Posted inଖେଳ

ପାଣ୍ଡ୍ୟାଙ୍କୁ ୨ ସପ୍ତାହ ଦିଅନ୍ତୁ, ବିଶ୍ୱର ସର୍ବଶ୍ରେଷ୍ଠ ଅଲରାଉଣ୍ଡର କରିଦେବି: ବିସିସିଆଇକୁ କହିଲେ ଏହି ପାକିସ୍ତାନୀ କ୍ରିକେଟର

ଇସଲମାବାଦ୍‌, ୨୮।୬: ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ବିଶ୍ୱକପରେ ଜବରଦସ୍ତ ପ୍ରଦର୍ଶନ କରିଏପର୍ଯ୍ୟନ୍ତ ଅପରାଜୟ ରହିଛି। ଭାରତର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବେଶ୍‌ ସହାୟକ ହୋଇଛି। କିନ୍ତୁ ପାଣ୍ଡ୍ୟାଙ୍କ ବୋଲିଂ ଏବଂ ବ୍ୟାଟିଂ ସନ୍ତୁଷ୍ଟ ନାହାନ୍ତି ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଅବଦୁଲ ରଜାକ। ଓ୍ବେଷ୍ଟଇଣ୍ଡଜ୍‌ ବିପକ୍ଷ ମ୍ୟାଚରେ ପାଣ୍ଡ୍ୟାଙ୍କ ଖେଳ ଦେଖିବା ପରେ ତାଙ୍କ ଫୁଟ୍‌ ଓ୍ବାର୍କ, ସୁଇଙ୍ଗ ଏବଂ ବଡି ବାଲାନ୍ସରେ ଅନେକ ତ୍ରୁଟି ରହିଛି ବୋଲି ସେ କହିଛନ୍ତି। ସେ ଯଦି ଦୁଇ ସପ୍ତାହ ଦୁବାଇ ଆସି ମୋଠାରୁ ଟ୍ରେନିଂ ନେବେ, ତେବେ ସେ ବିଶ୍ୱର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ହୋଇଯିବେ ବୋଲି ରଜାକ ବିସିସିଆଇକୁ କହିଛନ୍ତି। ପ୍ରଥମେ ଏକ ଭିଡିଓ ଏବଂ ପରେ ନିଜ ଟୁଇଟରରେ ଜରିଆରେ ସେ ଏହା କହିଛନ୍ତି। ସୂଚନାଯୋଗ୍ୟ, ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚରେ ପାଣ୍ଡ୍ୟା ୩୮ଟି ବଲରେ ୪୬ରନ୍‌ର ପାଳି ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାପାଙ୍କ ଟଙ୍କା ବର୍ବାଦ କରୁଛନ୍ତି ସାରା ତେନ୍ଦୁଲକର: ସଚିନଙ୍କ ଝିଅଙ୍କୁ କାହିଁକି ଏମିତି କହିଲେ ଏହି ମହିଳା…

ଭାରତୀୟ କ୍ରିକେଟର କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଆଜାକାଲି ଟ୍ରୋଲରଙ୍କ ଟାର୍ଗେଟରେ ରହିଛନ୍ତି। ସାରା ଇନ୍‌ଷ୍ଟାଗ୍ରାମ୍‌ରେ ଖୁବ୍‌ ସକ୍ରିୟ। ତାଙ୍କର ବହୁତ ଫ୍ୟାନ୍‌...

ଆଫଗାନିସ୍ତାନକୁ ଷ୍ଟାଡିୟମ ପାଇଁ ମିଳିଲା ଜମି

କାବୁଲ,୨୧।୧୨: ନିକଟ ଭବିଷ୍ୟତରେ ଆଫଗାନିସ୍ତାନରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ଆୟୋଜନ କରିବାକୁ ଆଶା ପ୍ରକଟ କରିଛନ୍ତି ଦେଶର କ୍ରିକେଟ ବୋର୍ଡ ମୁଖ୍ୟ ଫର୍ହାନ ୟୁସେଫଜାଇ। ମୁଖ୍ୟତଃ...

ସାଢ଼େ ୪ ବର୍ଷ ପରେ ଫେରିଲେ !

ନୂଆଦିଲ୍ଲୀ,୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ପାଇଁ ଦଳକୁ ଫେରିଛନ୍ତି ଟିମ୍‌ ଇଣ୍ଡିଆର ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ପ୍ରାୟ...

ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ମା’ଙ୍କୁ ଫୋନରେ ଏମିତି କହିଥିଲେ ଯଶସ୍ବୀ

ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୧୦ ଉଇକେଟରେ ହରାଇ ଅଣ୍ଡର୍‌-୧୯ ବିଶ୍ୱକପର ଫାଇନାଲ ପ୍ରବେଶ କରିଛି ଭାରତ। ଜବରଦସ୍ତ ଫର୍ମରେ ଥିବା ୧୮ ବର୍ଷୀୟ ଯଶସ୍ବୀ ନିଜର ପ୍ରଥମ...

ଅମିତାଭଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୧।୧୦: ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଆଜି ୮୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ...

ସୂର୍ଯ୍ୟକୁମାରଙ୍କ ‘ନମସ୍କାର’ ସେଲିବ୍ରେଶନ୍‌କୁ ନେଇ ଚର୍ଚ୍ଚା: ଦେଖନ୍ତୁ ଭିଡିଓ

କୋଲକତା,୨୦।୨: ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜର ତୃତୀୟ ତଥା ଅନ୍ତିମ ଟି -୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳର ଚମତ୍କାର ବିଜୟରେ ସୂର୍ଯ୍ୟକୁମାର ଯାଦବ ଏକ ଗୁରୁତ୍ୱପୂର୍ଣ୍ଣ...

ସୁରେଶ ରାଇନାଙ୍କ ସମ୍ପର୍କୀୟଙ୍କ ହତ୍ୟା ମାମଲାରେ ୩ ଗିରଫ

ଚଣ୍ଡିଗଡ଼, ୧୬।୯: ପୂର୍ବତନ ଭାରତୀୟ କ୍ରିକେଟର୍‌ ସୁରେଶ ରାଇନାଙ୍କ ମାମୁଁ ଓ ମାମୁଁ ପୁଅ ଭାଇଙ୍କୁ ହତ୍ୟା ମାମଲାରେ ପଞ୍ଜାବ ପୋଲିସ ଏକ ଗ୍ୟାଙ୍ଗର ୩ଜଣ...

କରୋନା ଆକ୍ରାନ୍ତ ହେଲେ ବିଶ୍ୱର ସବୁଠାରୁ ଦାମୀ ଫୁଟ୍‌ବଲ ଖେଳାଳି

ପ୍ୟାରିସ, ୩।୯: ଫ୍ରାନ୍ସର ଜଣାଶୁଣା ପ୍ରଫେଶନାଲ ଫୁଟ୍‌ବଲ କ୍ଲବ ପ୍ୟାରିସ ସେଣ୍ଟ-ଜର୍ମେନ (ପିଏସ୍‌ଜି)ର ୩ଜଣ ଖେଳାଳି କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ପିଏସ୍‌ଜି...

Advertisement
Archives

Model This Week