ପିଇଲା ପାଏନ୍‌ ସମସିଆରେ ଯୁଝୁଛନ୍‌ କୁଟ୍ରୁ ଗଁ।ବାସୀ:ଏକା ଝରନ୍‌ ପାଏନ୍‌ ସାହାଭରସା

କୋକସରା,୨୭।୭ (ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଁଚେତ୍‌ ଆଦିବାସୀ ବହୁଲ ହେଇଥିଲାବେଲେ ପଁଚେତ୍‌ର ଅନେକ ଗଁ। ଜଂଗଲ ଭିତରେ ରହିଛେ। ସେନ୍‌ତା ସାହାଜଖୋଳ ସଂରକ୍ଷିତ ଜଂଗଲ ଭିତରେ ପଁଚେତ୍‌ର ରାଜସ୍ବ ଗଁ। କୁଟ୍ରୁ ରହିଛେ। ହେଲେ ଇ ଗଁ।ରେ ବରଷା ଦିନେ ବି ପିଇଲା ପାଏନ୍‌ର ବଡ଼ଭାରି ଅସବିଧା ଦେଖାଦେଇଛେ।
ସୂଚନା ଅନ୍‌ସାରେ ଜାତୀୟ ରାଜପଥ ୨୬ ଆମପାଣି ଘାଟି ବିରିମୁହାଣ ଛକ୍‌ରୁ ୧୨ କି.ମି. ଅତଡ଼ିଆ ଜଂଗ୍‌ଲି ରାସ୍‌ତା ପାର ହେଲେ ପଡ଼ସି କୁଟ୍ରୁ ଗଁ।। ଗଁ।କେ ଯିବାର ଲାଗି ଫିଦିନଅଁ। ରାସ୍‌ତା ନଁ।ଇଁନ। ବଡ଼ା କଷ୍‌ଟେ ଗଁ।ବାସୀ ଜଂଗଲ ଭିତରେ ଚାଲତି ରାସ୍‌ତାରେ ଯିବାର ଆଏବାର କରୁଛନ୍‌। ଇ ଗଁ।ରେ ଆଦିବାସୀ ଆର ହରିଜନ ସମାଜର ୬୨ଟା ପରିବାରର ପାଖାପାଖି ୫ଶହ ଲୋକ ବାସ୍‌ କରୁଛନ୍‌। ଗଁ।ବାସୀକର ପିଇଲା ପାଏନ୍‌ ସୁବିଧା ଲାଗି ଦୁଇଟା ଇନଟେକ ଓ୍ବେଲ ରହିଛେ, ହେଲେ ସେଟା ଗଁ।ବାସୀକର ଶୋଷ ମେଟେଇ ନାଇଁପାରବାର। ଇଆଡ଼େ ରାସ୍‌ତା ଅଭାବୁ ଗଁ।କେ ନଲ୍‌ଚୁଅଁ। କୁଡ଼ା କାଡ଼ି ଢୁକି ନାଇଁପାରବାର। ଯେନ୍‌ଥିରଲାଗି ଗଁ।ରେ ଆଏଜ୍‌ ବି ଗୁଟେ ନଲ୍‌ଚୁଅଁ। ନଁ।ଇଁନ। ଏନ୍‌ତାଥି ଗଁ।ବାସୀ ଉପେ ଶୂଇନ୍‌ ହେଇ ଗଁ। ପାସେ ଥିବାର ଗୁଟେ ଛୁଟିଆ ଝରନାର ପାଏନ୍‌କେ ଖାଏବା ପିଇବାରେ ବେଭାର କରୁଛନ୍‌। ହେଲେ ଗଁ।ବାସୀକର ଗଧାବୁଡ଼ା ଲାଗି ପାଏନ୍‌ର ବଡ଼ଭାରି ଅଭାବ ରହିଛେ। ଖରା, ବରଷା, ଶୀତ ସବୁ ମାସେ ଝରନା ପାଏନ୍‌ ଗଁ।ବାସୀକର ଶୋଷ୍‌ ମେଟଉଛେ। ମାସ୍‌କେତେ ତଲେ ଅନୁଷ୍ଠିତ ସାଧାରନ୍‌ ନିରବାଚନ ବେଲେ ଗଁ।ବାସୀ ଗଁ।ରେ ରହିଥିବାର ମଉଲିକ ସମସିଆର ସମାଧାନ ଦାବି କରି ଭୋଟ ବରଜନ କରିଥିଲେ। ଜଂଗଲ ଭିତରେ ଅତଡ଼ିଆ ଅଂଚଲରେ ରହୁଥିବାର ଇ ଅଧିବାସୀମାନକୁ ପରଶାସନ ଆଏଜ୍‌ ବି ଅନ୍‌ଦେଖା କରୁଥିବାର ଗଁ।ବାସୀ ଅଭିଯୋଗ କରିଛନ୍‌। ସେନ୍‌ତା ଗଁ।ବାସୀ ସମସିଆ ବାବ୍‌ଦେ ଜିଲାପାଲକଁର ଅଭିଯୋଗ ଶୁନାନିରେ ବି ଲିଖିତ ଅଭିଯୋଗ କରିଥିବାର ଗଁ।ର ଉଛବ ଠାକୁର, ଗଗନେଶ୍ୱର ଠାକୁର, ସତ୍ୟବତୀ ଦୁର୍ଗା, ମୁଗେ ମାଝୀ, ବୁଦେ ଜାନି, ଧମନତୀ ସୁନାନୀ, ଜଗନ୍ନାଥ ପୁଝାରୀ, ରଘୁମଣୀ ପୁଝାରୀ, ରାମ ମାଝୀ ପରମୁଖ କହିଛନ୍‌। ଇ ବାବ୍‌ଦେ କୋକସରା ବ୍ଲକ ଗ୍ରାମ୍ୟ ପରିମଳ ଓ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ଅଜିତ ସେଠୀକୁଁ ପଚରାଲାରୁ ଏହେଦେ ବରଷା ଦିନର ଲାଗି ଗାଡ଼ି ଯିବାର ସମ୍‌ଭବ ନୁହେ। ବରଷା ଦିନ ପରେ ଗଁ।ରେ ନଲ୍‌ଚୁଅଁ। କୁଡ଼ବାର ଲାଗି ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନ ହେବ ରାସ୍ତାରେ ପୂର୍ବମୁହାଁ ବସିଛନ୍ତି ବାପା: କାରଣ ଜାଣିଲେ ଆଖିରେ ଆସିଯିବ ଲୁହ

ଭୁବନେଶ୍ବର/ଜଗନ୍ନାଥପ୍ରସାଦ, ୨୧ା୫(ପ୍ରସନଜିତ୍‌ ସାହୁ)/ବିଭୁପ୍ରସାଦ ପଟ୍ଟନାୟକ):୭ ମାସ ତଳେ ନିଖୋଜ ହୋଇଥିବା ପୁଅକୁ ପାଇବାକୁ ଜଣେ ବାପା ଗଞ୍ଜାମରୁ ଭୁବନେଶ୍ୱର ଆସିଛନ୍ତି। ଜଣେ ବାବାଙ୍କ ପରାମର୍ଶକ୍ରମେ ବ୍ୟକ୍ତିଜଣକ ଖଣ୍ଡଗିରିସ୍ଥିତ…

ପଞ୍ଜାବରେ ଅଦିନିଆ ରଥଯାତ୍ରା ସ୍ଥଗିତ: ଶ୍ରୀମନ୍ଦିର ପ୍ରଶାସନର ହସ୍ତକ୍ଷେପ

ପୁରୀ,୨୧୫(ଅଜିତ୍‌ କୁମାର ମହାନ୍ତି):ପଞ୍ଜାବରେ ଅଦିନିଆ ରଥଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖି…

କୁମ୍ଭାରକାନିଠାରେ ବିଜିସିସି ନକ୍‌ଆଉଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ: ବାରାକାଉଡ଼ିକୁ ହରାଇ କାଠକୁରା ଚମ୍ପିୟାନ୍

ଥୁଆମୂଳ ରାମପୁର, ୨୦।୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବାଗଡିଆଣି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରକାନି ପୁରୁଣା ଖେଳ ପଡ଼ିଆ (କାଶୀପୁର ରୋଡ)…

ଚିକିତ୍ସା ଅବହେଳାରୁ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ: ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରବଳ ଉତ୍ତେଜନା

ବାଣପୁର, ୨୦।୫(ଦିଲ୍ଲୀପ କୁମାର ସ୍ବାଇଁ): ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଗର୍ଭବତୀ ମହିଳାଙ୍କ ଚିକିତ୍ସା ସମୟରେ ମୃତ୍ୟୁକୁ ନେଇ ମେଡିକାଲ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…

କ୍ୟାବିନେଟ୍‌ ବୈଠକ, ୭ ବିଭାଗର ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ବର,୨୦।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିଥିଲା । ଏଥିରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ୭ଟି ବିଭାଗର ୧୦ଟି ପ୍ରସ୍ତାବକୁ…

ଔଷଧ ଦୋକାନ ମାଲିକଙ୍କ ଫଟୋ ବ୍ୟବହାର କରି ଏସି ଠକେଇ, ୩ ଜଣଙ୍କଠୁ ୪୭ ହଜାର ଲୁଟିନେଲେ

ଭଞ୍ଜନଗର,୨୦।୫(ବାବୁଲା ପ୍ରଧାନ): ସରକାର ଯେତିକି ସଚେତନତା କରୁଛନ୍ତି ଦୁର୍ବୃତ୍ତମାନେ ଆଉ ଟିକେ ଆଗକୁ ଯାଇ ଠକେଇ କରୁଛନ୍ତି । ଲୋକେ ମଧ୍ଯ ବିଭିନ୍ନ ପରିସ୍ଥିତି ଏବଂ କାରଣରୁ…

ବିଲକୁ ଯାଇଥିବା ବେଳେ ବଜ୍ରପାତରେ ଯୁବକ ମୃତ, ଜଳି ଯାଇଥିଲା ପିଠି

ବୈଶିଙ୍ଗା,୨୦।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ତଥା ବଡ଼ସାହି ବ୍ଲକ ଅନ୍ତର୍ଗତ ମାନଗୋବିନ୍ଦପୁର ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ବଜ୍ରପାତ ଯୋଗୁଁ ଜଣେ ଚାଷୀଙ୍କ ବିଲରେ ମୃତ୍ୟୁ…

ବଲାଙ୍ଗୀରରେ ହୋଟେଲ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଟାଉନ ଥାନା ପୋଲିସ…

ବଲାଙ୍ଗୀର,୨୦।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ଅଭାବନୀୟ ଘଟଣା । ସହର ମୁଖ୍ୟ ରାସ୍ତା କଡ଼ରେ ଥିବା ହୋଟେଲରୁ ବୁଧବାର ସନ୍ଧ୍ୟାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri