ପିକ୍‌ଅପରେ ବେଆଇନ ଛେଳି ଚାଲାଣ, ୩ ଗିରଫ

ଆସିକା,୬ା୧୦(ଡି.ଏନ୍‌.ଏ.): ଆସିକା-ବ୍ରହ୍ମପୁର ୫୯ ନମ୍ବର ଜାତୀୟ ରାଜପଥର କରଞ୍ଜେଇ ନିକଟରୁ ପୋଲିସ ଶନିବାର ବିଳମ୍ବିତ ରାତିରେ ବେଆଇନ ଭାବେ ୬୦ଟି ଛେଳି ଚାଲାଣ କରୁଥିବା ଏକ ପିକଅପ ଭ୍ୟାନ ଜବତ କରିଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଝାଡଖଣ୍ଡ ରାଜ୍ୟର ବଳିନ୍ଦ୍ର ମାହିଲ, ମାତିନ କୁରେଶି ଏବଂ କବ୍ରଂ କୁରେଶି। ଅଭିଯୁକ୍ତମାନେ ଛେଳିଗୁଡିକୁ ରାଉରକେଲାରୁ ବ୍ରହ୍ମପୁର ଚାଲାଣ କରୁଥିଲା ବେଳେ ରାତି ପାଟ୍ରୋଲିଂ କରୁଥିବା ପୋଲିସ ହାବୁଡରେ ପଡିଥିଲେ । ଜୀବପ୍ରତି ଅମାନୁସିକତା, କ୍ଷମତାଠାରୁ ଅଧିକ ପରିବହନ ଅଭିଯୋଗରେ ଅଭିଯୁକ୍ତମାନଙ୍କ ବିରୋଧରେ ଆସିକା ଥାନାରେ ନଂ.୩୫୬/୧୯ରେ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି । ଉଦ୍ଧାର ଛେଳି ମଧ୍ୟରୁ ଗୋଟିଏର ମୃତ୍ୟୁ ଘଟିଥିବା ବେଳେ ଅର୍ଦ୍ଧାଧିକ ଗୁରୁତର ଅବସ୍ଥାରେ ରହିଥିଲେ । ଆସିକା ପ୍ରାଣୀ ଚିକିତ୍ସକ ପ୍ରଭାତ କୁମାର ପରିଡା ଗୁରୁତର ହୋଇଥିବା ଛେଳି ଚିକିତ୍ସା କରିବା ପରେ ସେଗୁଡିକୁ ଗୋଲାପଲ୍ଲୀର ଜଣେ ବ୍ୟକ୍ତିଙ୍କ ଜିମା ଦିଆଯାଇଥିବା ପୋଲିସ କହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ରାଜନଗରର ୩ ବୁଲ୍‌ବୁଲ୍‌

ରାଜନଗର, ୧୧।୧୧ (ଡି.ଏନ୍‌.ଏ.) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ବୁଲ୍‌ବୁଲ୍‌ ରାଜନଗର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ବେଳେ ରାଜନଗରକୁ ୩ ‘ବୁଲ୍‌ବୁଲ୍‌’...

ଗାଁକୁ ବାହାର ଲୋକଙ୍କ ପ୍ରବେଶ ନିଷେଧ

ଧମା, ୨୮।୩ (ଡି.ଏନ.ଏ.):କରୋନା ମୁକାବିଲା ପାଇଁ ଦେଶ ଓ ରାଜ୍ୟରେ ଲକ୍‌ ଡାଉନ ସାଙ୍ଗକୁ ସଚେତନତା ଆରମ୍ଭ କରାଯାଇଛି। ଏହିକ୍ରମରେ ମାନେଶ୍ୱର ବ୍ଲକ୍‌ ଡକରା ପଞ୍ଚାୟତର...

ବକେୟା ଦରମା ଦାବିରେ ମେଡିକାଲ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କୋରାପୁଟ,୨୦।୯(ସ୍ବ.ପ୍ର.): କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍‌ପିଟାଲରେ ନିୟୋଜିତ ସୁରକ୍ଷାକର୍ମୀ, ଝାଡ଼ୁଦାର ଓ ସହାୟକମାନେ ସେମାନଙ୍କ ବକେୟା ଦରମା ପ୍ରଦାନ ଦାବି...

ଦରମା ଦାବିରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

ବାରିପଦା ଅଫିସ,୧୩ା୧୧- ବାରିପଦା ପୌର ପରିଷଦରେ ନିର୍ବାଚିତ ବୋର୍ଡର କାର୍ଯ୍ୟକାଳ ଗତ ଫେବୃୟାରୀରୁ ସରିଯାଇଥିବା ବେଳେ ବର୍ତ୍ତମାନ ଏହା ଜିଲା ପ୍ରଶାସନ ଦ୍ୱାରା ପରିଚାଳିତ ହେଉଛି।...

ରାସ୍ତା ମଝିରୁ ବିଦ୍ୟୁତ୍‌ ଖୁଣ୍ଟ ହଟୁନି, ଚାଲୁଛି କାମ

ଚଣ୍ଡିଖୋଲ,୨୯ା୧୨(ଡି.ଏନ୍‌.ଏ.): ଚୌଦ୍ୱାର ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଅନ୍ତର୍ଗତ ବଡ଼ଚଣା ଉପଖଣ୍ଡ ଅଧୀନରେ ରହିଛି ବାଲିଚନ୍ଦ୍ରପୁର-କଳାଶ୍ରୀ ରାସ୍ତା। ୫ କିଲୋମିଟର ୫ ଶହ ମିଟର ଏହି...

କରୋନା ପ୍ରଭାବ: ଶୂନଶାନ ବାରିପଦା ଛଉପଡ଼ିଆ

ବାରିପଦା ଅଫିସ, ୧୪ା୪- ଚୈତ୍ର ମାସ ଆସିଲେ ଦୁଲୁକି ଉଠେ ମୟୂରଭଞ୍ଜ ମାଟି। ବିଶ୍ୱ ପ୍ରସିଦ୍ଧ ଲୋକନୃତ୍ୟ ଛଉର ତାଳ ତାଳେ ବାଦ୍ୟକାର ଏବଂ ନୃତ୍ୟଶିଳ୍ପୀମାନେ...

‘ଗରିବ ମାରଣ ନୀତି ବନ୍ଦ କରନ୍ତୁ କେନ୍ଦ୍ର ସରକାର’

ପାଟଣା,୧୬ା୨(ସ୍ବ.ପ୍ର.): ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ରାଜ୍ୟର ୩.୨୫କୋଟି ଗରିବ ହିତାଧିକାରୀଙ୍କୁ ମୁଣ୍ଡ ପିଛା ୫ କିଗ୍ରା ଚାଉଳ ଯୋଗାଣରୁ ବଞ୍ଚିତ କରାଯାଇଥିବା ନିଷ୍ପତ୍ତି ବିରୋଧରେ...

ବିରୋଧୀଙ୍କୁ ରୋକିବାକୁ ଚାଲିଛି ପ୍ରସ୍ତୁତି

ପୁରୀ ଅଫିସ,୨୫।୪: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ନେଇ ଚାଲିଥିବା ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ନେଇ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ମତ...

Advertisement
Archives

Model This Week