ପାନୀୟ ଜଳ ପାଇଁ ବ୍ଲକ ଘେରାଉ କଲେ ମହିଳା

ମାଲକାନଗିରି,୨୨ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଖଇରପୁଟ ସଦର ପଞ୍ଚାୟତର ଉପରପୁଟ ଝରିଆଗୁଡ଼ା ଗ୍ରାମର ଶତାଧିକ ମହିଳା ବୁଧବାର ସକାଳୁ ଖଇରପୁଟ ବ୍ଲକ ଘେରାଉ କରିବା ସହିତ ତାଲା ପକାଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ପ୍ରକାଶ ଯେ,ଦୀର୍ଘଦିନ ଦିନ ହେବ ଉପରପୁଟ ଓ ଝରିଆଗୁଡା ଗ୍ରାମବାସୀ ପାନୀୟ ଜଳ ନ ପାଇ ଝରଣାରୁ ପାଣି ଆଣି ବ୍ୟବହାର କରୁଛନ୍ତି। ଫଳରେ ନାନା ରୋଗ ବେମାରରେ ପଡ଼ୁଛନ୍ତି। କିନ୍ତୁ ଗ୍ରାମଟି ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର ଦୁଇ କିଲୋମିଟର ହୋଇଥିଲେ ମଧ୍ୟ ପାନୀୟ ଜଳରୁ ବଞ୍ଚିତ ହୋଇଛନ୍ତି ଏହି ଗ୍ରାମବାସୀ । ଏନେଇ ସମସ୍ତ ମହିଳା ଏକତ୍ରିତ ହୋଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିବା କହିଛନ୍ତି। ଦୀର୍ଘ ସମୟ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ନାରାବାଜି ଦେଇଥିଲେ। ପରେ ଖଇରପୁଟ ବିଡିଓ ବିଶ୍ୱଜିତ ବର୍ମନ ଘଟଣାସ୍ଥଳରେ ପହଞ୍ଚିବାରୁ ମହିଳାମାନେ ଏକ ଲିଖିତ ଅଭିଯୋଗପତ୍ର ଦେଇଥିଲେ। ତେବେ ଅଳ୍ପଦିନ ମଧ୍ୟରେ ପାନୀୟ ଜଳ ସମସ୍ୟା ଦୂର କରାଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେବା ପରେ ମହିଳାମାନେ ଆନ୍ଦୋଳନରୁ ଓହରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଉନ୍ମୋଚନ ହେଲା ଚିଠା ଭୋଟର ତାଲିକା, ଜିଲାପାଳ କହିଲେ….

ବରଗଡ଼,୫।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ରବିବାର ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ଅନ୍ତର୍ଗତ ଚିଠା ନିର୍ବାଚନ ତାଲିକା ଆନୁଷ୍ଠାନିକ ଭାବେ…

PCBର ବଡ଼ ଘୋଷଣା, ପୁଣି ଥରେ ବାବର ଆଜମ ହେଲେ ଅଧିନାୟକ

ଇସଲାମାବାଦ,୫।୭: ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ବଡ଼ ଘୋଷଣା। ଆଗାମୀ ୱେଷ୍ଟଇଣ୍ଡିଜ ଏବଂ ଇଂଲଣ୍ଡ ଗସ୍ତ ପାଇଁ ବୋର୍ଡ ଟେଷ୍ଟ ଦଳର ଘୋଷଣା କରିଛି। ଏହା ସହିତ…

ସେଲ୍ଫି ନେଇ ଗାଧୋଇବା ହେଲା କାଳ, ଭାସିଗଲେ ୩ ଯୁବକ

କଟକ,୫।୭(ପ୍ରଭୂକଲ୍ୟାଣ ପାଲ୍‌): ସେଲ୍ଫି ଓ ମସ୍ତି ନିଶା ହେଲା କାଳ। କଟକ ନରାଜରେ ଘଟିଛି ଏକ ଅଘଟଣ। ହଠାତ୍‌ ପାଣି ମାଡ଼ି ଆସି ନରାଜ ପୁରୁଣା ନଦୀ…

କୂଳ ଲଂଙ୍ଘିବା ଓ ବେଳାଭୂମି ଅବକ୍ଷୟ ପ୍ରସଙ୍ଗ, ସମୀକ୍ଷା କରି ଅଞ୍ଚଳବlସୀଙ୍କ ସହ ବିଧାୟକଙ୍କ ଆଲୋଚନା

ଗଞ୍ଜାମ,୫ା୭(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି ଦ୍ରୁତ…

ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଖାମଖିଆଲ ନୀତି: ଡ୍ରେନ୍‌ ସଫା କଲେ ଗ୍ରାମବାସୀ

ରିଷିଡ଼ା,୫ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମ ମୁଖ୍ୟ ରାସ୍ତାର ଗୋଟିଏ ପାର୍ଶ୍ୱ ଡ୍ରେନ୍‌ରୁ ରବିବାର ସକାଳେ ଗ୍ରାମବାସୀ ଅଳିଆ ସଫା କରିଥିବା…

ରବିଙ୍କ ପାଦ ରେଖା ଅତିକ୍ରମ କରି ନ ଥିଲା, ତେବେ କାହିଁକି ନୋ-ବଲ ଦିଆଗଲା, ICC ନିୟମ ବିଷୟରେ ଜାଣନ୍ତୁ ଯାହା ଭାରତକୁ ମହଙ୍ଗା ପଡ଼ିଲା…

ମାଞ୍ଚେଷ୍ଟର,୫ା୭: ଜେକବ ବେଥେଲଙ୍କ ଅପରାଜିତ ଅର୍ଦ୍ଧଶତକୀୟ ବଳରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୪ ଉଇକେଟରେ ଭାରତକୁ ପରାସ୍ତ କରିଛି। ସିରିଜ୍‌ର ପ୍ରଥମ ମ୍ୟାଚ୍‌…

ମହାରାଷ୍ଟ୍ର ରାଜନୀତିରେ ହଲଚଲ! କଂଗ୍ରେସ MLCଙ୍କୁ କିଣାବାକୁ ୨୦ କୋଟିର ଡିଲ୍‌…

ମୁମ୍ବାଇ,୫ା୭: ମହାରାଷ୍ଟ୍ରର ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ)ର ନେତା ସଞ୍ଜୟ ରାଉତ ରବିବାର (୫ ଜୁଲାଇ) ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି । ସେ କହିଛନ୍ତି ଯେ…

ଘୋଡ଼ାହାଡ଼ ଡ୍ୟାମ୍‌ରୁ ଛଡ଼ାଗଲା ପାଣି, ଖୋଲିଲା ୨ ଗେଟ୍‌

ଦିଗପହଣ୍ଡି,୫ା୭(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରବିବାର ସକାଳୁ ଦିଗପହଣ୍ଡି ଅଞ୍ଚଳରେ ବର୍ଷା ହୋଇଛି। ବର୍ଷା ଯୋଗୁ ଜଳସମ୍ପଦ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri