ପାରାଦୀପ-ହରିଦାସପୁର ରେଳପଥ : କାର୍ଯ୍ୟରେ ଅଙ୍କୁଶ ଲଗାଇଲେ ଏନ୍‌ଜିଟି

ପାରାଦୀପ,୨୩।୮(ସ୍ବ.ପ୍ର.): ପାରାଦୀପ-ହରିଦାସପୁର ରେଳପଥ ନିର୍ମାଣକୁ ନେଇ ଏବେ ପୁଣି ବିବାଦ ସୃଷ୍ଟି ହୋଇଛି। ଏହି ରେଳପଥ ନିର୍ମାଣ କ୍ଷେତ୍ରରେ ଅନିୟମିତତା ଏବଂ ଇଆଇଏ (ଏନଭର୍ନମେଣ୍ଟ ଇମ୍ପ୍ୟାକ୍ଟ ଆସେସମେଣ୍ଟ)କୁ ନେଇ ଏନ୍‌ଜିଟି (ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ) କାର୍ଯ୍ୟରେ ଅଙ୍କୁଶ ଲଗାଇଛନ୍ତି। ସୂଚନା ଅନୁଯାୟୀ, ଏହି ନିର୍ମାଣ କାର୍ଯ୍ୟରେ ଅନିୟମିତତା ନେଇ କେନ୍ଦ୍ରାପଡ଼ା ଜିଲାର ଶଶିଭୂଷଣ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ଏନ୍‌ଜିଟିରେ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗ ଆଧାରରେ ନଂ.୫୫/୨୦୧୮ରେ ଏକ ମାମଲା ରୁଜୁ ହୋଇଛି। ଏନ୍‌ଜିଟିଙ୍କ ନିର୍ଦ୍ଦେଶ କ୍ରମେ ଏକ ୪ଜଣିଆ କମିଟି ଏହାର ଯାଞ୍ଚ କରି ଗତ ୯ ତାରିଖରେ ଯେଉଁ ରିପୋର୍ଟ ଦେଇଛନ୍ତି, ସେଥିରୁ ରେଳପଥ ନିର୍ମାଣ କାର୍ଯ୍ୟରେ ବ୍ୟାପକ ତ୍ରୁଟି ରହିଥିବା ଜଣାଯାଇଛି। ଏସ୍‌ସିବି ମେଡିକାଲ କଲେଜର ଜଣେ ଡାକ୍ତର, କୃଷି ଓ ଉଦ୍ୟାନ ବିଭାଗର ୨ଜଣ ଅଧିକାରୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ଅଧିକାରୀ ଏହି କମିଟିରେ ସଦସ୍ୟ ଅଛନ୍ତି। ସେମାନେ ଦର୍ଶାଇଛନ୍ତି ଯେ, ରେଳପଥ ନିର୍ମାଣବେଳେ ଯେଉଁ ମାଟି ଖୋଳାଯାଉଛି ସେଥିପାଇଁ ବିଭାଗୀୟ ଅଧିକାରୀଙ୍କଠାରୁ ଅନୁମତି ନିଆଯାଇନାହିଁ। କେନ୍ଦ୍ରାପଡ଼ା ଜିଲାର ୪୦ କି.ମି. ରେଳପଥ ପାଇଁ ସମ୍ପୃକ୍ତ ଅଞ୍ଚଳର ତହସିଲଦାର ଦେଇଥିବା ରିପୋର୍ଟରେ ତାଳମେଳ ନାହିଁ। ଯେଉଁ ଅଞ୍ଚଳ ଦେଇ ରେଳପଥ ନିର୍ମାଣ ହେଉଛି, ସେହି ଅଞ୍ଚଳର କୃଷି, ମୃତ୍ତିକା, ଜୀବନଶୈଳୀ ଉପରେ ପଡିବାକୁ ଥିବା ପ୍ରଭାବ ଉପରେ ଆବଶ୍ୟକ ତର୍ଜମା କରାଯାଇନାହିଁ। ଏହି ରିପୋର୍ଟ ଆଧାରରେ ସମ୍ପୃକ୍ତ ଠିକାସଂସ୍ଥା ମାଟି ଖୋଳା ବାବଦ ଜରିମାନା ଦେବାକୁ ମଧ୍ୟ ସ୍ଥିର ହୋଇଛି। ସୂଚନାଯୋଗ୍ୟ, ୮୧ କିମିର ଏହି ରେଳପଥ ପାଇଁ ୨୦୦୯ରୁ ସରକାର ଉଦ୍ୟମ ଚଳାଇଛନ୍ତି। ଅନେକ ବିବାଦ, ରେଳ ବଜେଟ୍‌ରେ ଅର୍ଥ ବୃଦ୍ଧି ଆଦି ଯୋଗୁ କାର୍ଯ୍ୟରେ ବହୁ ବିଳମ୍ବ ହୋଇସାରିଲାଣି। ଗତ ମାସରେ କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ ୨୦୧୯ ଡିସେମ୍ବର ମାସ ସୁଦ୍ଧା ଏହି ରେଳପଥରେ ଟ୍ରେନ ଚଳାଚଳ କରିବ। ଏପରି କି ଉକ୍ତ ରେଳପଥରେ ପରୀକ୍ଷାମୂଳକ ଭାବେ ଏକ ରେଳ ଇଞ୍ଜିନ ଗଡ଼ି ସାରିଲାଣି। ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ରେଳପଥ କାମ ଚାଲିଥିଲା। ଏହି ସମୟରେ ଏବେ ଏନଜିଟି ନିର୍ମାଣ କାମ ଉପରେ ଅଙ୍କୁଶ ଲଗାଇବା ଫଳରେ ତାହା ପୁଣି ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ଏହି ୮୧ କି.ମି. ରେଳପଥ ମଧ୍ୟରେ କେନ୍ଦ୍ରାପଡ଼ା ଜିଲାର ୪୦ କି.ମି. ରହୁଛି, ଯାହା କି କେନ୍ଦ୍ରାପଡ଼ା ଜିଲା ପାଇଁ ପ୍ରଥମ ରେଳଲାଇନ୍‌ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?