ପାର୍ସଲ ବଗିରୁ ସାମଗ୍ରୀ ଚୋରି ଘଟଣାର ପର୍ଦ୍ଦାଫାଶ: ଷ୍ଟେଶନ ମାଷ୍ଟର ସମେତ ୩ ଗିରଫ

ଭଦ୍ରକ ଅଫିସ, ୪ା୧୨- ବିଭିନ୍ନ ଟ୍ରେନର ପାର୍ସଲ ଭ୍ୟାନରେ ପଠାଯାଉଥିବା ପ୍ୟାକେଟ୍‌କୁ ଚତୁରତାର ସହ ଖୋଲି ସେଥିରୁ ସାମଗ୍ରୀ ଚୋରି କରାଯିବା ଘଟଣାର ପର୍ଦ୍ଦାଫାଶ ହୋଇଛି। ଦୁଇଦିନ ତଳେ ହାଓଡ଼ା-ତିରୁଚିରାପଲ୍ଲୀ ଟ୍ରେନର ପାର୍ସଲ ବଗି ଖୋଲି ସେଥିରେ ଥିବା ପ୍ୟାକେଟ୍‌ରୁ ଲକ୍ଷାଧିକ ଟଙ୍କାର ଦାମୀ ଶାଢ଼ି ଚୋରି କରି ନିଆଯାଇଥିଲା। ଏହିି ଘଟଣାରେ ଖୋଳତାଡ କରୁଥିବା ଭଦ୍ରକ ଆର୍‌ପିଏଫ୍‌ କୌଣସି ସୂତ୍ରରୁ ସୂଚନା ପାଇ ଇଷ୍ଟ କୋଷ୍ଟ ରେଳବାଇ ଅଧୀନ ମଞ୍ଜୁରିରୋଡ଼ ଷ୍ଟେଶନରେ ମଙ୍ଗଳବାର ଚଢାଉ କରିଥିଲା। ଆର୍‌ପିଏଫ୍‌ ଆଇଆଇସି ବିକାଶ ରଞ୍ଜନ ସିଂ ଓ ଏସ୍‌ଆଇ ଲାଲବିହାରୀଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢାଉ କରି ପାର୍ସଲ ବଗିରୁ ପ୍ୟାକେଟ୍‌ ଖୋଲି ଚୋରି କରି ନିଆଯାଇଥିବା କେତେକ ଦାମୀ ଲୁଗା ସେଠାକାର ଷ୍ଟେଶନ ପରିସରରୁ ଜବତ କରିଥିଲା। ଏହି ଘଟଣାରେ ଆର୍‌ପିଏଫ୍‌ ମଞ୍ଜୁରିରୋଡ଼ ଷ୍ଟେଶନ ମାଷ୍ଟର କୁର୍ତ୍ତବର୍ମା ଓଝାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି।
ଗିରଫ ଷ୍ଟେଶନ ମାଷ୍ଟରଙ୍କ ଘର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଣିଆ ଗାଁରେ । ଅନ୍ୟ ଦୁଇ ଗିରଫ ଅଭିଯୁକ୍ତ ହେଲେ ରେଳ କର୍ମଚାରୀ ଟୋକେନ ପୋର୍ଟର ଖୋର୍ଦ୍ଧା ଜିଲା ରାମଚନ୍ଦ୍ରପୁର ଗାଁର ସାମସନ ବିଶ୍ୱାଳ ଏବଂ ମଞ୍ଜୁରିରୋଡ଼ ନିକଟସ୍ଥ ସାତଶୋଳା ଗାଁର ସହଯୋଗକାରୀ ସନ୍ତୋଷ ସେନାପତି। ଏହି ୩ ଗିରଫ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ଭଦ୍ରକ ଉପକାରାଗାରକୁ ପଠାଇ ଦିଆଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଅଟୋ ଡ୍ରାଇଭର ଫେରାର ରହିଛନ୍ତି। ତାଙ୍କୁ ଧରିବା ଲାଗି ତନାଘନା ଚାଲିଛି। ଏହି ସାମଗ୍ରୀ ଚୋରି ଘଟଣାରେ ଦଫା ୩-ଏ, ଏଆର୍‌ପିଏଫ୍‌ ଅନୁଯାୟୀ ଏକ ମାମଲା (ନଂ ୧୪/୧୯) ରୁଜୁ କରାଯାଇଛି। ଭଦ୍ରକ ଆର୍‌ପିଏଫ୍‌ ଆଇଆଇସି ସିଂ ଏହି ସୂଚନା ଦେଇ କହିଛନ୍ତି ଯେ, ମଞ୍ଜୁରିରୋଡ଼ ଦେଇ ଯାତାୟାତ କରୁଥିବା ବିଭିନ୍ନ ଟ୍ରେନକୁ ଷ୍ଟେଶନରେ ଅଟକା ସେଥିରେ ସଂଲଗ୍ନ ପାର୍ସଲ ଭ୍ୟାନ ଖୋଲି ବିଭିନ୍ନ ପ୍ୟାକେଟରେ ଯାଉଥିବା ସାମଗ୍ରୀ ଚୋରି କରି ନିଆଯାଉଥିଲା। ପୂର୍ବରୁ ଏଭଳି ଚୋରି ସମ୍ପର୍କରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ପତ୍ତା ମିଳୁ ନ ଥିଲା। ମଙ୍ଗଳବାର ଭଦ୍ରକ ରେଳବାଇ ପୋଲିସର ଚଢାଉ ବେଳେ ଷ୍ଟେଶନ ପରିସରସ୍ଥିତ ଏକ କୋଠରିରୁ ଲୁଟ୍‌ ଦାମୀ ଶାଢି ଠାବ କରାଯିବାରୁ ରହସ୍ୟ ଉପରୁ ପର୍ଦ୍ଦା ହଟିଥିଲା। ଏ ନେଇ ଆହୁରି ଅଧିକ ତଦନ୍ତ ଜାରି ରହିଥିବା ଆଇଆଇସି ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଯେତେ ମୁଣ୍ଡ ଯାଉଛି ଯାଉ କମ୍ପାନୀ ହାତରେ କୁଟ୍ରୁ ମାଳି ଟେକି ଦେବୁ ନାହିଁ’

ଥୁଆମୂଳ ରାମପୁର,୧୬।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନ କେରପାଇ ପଞ୍ଚାୟତ କୁଟ୍ରୁ ମାଳି ପାହାଡ଼ରେ ରବିବାର ଏକ ସଂଗ୍ରାମୀ ସଭା ଅନୁଷ୍ଠିତ...

ଭଡାଘରୁ ମିଳିଲା ବରିଷ୍ଠ କିରାଣୀଙ୍କ ମୃତଦେହ

ରେଢାଖୋଲ,୧୬ା୬(ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ନାକଟୀଦେଉଳ ତହସିଲ ଅଫିସର ବରିଷ୍ଠ କିରାଣୀ କ୍ଷିରୋଦ କୁମାର ବଳ(୫୦)ଙ୍କ ମୃତଦେହ ରେଢାଖୋଲ ଏନଏସି ୱାର୍ଡ ନଂ ୮ ଗଣେଷନଗରସ୍ଥିତ...

କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୨ ସାଙ୍ଗଙ୍କ ଜୀବନ

ଖଲ୍ଲିକୋଟ,୧୬।୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅଧୀନ ନିର୍ମଳଝରଠାରେ ଏକ କାର୍‌-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍‌ ଆରୋହୀ ୨...

ମେଳାରେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡ଼ା ପଞ୍ଚାୟତ ଜକମେରୀପଲ୍ଲୀ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗ୍ରାମର ନରସିଂହ ବେହେରା ନାମକ ଜଣେ...

ରଜରେ ମିଳିଲାନି ଦରମା, କର୍ମଚାରୀ ଅସନ୍ତୋଷ

କେନ୍ଦୁଝର,୧୬।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌରପାଳିକାରେ ବିଭିନ୍ନ ପାର୍କମାନଙ୍କରେ ନିଯୁକ୍ତି ପାଇଥିବା ସିକ୍ୟୁରିଟି ଗାର୍ଡ ଏବଂ ସୁଇପରମାନଙ୍କୁ ଗତମାସର ଦରମା ଅଦ୍ୟାବଧି ମିଳି ନାହିଁ ।ଫଳରେ...

ମମିତା ମେହେର ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି

କଣ୍ଟାବାଞ୍ଜି,୧୬ା୬: ପୁଣି ଥରେ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ତଦନ୍ତ ପାଇଁ ଦାବି ହୋଇଛି। ମମିତାଙ୍କ ପରିବାରକୁ ରବିବାର ଭେଟିଛନ୍ତି ନବ ନିର୍ବାଚିତ ବିଧାୟକ ଲକ୍ଷ୍ମଣ...

ଜଳିଗଲା ୪ବଖରା ଘର

କେନ୍ଦ୍ରାପଡ଼ା,୧୬।୬: କେନ୍ଦ୍ରାପଡ଼ା ଜିଲା ଆଳି ଥାନା ବଡ଼ମାନୁପୁର ଗାଁରେ ରବିବାର କ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୪ ବଖରା ଚାଳଛପର ଘର ପୋଡି ସମ୍ପୂର୍ଣ୍ଣ ନଷ୍ଟ...

ବାର୍‌ହା ଶିକାରୀ ଗିରଫ

ଭୁବନ,୧୬ା୬(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବନ ବିଭାଗ ପକ୍ଷରୁ ରବିବାର ଚଢ଼ାଉ କରାଯାଇ ବାର୍‌ହା ମୃତଦେହ ଜବତ କରାଯିବା ସହିତ ଅଭିଯୁକ୍ତଙ୍କୁ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri