ପାରାଦୀପରେ ଅଲ୍‌ ଓଡ଼ିଶା ଶ୍ରମିକ ସମାବେଶ


ପାରାଦୀପ,୮।୭(ସ୍ବ.ପ୍ର.): ପାରାଦୀପର ଜୟଦେବ ସଦନ ସମ୍ମୁଖ ପଡ଼ିଆରେ ରବିବାର ସନ୍ଧ୍ୟାରେ ଅଲ୍‌ ଓଡ଼ିଶା ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଛି। ଏଫ୍‌ସିଆଇ (ଫୁଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ), ପାରାଦୀପ ପୋର୍ଟ ଆଣ୍ଡ ଡକ୍‌ ମଜଦୁର ୟୁନିୟନ, ଇଫ୍‌କୋ କର୍ମଚାରୀ ଆଣ୍ଡ୍‌ ଶ୍ରମିକ ୟୁନିୟନ, ଏସାର ଷ୍ଟିଲ ଇଣ୍ଡିଆ ଓ୍ବାର୍କର୍ସ ୟୁନିୟନର ମିଳିତ ଆନୁକୂଲ୍ୟରେ ଏହି ସମାବେଶ ହୋଇଥିଲା। ୟୁନିୟନର ପ୍ରତିଷ୍ଠାତା ତଥା ସର୍ବ ଭାରତୀୟ ଶ୍ରମିକ ନେତା ଘନଶ୍ୟାମ ଜେନା ଏଥିରେ ସଭାପତିତ୍ୱ କରିଥିଲେ। ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଏମ୍‌ପି ରାଜଶ୍ରୀ ମଲ୍ଲିକ, ସ୍ଥାନୀୟ ବିଧାୟକ ସମ୍ବିତ ରାଉତରାୟ, ପ୍ରଭାତ ରଞ୍ଜନ ମଲ୍ଲିକ, ୟୁନିୟନ ସମ୍ପାଦକ ତନ୍ମୟ ଜେନା ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ। ଜେନା ଏହି ଅବସରରେ ଓଡ଼ିଶାର ଏଫ୍‌ସିଆଇ ଶ୍ରମିକଙ୍କ ବହୁବିଧ ସମସ୍ୟା, ପାରାଦୀପ ବନ୍ଦରରେ କାର୍ଯ୍ୟରତ ପୁଲ୍‌ ଓ୍ବାର୍କର୍ସଙ୍କ ସମସ୍ୟା, ଇଫ୍‌କୋରେ ଶ୍ରମିକଙ୍କ ପ୍ରୋଭିଡେଣ୍ଟ ଫଣ୍ଡ, ଏସାର ଷ୍ଟିଲ କମ୍ପାନୀ ଓ ସ୍ଥାନୀୟ ପ୍ରଶାସନ କିପରି ଶ୍ରମିକଙ୍କୁ ଆନ୍ଦୋଳନ ପୂର୍ବରୁ ହଇରାଣ କରୁଛି ସେ ସମ୍ପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଓ ସରକାରଙ୍କ ନିୟମ ଉଲ୍ଲଂଘନ କରି ଠିକାଦାରମାନେ ଶ୍ରମିକଙ୍କ ଇପିଏଫ୍‌, ଇଏସଆଇ ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଠିକାଦାର ବଦଳିଲେ ଶ୍ରମିକଙ୍କ ଇପିଏଫ୍‌ କୋଡ୍‌ ନମ୍ବର ବଦଳିଯାଉଛି। ସେତେବେଳେ ଶ୍ରମିକମାନେ ହଇରାଣ ହେଉଛନ୍ତି। ତେଣୁ ସାରା ଓଡ଼ିଶାରେ ପ୍ରଚଳିତ ଶ୍ରମିକଙ୍କ ପାଇଁ ଗୋଟିଏ ନମ୍ବର ପ୍ରଚଳନ କରିବାକୁ ସେ ଦାବି କରିଥିଲେ। ଏ ସମ୍ପର୍କରେ ମନ୍ତ୍ରୀ କହିଲେ ଯେ ଆସନ୍ତା ୨୧ ତାରିଖରେ ଶ୍ରମ ଓ ଯୋଗାଣ ବିଭାଗର ପ୍ରମୁଖ ଅଧିକାରୀମାନଙ୍କୁ ନେଇ ସମୀକ୍ଷା ବୈଠକ କରାଯିବ। ସେଥିରେ ଶ୍ରମିକଙ୍କ ପାଇଁ ଥିବା ଆଇନକୁ କଡ଼ାକଡି ପାଳନ କରିବାକୁ ପଦକ୍ଷେପ ନିଆଯିବ। ବିଧାୟକ ରାଉତରାୟ ଇଫ୍‌କୋ କମ୍ପାନୀର ମନମାନିକୁ ଏଥିରେ ବିରୋଧ କରିଥିଲେ। ୟୁନିୟନର ସ୍ଥାନୀୟ ସମ୍ପାଦକ ସନାତନ ବେହେରା ଧନ୍ୟବାଦ ଦେଇଥିଲେ। ସଭା ପୂର୍ବରୁ ନିମନ୍ତ୍ରିତ ଅତିଥିଙ୍କୁ ଅଠରବାଙ୍କୀଠାରୁ ସଭାସ୍ଥଳ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ପାଛୋଟି ନିଆଯାଇଥିଲା। ଭଦ୍ରକ, ବାଲେଶ୍ୱର, ପୁରୀ, ଖୋର୍ଦ୍ଧା, ଟିଟିଲାଗଡ଼, କଟକ, ମୟୂରଭଞ୍ଜ ଆଦି ଜିଲାର ବହୁ ଶ୍ରମିକ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଲା ବନ୍ୟା

ଜଗତ୍‌ସିଂହପୁର ଅଫିସ,୨୨ା୮: ଜଗତ୍‌ସିଂହପୁର ଜିଲାରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁ ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ଅମଳ ବେଳେ ପ୍ରାକୃତିକ ବିପତ୍ତି ଚାଷୀଙ୍କ ଆର୍ଥିକ...

ପ୍ରତିଶ୍ରୁତିରେ ଅଟକିଛି ଗ୍ରାମ୍ୟ ଅର୍ଥନୈତିକ କରିଡର

ଜଗତ୍‌ସିଂହପୁର ଅଫିସ,୨୮ା୫: ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ଶାରଳା। ମା’ଙ୍କ ମନ୍ଦିର ନିକଟରୁ ଲଙ୍କାପଡ଼ା ଭାୟା ଶଙ୍ଖେଶ୍ୱର ଗ୍ରାମ୍ୟରାସ୍ତାକୁ ଅର୍ଥନୈତିକ କରିଡର ଭାବେ...

ରାଜ୍ୟ ବାହାରୁ ଆସି ଘରେ ଲୁଚିଥିବା ଯୁବକ ଉଦ୍ଧାର

ତିର୍ତ୍ତୋଲ, ୨୮।୩ (ଡି.ଏନ୍‌.ଏ.)-ରାଜ୍ୟ ବାହାରୁ ଆସି ସ୍ବାସ୍ଥ୍ୟା ପରୀକ୍ଷା ନ କରାଇ ଘରେ ଲୁଚି ରହିଥିବା ତିର୍ତ୍ତୋଲ ବ୍ଲକ ତେନ୍ତୁଳିପଦା ପଞ୍ଚାୟତର ଜଣେ ଯୁବକଙ୍କୁ ଶନିବାର...

ଅସୁସ୍ଥ ବୃଦ୍ଧାଙ୍କୁ ରାସ୍ତାରେ ଛାଡ଼ି ପଳାଇଲା ଆମ୍ବୁଲାନ୍ସ

ଜଗତ୍‌ସିଂହପୁର ଅଫିସ,୧୦ା୪: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ(ଏସ୍‌ସିବି) ମେଡିକାଲ କଲେଜ ପରିସରରୁ ଅସୁସ୍ଥ ଥିବା ଜଣେ ଗରିବ ବୃଦ୍ଧାଙ୍କୁ ତାଙ୍କ ଗାଁରେ ଛାଡିବାକୁ ଆସିଥିବା ଏକ ବେସରକାରୀ...

୧୪୦୧ ଶିକ୍ଷକ ପଦବୀରୁ ୩୩୧ ଖାଲି

ଜଗତ୍‌ସିଂହପୁର ଅଫିସ, ୨୭ା୪: ରାଜ୍ୟ ସରକାର ଏବେ ଉଚ୍ଚ ବିଦ୍ୟାଳୟଗୁଡିକୁ ୫-ଟିରେ ରୂପାନ୍ତରଣ ଅଭିଯାନ ଜାରି ରଖିଛନ୍ତି। ଏହାଦ୍ୱାରା ସରକାରୀ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଭିତ୍ତିଭୂମିର ଅଭାବ...

ଜଗତ୍‌ସିଂହପୁର ଜିଲାରେ ୧୪୪ ଧାରା ଜାରି

ଜଗତ୍‌ସିଂହପୁର ଅଫିସ,୧୮ା୩: ଓଡ଼ିଶାରେ ଜଣେ କରୋନା ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ରାଜ୍ୟ ସରକାର ସଚେତନତା ଓ ସତର୍କତା ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ...

୫ କୋଟି ଟଙ୍କାର କାମରେ ଦୁର୍ନୀତିର ଗନ୍ଧ

ଜଗତ୍‌ସିଂହପୁର ଅଫିସ,୨ା୩: ଜଗତ୍‌ସିଂହପୁର ସଦର ମହକୁମାସ୍ଥିତ ବଙ୍ଗଳା ଛକ ନିକଟରେ ଜଳ ସମ୍ପଦ ବିଭାଗର ୧୦ ନଂ. ଡିଷ୍ଟ୍ରିବ୍ୟୁଟାରୀରେ ଏକ ବକ୍ସ କଲଭର୍ଟ କରାଯାଇଛି। ଏହି...

ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର

ଜଗତ୍‌ସିଂହପୁର ଅଫିସ,୬ା୨: ତ୍ରିସ୍ତରୀୟ ନିର୍ବାଚନରେ ଜଗତ୍‌ସିଂହପୁର ଜିଲାର ରଘୁନାଥପୁର ୧ନଂ. ଜିଲା ପରିଷଦ ଜୋନ ଭଳି ୨ନଂ. ଜୋନ୍‌ ମଧ୍ୟ ଅଧିକ ଗୁରୁତ୍ୱ ବହନ କରୁଛି।...

Advertisement
Archives

Model This Week