Posted inଖେଳ

ପିଏସ୍‌ଜି ଛାଡିଲେ ଆଲ୍‌ଭେସ୍‌

ପ୍ୟାରିସ, ୨୩ା୬ (ଏଏଫ୍‌ପି)- ଡାନି ଆଲ୍‌ଭେସ୍‌ ପ୍ୟାରିସ ସେଣ୍ଟ-ଜର୍ମେନ (ପିଏସ୍‌ଜି)ଦଳ ପରିତ୍ୟାଗ କରିଛନ୍ତି। କୋପା ଆମେରିକାରେ ପେରୁ ବିପକ୍ଷରେ ବ୍ରାଜିଲର ୫-୦ଗୋଲରେ ବିଜୟ ପରେ ସେ ଏହି ଘୋଷଣା କରିଛନ୍ତି। ୩୬ବର୍ଷୀୟ ରାଇଟ୍‌ ବ୍ୟାକ୍‌ ବର୍ତ୍ତମାନ ବ୍ରାଜିଲ ଦଳର ଅଧିନାୟକ ଅଛନ୍ତି। ଗତ ଦୁଇ ସିଜନ ଧରି ସେ ଫ୍ରେଞ୍ଚ୍‌ ଚାମ୍ପିୟନ ଦଳ ସହିତ ରହିଛନ୍ତି। ତାଙ୍କ ଚୁକ୍ତି ମିଆଦ ଶେଷ ହୋଇଯାଇଛି। ସମସ୍ତ ବିଷୟର ଆରମ୍ଭ ଓ ଶେଷ ରହିଛି। ବର୍ତ୍ତମାନ ନିଷ୍ପତ୍ତି ନେବାର ସମୟ ଆସି ପହଞ୍ଚତ୍ଛି ବୋଲି ସେ ଇନ୍‌ଷ୍ଟାଗ୍ରାମ୍‌ରେ କହିଛନ୍ତି। ଆଲ୍‌ଭେସ କେଉଁ ଦଳରେ ଯୋଗ ଦେବେ ତାହା ସ୍ପଷ୍ଟ କରିନାହାନ୍ତି। କିନ୍ତୁ ତାଙ୍କ ଦେଶର ଲିଓନାର୍ଡୋ ନୂଆ ସ୍ପୋର୍ଟିଂ ଡାରେକ୍ଟର ଭାବେ ପିଏସ୍‌ଜିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଘାତଜନିତ କାରଣରୁ ବିଶ୍ୱର ସବୁଠାରୁ ଦାବି ଖେଳାଳି ନେମାରଙ୍କ ଭବିଷ୍ୟତ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିବା ବେଳେ ଆଲ୍‌ଭେସ୍‌ଙ୍କ ପିଏସଜି ପରିତ୍ୟାଗ ଚର୍ଚ୍ଚାର ବିଷୟ ହୋଇଛି। ଆଲ୍‌ଭେସ ଏବଂ ନେମାର ୨୦୧୭ରେ ଏକ ସମୟରେ ପିଏସ୍‌ଜିରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୫ମ ବିଶ୍ୱକପ୍ ଜିତିଲା ଭାରତ

ଆଣ୍ଟିଗୁଆ, ୬|୨: ପୁଣି ଥରେ ଭାରତୀୟ ଦଳ ହତେଇଛି ୧୯ ବର୍ଷରୁ କମ୍ ବିଶ୍ୱକପ୍। ଫାଇନାଲରେ ଭାରତ ୪ ଉଇକେଟରେ ଇଂଲଣ୍ଡକୁ ହରାଇ ଦେଇଛି। ଏହି...

ବିସିସିଆଇ ମାମଲା: ଆଜି ଶୁଣାଣି

ନୂଆଦିଲ୍ଳୀ,୧୪ା୯(ପି.ଟି.): ବିସିସିଆଇ ପକ୍ଷରୁ ଦାଖଲ କରାଯାଇଥିବା ପିଟିସନ୍‌ ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ବିସିସିଆଇ କାର୍ଯ୍ୟକର୍ତ୍ତାଙ୍କ ଦାୟିତ୍ୱ ଅବଧି ବୃଦ୍ଧି କରିବା ଉପରେ ଶୁଣାଣି କରିବା...

ଅହମ୍ମଦାବାଦ ଟେଷ୍ଟ ଡ୍ର’ ହେଲେ ଡବ୍ଲୁଟିସି ଫାଇନାଲ୍‌କୁ ଯିବ କି ଭାରତ? ଜାଣନ୍ତୁ କ’ଣ ରହିଛି ସମୀକରଣ

ଅହମ୍ମଦାବାଦ,୧୩।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅହମ୍ମଦାବାଦ ଟେଷ୍ଟ ଡ୍ର’ ଆଡ଼କୁ ଗତି କରୁଛି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୮୦ ରନ ସଂଗ୍ରହ କରିଥିଲା। ଏହାର...

କୋହଲିଙ୍କୁ ପଛରେ ପକାଇଲେ ମନ୍ଧାନା

ଆଣ୍ଟିଗୁଆ,୭।୧୧- ଭାରତୀୟ ମହିଳା ଦଳର ବାମହାତୀ ମହିଳା ଓପନର ସ୍ମୃତି ମନ୍ଧାନା ନିଜ କ୍ୟାରିୟରରେ ଆଉ ଏକ ସଫଳତାର ଫର୍ଦ୍ଧ ଯୋଡ଼ିଛନ୍ତି। ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ...

ଟ୍ରେନିଂ ପୂର୍ବରୁ ମିଟିଂରେ ଧୋନୀ ନିଷ୍ପତ୍ତି ଶୁଣାଇଥିଲେ

ନୂଆଦିଲ୍ଲୀ,୨୪।୩: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ଅଧିନାୟକ ପଦରୁ ଓହରି ଯାଇଛନ୍ତି ମହେନ୍ଦ୍ର ସିଂ ଧୋନୀ। ଧୋନୀ ଦଳର ନେତୃତ୍ୱ ହସ୍ତାନ୍ତର ପାଇଁ ଚିନ୍ତା କରୁଥିଲେ।...

ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଥର ଆଉଟ୍‌ ହୋଇଛନ୍ତି ଏହି କ୍ରିକେଟର

ଅନ୍ତର୍ଜାତୀୟ କ୍ରିକେଟର ସର୍ବଧିକ ଥର ଆଉଟ୍‌ ହୋଇଥିବା ଖେଳାଳିଙ୍କ ତାଲିକାରେ ସର୍ବାଗ୍ରେ ଅଛନ୍ତି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର। ୨୪ ବର୍ଷର କ୍ୟାରିୟରରେ ୨୦୦ଟି ଟେଷ୍ଟ, ୪୬୩ଟି...

ଦୀପ୍‌ଗ୍ରେସ୍‌ଙ୍କୁ ଅର୍ଜୁନ ପୁରସ୍କାର

ଭୁବନେଶ୍ୱର, ୧୫।୧୧ୟ(କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ମହିଳା ହକି ତାରକା ଦୀପ୍‌ଗ୍ରେସ୍‌ ଏକ୍କା ଅର୍ଜୁନ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ସମ୍ପ୍ରତି ଭାରତୀୟ ଦଳର ଉପଅଧିନାୟିକା...

ପୂର୍ବତନ ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ୟୁନୁସଙ୍କ ପରଲୋକ

  ଭୁବନେଶ୍ୱର, ୪।୫(କ୍ରୀଡ଼ା ପ୍ରତିନିଧି)- ରାଜ୍ୟର ପୂର୍ବତନ ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ସେକ୍‌ ୟୁନୁସଙ୍କର ସୋମବାର ସକାଳ ୫ଟାରେ ପରଲୋକ ଘଟିଛି। କଟକ ସେକ୍‌ ବଜାର...

Advertisement
Archives

Model This Week