍ତନ ଆଣିହେବ। ଅନ୍‌ଲାଇନ୍‌ ସେଫ୍ଟି ବା ସୁରକ୍ଷା ସମସ୍ତଙ୍କ ଚିନ୍ତାର କାରଣ ହୋଇଥିବାରୁ ପିଲାଙ୍କ ପାଇଁ ନେଟ୍‌ଫ୍ଲିକ୍ସକୁ ଅଧିକ ସୁରକ୍ଷିତ କରିବା ପାଇଁ ଏହି ଫିଚର୍‌ ଅଣାଯାଇଥିବା ନେଟ୍‌ଫ୍ଲିକ୍ସ ପକ୍ଷରୁ କୁହାଯାଇଛି। ଲକ୍‌ଡାଉନ୍‌ ଯୋଗୁ ସମଗ୍ର ବିଶ୍ୱରେ ଛୋଟପିଲାଙ୍କଠାରୁ ଆରମ୍ଭକରି ବୟସ୍କମାନେ ଏବେ ମନୋରଞ୍ଜନ ପାଇଁ ନେଟ୍‌ଫ୍ଲିକ୍ସ ବ୍ୟବହାର କରୁଛନ୍ତି। ଏଭଳିସ୍ଥଳେ ପିଲାମାନଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ନେଟ୍‌ଫ୍ଲିକ୍ସ ପକ୍ଷରୁ ଏକାଧିକ କିଡ୍‌ସ୍‌ ଏବଂ ପାରିବାରିକ ଫିଲ୍ମ ଓ ଟେଲିଭିଜନ ଶୋ’ର ଷ୍ଟ୍ରିମିଂ କରାଯାଉଛି। ବହୁଚର୍ଚ୍ଚିତ ଆନିମେଟେଡ୍‌ ଫିଲ୍ମ ‘କ୍ଲସ୍‌’, ’କାର୍‌ମେନ୍‌ ସାଣ୍ଡିଏଗୋ: ଟୁ ଷ୍ଟିଲ୍‌ ଅର୍‌ ନଟ୍‌ ଟୁ ଷ୍ଟିଲ୍‌’ ଭଳି ଇଣ୍ଟର୍‌ଆକ୍ଟିଭି ଶୋ’ ଏବଂ ’ବସ୍‌ ବେବି’ ଭଳି ସିରିଜ୍‌ ପିଲାମାନେ ଦେଖିପାରିବେ। ସେହିଭଳି ’ମାଇଟି ଲିଟିଲ୍‌ ଭିମ୍‌’ ମଧ୍ୟ ନେଟ୍‌ଫ୍ଲିକ୍ସରେ ଦେଖିହେବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

ଭିତରକନିକାରେ ୯୨ ବଉଳା କୁମ୍ଭୀର ବସା ଚିହ୍ନଟ

ରାଜନଗର,୧୧ା୭(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ଭିତରକନିକାର ସୁଦ୍ଧା ନଦୀ, ନାଳରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୯୨ ବସା ଚିହ୍ନଟ ହୋଇଥିବା ଶୁକ୍ରବାର ବନବିଭାଗ ସୂତ୍ରରୁ…

୨ବର୍ଷିଆ ବି.ଏଡ୍‌, ଏମ୍‌.ଏଡ୍‌. ପ୍ରବେଶିକା ପରୀକ୍ଷାଫଳ ପ୍ରକାଶ

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ): ଚଳିତ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଦୁଇ ବର୍ଷିଆ ବି.ଏଡ୍‌., ଏମ୍‌.ଏଡ୍‌. ଏବଂ ବି.ଏଚ୍‌.ଏଡ୍‌. ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଫଳ ଶୁକ୍ରବାର…

ଜନଗଣନା ପରେ ପଞ୍ଚାୟତ ଭୋଟ

ଭୁବନେଶ୍ୱର,୧୧।୭(ରବିନାରାୟଣ ଜେନା): ରାଜ୍ୟରେ ଚାଲିଥିବା ଭୋଟରତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌) ଏବଂ ଜନଗଣନା ପରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ ଆୟୁକ୍ତ(କମିଶନର)…

ଜୀବିତ ରୋଗୀଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଆଉ ତା’ପରେ…

କାମାକ୍ଷାନଗର, ୧୧।୭ (ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଜୀବିତ ରୋଗୀଙ୍କୁ ଚିକିତ୍ସା…

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri