Posted inଖେଳ

ପିତା କରିଥିଲେ ଆତ୍ମହତ୍ୟା, ଏବେ ପୁଅ ବିଶ୍ୱକପରେ ରଚିଲେ ଇତିହାସ

ଚେଷ୍ଟର-ଲି- ଷ୍ଟିଟ, ୪।୭:ଚଳିତ ଆଇସିସି ବିଶ୍ୱକପରେ ଆୟୋଜକ ଇଂଲଣ୍ଡ ତୃତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡର ଇନଫର୍ମ ଓପନର ବେୟାରଷ୍ଟୋ ୯୯ଟି ବଲର ସମ୍ମୁଖୀନ ହୋଇ ୧୫ ଚୌକା ଓ ୧ ଛକା ସହାୟତାରେ ୧୦୬ ରନର ଶତକୀୟ ପାଳି ଖେଳି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଚଳିତ ବିଶ୍ୱକପରେ ବେୟାରଷ୍ଟୋଙ୍କ ଏହା ଲଗାତର ଦ୍ୱିତୀୟ ଶତକ। ପ୍ରଥମ ଇଂଲଣ୍ଡ ଖେଳାଳି ଭାବେ ବିଶ୍ୱକପରେ ସେ ଏହି କାରନାମା କରିଛନ୍ତି। ଖେଳ ଜଗତକୁ ଆସିବା ପୂର୍ବରୁ ବ୍ୟକ୍ତିଗତ ଜୀବନରେ ବେୟାରଷ୍ଟୋଙ୍କୁ ବେଶ୍‌ ସଂଘର୍ଷର ସାମ୍ନା କରିବାକୁ ପଡିଥିଲା। ତାଙ୍କ ପିତା ଏବଂ ଭାଇ ମଧ୍ୟ କ୍ରିକେଟ ଖେଳାଳି ଥିଲେ। ବେୟାରଷ୍ଟୋଙ୍କ ପିତା ଡେଭିଡ ବେୟାରଷ୍ଟୋ ଇଂଲଣ୍ଡ କ୍ରିକେଟ ଦଳର ଓ୍ବିକେଟକିପର ଥିଲେ। ତାଙ୍କ ଭାଇ ଆଣ୍ଡି ବେୟାରଷ୍ଟୋ ମଧ୍ୟ ପ୍ରଥମଶ୍ରେଣୀ କ୍ରିକେଟ ଖେଳିଛନ୍ତି। ବେୟାରଷ୍ଟୋଙ୍କୁ ମାତ୍ର ୮ ବର୍ଷ ହୋଇଥିଲାବେଳେ ତାଙ୍କ ବିତାଙ୍କୁ ଡିପ୍ରେସନର ଶିକାର ହୋଇ ଆତ୍ମହତ୍ୟା କରିଥିଲେ। ସେଦିନଠାରୁ ସେ ଇଂଲଣ୍ଡ ପାଇଁ ଖେଳିବାକୁ ସ୍ବପ୍ନ ଦେଖିଥିଲେ। ଏଥିପାଇଁ ତାଙ୍କୁ କଠିନ ପରିଶ୍ରମ ବି କରିବାକୁ ପଡିଥିଲେ। ଶେଷରେ ସେ ସଫଳ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିରିଝୋଲି ହତ୍ୟାକାଣ୍ଡରେ ବଡ଼ ରାୟ, ବୁଡୁଙ୍କୁ ଆଜୀବନ….

ଗୁଣପୁର, ୭।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅତିରିକ୍ତ ଜିଲା ଜଜ୍‌ (ଏଡିଜେ) କୋର୍ଟରେ ସୋମବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଗୁଣପୁର…

ସୃଷ୍ଟି ହେଲା ସୂର୍ଯ୍ୟ-ଗୁରୁଙ୍କ ଦ୍ୱିଦ୍ୱାଦଶ ଯୋଗ: ଆଜିଠୁ କର୍କଟ ସମେତ ଏହି ୪ ରାଶି ପାଇଁ ଗୋଲ୍‌ଡେନ୍‌ ସୁଯୋଗ, ଅଚାନକ ଧନଲାଭ

ଜ୍ୟୋତିଷ ଗଣନା ଅନୁସାରେ, ସେପ୍ଟେମ୍ବର ୭ ତାରିଖରେ ସୂର୍ଯ୍ୟ ଓ ଗୁରୁଙ୍କ ମଧ୍ୟରେ ଦ୍ୱିଦ୍ୱାଦଶ ଦୃଷ୍ଟି ଯୋଗ ଗଠିତ ହେଉଛି। ଦୁଇ ଗ୍ରହ ପରସ୍ପରଠାରୁ ଦ୍ୱିତୀୟ ଓ…

ଛାତିଥରା ହତ୍ୟାକାଣ୍ଡ; ସ୍ତ୍ରୀଙ୍କ ମୁଣ୍ଡକୁ କାଟି ଫ୍ରିଜରେ ରଖିଲେ ସ୍ବାମୀ, ଆଙ୍ଗୁଠିକୁ…..

ଗୁଆହାଟୀ,୭।୯: ଆସାମର ଗୁଆହାଟୀରୁ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ବିବାହର ମାତ୍ର କିଛି ମାସ ପରେ ୨୫ ବର୍ଷୀୟା ରିୟା ତାଲୁକଦାରଙ୍କ ମୃତଦେହ ତାଙ୍କ…

ବିଲରେ କାମ କରୁଥିବା ବେଳେ ଦୁଇ ଭାଇଙ୍କ ଉପରେ ମାଡିବସିଲା ଭାଲୁ, ରକ୍ତ ଜୁଡୁବୁଡୁ…

ଆନନ୍ଦପୁର,୭।୯(ସୁଶାନ୍ତ କୁମାର ସାହୁ ): ଆନନ୍ଦପୁରରେ ଭାଲୁ ଉପଦ୍ରବ ଦେଖିବାକୁ ମିଳିଛି । ଭାଲୁ ଆକ୍ରମଣରେ ଦୁଇ ଭାଇ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ…

ଧାନ ବିକ୍ରି ପାଇଁ ବଢୁଛି ଚାଷୀ ପଞ୍ଜୀକରଣ, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭।୯: ଚଳିତ ଖରିଫ ଧାନ ବିକ୍ରି ପାଇଁ ରାଜ୍ୟରେ ରେକର୍ଡ ସଂଖ୍ୟକ ଚାଷୀ ନାଁ ପଞ୍ଜୀକରଣ କରିଥିବା ନେଇ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୋମବାର ଏକ…

ଦାରିଙ୍ଗବାଡ଼ିରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ: ବାଲ୍ୟବିବାହ ରୋକିବା ଓ କନ୍ୟାରତ୍ନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ଦାରିଙ୍ଗବାଡି,୭।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ମିଶନଶକ୍ତି ଗୃହ ପରିସର ମଧ୍ୟରେ ସୋମବାର ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲେ । ଏଥିରେ…

ସ୍କ୍ରବ୍‌ ଟାଇଫସ୍‌: ଏମାନଙ୍କ ସଂସ୍ପର୍ଶରେ ଆସିଲେ ହୋଇଥାଏ ଏହି ରୋଗ

ସ୍କ୍ରବ୍‌ ଟାଇଫସ୍‌ ଏକ ସଂକ୍ରାମକ ରୋଗ ଓ ଏହା ରିକେଟ୍‌ସିଆ ଗ୍ରୁପ୍‌ର ଜୀବାଣୁ ଓରିଏନସିଆ ସୁସୁଗାମୁଷି ଜୀବାଣୁ ଦ୍ୱାରା ହୋଇଥାଏ। ଏହି ଜୀବାଣୁ ଜଉପୋକ, ଲୁଣିଆ ପୋକ…

ବଡ଼ ଘୋଷଣା; ଛାତ୍ରୀଛାତ୍ର ଓଡ଼ିଆରେ ପଢ଼ିବେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ

ଭୁବନେଶ୍ୱର, ୭।୯: ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଇଛି । ଦଶମ-ଦ୍ବାଦଶ ପାଇଁ ଗୋଟିଏ ବୋର୍ଡ ହେବ । ମୁକ୍ତ ବିଦ୍ୟାଳୟରେ ମିଳିବ ମାଗଣା ଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri