ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଅରୁଣ ବୋଥ୍ରାଙ୍କୁ ଲିଗାଲ ନୋଟିସ

ବଲାଙ୍ଗୀର ଅଫିସ,୧୫-୧:ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ତତ୍କାଳୀନ ତଦନ୍ତକାରୀ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କୁ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ସ୍ତ୍ରୀ ସୌଦାମିନୀ ମେହେର ଓକିଲ ଜରିଆରେ ଲିଗାଲ ନୋଟିସ୍‌ ପଠାଇଛନ୍ତି। ସୌଦାମିନୀଙ୍କ ଟୁଇଟର ଆକାଉଣ୍ଟରେ ଏଭଳି ତଥ୍ୟ ଶେୟାର କରାଯିବା ପରେ ଘଟଣାଟି ଚର୍ଚ୍ଚାର ବିଷୟ ହୋଇଛି। ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ନେଇ ‘ପାଟଣାଗଡ଼’ ଶୀର୍ଷକ ଚଳଚ୍ଚିତ୍ର ନିର୍ମାଣକୁ ସୌଦାମିନୀ ମୂଳରୁ ବିରୋଧ କରିଆସୁଛନ୍ତି। ଏହି ଚଳଚ୍ଚିତ୍ର ନିର୍ମାଣର ପ୍ରମୋଟର ଭାବେ ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରାଙ୍କୁ ଚିତ୍ରଣ କରି ସୌଦାମିନୀଙ୍କ ତରଫରୁ ଲିଗାଲ ନୋଟିସ ଦିଆଯାଇଛି। ଉକ୍ତ ନୋଟିସ ସମ୍ପର୍କରେ ଆଇପିଏସ୍‌ ବୋଥ୍ରାଙ୍କ ସହ ଭାରତର ରାଷ୍ଟ୍ରପତିଙ୍କ ସଚିବ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଓ ସଚିବ, ଓଡିଶା ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ରାଜ୍ୟ ଗୃହ ମନ୍ତ୍ରଣାଳୟ, ଓଡ଼ିଶା ପୋଲିସ ଡିଜିଙ୍କ ସହ ଅନ୍ୟମାନଙ୍କୁ ଅବଗତ କରାଯାଇଛି।
୨୦୧୮ ଫେବୃୟାରୀ ୨୩ରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା। ଏଥିରେ ନବବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା। ନବବଧୂ ରିମା ସାହୁ ଗୁରୁତର ଆହତ ହୋଇ ଦୀର୍ଘଦିନ ଧରି ଚିକିତ୍ସିତ ହୋଇଥିଲେ। ବିବାହ ଉତ୍ସବର ୫ ଦିନ ପରେ ଉପହାର ପ୍ୟାକେଟ୍‌ ଜରିଆରେ ଏହି ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ଘଟିବା ରାଜ୍ୟ ତଥା ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏହି ଘଟଣାରେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ବଲାଙ୍ଗୀର, ପାଟଣାଗଡ, ରାୟପୁର ଅଞ୍ଚଳରେ ତଦନ୍ତ କରି ଭଇଁଷା କଲେଜ ଇଂଲିଶ ବିଭାଗ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଘଟଣାର ମାଷ୍ଟରମାଇଣ୍ଡ ଓ ଅଭିଯୁକ୍ତ ଦର୍ଶାଇ ଗିରଫ କରିଥିଲେ।
ଭଇଁଷା କଲେଜରେ ମୃତ ସୌମ୍ୟଶେଖରଙ୍କ ମା’ ସଂଯୁକ୍ତା ସାହୁ ଅଧ୍ୟକ୍ଷା ଭାବେ କାମ କରୁଥିଲେ। ସଂଯୁକ୍ତାଙ୍କ ପ୍ରତି ପ୍ରତିଶୋଧପରାୟଣ ହୋଇ ପୁଞ୍ଜିଲାଲ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟାଇଥିଲେ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା। ଏହି ଘଟଣାକୁ ନେଇ ‘ପାଟଣାଗଡ଼’ ଶୀର୍ଷକରେ ଏକ ଚଳଚ୍ଚିତ୍ର ନିର୍ମାଣ ହେଉଥିତ୍ବା ଜଣାପଡିବା ପରେ ଏହାକୁ ସୌଦାମିନୀ ବିରୋଧ କରିଥିଲେ। ପୁଞ୍ଜିଲାଲଙ୍କୁ ନିର୍ଦ୍ଦୋଷ କହି ତାଙ୍କୁ ଫସାଇ ଦେଇଥିବା ଅଭିଯୋଗ କରିଥିଲେ। ଏହାପରେ ‘ପାଟଣାଗଡ଼’ ଚଳଚ୍ଚିତ୍ରର ପ୍ରଯୋଜକ, ନିର୍ମାତା ଓ ନିର୍ଦ୍ଦେଶକ ଓ କଳାକାରଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅରୁଣ ବୋଥ୍ରାଙ୍କ କାରଣରୁ ତାଙ୍କ ସ୍ବାମୀ ପୁଞ୍ଜିଲାଲ ଓ ପରିବାରର ମାନହାନି ହୋଇଥିବା ଦର୍ଶାଇ ତାଙ୍କୁ ଲିଗାଲ ନୋଟିସ ପ୍ରଦାନ କରିଥିତ୍ବା ଜଣାପଡିଛି। ସୌଦାମିନୀଙ୍କ ତରଫରୁ ସୁପ୍ରିମକୋର୍ଟ ଓକିଲ ସୌଫି ଶୁର୍‌ଲୀନ କୌର ଜାଗୀ ଅରୁଣ ବୋଥ୍ରାଙ୍କୁ ଗତ ଜାନୁୟାରୀ ୫ ତାରିଖରେ ନୋଟିସ ପଠାଇଥିବା ଜଣାପଡିଛି। ଏନେଇ ସୌଦାମିନୀଙ୍କ ଟୁଇଟର ଆକାଉଣ୍ଟରେ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପାଇବେ ହଜାରେ ଛାତ୍ରୀଛାତ୍ର

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ):ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଜିଲା ଶିକ୍ଷା ଅଧିକାରୀଙ୍କ ସମୀକ୍ଷା ବୈଠକ ଭର୍ଚୁଆଲରେ ଅନୁଷ୍ଠିତ ହୋଇଯାଇଛି।...

ପଟ୍ଟଚିତ୍ର,ଦିଆସିଲି କାଠି ଓ କାଗଜରେ ନାଗାର୍ଜୁନ ବେଶ

ପୁରୀ ଅଫିସ,୨୬ା୧୧:ଦିନକ ପରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ଏହି ବେଶକୁ ପଟ୍ଟଚିତ୍ରରେ ଦେଖାଇବାକୁ ଚେଷ୍ଟା କରିଛନ୍ତି ଶିଳ୍ପୀ ପଙ୍କଜ ବେହେରା। ପଙ୍କଜ କହିଛନ୍ତି, କରୋନା କଟକଣା...

ଧାନବିକ୍ରି ପ୍ରାପ୍ୟ ଟଙ୍କା ନ ମିଳିବାରୁ ଚାଷୀଙ୍କ ଭଦ୍ରକ – ଆଖଣ୍ଡଳମଣି ରାସ୍ତା ଅବରୋଧ

ଆରଡି, ୩୦ା୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ସୁନ୍ଦରପୁର ପଞ୍ଚାୟତର ଶତାଧିକ ଚାଷୀ ମଙ୍ଗଳବାର ସକାଳେ ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥ ଅବରୋଧ କରିଛନ୍ତି। ତେବେ ପ୍ରାପ୍ୟ...

କରୋନାରେ ବିଏମ୍‌ସିର ମୁଖ୍ୟ କିରାଣିଙ୍କ ମୃତ୍ୟୁ: ୧୪ ଦିନ ପାଇଁ ଏସବୁ ବିଭାଗ ବନ୍ଦ, ଏସବୁ ଖୋଲା

ବ୍ରହ୍ମପୁର ଅଫିସ,୧୫।୭: ବ୍ରହ୍ମପୁର ବିଏମସିର ମୁଖ୍ୟ କିରାଣି ଉପେନ୍ଦ୍ର ମାଝିଙ୍କ କରୋନାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର...

ଛାତ୍ରୀ ଅଶ୍ଳୀଳ ଭିଡ଼ିଓ ଶୁଟିଂ ଘଟଣା: ତାଳସାରୀରେ ମହିଳା, ପୁରୁଷଙ୍କ ମେଳି

ଭୋଗରାଇ, ୪।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ଶାରୀରିକ ନିର୍ଯାତନା, ଅଶ୍ଳୀଳ ଭିଡ଼ିଓ ଶୁଟିଂ ଓ ବ୍ଲାକମେଲିଂ ଘଟଣାରେ ମାସେ ବିତିଥିଲେ...

ନିର୍ବାଚନୀ ହିଂସା ଏଡ଼ାଇବା ପାଇଁ ଫ୍ଲାଗ ମାର୍ଚ୍ଚ

ଛତ୍ରପୁର,୬।୨(ଡି.ଏନ୍‌.ଏ.): ପଞ୍ଚାୟତ ନିର୍ବାଚନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ନେଇ ଛତ୍ରପୁର ବ୍ଲକ ସୁନ୍ଦରପୁର ଓ ଭିକାରିପଲୀ ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳରେ ସ୍ଥନୀୟ ପୋଲିସ ପକ୍ଷରୁ ଫ୍ଲାଗ...

କାର୍ଯ୍ୟକ୍ଷମ ହୋଇପାରୁନି ଉପଖଣ୍ଡ ମାତୃ ଶିଶୁ ଭବନ

ପାଲଲହଡା, ୮।୫(ଡି.ଏନ.ଏ.): ପାଲଲହଡା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ପରିସରରେ ନିର୍ମାଣ ହେଉଥିବା ୩୦ ଶଯ୍ୟା ବିଶିଷ୍ଟ ମାତୃ ଏବଂ ଶିଶୁ ଭବନ କାର୍ଯ୍ୟ ଶେଷ ହେଉ ନ...

ମାଟି ଅତଡା ଖସି ଚାଲିଗଲା ୨ ଜୀବନ

କୋରାପୁଟ,୧୮।୮(ସ୍ବ.ପ୍ର.): କୋରାପୁଟ ଜିଲା ବୈପାରୀଗୁଡା ଗୁପ୍ତେଶ୍ୱର ମାଳିପଦର ଜଙ୍ଗଲରେ ଗୁରୁବାର ଏକ ଅଘଟଣ ଘଟିଛି। ମାଟି ଅତଡା ଖସି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ...

Advertisement
Archives

Model This Week