ପିପିଇ ଖରିଦକୁ ମନ୍ତ୍ରିସ୍ତରୀୟ ମଞ୍ଜୁରୀ

ଭୁବନେଶ୍ୱର, ୩।୪(ବ୍ୟୁରୋ): କରୋନା ମୁକାବିଲାରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ତୁରନ୍ତ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ (ପିପିଇ) ଖରିଦ ପ୍ରସ୍ତାବକୁ ରାଜ୍ୟ ମନ୍ତ୍ରିସ୍ତରୀୟ କମିଟି ମଞ୍ଜୁରୀ ଦେଇଛି। ଭିଡ଼ିଓକନଫରେନ୍ସିଙ୍ଗ ଦ୍ୱାରା ଅନୁଷ୍ଠିତ ଏହି ବୈଠକରେ ନିଷ୍ପତ୍ତି ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ ଏବଂ ଆଇନ ମନ୍ତ୍ରୀ ପ୍ରତାପ ଜେନା।

ମନ୍ତ୍ରୀ କହିଛନ୍ତି ଯେ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ପିପିଇ କିଣାଯିବା ସହିତ ରାଜ୍ୟରେ କିଭଳି ଅଧିକ ସ୍ଥାନରେ କରୋନା ସଂକ୍ରମଣ ପରୀକ୍ଷା ହେବ ତାହା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ବର୍ତ୍ତମାନ ଭୁବନେଶ୍ୱରର ଆର.ଏମ.ଆର. ସି ଓ ଏମସ୍ ଏବଂ କଟକର ଏସସିବିରେ ଏହି ପରୀକ୍ଷା ହେଉଛି। ଆଗାମୀ ଦିନରେ ବୁର୍ଲାର ଭୀମସାର, ବ୍ରହ୍ମପୁରର ଏମକେସିଜି, ରାଉରକେଲାର ଆରଜିଏଚ ସହିତ ରାୟଗଡ଼ା ଓ କଳାହାଣ୍ଡିରେ ଯେଭଳି ଏହି ପରୀକ୍ଷା ହୋଇପାରିବ ସେ ଦିଗରେ ପଦକ୍ଷେପ ନିଆଯାଉଛି।

ସେହିଭଳି ବର୍ତ୍ତମାନ ଭୁବନେଶ୍ୱରର କିମ୍ସ ହସ୍ପିଟାଲରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ହୋଇଥିବାବେଳେ କଟକର ଅଶ୍ବିନୀ ହସ୍ପିଟାଲରେ ମଧ୍ୟ କୋଭିଡ ହସ୍ପିଟାଲ ହୋଇଛି। ରାଉରକେଲାର ହାଇଟେକ ହସ୍ପିଟାଲ ସହିତ ମିଳିତ ଭାବେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପାଇଁ ବୈଠକରେ ସ୍ଥିର ହୋଇଛି। ଏଥି ସହିତ ଆଗାମୀ ଦିନରେ ସବୁ ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଅଙ୍ଗନବାଡି ପିଲାଙ୍କୁ ଘରେ ଖାଦ୍ୟ ଯୋଗାଇବା ପାଇଁ ପଦକ୍ଷେପ ନିଆଯାଇଥିବାବେଳେ ଏହାକୁ ଆଗାମୀ ଏପ୍ରିଲ ଶେଷ ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ସ୍ଥିର ହୋଇଛି। ଆଜି ବୈଠକରେ ଏହିସବୁ ନିଷ୍ପତ୍ତି ହୋଇଥିବା ବେଳେ ଆଗାମୀ ଦିନରେ ପୁଣି ବୈଠକ ବସି ଆବଶ୍ୟକ ଅନୁଯାୟୀ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଜେନା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ କିମି ଚାଲି ଦୁର୍ଗମ ଅଞ୍ଚଳରେ ପହଞ୍ଚିଲେ ବିଡିଓ

ତେନ୍ତୁଳିଖୁଣ୍ଟି,୧୨।୧(ଡି.ଏନ.ଏ)- ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରିଗୁଡା ପଞ୍ଚାୟତର ଦୁର୍ଗମ ଅଞ୍ଚଳ କାଦମାଳି ଗ୍ରାମକୁ ଯିବା ପାଇଁ ରାସ୍ତା ନାହିଁ। କେବଳ ପଡିଛି ପାଦଚଲା ରାସ୍ତା।...

ଶ୍ୱଶୁର ଘରେ ଚାଲିଗଲା ଜ୍ୱାଇଁଙ୍କ ଜୀବନ

ରାୟଗଡ଼ା ଅଫିସ/ଗୁଣପୁର,୧୪ା୩: ରାୟଗଡ଼ା ଜିଲା ଗୁଡାରି ଥାନା ପଦ୍ମପୁର ବ୍ଲକ ଅଧୀନ ନାଇରା ଗ୍ରାମରେ ଶନିବାର ରାତିରେ ଜଣେ ଯୁବକଙ୍କୁ ଶୋଇଥିବା ବେଳେ ଗୁଳିକରି ହତ୍ୟା...

ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ୨୦ ଭରି ସୁନା ସହ ଲୁଟିନେଲେ ନଗଦ ୨ ଲକ୍ଷ ଟଙ୍କା

ପାରଳାଖେମୁଣ୍ଡି,୬ା୮(ଡି.ଏନ୍‌.ଏ.): ଦିନ ଦ୍ୱିପ୍ରହରରେ ଜନଗହଳି ପୂର୍ଣ୍ଣ ଅଞ୍ଚଳରୁ ଶନିବାର ଚୋରି ହୋଇଛି। ବାହାଘର ଭୋଜିରେ ପରିବାର ଲୋକେ ବ୍ୟସ୍ତ ଥିବା ବେଳେ ଘରେ କଳା କନା...

ବ୍ୟୟ ମଞ୍ଜୁରୀ ବିଲ୍‌ ଗୃହୀତ

ଭୁବନେଶ୍ୱର,୧ା୪(ବ୍ୟୁରୋ):ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ଆଗତ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧.୭୫ ଲକ୍ଷ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ ବୁଧବାର ବିଧାନସଭାର ଅନୁମୋଦନ...

ପିଟିଶନ କମିଟିରେ ଶକ୍ତି ବିଭାଗର ଆଲୋଚନା

ଭୁବନେଶ୍ୱର, ୧୭।୧୧(ବ୍ୟୁରୋ): ବିଧାନସଭା ପିଟିଶନ୍‌ କମିଟି ବୈଠକ ସଂଖ୍ୟା ୫୪ନଂ ପ୍ରକୋଷ୍ଠରେ ସୋମବାର ବଦ୍ରିନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହା କମିଟିର ପ୍ରଥମ ବୈଠକ...

ଲବ କୁମାର ବିଜୟୀ

ଅମରପାଲି,୨୭।୨(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଜୋନ-୧ ରେ କଂଗ୍ରେସର ଲବ କୁମାର ସାହୁ ବିଜୟୀ ହୋଇଛନ୍ତି। ସେ ବିଜେଡିର ରଞ୍ଜିତ ରଥଙ୍କଠାରୁ ୧୮୮୩ ଖଣ୍ଡ ଭୋଟ...

ସରିଲା କୋଟିଆରେ ମତଦାନ

ପଟ୍ଟାଙ୍ଗୀ,୧୯ା୨(ଡି.ଏନ.ଏ.): ଦ୍ୱିତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶୁକ୍ରବାର କୋରାପୁଟ ଜିଲା ଜଲା ପଟ୍ଟାଙ୍ଗୀ ବ୍ଲକରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ଏହି ନିର୍ବାଚନରେ...

‘ତିତଲି’ଠାରୁ ଭୟଙ୍କର ହେବ ‘ଫନୀ’

ନୂଆଦିଲ୍ଲୀ/ଭୁବନେଶ୍ୱର,୩୦।୪: ବାତ୍ୟା ‘ଫନୀ’କୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ଏହା ଓଡ଼ିଶା ଉପକୂଳର ପୁରୀଠାରେ ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ରହିଛି। ତେଣୁ ଓଡ଼ିଶାର ଉପକୂଳ ଅଞ୍ଚଳ...

Advertisement
Archives

Model This Week