ପାଣିଘେରରେ ବିଦ୍ୟାଳୟ

ରଣପୁର,୨୬।୧୦(ସ୍ବ.ପ୍ର.): ରଣପୁର ବ୍ଳକ ଓ ଏନ୍‌ଏସି ଅଞ୍ଚଳରେ ୩ଦିନ ଧରି ଲାଗି ରହିଥିବା ବର୍ଷାରେ ବହୁ ଘରର କାନ୍ଥ ଭାଙ୍ଗିପଡିଛି। ଏକର ଏକର ଜମିର ଧାନ ଫସଲ ଉଜୁଡି ଯାଇଛି । ସ୍କୁଲ ଗୃହରେ ପାଣି ପଶିଯାଇଥିବାରୁ ପିଲାମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ବ୍ଲକ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ୨୩ ତାରିଖରେ ୨୩.୪ମିମି, ୨୪ରେ ୧୩୦.୨ ମିମି, ୨୫ରେ ୧୪୦.୪ ମିମି ବର୍ଷା ହୋଇଛି । ଅତ୍ୟଧିକ ବର୍ଷା ଯୋଗୁ ଧାନ ଫସଲ ଉପରେ ପାଣି ଜମି ରହିଛି। କେଣ୍ଡା ଧାନ ନଷ୍ଟ ହୋଇଯାଇଛି । ପ୍ରବଳ ବର୍ଷା ସତ୍ତ୍ୱେ ଅଙ୍ଗନୱାଡି, ସ୍କୁଲ, କଲେଜ ଖୋଲା ରହିଥିଲା। ତେବେ ପିଲାମାନଙ୍କ ଉପସ୍ଥାନ କମ୍‌ ରହିଥିଲା। ଫନୀରେ ଭାଙ୍ଗିଥିବା ଘର ଉପରେ ପଡିଥିବା ପଲିଥିନ୍‌ ନଷ୍ଟ ହୋଇଯିବାରୁ ଭଙ୍ଗା ଘର ଅଧିକ ବିପଦସଙ୍କୁଳ ହୋଇପଡିଛି । କଣ୍ଡରା ସିଂ ଦେଉଳି ଉ.ପ୍ରା. ବିଦ୍ୟାଳୟର ଶ୍ରେଣୀଗୃହରେ ପାଣି ପଶିଯାଇଥିଲା । ସ୍କୁଲ ସମ୍ମୁଖରେ ଜମିଥିବା ପାଣିରେ ଛାତ୍ରୀଛାତ୍ର ମଧ୍ୟାହ୍ନଭୋଜନ ଖାଇଥିବା ଥାଳି ସଫା କରିଥିଲେ। ସେହି ପରିସରରେ ମଇଁଷିମାନଙ୍କୁ ଗାଧୋଇ ଦିଆଯାଉଥିବାର ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଉପଖଣ୍ଡରେ ସ୍ବାଧୀନତା ଦିବସ

ଭଞ୍ଜନଗର,୧୫ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ନିରାଡମ୍ବର ଭାବେ ସ୍ଥାନୀୟ ଜେଲ ପଡ଼ିଆରେ ରବିବାର ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଉପଜିଲାପାଳ ରାଜେନ୍ଦ୍ର...

୭ ସପ୍ତାହ ଧରି କୋଇଲା ସଙ୍କଟ: ନାଲ୍‌କୋର ୮୦ ପଟ୍‌ ବନ୍ଦ

ବଅଁରପାଳ, ୧୭।୧୦ (ଡି.ଏନ୍‌.ଏ.)- ଅନୁଗୋଳ ଜିଲାରେ ଥିବା ନବରତ୍ନ ପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ବିଦ୍ୟୁତ୍‌ ପ୍ରକଳ୍ପରେ କୋଇଲା ସଙ୍କଟ ଲାଗି ରହିଛି। ଗତ ୭...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା: ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର/ନୂଆଦିଲ୍ଲୀ,୨।୬: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ମାନ୍ୟବର ସୁପ୍ରିମକୋର୍ଟ ଏହି ମାମଲାରେ ରାୟକୁ ସଂରକ୍ଷିତ ରଖିଛନ୍ତି । ଉଭୟ ପକ୍ଷର...

୫ ଥର ଆବେଦନ ପରେ ବି ମିଳିଲାନି ଭତ୍ତା

ଖଇରା,୯।୫(ଡି.ଏନ.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ବାଉଁଶଗଡ଼ିଆ ପଞ୍ଚାୟତ ଅଧୀନ ଶାଳଗଡ଼ିଆ ପାଇକସାହି ଗ୍ରାମର ଭାମା ନାଇକଙ୍କର ଆର୍ଥିକ ଅବସ୍ଥା ଦିନକୁ ଦିନ ଖରାପ ହେଉଛି।...

ସ୍ବଚ୍ଛ ଭାରତ ମିଶନ ବାଟବନା: ପାଇଖାନାରେ ରହୁଛନ୍‌ ଛେଲ୍‌, କୁକ୍‌ରା

ଲାଞ୍ଜିଗଡ଼, ୨୬।୧୨ (ଡି.ଏନ୍‌.ଏ.)- ସ୍ବଚ୍ଛ ଭାରତ ମିଶନ ତରଫୁ ସବୁ ପରିବାରକେ ପାଇଖାନା ତିଆର କରବାର ଲାଗି ଟଁକା ଦିଆଯାଉଛେ। ସେନ୍‌ତା ଲୁକ୍‌କୁ ପାଇଖାନା ବେଭାର...

ଶିକ୍ଷକଙ୍କ ମଦ୍ୟପାନ ଭିଡିଓ ଭାଇରାଲ ଘଟଣା:ବଦଳି ଦାବିରେ ବିଦ୍ୟାଳୟରେ ତାଲା

ବଇଣ୍ଡା,୨୭।୮(ଡି.ଏନ.ଏ.) ଆଠମଲ୍ଲିକ ବ୍ଲକ କନ୍ତପଡ଼ା ପଞ୍ଚାୟତ ମଇମୁରା ସର୍କଲ ଅଧୀନ କେଞ୍ଚୁଆନାଳୀ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ମଦ୍ୟପାନ କରିଥିବା ଭିଡିଓ ଭାରରାଲ ଘଟଣା ପରେ...

ଆପୋଲୋ ହସ୍ପିଟାଲର ଜଣେ ମହିଳା କର୍ମଚାରୀଙ୍କୁ କରୋନା

ଭୁବନେଶ୍ୱର,୧୨।୬(ବ୍ୟୁରୋ): ଆପୋଲୋ ହସ୍ପିଟାଲ୍‌ର ଜଣେ ମହିଳା କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେ ଗାଡ଼କଣା ଅଞ୍ଚଳର ୪୬ ବର୍ଷୀୟା ମହିଳା ବୋଲି ଭୁବନେଶ୍ୱର ମହାନଗର...

ଏମାର ମଠରେ ପୁଣି ଗୁପ୍ତଧନ ସନ୍ଧାନ

ପୁରୀ ଅଫିସ,୧୭।୯: ବହୁଚର୍ଚ୍ଚିତ ଏମାର ମଠରେ ଗୁପ୍ତଧନ (ବିଭିନ୍ନ ମୂଲ୍ୟବାନ ସମ୍ପତ୍ତି) ଓ ରୁପାଇଟା ଥିବା ସନ୍ଧାନରେ ପୁଣି ଯାଞ୍ଚ ଆରମ୍ଭ ହୋଇଛି। ଗୁରୁବାର ଏମାର...

Advertisement
Archives

Model This Week