ପାରାଦୀପରେ ମତ୍ସ୍ୟଜୀବୀଙ୍କ ମହା ସମାବେଶ, ସମସ୍ୟା ସମାଧାନ ପାଇଁ ଗଠନ ହେବ କମିଟି

ପାରାଦୀପ,୧୯ା୧(ସ୍ବ.ପ୍ର.): ପାରାଦୀପ ମାଛଧରା ବନ୍ଦର ପରିସରରେ ଶନିବାର ମତ୍ସ୍ୟଜୀବୀଙ୍କ ଏକ ମହା ସମାବେଶ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟଅତିଥିଭାବେ କୃଷି, ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଅରୁଣ କୁମାର ସାହୁ ଯୋଗଦେଇ କହିଥିଲେ, ମତ୍ସ୍ୟଜୀବୀଙ୍କ ସମସ୍ୟା ସମ୍ପର୍କରେ ମୁଁ ପୂର୍ବରୁ ଅବଗତ ଅଛି। ବିଭାଗୀୟ ମନ୍ତ୍ରୀ ହିସାବରେ ଏଠାକୁ ଆସିଛି। ଆଗକୁ ମତ୍ସ୍ୟଜୀବୀଙ୍କ ସମସ୍ୟା ସମାଧାନ ପାଇଁ ଜିଲାର ଏମ୍‌ପି, ବିଧାୟକ ଓ ମନ୍ତ୍ରୀଙ୍କୁ ନେଇ ଏକ କମିଟି ଗଠନ କରାଯିବ। ଏହି କମିଟି ମାଧ୍ୟମରେ ମତ୍ସ୍ୟଜୀବୀଙ୍କ ସମସ୍ୟାର ସମାଧାନ କରାଯିବ। କମିଟି ଗଠନ ପରେ ଆମେ ବୈଷୟିକ ଅଧିକାରୀଙ୍କୁ ନେଇ ଆସନ୍ତା ଫେବୃୟାରୀରେ ପୁଣି ଥରେ ଆସିବୁ। ରାଜ୍ୟର ୧୦ରୁ ୧୨ ଲକ୍ଷ୍ୟ ମତ୍ସ୍ୟଜୀବୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ସେହି ମଧ୍ୟରେ ପାରାଦୀପ ସମସ୍ୟାକୁ ସହୃଦୟତାର ସହ ସମାଧାନ କରାଯିବ ବୋଲି ପ୍ରକାଶ କରିଥିଲେ। ସମ୍ମାନିତ ଅତିଥିଭାବେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ଏମ୍‌ପି ରାଜଶ୍ରୀ ମଲିକ, ବିଧାୟକ ସମ୍ବିତ ରାଉତରାୟ, ଅଖିଳ ଓଡ଼ିଶା ମତ୍ସ୍ୟ ଉତ୍ପାଦକ ମହାସଂଘ ସଭାପତି କାମେଶ୍ୱର ନାରାୟଣ ପ୍ରହରାଜ ପ୍ରମୁଖ ଯୋଗ ଦେଇଥିଲେ। ଓମ୍ଫା ସଭାପତି ସୁମନ୍ତ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମାଛଧରା ବନ୍ଦରର ବହୁବିଧ ସମସ୍ୟା ସମ୍ପର୍କରେ ମନ୍ତ୍ରୀଙ୍କୁ ଏକାଧିକ ସଂଗଠନ ପକ୍ଷରୁ ଅବଗତ କରାଯାଇଥିଲା। ଓଡ଼ିଶା ପାରମ୍ପରିକ ମତ୍ସ୍ୟ ୟୁନିୟନ ସଭାପତି ପ୍ରସନ୍ନ ବେହେରା ମତ୍ସ୍ୟଜୀବୀଙ୍କ ସମସ୍ୟା, ଟ୍ରଲର ଶିଳ୍ପରେ ବ୍ୟବହାର ହେଉଥିବା ଇଞ୍ଜିନ କ୍ଷମତାକୁ ଅପବ୍ୟବହାର କରାଯାଉଥିବା ପ୍ରସଙ୍ଗ, ସମୁଦ୍ରରେ ମୃତ୍ୟୁବରଣ କରୁଥିବା ମତ୍ସ୍ୟଜୀବୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ୪ଲକ୍ଷ ଟଙ୍କା ନ ମିଳିବା, ଓଡ଼ିଶାରୁ ଉତ୍ପାଦିତ ୭.୫୦ ମେଟ୍ରିକ ଟନ୍‌ ମାଛ ପାଇଁ ନିଜସ୍ବ ସୁପର ବଜାର ହଳଦିଆଠାରେ କରିବା, ହାଇଜେନିକ୍‌ମୁକ୍ତ ଶୁଖୁଆ ତିଆରି କରିବା, ସାମୁଦ୍ରିକ ମତ୍ସ୍ୟ କଟକଣା ସମୟରେ ସମସ୍ତ ମତ୍ସ୍ୟଜୀବୀଙ୍କୁ ସରକାରୀ ସହାୟତା, ଡିଜେଲ ମୂଲ୍ୟରେ ସବ୍‌ସିଡ୍‌, ନୋଳିଆ ମତ୍ସ୍ୟଜୀବୀଙ୍କ ପାଇଁ ସ୍ବତନ୍ତ୍ର ବର୍ଥ, ଜଳାଶୟ, ଫନୀ ବାତ୍ୟା କ୍ଷତିଗସ୍ତ ହୋଇଥିବା ମହାନଦୀ ଅତଡ଼ାକୁ ମରାମତି କରିବା ପ୍ରସଙ୍ଗ ଉଠାଇଥିଲେ। ସମାନ ପ୍ରସଙ୍ଗରେ ବିଧାୟକ ରାଉତରାୟ ଓ ଏମ୍‌ପି ମଲିକ ମନ୍ତ୍ରୀ ସାହୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମନ୍ତ୍ରୀ ବେହେରା କହିଥିଲେ, ସବୁକିଛି ସରକାରଙ୍କ ଉପରେ ଛାଡ଼ିଲେ ଚଳିବ ନାହିଁ। କିଛି କାମ ମତ୍ସ୍ୟ କମ୍ୟୁନିଟି କରିବାକୁ ପଡ଼ିବ। ଏହି ଅବସରରେ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ (ଓମ୍ଫା)ର ପ୍ରାକ୍ତନ ସଭାପତି ସ୍ବର୍ଗତ ତରୁଣ ପଟ୍ଟନାୟକଙ୍କ ଅର୍ଦ୍ଧ ଅବୟବ ପ୍ରତିମୂର୍ତ୍ତି ଅନାବରଣ କରାଯାଇଥିଲା। ଶେଷରେ ସଂଘ ସମ୍ପାଦକ ସୁବାସ ରାଉତ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଙ୍ଗିଗଲା ବିବାହ ସ୍ବପ୍ନ: ପ୍ରେମିକଙ୍କ ଆଗରେ ଏମିତି କାମ କଲେ ପ୍ରେମିକା

ରାଉରକେଲା,୨୦।୮(ସଙ୍ଗୀତା ଜେନା):ବିବାହ କରିବାକୁ ମନା କରିବାରୁ ଝିରପାଣି ଥାନା ଅନ୍ତର୍ଗତ ଝିରପାଣି ଭଟା ବସ୍ତିରେ ଗତ ୧୪ ତାରିଖ ସକାଳେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ସମ୍ମୁଖରେ…

କୁଚିଣ୍ଡା-ଭୋଜପୁରରେ ମରଣଯନ୍ତା ସାଜିଛି ହମ୍ପସ: ପ୍ରତିଦିନ ଘଟୁଛି ଦୁର୍ଘଟଣା

ଜମନକିରା,୧୯ା୮(ରବୀନ୍ଦ୍ର ପ୍ରସାଦ ଦାନୀ):ଜାତୀୟ ରାଜପଥ ଉପରେ ହମ୍ପସ ବା ସ୍ପିଡ୍‌ ବ୍ରେକର ନିର୍ମାଣ ଉପରେ ସୁପ୍ରିମକୋର୍ଟ, ବିଭିନ୍ନ ହାଇକୋର୍ଟ ତଥା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ (ମୋଓରଟିଏଚ)ର…

ସରିସରି ଯାଉଛି ପଞ୍ଜୀକରଣ ଅବଧି, ତୁଟୁନି ଚାଷୀଙ୍କ ସମସ୍ୟା: ଉପୁଜୁଛି ନୂଆ ନୂଆ ସମସ୍ୟା

ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ):ସମୟ ଗଡ଼ି ଚାଲିଛି। ପଞ୍ଜୀକରଣ ଅବଧି ମଧ୍ୟ ସରିସରି ଯାଉଛି। ଏଭଳି ସ୍ଥିତିରେ ଧାନବିକ୍ରି ପଞ୍ଜୀକରଣ ପାଇଁ ଚାଷୀମାନଙ୍କୁ ନୂଆଁ ନୂଆଁ ସମସ୍ୟାର ସମ୍ମୁଖୀନ ହେବାକୁ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ଦେଶୀ ମଦ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ; ମହିଳାଙ୍କ ସମେତ ୩ ଗିରଫ, ମିଳିଲା…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ…

ନିର୍ମାଣର ୫ମାସ ମଧ୍ୟରେ ରାସ୍ତାରୁ ଉଠି ଗଲାଣି ପିଚୁ, ଭିଜିଲାନ୍ସ ତଦନ୍ତ ପାଇଁ ଦାବି

କୋକସରା,୧୯।୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦୀର୍ଘ ବର୍ଷରୁ ମରାମତି ଅଭାବ କାରଣରୁ କୋକସରା ବ୍ଲକ ବଡ଼କେନ୍ଦୁଗୁଡା ବଜାର ପଡିଆ ଛକ ବିଜୁ ଏକ୍ସପ୍ରେସୱେରୁ ବିଜମରା ଭାୟା ବୋବରିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri