ପାରାଦୀପ-ହରିଦାସପୁର ରେଳପଥ : କାର୍ଯ୍ୟରେ ଅଙ୍କୁଶ ଲଗାଇଲେ ଏନ୍‌ଜିଟି

ପାରାଦୀପ,୨୩।୮(ସ୍ବ.ପ୍ର.): ପାରାଦୀପ-ହରିଦାସପୁର ରେଳପଥ ନିର୍ମାଣକୁ ନେଇ ଏବେ ପୁଣି ବିବାଦ ସୃଷ୍ଟି ହୋଇଛି। ଏହି ରେଳପଥ ନିର୍ମାଣ କ୍ଷେତ୍ରରେ ଅନିୟମିତତା ଏବଂ ଇଆଇଏ (ଏନଭର୍ନମେଣ୍ଟ ଇମ୍ପ୍ୟାକ୍ଟ ଆସେସମେଣ୍ଟ)କୁ ନେଇ ଏନ୍‌ଜିଟି (ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ) କାର୍ଯ୍ୟରେ ଅଙ୍କୁଶ ଲଗାଇଛନ୍ତି। ସୂଚନା ଅନୁଯାୟୀ, ଏହି ନିର୍ମାଣ କାର୍ଯ୍ୟରେ ଅନିୟମିତତା ନେଇ କେନ୍ଦ୍ରାପଡ଼ା ଜିଲାର ଶଶିଭୂଷଣ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ଏନ୍‌ଜିଟିରେ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗ ଆଧାରରେ ନଂ.୫୫/୨୦୧୮ରେ ଏକ ମାମଲା ରୁଜୁ ହୋଇଛି। ଏନ୍‌ଜିଟିଙ୍କ ନିର୍ଦ୍ଦେଶ କ୍ରମେ ଏକ ୪ଜଣିଆ କମିଟି ଏହାର ଯାଞ୍ଚ କରି ଗତ ୯ ତାରିଖରେ ଯେଉଁ ରିପୋର୍ଟ ଦେଇଛନ୍ତି, ସେଥିରୁ ରେଳପଥ ନିର୍ମାଣ କାର୍ଯ୍ୟରେ ବ୍ୟାପକ ତ୍ରୁଟି ରହିଥିବା ଜଣାଯାଇଛି। ଏସ୍‌ସିବି ମେଡିକାଲ କଲେଜର ଜଣେ ଡାକ୍ତର, କୃଷି ଓ ଉଦ୍ୟାନ ବିଭାଗର ୨ଜଣ ଅଧିକାରୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ଅଧିକାରୀ ଏହି କମିଟିରେ ସଦସ୍ୟ ଅଛନ୍ତି। ସେମାନେ ଦର୍ଶାଇଛନ୍ତି ଯେ, ରେଳପଥ ନିର୍ମାଣବେଳେ ଯେଉଁ ମାଟି ଖୋଳାଯାଉଛି ସେଥିପାଇଁ ବିଭାଗୀୟ ଅଧିକାରୀଙ୍କଠାରୁ ଅନୁମତି ନିଆଯାଇନାହିଁ। କେନ୍ଦ୍ରାପଡ଼ା ଜିଲାର ୪୦ କି.ମି. ରେଳପଥ ପାଇଁ ସମ୍ପୃକ୍ତ ଅଞ୍ଚଳର ତହସିଲଦାର ଦେଇଥିବା ରିପୋର୍ଟରେ ତାଳମେଳ ନାହିଁ। ଯେଉଁ ଅଞ୍ଚଳ ଦେଇ ରେଳପଥ ନିର୍ମାଣ ହେଉଛି, ସେହି ଅଞ୍ଚଳର କୃଷି, ମୃତ୍ତିକା, ଜୀବନଶୈଳୀ ଉପରେ ପଡିବାକୁ ଥିବା ପ୍ରଭାବ ଉପରେ ଆବଶ୍ୟକ ତର୍ଜମା କରାଯାଇନାହିଁ। ଏହି ରିପୋର୍ଟ ଆଧାରରେ ସମ୍ପୃକ୍ତ ଠିକାସଂସ୍ଥା ମାଟି ଖୋଳା ବାବଦ ଜରିମାନା ଦେବାକୁ ମଧ୍ୟ ସ୍ଥିର ହୋଇଛି। ସୂଚନାଯୋଗ୍ୟ, ୮୧ କିମିର ଏହି ରେଳପଥ ପାଇଁ ୨୦୦୯ରୁ ସରକାର ଉଦ୍ୟମ ଚଳାଇଛନ୍ତି। ଅନେକ ବିବାଦ, ରେଳ ବଜେଟ୍‌ରେ ଅର୍ଥ ବୃଦ୍ଧି ଆଦି ଯୋଗୁ କାର୍ଯ୍ୟରେ ବହୁ ବିଳମ୍ବ ହୋଇସାରିଲାଣି। ଗତ ମାସରେ କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ ୨୦୧୯ ଡିସେମ୍ବର ମାସ ସୁଦ୍ଧା ଏହି ରେଳପଥରେ ଟ୍ରେନ ଚଳାଚଳ କରିବ। ଏପରି କି ଉକ୍ତ ରେଳପଥରେ ପରୀକ୍ଷାମୂଳକ ଭାବେ ଏକ ରେଳ ଇଞ୍ଜିନ ଗଡ଼ି ସାରିଲାଣି। ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ରେଳପଥ କାମ ଚାଲିଥିଲା। ଏହି ସମୟରେ ଏବେ ଏନଜିଟି ନିର୍ମାଣ କାମ ଉପରେ ଅଙ୍କୁଶ ଲଗାଇବା ଫଳରେ ତାହା ପୁଣି ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ଏହି ୮୧ କି.ମି. ରେଳପଥ ମଧ୍ୟରେ କେନ୍ଦ୍ରାପଡ଼ା ଜିଲାର ୪୦ କି.ମି. ରହୁଛି, ଯାହା କି କେନ୍ଦ୍ରାପଡ଼ା ଜିଲା ପାଇଁ ପ୍ରଥମ ରେଳଲାଇନ୍‌ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଓଳାଶୁଣୀରେ କେଶ ଯାତ୍ରା

ଚଣ୍ଡିଖୋଲ,୧୭ା୧:ଓଡ଼ିଶା ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା ମାଘ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥି ତଥା ଆସନ୍ତା ୧୮ରେ ଆରମ୍ଭ ହେବ। ମେଳା ଆରମ୍ଭ ପୂର୍ବରୁ...

୧୯୭୧ ଯୁଦ୍ଧର ୫୦ ବର୍ଷ ପୂର୍ତ୍ତି ପାଳନ

ଢେଙ୍କାନାଳ ଅଫିସ,୪ା୧୧: ୧୯୭୧ ଯୁଦ୍ଧର ୫୦ ବର୍ଷ ପୂର୍ତ୍ତି ଅବସରରେ ତଥା ସର୍ଣ୍ଣିମ ବିଜୟ ବର୍ଷ ପାଳନ ଉପଲକ୍ଷେ ଢେଙ୍କାନାଳ ରାଜବାଟୀରେ ବ୍ରିଗେଡିୟର କାମାକ୍ଷା ପ୍ରସାଦ...

ଜାଲ୍‌ ଡ୍ରାଇଭିଂ ଲାଇସେନ୍ସ ଜାଲରେ ଯୁବକ

ବୈପାରିଗୁଡା,୧୯ା୯ (ଡି.ଏନ୍‌.ଏ):ସଡକ ଦୁର୍ଘଟଣା ଏଡାଇବା ପାଇଁ ପରିବହନ ବିଭାଗ ପକ୍ଷରୁ କଠୋର ଆଇନ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସମୟରେ ଟ୍ରାଫିକ୍‌ ଓ ପୋଲିସ୍‌ ପକ୍ଷରୁ ମଧ୍ୟ...

ସମ୍ପର୍କୀୟଙ୍କ ମୃତଦେହ ସଂସ୍କାର କରିବାକୁ ଆସି କୋଲାବ ଜଳଭଣ୍ଡାରରେ ବୁଡ଼ିଗଲେ ବୃଦ୍ଧ

କୋରାପୁଟ,୮ା୧୦(ସ୍ବ.ପ୍ର.): କୋରାପୁଟସ୍ଥିତ କୋଲାବ ଜଳଭଣ୍ଡାରରେ ବୁଡ଼ି ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। କୋରାପୁଟ ଓଡ୍ରାଫ୍‌ ଟିମ୍‌ ପକ୍ଷରୁ ଗୁରୁବାର ସକାଳେ ଜଳଭଣ୍ଡାରରେ ଦୀର୍ଘ ସମୟ...

ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ଆହତଙ୍କ ସଂଖ୍ୟା ୨୫କୁ ବୃଦ୍ଧି

ପାପଡ଼ାହାଣ୍ଡି,୧୫।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମୃଗବିହାର ନିକଟରେ ଶନିବାର ଏକ ଘରୋଇ ବସ୍‌ ଦୁର୍ଘଟଣା ଘଟି ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ତେବେ...

ପ୍ରଶାସନଠୁ ନିରାଶ ପରେ ରାସ୍ତା ମରାମତି ଲାଗି ଅଣ୍ଟା ଭିଡ଼ିଲେ ଗ୍ରାମବାସୀ

କେନ୍ଦୁଝର,୨୧।୧୦(ସ୍ବ.ପ୍ର.): ପ୍ରଶାସନର ପ୍ରତିଶ୍ରୁତି ବିଫଳ ପରେ ରାସ୍ତା ମରାମତି ଲାଗି ଅଣ୍ଟା ଭିଡ଼ିଲେ ଗ୍ରାମବାସୀ। ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ସଦର ବ୍ଲକ କବିତ୍ରା...

ଓଏସ୍‌ଏମ୍‌ଇ ହଷ୍ଟେଲରେ ରାଗିଂ ଘଟଣାର ହେଲା କାର୍ଯ୍ୟାନୁଷ୍ଠାନ

କେନ୍ଦୁଝର,୨୪।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସ୍ଥାନୀୟ ଓଡିଶା ଖଣି ଓ ଯାନ୍ତ୍ରିକ ବିଦ୍ୟାଳୟର ଖଣ୍ଡାଧାର ହଷ୍ଟେଲରେ ତୃତୀୟ ବର୍ଷର ଛାତ୍ର ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ କରିଥିଲେ।...

ନିର୍ମାଣ ଶ୍ରମିକଙ୍କୁ ମିଳୁନି ସହାୟତା, ଶ୍ରମ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ

ବରଗଡ଼ ଅଫିସ୍‌,୮।୫-କରୋନା(କୋଭିଡ୍‌-୧୯) ଭୂତାଣୁ ପ୍ରତିହତ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ ଘୋଷଣା କରାଯାଇଛି। ଏପରିସ୍ଥିତିରେ କାମଧନ୍ଦା ବନ୍ଦ ହୋଇଯାଇ ଥିବା ଯୋଗୁ ନିର୍ମାଣ ଶ୍ରମିକଙ୍କୁ ସରକାରଙ୍କ ପକ୍ଷରୁ...

Advertisement
Archives

Model This Week