Posted inଖେଳ

ପାଟନା ପାଇରେଟ୍ସର ରୋମାଞ୍ଚକ ବିଜୟ

ମୁମ୍ବାଇ, ୩୦।୭ (ପି.ଟି.)- ପ୍ରୋ-କବାଡ଼ି ଲିଗ୍‌ ୭ମ ସଂସ୍କରଣର ଏକ ରୋମାଞ୍ଚକ ମ୍ୟାଚରେ ପାଟନା ପାଇରେଟ୍ସ ୨୪-୨୩ରେ ତାମିଲ ଥଲାଇଭାସକୁ ପରାସ୍ତ କରିଛି। ସୋମବାର ଖେଳାଯାଇଥିବା ଏହି ମ୍ୟାଚରେ ପ୍ରୋ-କବାଡ଼ି ଲିଗ୍‌ର ଦୁଇ ସଫଳ ରେଡର ‘ଦି ଶୋ ମ୍ୟାନ’ ରାହୁଲ ଚୌଧାରୀ ଏବଂ ‘ରେକର୍ଡ ବ୍ରେକର’ ପ୍ରଦୀପ ନରଓ୍ବାଲଙ୍କ ଉପସ୍ଥିତି ଯୋଗୁ ଦୁଇ ଦଳ ମଧ୍ୟରେ ଲଢେଇ ଜୋରଦାର୍‌ ହେବ ବୋଲି ଆଶା କରାଯାଉଥିଲା। ପାଟନା ସୁପର ଟାକଲ ଜରିଆରେ ମ୍ୟାଚକୁ ନିଜ ସପକ୍ଷରେ ନେଇ ଆସିଥିଲା। ଜୟଦୀପ ୭ ଟାକଲ ପଏଣ୍ଟ ସ୍କୋର କରିଥିବାବେଳେ ଯୁବ ଖେଳାଳି ମୋନୁ ଦୃଢ ଅଲରାଉଣ୍ଡ ପ୍ରଦର୍ଶନ ସହ ତାଙ୍କୁ ସହାୟତା କରିଥିଲେ। ରାହୁଲ ଚୌଧାରୀ ୯୦୦ ରେଡ୍‌ ପୁରଣ ସହ ପ୍ରୋ କବାଡ଼ି ଲିଗ୍‌ ୭ରେ ଇତିହାସ ସୃଷ୍ଟି କରିଛନ୍ତି। ସେ ଟପ୍‌ ସ୍କୋରର ହେବା ସହ ତାମିଲ ଥଲାଭାସ ପାଇଁ ୫ ପଏଣ୍ଟ ଆଣି ଦେଇଛନ୍ତି। ସୋମବାର ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚରେ ବେଙ୍ଗଲ ଓ୍ବାରିୟର୍ସ ପ୍ରଭାବୀ ପ୍ରଦର୍ଶନ ସହ ୪୩-୨୩ରେ ପୁନେରୀ ପଲଟନକୁ ହରାଇ ଦେଇଛି। ଦଳକୁ ଜିତାଇବାରେ ମନିନ୍ଦର ସିଂ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ୧୪ ରେଡ୍‌ ପଏଣ୍ଟ ସ୍କୋର କରିଥିଲେ। ମହମ୍ମଦ ନବିବକ୍ସଙ୍କଠାରୁ ତାଙ୍କୁ ସମର୍ଥନ ମିଳିଥିଲା। ନବିବକ୍ସ ୮ ଗୁରୁତ୍ୱପୂର୍ଣ୍ଣ ରେଡ୍‌ ପଏଣ୍ଟ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri