Posted inଖେଳ

ପିଟର କ୍ରାଉଚ୍‌ଙ୍କ ଅବସର

ଲଣ୍ଡନ,୧୩।୭(ଏଏଫ୍‌ପି)- ଇଂଲଣ୍ଡ ପୂର୍ବତନ ଷ୍ଟ୍ରାଇକର ପିଟର କ୍ରାଉଚ୍‌ ଶୁକ୍ରବାର ଅବସର ଘୋଷଣା କରିଛନ୍ତି। ଦୁଇ ଦଶନ୍ଧି ଧରି ସଫଳତାର ସହ ପେସାଦାର ଫୁଟବଲ ଖେଳିବାପରେ ସେ ୩୮ ବର୍ଷରେ ଅବସର ନେଇଛନ୍ତି। ୨୦୦୫ ମେ’ରେ କ୍ରାଉଚ୍‌ କଲମ୍ବିଆ ବିପକ୍ଷରେ ଇଂଲଣ୍ଡ ପାଇଁ ପଦାର୍ପଣ କରିଥିଲେ। ସେ ୪୨ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ମୋଟ ଉପରେ ୨୨ଟି ଗୋଲ ସ୍କୋର କରିଥିଲେ। ୬ ଫୁଟ୍‌ ୭ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ କ୍ରାଉଚ୍‌ ଟୁଇଟ୍‌ କରି ଅବସର ସମ୍ପର୍କରେ ସୂଚନା ଦେଇଥିଲେ। ଭାବିଚିନ୍ତି ଅବସର ନେବାକୁ ନିଷ୍ପତ୍ତି ନେଇଥିଲି। ଫୁଟବଲ ମୋତେ ସବୁକିଛି ଦେଇଛି। ଫୁଟବଲ ଖେଳିବା ଓ ଏଥିରେ ଜଡିତା ରହିବା ପାଇଁ ମୋତେ ସାହାଯ୍ୟ କରିଥିବା ସବୁ ବନ୍ଧୁ ପରିଜନଙ୍କୁ କୃତଜ୍ଞତା ଜଣାଉଛି ବୋଲି ସେ କହିଛନ୍ତି। ପେସାଦାର କ୍ୟାରିୟରରେ କ୍ରାଉଚ୍‌ ୧୧ଟି କ୍ଳବ ପାଇଁ ଖେଳିଛନ୍ତି। ଲିଭରପୁଲ ସହିତ ଖେଳି ସେ ଫା କପ୍‌ ଜିତିଛନ୍ତି। ୨୦୦୭ରେ ଲିଭରପୁଲ୍‌କୁ ଚାମ୍ପିୟନ୍ସ ଲିଗ୍‌ ଫାଇନାଲରେ ପହଞ୍ଚାଇବାରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା। ୪୬୮ଟି ପ୍ରିମିୟର ଲିଗ୍‌ ମ୍ୟାଚ୍‌ ଖେଳି ସେ ୧୦୮ଟି ଗୋଲ ସ୍କୋର କରିଛନ୍ତି। ୪୦ ବର୍ଷ ପର୍ଯ୍ୟନ୍ତ ଖେଳିବାକୁ ଚିନ୍ତା କରୁଥିଲି। ତେବେ ଶେଷରେ ଯୋଜନା ବଦଳି ଗଲା। କ୍ରାଉଚ୍‌ଙ୍କୁ ପୂର୍ବତନ ତଥା ଏବେକାର ଫୁଟବଲରମାନେ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ୱିତୀୟ ଟି୨୦ ଖେଳିବ ଭାରତ; ଏମିତି ହୋଇପାରେ ସମ୍ଭାବ୍ୟ ଏକାଦଶ

ନୂଆଦିଲ୍ଲୀ,୧୯।୧୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି୨୦ ରବିବାର ଖେଳାଯିବ। ଏହି ମ୍ୟାଚ୍‌ରେ ବର୍ଷା ବାଧକ ସାଜିପାରେ ବୋଲି କୁହାଯାଉଥିବା ବେଳେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ...

ଫ୍ରେଞ୍ଚ୍‌ ଓପନରୁ ଓହରିଲେ ଓସାକା

ପ୍ୟାରିସ, ୧୯ା୯ (ଏପି)-ବାମ ଜଙ୍ଘ ସନ୍ଧିରେ ଆଘାତ ଲାଗିଥିବାରୁ ୟୁଏସ୍‌ ଓପନ ମହିଳା ସିଙ୍ଗଲ୍ସ ଚାମ୍ପିୟନ ନାଓମି ଓସାକା ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରୁ...

ଲିଭରପୁଲ୍‌କୁ ୬ଷ୍ଠ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ

ମାଡ୍ରିଡ୍‌,୨ା୬- ମହମ୍ମଦ ସାଲା ଚାମ୍ପିୟନ୍ସ ଲିଗ୍‌ ଫାଇନାଲର ଅନ୍ୟତମ ଦ୍ରୁତତମ ଗୋଲ ଓ ଡିଭୋକ ଓରିଗିଙ୍କ ଗୋଲ ବଳରେ ଲିଭରପୁଲ ଦଳ ୨-୦ ଗୋଲରେ ଟୋଟେନହାମକୁ...

ଲୋମାଚେଙ୍କୋଙ୍କୁ ଡବ୍ଲ୍ୟୁବିସି ଟାଇଟଲ

ଲଣ୍ଡନ, ୧ା୮ (ଏଏଫ୍‌ପି)- ବିଶ୍ୱର ଶ୍ରେଷ୍ଠ ‘ପାଉଣ୍ଡ ଫର୍‌ ପାଉଣ୍ଡ’ ଫାଇଟର ରୂପେ ପରିଚିତ ଭାସିଲ ଲୋମାଚେଙ୍କୋ ଏଠାରେ ଏକ ରୋମାଞ୍ଚକ ମୁକାବିଲାରେ ବ୍ରିଟିଶ ଚ୍ୟାଲେଞ୍ଜର...

ଆଇପିଏଲ୍‌: ମିଡ୍‌ଲ ଅର୍ଡରକୁ ନେଇ ଚିନ୍ତାରେ ହାଇଦ୍ରାବାଦ

ନୂଆଦିଲ୍ଲୀ,୫।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆରଏଚ୍‌) ସବୁଠାରୁ ସ୍ଥିର ପ୍ରଦର୍ଶନ କରୁଥିବା ଦଳ ବିବେଚିତ ହୋଇ ଆସୁଛି। ଗତ ୫ ବର୍ଷ...

ପାକିସ୍ତାନ ମହିଳା କ୍ରିକେଟରଙ୍କ ଫିଟ୍‌ନେସ୍‌ ଟେଷ୍ଟ

ଲାହୋର, ୧୧ା୫ (ପି.ଟି.)- ସୋମାବରଠାରୁ ପାକିସ୍ତାନର ୩୮ ଜଣ ଏଲିଟ୍‌ ମହିଳା କ୍ରିକେଟରଙ୍କ ଅନ୍‌ଳାଇନରେ ଫିଟ୍‌ନେସ୍‌ ଟେଷ୍ଟ ହେବ। କରୋନାଭାଇରସ୍‌ ଯୋଗୁ ଖେଳାଳିମାନେ ସେମାନଙ୍କ ଫିଟ୍‌ନେସ୍‌ର...

ମାତାପିତାଙ୍କୁ ମନେପକାଇ ଭାବୁକ ହେଲେ ଏହି ଲୋକପ୍ରିୟ କ୍ରିକେଟର୍‌

ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଚଳିତ ସିଜନରେ ସନରାଇଜର୍ସ ହାଇଦ୍ରାବାଦକୁ ପ୍ରଥମ ବିଜୟ ଦେଇଛନ୍ତି ଲେଗ ସ୍ପିନର ରସିଦ ଖାନ। ଏହି ମ୍ୟାଚ୍‌ରେ ସେ ମ୍ୟାନ୍‌...

ଟସ୍‌ ଜିତିଲା ଇଂଲଣ୍ଡ, ପ୍ରଥମେ ବ୍ୟାଟିଂ କରିବ ଭାରତ

ଅହମଦାବାଦ,୨୩।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ଟି ମ୍ୟାଚ୍‌ ବିଶିଷ୍ଟ ଏକଦିବସୀୟ ସିରିଜ୍‌ ପ୍ରଥମ ମ୍ୟାଚ୍‌ ଆଜିଠୁ ପୁଣେର ଏମ୍‌ସିଏ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଏହି...

Advertisement
Archives

Model This Week