Posted inରାଜ୍ୟ

ପାଟକୁରା ବିଧାନସଭା ନିର୍ବାଚନ: ଇଭିଏମ୍‌ରେ ୧୦ ପ୍ରାର୍ଥୀଙ୍କ ଭାଗ୍ୟ

କେନ୍ଦ୍ରାପଡା ଅଫିସ, ୨୧।୭: କେନ୍ଦ୍ରାପଡା ଜିଲାର ପାଟକୁରା ବିଧାନସଭା ଆସନ ପାଇଁ ଶନିବାର ମତଦାନ ଶେଷ ହୋଇଛି । ଏଥିସହିତ ଇଭିଏମ୍‌ରେ ୧୦ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌ ହୋଇଯାଇଛି।
୨୦୧୯ ସାଧାରଣ ନିର୍ବାଚନ ଆରମ୍ଭରୁ ଏହି ବିଧାନସଭା ଆସନ ଚର୍ଚ୍ଚାରେ ରହିଛି । ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ଯୋଗୁ ଗତ ଏପ୍ରିଲ ୨୯ରେ ଏହି ଆସନରେ ନିର୍ବାଚନ ବନ୍ଦ ହୋଇଥିଲା। ପରବର୍ତ୍ତୀ ସମୟରେ ସାମୁଦ୍ରିକ ଝଡ ଫନୀ ପାଇଁ ମେ ୧୯ ତାରିଖରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ଶନିବାର ଅନୁଷ୍ଠିତ ନିର୍ବାଚନରେ ଭାଜପାର ହେଭିୱେଟ୍‌ ନେତା ବିଜୟ ମହାପାତ୍ର ଓ ବିଜେଡିରୁ ବେଦପ୍ରକାଶଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଛି। ଏବେ ଫଳାଫଳକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି । ଅପରପକ୍ଷେ ୩୦୯ରୁ ସର୍ବାଧିକ ୧୩୮ ବୁଥକୁ ସମ୍ବେଦନଶୀଳ ଚିହ୍ନଟ କରାଯିବା ଏହି ନିର୍ବାଚନର ଗୁରୁତ୍ୱ ବଢ଼ାଇଦେଇଥିଲା । ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ କରିବା ନିମନ୍ତେ ୬୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ସୂଚନାଯୋଗ୍ୟଯେ, ପାଟକୁରାରେ ଗତ ଏପ୍ରିଲ ୨୯ରେ ଲୋକ ସଭା ପାଇଁ ଭୋଟ ହୋଇଥିଲା। ସେତେବେଳେ ୭୧ ପ୍ରତିଶତ ମତଦାନ ହୋଇଥିଲା । ଏହି ନିର୍ବାଚନମଣ୍ଡଳୀର ଭୋଟର ହୋଇ ନ ଥିବାରୁ ଶନିବାର କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ଓ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ ଭୋଟ ଦେଇ ପାରିନାହାନ୍ତି । ମାତ୍ର ଏହି ୨ ପ୍ରାର୍ଥୀ ନିଜର ବିଜୟ ନିଶ୍ଚିତ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିବାବେଳେ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଭାଜପା ପ୍ରାର୍ଥୀ ବିଜୟ ନିର୍ବାଚନ ଫଳାଫଳ ସମ୍ପର୍କରେ ଭିନ୍ନମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଅନୁମତିରେ ସଦର ମହକୁମା ଛାଡ଼ିପାରିବେନି ଅଧିକାରୀ

ଭୁବନେଶ୍ୱର,୧୩।୪(ବ୍ୟୁରୋ): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜଳ ସମସ୍ୟା ଥିବା ଅଞ୍ଚଳଗୁଡ଼ିକରେ ପାନୀୟଜଳ ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି।...

ବିଜେପୁର ଉପନିର୍ବାଚନ: ୧୧ଟା ସୁଦ୍ଧା ୨୫.୭% ମତଦାନ

ବରଗ ଅଫିସ /ବିଜେପୁର, ୨୧।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ସୋମବାର ମତଦାନ ଚାଲିଛି। ନିର୍ବାଚନ ମଣ୍ଡଳୀର ୨୮୫ ବୁଥ୍‌ରେ ମତଦାନ ପ୍ରକ୍ରିୟା ଚାଲିଥିବା...

୧୫ ଘଣ୍ଟା ପରେ ଜୁସ୍‌ ପିଇ ଅନଶନ ଭାଙ୍ଗିଲେ ନୀଳଗିରି ବିଧାୟକ

ବାଲେଶ୍ୱର ଅଫିସ/ସଜନାଗଡ଼, ୫।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମୋହରିଙ୍କ ଚାଳିଆ ଉଚ୍ଛେଦ ଘଟଣାକୁ ନେଇ ତହସିଲଦାରଙ୍କ ସହ ଯୁକ୍ତିତର୍କ ପରେ...

ଟିକାକରଣରୁ ବଞ୍ଚିତ ହେଉଛନ୍ତି ଲୋକେ

କଟକ ଅଫିସ, ୧୨ା୬: ରାଜ୍ୟରେ କୋଭିଡ୍‌ ସଂକ୍ରମିତଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ। ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବା ପାଇଁ ଘୋଷଣା କରାଯାଇଛି। ମାତ୍ର...

ଟ୍ରାଫିକ ଉଲ୍ଲଂଘନକାରୀ ଗାଡ଼ି ଚାଳକ ସାବଧାନ: କେଉଁ ନିୟମ ଉଲ୍ଲଂଘନ କଲେ କେତେ ଜରିମାନା ଜାଣନ୍ତୁ….

ଭୁବନେଶ୍ୱର, ୧ା୯(ବ୍ୟୁରୋ): ଗାଡ଼ି ଚାଳକମାନେ ସାବଧାନ। ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଆଉ ବରଦାସ୍ତ କରାଯିବ ନାହିଁ। ରବିବାରଠାରୁ ସାରା ଦେଶରେ ଲାଗୁ ହେଉଛି ସରକାରଙ୍କ...

ଶଙ୍କା ବଢାଉଛି ଦୁର୍ବଳ ନଦୀବନ୍ଧ

ବାଲେଶ୍ୱର ଅଫିସ/ଜଳେଶ୍ୱର, ୨୧।୮-ବାଲେଶ୍ୱର ଜିଲାରେ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ବୁଢ଼ାବଳଙ୍ଗ ଓ ଜଳକା ନଦୀର ଜଳସ୍ତର ହ୍ରାସ ପାଉଛି। ମଙ୍ଗଳବାର ପୂର୍ବାହ୍ନ...

ଚଣ୍ଡିଆ ପାହାଡ଼ରେ ବେଆଇନ ଖନନ

ଚଣ୍ଡିଖୋଲ,୧୮ା୧୦(ଡି.ଏନ.ଏ.): ବିଶ୍ୱ ପ୍ରସିଦ୍ଧ ବୌଦ୍ଧ ପୀଠ ଉଦୟଗିରି, ଲଳିତଗିରି ଓ ରନତ୍ଗିରି ହୀରକ ତ୍ରିଭୂଜ ରୁପେ ପରିଚିତ। ବିଶ୍ୱ ମାନଚିତ୍ରରେ ହୀରକ ତ୍ରିଭୂଜ ସ୍ଥାନ ପାଇବା...

‘ଭିଡିଓ କ୍ଲିପ୍‌ ବିକ୍ରି ନେଇ ତଦନ୍ତ କରାଯିବ’

ପୁରୀ ଅଫିସ, ୨୧ା୧: ଶ୍ରୀମନ୍ଦିର ନୋ ଫ୍ଲାଇଂ ଜୋନ୍‌ରେ ଡ୍ରୋନ ଉଡ଼ାଇ ଭିତରବେଢ଼ାର ଭିଡିଓ ଭାଇରାଲ କରିବା ସହ ଏହି କ୍ଲିପ୍‌ ଦେବା ପାଇଁ ଟଙ୍କା...

Advertisement
Archives

Model This Week