ପାନୀୟ ଜଳ ଯୋଗାଣ ବନ୍ଦ: ଲୋକେ ହନ୍ତସନ୍ତ

କୋରୁକୋଣ୍ଡା,୧୭।୨(ଡି.ଏନ୍‌ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ପାଞ୍ଚାୟତସ୍ଥିତ ସାରଦାଗୁଡ଼ ଗ୍ରାମର ପ୍ରାୟ ୭୦ ପରିବାରର ପାନୀୟ ଜଳ ସମସ୍ୟାର ସମାଧାନ ନିମନ୍ତେ ଦୁଇ ବର୍ଷ ପୂର୍ବେ ଗ୍ରାମରେ ସୋଲାର ପ୍ରକଳ୍ପ ନିର୍ମାଣ କରଯାଇଥିଲା। କିଛି ମାସର ବ୍ୟବହାର ପରେ ଏହା ଅଚଳ ହୋଇପଡ଼ିଥିଲା। ପ୍ରଶାସନ ତାହାକୁ ମରାମତି କରିଥିଲେ। ମାତ୍ର ଏହା ପୂର୍ବ ପରି ଅଚଳ ହୋଇଥିଲା। କିନ୍ତୁ ପ୍ରକଳ୍ପ ଅଚଳ ହେବାକୁ ବର୍ଷେ ବିତିଯାଇଥିଲେ ମଧ୍ୟ ଏହାର ମରାମତି କିମ୍ବା ସ୍ଥାୟୀ ସମାଧାନ କରାଯାଉ ନ ଥିବା ଓ୍ବାର୍ଡମେମ୍ବର କସା ମାଢ଼ି ଅଭିଯୋଗ କରିଛନ୍ତି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ ସମାଧାନ ହୋଇ ନ ଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ସୋଲାର ଟାଙ୍କିକୁ ପାଣି ଯୋଗାଉଥିବା ନଳକୂପ ମଧ୍ୟ ଅଚଳ ହୋଇପଡ଼ିଛି। ଆଗକୁ ଖରାଦିନ ଆସୁଥିବାରୁ ପ୍ରକଳ୍ପ ସଚଳ କରା ନ ଗଲେ ଜଳ ସଙ୍କଟ ଉଗ୍ରରୂପ ଧାରଣ କରିବ। ଏଥିପ୍ରତି ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋପ ପାଇବାରେ ଲାଗିଛି ତାଳଗଛ: ବଢ଼ି ଚାଲିଛି ପ୍ରାକୃତିକ ବିପର୍ଯ୍ୟୟ

ପଦ୍ମପୁର,୩୦ା୫(ପ୍ରଦୀପ୍ତ ଦାଶ):କାହିଁ କେଉଁ କାଳରୁ ପ୍ରାକୃତିକ ବିପର୍ଯ୍ୟୟ ରୋକିବାରେ ତାଳଗଛର ଗୁରୁତ୍ୱ ଭୂମିକା ବହନ କରିଆସୁଛି। ବାତ୍ୟା ସମୟରେ ତାଳଗଛ ଭୟଙ୍କର ପବନ ଓ ବଜ୍ରପାତକୁ ବହୁ…

ଟାଣ ଖରାରେ ପିକଅପ ଭ୍ୟାନରେ ବୁହା ହେଉଛନ୍ତି ଲୋକେ: ଶୋଇଛି ପରିବହନ ବିଭାଗ

ଦାରିଙ୍ଗବାଡି,୩୦।୫(ଅରୁଣ ସାହୁ): ଏବେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନ ୧୦ଟାଠାରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଜରୁରୀ କାମଧନ୍ଦା ନ ଥିଲେ ଲୋକ ଘରୁ…

ପୋଲିସ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ଆହତ, ସହଯୋଗୀ ଫେରାର

ଝାରସୁଗୁଡ଼ା, ୩୦।୫(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡ଼ା ଜିଲା ରେଙ୍ଗାଲି ଥାନା ଅଞ୍ଚଳରେ ଝାରସୁଗୁଡା ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ରେଙ୍ଗାଲି ଥାନା ଅନ୍ତର୍ଗତ କଦମଘାଟ ମା’ ଘଣ୍ଟେଶ୍ୱରୀ ମନ୍ଦିର ନିକଟରେ…

ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ହାସଲ କଲେ IPLରେ ସବୁଠୁ ବଡ଼ ରେକର୍ଡ

ନୂଆଦିଲ୍ଲୀ,୩୦।୫:ବୈଭବ ସୂର୍ଯ୍ୟବଂଶୀ ଗୁଜରାଟ ଟାଇଟାନ୍ସ ବିପକ୍ଷରେ କ୍ୱାଲିଫାୟର ୨ରେ ଇତିହାସ ରଚିଛନ୍ତି। IPLରେ ଦ୍ରୁତତମ ୧,୦୦୦ ରନ ସ୍କୋର କରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ସେ…

ବୁର୍ଡାରେ ପାଳିକରି ଜଳଯୋଗାଣ: ବଢୁଛି ଅସନ୍ତୋଷ

ଲୋଇସିଂହା,୩୦।୫(ସୁଶାନ୍ତ ବାରିକ):ନବଗଠିତ ଲୋଇସିଂହା ଏନଏସି ଅଧୀନ ବୁର୍ଡା ଗ୍ରାମରେ ଜଳଯୋଗାଣ କ୍ଷେତ୍ରରେ ଅନିୟମିତତା ଅଭିଯୋଗ ହୋଇଛି ା ତେବ ଗ୍ରାମର ବିଭିନ୍ନ ପଡ଼ାକୁ ପାଳି କରି ପାଇପ…

ଖୋଲୁଛି ପୂର୍ତ୍ତ ବିଭାଗର ଦୁର୍ନୀତି ପୋଲ: ପି.ସି କାରବାର କଥା ଉଠାଇଲେ ଏମ୍‌ପି

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଥାନାଛକ ଆଗରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ନେଇ ଏବେ ସହର ଉଠୁଛି ଓ ପଡୁଛି। ଘଟଣାକୁ ଶୁକ୍ରବାର ୪ଦିନ ବିତିଯାଇଛି। ହେଲେ…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବିଏମ୍‌ସିର ଅବମାନନା: ବର୍ଷକ ପରେ ବି ଉଚ୍ଛେଦ ହୋଇପାରୁନି…

ଭୁବନେଶ୍ୱର,୩୦ା୫(ରବିନାରାୟଣ ଜେନା):ରାଜ୍ୟର ବିକାଶକୁ ତ୍ୱରାନ୍ବିତ କରିବାପାଇଁ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା ହାତକୁ ନିଆଯାଇଛି। ଏଥିମଧ୍ୟରେ ୮,୧୦୬ କୋଟି ଟଙ୍କାର ରିଙ୍ଗ୍‌ ରୋଡ୍‌ ପ୍ରସ୍ତାବ ସହିତ ରାଜଧାନୀକୁ…

ଆଜି ସାରା ରାଜ୍ୟରେ ବର୍ଷିବ: ୧୨ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୩୦ା୫(ବନ୍ଦନା ସେଠୀ):କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଏବେ ତାପମାତ୍ରା ସାମାନ୍ୟ କମ୍‌ ରହିଛି। ଆସନ୍ତା ୬ଦିନ ଅର୍ଥାତ୍‌ ଜୁନ୍‌ ୪ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ସେହିପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri