ପିଇଲା ପାଏନ୍‌ ଲାଗି ଡହକ୍‌ବିକଲ: ଅଂଚଲବାସୀକୁ ନିଅଁଟ ଟ୍ୟାଙ୍କର ପାଏନ୍‌

ସଇଁତଲା, ୩୧ା୫ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ସଇଁତାଲା ବ୍ଲକଛକ୍‌ ଅଂଚଲର ଗୁଟେ ମୁଖିଆ ଜାଗା। ଇଠାନେ ବ୍ଲକସ୍ତରୀୟ ଅନେକ ସରକାରୀ ଅଫିସ, ସ୍କୁଲ ରହିଛେ। ସବୁ ଅଫିସର କରମଚାରୀ ସମେତ ଇଠାନ୍‌କେ ଭିନେ ଭିନେ କାମ୍‌ରେ ଫିଦିନ୍‌ ଶହ ଶହ ଲୋକ୍‌ ଯିବାର ଆଏବାର କରୁଛନ୍‌। ଇତାର ବାହାରେ ସରକାରୀ ଅଧ୍‌କାରୀ, କରମଚାରୀମାନେ ସରକାରୀ କୁଠାମାନକେ ରହୁଥିଲାବେଲେ ବ୍ଲକଛକ୍‌ ପାସେ ପାଖାପାଖି ୫୦ଟା ପରିବାର ରହୁଛନ୍‌। ହେଲେ ଇଠାନେ ଲୁକ୍‌କର ପିଇଲା ପାଏନ୍‌ ଲାଗି ହେନ୍‌ତା କିଛି ଖାସ୍‌ ବେବସ୍‌ତା ନଁାଇଁନ। ଅଂଲରେ ଅନେକ ନଲ୍‌ଚୁଅଁା ରହିଛେ ସତ୍‌, ହେଲେ କେତେ ନଲ୍‌ଚୁଅଁା ଅଚଲ ହେଇ ପଡ଼ିଥିଲାବେଲେ ବଡ଼ଭାଗି ନଲ୍‌ଚୁଅଁାରୁ ଫ୍ଲୋରାଇଡ୍‌ ମିଶା ପାଏନ୍‌ ବାହାରୁଛେ। ଯେନ୍‌କେତେଟା ନଲ୍‌ଚୁଅଁାରୁ ଭଲ୍‌ ପାଏନ୍‌ ବାହାରୁଛେ ସେଠାନେ ଘଁଟା ଘଁଟା ଧରି ଲୁକ୍‌କର ଲମ୍‌ବା ଲାଇନ୍‌ ଲାଗୁଛେ। ଏନ୍‌ତାଥି ବ୍ଲକ ଅଂଚଲବାସୀ ବଛରକୁତା ପିଇଲା ପାଏନ୍‌ ସମସିଅରେ ଯୁଝୁଛନ୍‌। ଖରାଦିନେ ଅଂଚଲବାସୀକର ଇ ସମସିଆଟା ଦୁଇଗୁନା ହେଇଯାଉଛେ। ସଖାଲ ପାଏଲେ ଲୁକ୍‌କର ପିଇଲା ପାଏନ୍‌ ଚିନ୍‌ତା। ଫିଦିନ୍‌ ଅଂଚଲବାସୀ ୩ କି.ମି. ଦୂରିଆ ଲାନ୍ଥନଦୀରୁ ପିଇଲା ପାଏନ୍‌ ଆନୁଥିବାର ଦେଖ୍‌ବାକେ ମିଲୁଛେ। ଅବସ୍‌ତା ଏନ୍‌ତା ଯେ, ଲୋକ୍‌ ଉପେ ଶୂଇନ୍‌ ହେଇ ଲୋକ୍‌ ନଲ୍‌ଚୁଅଁାର ଫ୍ଲୋରାଇଡ୍‌ ମିଶା ପାଏନ୍‌, ବଁଧକଟାର ଗୁଲିଆ ପାଏନ୍‌ ବେଭାର କରୁଛନ୍‌। ପିଇଲା ପାଏନ୍‌ ସମିଆକେ ଦେଖି ସଇଁତଲା ପଁଚେତ୍‌ ତରଫୁ ଅଂଚଲବାସୀକୁ ଗୁଟେ ଟ୍ୟାଙ୍କରରେ ପାଏନ୍‌ ଯୁଗେଇ ଦିଆଯାଉଛେ। ହେଲେ ସେଟା ବି କେନ୍‌ଦିନ ଆଏଲେ କେନ୍‌ଦିନ ନାଇଁ। ଯେନ୍‌ଦିନ ଟ୍ୟାଙ୍କର ଆସୁଛେ ପାଏନ୍‌ ନେବାର ଲାଗି ଲୁକ୍‌କର ଭିଡ଼ ଜମୁଛେ। ଇ ବାବ୍‌ଦେ ଜଳ ଯୋଗାଣ ବିଭାଗର ଯନ୍ତ୍ରୀ ପ୍ରଭାତ ସେଠୀକୁଁ ପଚରାଲାରୁ ବ୍ଲକଛକକେ ନଦୀ ପାଏନ୍‌ ପାଇପ୍‌ରେ ଯୁଗାବାର ବେବସ୍‌ତା ନାଇଁହେଇ। ନୂଅଁା ପ୍ରକଳ୍ପ ଲାଗି ବି ହେନ୍‌ତା କିଛି ଯୋଜନା ନଁାଇଁନ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

ଡେବ୍ରିଗଡ଼ ଅଭୟାରଣ୍ୟ: ବିରଳ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢୁଛି

ସାରା ଦେଶରେ ବିରଳ ତଥା ସଂରକ୍ଷିତ ଧାରା ‘ସିଡ୍ୟୁଲ-୧’ ଶ୍ରେଣୀଭୁକ୍ତ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଥିବା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ହୀରାକୁଦ…

ଜମନକିରାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ୧୮୫ ପଦବୀରୁ ୮୯ ଖାଲି, ଡାକ୍ତର-କର୍ମଚାରୀ ଅଭାବରେ ରୋଗୀ ହନ୍ତସନ୍ତ

ଜମନକିରା,୪।୯:(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ଦାବି କରୁଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ…

ଜମନକିରା ବ୍ଲକରେ ହାତୀ ଉପଦ୍ରବ: ଏକର ଏକର ଧାନ କ୍ଷେତ ଉଜୁଡ଼ିଲା, ଚିନ୍ତାରେ ଚାଷୀକୂଳ

ଜମନକିରା,୪।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ବ୍ଲକ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଏବେ ଚରମ ସୀମାରେ ପହଞ୍ଚିଛି । ବିଶେଷ କରି ବଡ଼ରମା ବନ୍ୟପ୍ରାଣୀ ରେଞ୍ଜ…

ଦେଢ଼ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ଜଣଙ୍କୁ ଗିରଫ କରି…

ସମ୍ବଲପୁର,୩ା୯(ପ୍ରମୋଦ): ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଛକ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇ ପ୍ରାୟ ୧୨ ଗ୍ରାମ ବ୍ରାଉନସୁଗାର ଜବତ…

ପୁଣି ଫୁଲିଲା ହୀରାକୁଦ, ଏବେ ୪ ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର,୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମଶଃ ବୃଦ୍ଧି ପାଇ ୬୨୭ ଫୁଟ ଟପିଯାଇଛି। ଫଳରେ ଗୁରୁବାର ସକାଳେ ପୁଣି ୨ଟି ସ୍ଲୁଇସ ଗେଟ୍‌ ଖୋଲି ଦିଆଯାଇଛି।…

ଖଇରୀଙ୍କ ମୁଣ୍ଡ ଉପରେ ୫ ନାତୁଣୀନାତିଙ୍କ ଭାର: ଦୁଇ ମୁଠା ଖାଦ୍ୟ ପାଇଁ କରୁଛନ୍ତି ସଂଘର୍ଷ

ଜମନକିରା,୩।୯(ରବିନ୍ଦ୍ର ପ୍ରସାଦ ଦାନୀ): ସମୟ ବଦଳିଲେ ମଣିଷର ଭାଗ୍ୟ ବି ବଦଳିଯାଏ। କିନ୍ତୁ କିଛି ଲୋକଙ୍କ ଜୀବନରେ ଏଭଳି ପରିସ୍ଥିତି ଆସେ, ଯେଉଁଠି ଦୁଃଖ କେବେ ସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri