ପାଣି ଓ ପାଇଖାନା ନ ଥାଇ ଚାଲିଛି ଅଙ୍ଗନୱାଡି: ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ

ଚମ୍ପୁଆ, ୨୭ା୧୧(ଡି.ଏନ.ଏ.): ପ୍ରାକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଅଙ୍ଗନୱାଡି ଗୁଡିକରେ ସରକାରଙ୍କ ପକ୍ଷରୁ ସମସ୍ତ ମୌଳିକ ସୁବିଧା କରାଯାଇ ପିଲାମାନଙ୍କର ଭବିଷ୍ୟତ ଗଢାଯାଉଥିବା ବେଳେ ଚମ୍ପୁଆ ଏନଏସି ଅନ୍ତର୍ଗତ ଧଳାଡିହି ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ନଂ୧ ରେ ଏହାର ବିପରୀତ ବ୍ୟବସ୍ଥା ଦେଖିବାକୁ ମିଳୁଛି। ପାଇଖାନା ନ ଥିବାରୁ ପିଲାମାନେ ନିକଟସ୍ଥ ବନ୍ଧ ଉପରେ ନିର୍ଭର କରୁଥିବା ବେଳେ ପାଣି ଅଭାବରୁ ଦୈନନ୍ଦିନ ରୋଷେଇ ପାଇଁ ରୋଷେୟାଙ୍କୁ ବାରଦୁଆର ଯାଇ ପାଣି ମାଗିବାକୁ ପଡୁଛି। ବାସନଠୁ ଆରମ୍ଭ କରି ଅନ୍ୟାନ୍ୟ କାମ ପାଇଁ ବନ୍ଧ ପାଣି ବ୍ୟବହାର କରାଯାଉଥିବା ଜଣାଯାଇଛି। ଅଙ୍ଗନୱାଡିକୁ ଲାଗି ଏନଏସି ପକ୍ଷରୁ ସର୍ବସାଧାରଣ ପାଇଁ ଉଠା ପରିଶ୍ରାଗାର ରହିଛି। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟବହୃତ ହେଉ ନ ଥିବା ପରିତ୍ୟକ୍ତ ପରିଶ୍ରାଗାରକୁ ପାଣି ସଂଯୋଗ କରାଯାଇଛି। ପରିତାପର ବିଷୟ ୨୫ଟି ପିଲାଙ୍କୁ ନେଇ ଦୈନନ୍ଦିନ ଚାଲୁଥିବା ଏହି ଅଙ୍ଗନୱାଡିରେ ୧ ବର୍ଷ ପାଣି ଅଭାବ ଦେଖାଦେଇଥିଲେ ମଧ୍ୟ ଏପରିକି ବାରମ୍ବାର ଅଭିଯୋଗ ପରେ ମଧ୍ୟ ପାଣି ପାଇବାରୁ ବଞ୍ଚିତ ହୋଇଛି। ପାଇଖାନା ଘରର ଅବସ୍ଥା ନ ଥିବାରୁ ଏହା ଦୀର୍ଘ ଦିନ ହେବ ବନ୍ଦ ହୋଇ ପଡିଛି। ଫଳରେ ପିଲାମାନେ ସ୍ଥାନୀୟ ବନ୍ଧ ଉପରେ ନିର୍ଭର କରୁଛନ୍ତି। ଅବ୍ୟବସ୍ଥାରେ ଚାଲିଥିବା ଏହି କେନ୍ଦ୍ର ପ୍ରତି ବିଭାଗର ଶୁଭ ଦୃଷ୍ଟି ପଡ଼ୁ ନ ଥିବାବେଳେ ପ୍ରଶାସନର ମଧ୍ୟ ନଜର ନାହିଁ। ଏହାକୁ ନେଇ ଅଭିଭାବକମାନେ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଜନସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀ ହୃଷିକେଶ ମହାନ୍ତଙ୍କୁ ପଚାରିବାରୁ ମୁଁ ଏ ବିଷୟରେ କୌଣସି ଅଭିଯୋଗ ପାଇନାହିଁ ବୋଲି କହିଥିବାବେଳେ ତୁରନ୍ତ ଏଥିପ୍ରତି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ମେଡିକାଲରେ ଭର୍ତ୍ତି କରି ଘରକୁ ଫେରିବାବେଳେ କାର୍‌ରେ ଲାଗିଲା ନିଆଁ, ଚାଲିଗଲା ପୁଅଙ୍କ ଜୀବନ

ସୁନ୍ଦରଗଡ଼,୧ା୬(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଟାଉନ ଥାନା ସମ୍ମୁଖରେ ରବିବାର ବିଳମ୍ବିତ ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ…

ପକ୍ଷାଘାତ ରୋଗୀଙ୍କ ହାତକୁ ଚେୟାରରେ ଦୁଇ ଘଣ୍ଟା ବାନ୍ଧି ରଖିଲା ସାପ, ତାପରେ ଯାହା ଘଟିଲା….

ହରଭଙ୍ଗା,୧।୬(ନରେନ୍ଦ୍ର ସାହୁ): ପୁରାଣରେ ସର୍ପ ବନ୍ଧନ କଥା ଶୁଣାଯାଏ କିନ୍ତୁ ବାସ୍ତବରେ କେହି ଦେଖି ନ ଥିବେ। ହେଲେ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଆଡେଣିଗଡ଼ ଗାଁରେ…

ମଟନ, ଚିକେନ ସହ ହଳଦିଆ ମିଠା…, ଏହା ହେଉଛି ବୈଭବଙ୍କ ଶକ୍ତି ପଛର ରହସ୍ୟ, ୧୫ ବର୍ଷ ବୟସରେ ନେଉଛନ୍ତି…

ନୂଆଦିଲ୍ଲୀ,୧।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ବିସ୍ଫୋରକ ବ୍ୟାଟିଂରେ ଏକ ଆକର୍ଷଣ ସୃଷ୍ଟି କରିଛନ୍ତି। ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ସୁନୀଲ ଗାଭାସ୍କର ପର୍ଯ୍ୟନ୍ତ, ସମସ୍ତେ…

ବରଗଡ଼ ପୌରାଞ୍ଚଳରେ ଉଚ୍ଛେଦ ଅଭିଯାନ ଜାରି: ପୁରୁଣା ହଟିଲା, ନୂଆ ପ୍ରତି ନାହିଁ ନିଘା

ବରଗଡ଼,୧।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌରାଞ୍ଚଳରେ ଉଚ୍ଛେଦ ଅଭିଯାନ ଜାରି ରହିଛି। ପର୍ଯ୍ୟାୟକ୍ରମେ ସହରର ବିଭିନ୍ନ ସ୍ଥାନରେ ଉଚ୍ଛେଦ ଚାଲିଛି। ରବିବାର ବରଗଡ଼ ସରକାରୀ ବସଷ୍ଟାଣ୍ଡରେ ଏହି ପ୍ରକ୍ରିୟା…

ଆଇସ୍‌କ୍ରିମ୍‌ ଖାଉଥିଲେ ସାବଧାନ! କ୍ଷୀର ବଦଳରେ ମିଶୁଛି…

ଭୁବନେଶ୍ୱର,୧ା୬(ବନ୍ଦନା ସେଠୀ): ପିଲାଙ୍କଠାରୁ ବୟସ୍କ ବଜାରରୁ ଯେଉଁ ଆଇସ୍‌କ୍ରିମ୍‌ କିଣି ଖାଉଛନ୍ତି, ତାହା ପ୍ରାୟତଃ କୌଣସି କ୍ଷୀରରୁ ପ୍ରସ୍ତୁତ ହୁଏନାହିଁ, ବରଂ ତାଳ ଗଛରୁ ବାହାରୁଥିବା ଶସ୍ତା…

RCBକୁ ମିଳିଲା ୨୦ କୋଟି, ହେଲେ ବୈଭବଙ୍କୁ ମିଳିଲା କେତେ? ଜାଣନ୍ତୁ…

ନୂଆଦିଲ୍ଲୀ,୧।୬: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଫାଇନାଲରେ ଗୁଜରାଟ ଟାଇଟାନ୍ସକୁ ୫ ୱିକେଟରେ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ IPL 2026 ଟ୍ରଫି ଜିତିଛି। ଚମତ୍କାର…

ବିଜୟର ଛକା ସହ ପ୍ରେମର ନିବେଦନ… RCBର ଟାଇଟଲ ବିଜୟ ପରେ ବିରୁୁଷ୍କାଙ୍କ ରୋମାଣ୍ଟିକ ମୁଡର ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧।୬: ଆଇପିଏଲ ଇତିହାସରେ RCBର ନାମ ସ୍ବର୍ଣ୍ଣାକ୍ଷରରେ ଲେଖାଯାଇଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଫାଇନାଲ ମ୍ୟାଚ ଚାଲିଥିବା ସମୟରେ ଷ୍ଟାଡିୟମରେ ଥିବା…

ଚଳନ୍ତା ଅବସ୍ଥାରେ ଆମ୍ବୁଲାନ୍ସରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଭୁବନେଶ୍ୱର,୧ା୬: ଖଣ୍ଡଗିରି ନିକଟ ଜାଗମରାରେ ଏକ ଆମ୍ବୁଲାନ୍ସରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି। ଚଳନ୍ତା ଅବସ୍ଥାରେ ହିଁ ଆମ୍ବୁଲାନ୍ସଟିରେ ନିଆଁ ଲାଗିଯାଇଥିଲା। ଫଳରେ ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri