Posted inରାଜ୍ୟ

ପାଟକୁରା ବିଧାନସଭା ନିର୍ବାଚନ: ପ୍ରଚାର ସରଗରମ, ନେତାଙ୍କ ସ୍ବର ନରମ

କେନ୍ଦ୍ରାପଡ଼ା ଅଫିସ, ୧୬ା୭- ପାଟକୁରା ନିର୍ବାଚନ ପ୍ରଚାର ପାଇଁ ଆଉ ମାତ୍ର ୪ ଦିନ ରହିଛି ା ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ୧୮ ତାରିଖ ଅପରାହ୍ନ ୫ଟାରେ ପ୍ରଚାର ଶେଷହେବ। ଏନେଇ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ସେମାନଙ୍କ ପ୍ରଚାର କାର୍ଯ୍ୟକୁ ଜୋର୍‌ଦାର କରିଛନ୍ତି ା ତେବେ ନିର୍ବାଚନରେ ନେତାଙ୍କ ଠାରୁ ପ୍ରତିପକ୍ଷଙ୍କ ପ୍ରତି ଆରୋପ ପ୍ରତ୍ୟାରୋପ ବହୁତ କମ୍‌ ଦେଖିବାକୁ ମିଳୁଛି। ପ୍ରାର୍ଥୀ ଓ ଦଳୀୟ ନେତାଙ୍କ ଏଭିଳି ଆଭିମୁଖ୍ୟ ନିର୍ବାଚନ ସମୟରେ ଭୋଟରଙ୍କୁ ଅଡ଼ୁଆରେ ପକାଇବ ବୋଲି ଆଲୋଚନା ହେଉଛି।
ଅପରପକ୍ଷେ ୧୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡା ଜିଲାକୁ ଗସ୍ତକୁ ଅନେକ ଅପେକ୍ଷା କରିଛନ୍ତି । ଏହି ବିଧାନସଭା ନିର୍ବାଚନରେ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀଙ୍କ ସହ ମୋଟ ୧୦ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବହୁ ପଛରେ କଂଗ୍ରେସର ରାଜ୍ୟସ୍ତରୀୟ ନେତା ଏହି କ୍ଷେତ୍ରକୁ ଗସ୍ତ କରି ଲୋକଙ୍କ ସମର୍ଥନ ହାସଲ କରିବାକୁ ଉଦ୍ୟମ କରୁଛନ୍ତି। ମାତ୍ର ଏହି ନିର୍ବାଚନମଣ୍ଡଳୀରେ ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ର ଓ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ମଧ୍ୟରେ ମହା ମୁକାବିଲା ଦେଖିବାକୁ ମିଳିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଇତିମଧ୍ୟରେ ସାଧାରଣ ନିର୍ବାଚନ ସରିଯାଇଥିବାରୁ ରାଜ୍ୟର ମନ୍ତ୍ରୀ ଓ ବିଧାୟକମାନେ ଏବେ ପାଟକୁରାରେ ଡେରା ପକାଇଛନ୍ତି। ବିଜେଡିର ଏହି ନେତାଙ୍କ ଭିଡ଼ ବିଜୟଙ୍କ ଜିତିବା ପାଇଁ ବୋଲି ଭାଜପାର ରାଜ୍ୟ ପ୍ରଭାରୀ ଅରୁଣ ସିଂହ କହିବା ପରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ା ସେହିପରି ଭାଜପାର ୨ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିଲେ ମଧ୍ୟ ପ୍ରତିପକ୍ଷ ବିଜେଡି ପ୍ରତି କୌଣସି କଟୁ ସମାଲୋଚନା ଅଦ୍ୟାବଧି କରି ନାହାନ୍ତି। ମାତ୍ର ଭାଜପାର ପ୍ରଚାରକମାନେ ବିଜୟ ନିର୍ବାଚନରେ ବିଜୟୀ ହେଲେ ପାଟକୁରାବାସୀଙ୍କ ଉନ୍ନତି ହୋଇପାରିବ ବୋଲି ମତ ଦେଇଛନ୍ତି।
କେବଳ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଭାଜପାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ଏମ୍‌ପି ବୈଜୟନ୍ତ ପଣ୍ଡା ଓ ବରିଷ୍ଠ ନେତା ଦାମ ରାଉତ ରାଜ୍ୟ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି। ଅପରପକ୍ଷରେ ବିଜେଡି ପକ୍ଷରୁ ଦଳୀୟ ଅନ୍ତର୍କନ୍ଦଳକୁ ରୋକିବା ଏକ ପ୍ରମୁଖ ସମସ୍ୟା ହୋଇଛି । ପ୍ରତି ପଞ୍ଚାୟତ ପାଇଁ ବିଧାୟକ ଓ ମନ୍ତ୍ରୀମାନେ ଦାୟିତ୍ୱରେ ଥିଲେ ମଧ୍ୟ ପ୍ରଚାର ସମୟରେ ବିଜୟଙ୍କୁ ଟାର୍ଗେଟ କରିବା ଦେଖାଯାଉନାହିଁ । କିନ୍ତୁ ଉଭୟ ଦଳ ନିଜର ଶକ୍ତି ବୃଦ୍ଧି ପାଇଁ ମିଶ୍ରଣ ପର୍ବ, ବୁଥ ଲେବୁଲ ସଂଗଠନକୁ ସୁଦୃଢ଼ କରିବାକୁ ଗୁରୁତ୍ୱ ଦେଇଛନ୍ତି। ସେପଟେ ବିଜେଡି ଓ ଭାଜପା କୋଳାକୋଳି ବୋଲି ମନ୍ତବ୍ୟ ଦେଇ କଂଗ୍ରେସ ଜନତାଙ୍କ ନିକଟତର ହେବାକୁ ଚେଷ୍ଠା ଚଳାଇଛି।
ଏସମ୍ପର୍କରେ ସମୀକ୍ଷକମାନେ କହିଛନ୍ତି, ଭାଜପା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟ ସଭାକୁ ମନୋନୀତ କରିବାରେ ବିଜେଡି ସମର୍ଥନ ଦେବାପରେ ଉଭୟ ଦଳ ପରସ୍ପରକୁ ଦୋଷ ଦେବା ବନ୍ଦ କରିଦେଇଛନ୍ତି ।ତେବେ ଏହି ନିର୍ବାଚନ ଉଭୟଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ନିଜସ୍ବ ରଣକୌଶଳକୁ ଗୁରୁତ୍ୱ ଦେଉଛନ୍ତି । ଶେଷ ଦୁଇ ଦିନ ପ୍ରଚାରରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତଥିବାରୁ ନିର୍ବାଚନ ଉପରେ ଏହାର କି ପ୍ରଭାବ ପଡ଼ିବ ତାହା ଏବେଠାରୁ କୁହାଯାଇପାରିବ ନାହିଁ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର, ୨୪।୧୦ (ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରକୁ ସ୍ମାର୍ଟସିଟିର ପୂର୍ଣ୍ଣାଙ୍ଗ ରୂପ ଦେବାକୁ ଉଦ୍ୟମ ଚାଲିଛି। ସ୍ବଚ୍ଛ, ସୁନ୍ଦର କରି ଗଢ଼ିତୋଳିବା ପାଇଁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଉଛି।...

ଜେଲ୍‌ରେ ମୋବାଇଲ୍‌ ଫୋନ୍‌ ଉପରେ ଲାଗିଲା କଟକଣା: ୯୧ ଜେଲରେ ଲାଗିବ ମୋବାଇଲ ଡିଟେକ୍ଟର

ଭୁବନେଶ୍ୱର, ୭ା୧(ବ୍ୟୁରୋ): ଜେଲ୍‌ ଭିତରକୁ ଯାଉଛି ମୋବାଇଲ୍‌ ଫୋନ୍‌। ଏହି ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ଜେଲ୍‌ରେ ରହି ଅପରାଧୀମାନେ ବାହାରେ ଘଟାଉଛନ୍ତି ଅପରାଧ, ବଢ଼ାଉଛନ୍ତି ସେମାନଙ୍କ...

ଚାଷୀକୁଁ ସବ୍‌ସିଡିରେ ଦିଆଯିବା ଉଷୋକଷା

ବିଜେପୁର, ୧୦।୮ (ଡି.ଏନ୍‌.ଏ.):ବରଗଡ ଜିଲା ବିଜେପୁର ଅଂଚଲ୍‌ରେ ମୁଗ୍‌ଫଲି ଫସଲରେ ରୋଗ୍‌ପୋକ୍‌ ଲାଗି ଚାଷୀ ଅଥାଥାଲି ହେଇଯାଉଥିଲେ। ଯେତେ ଉଷୋକଷା ଝିଁଟ୍‌ଲେ ବି କାମ୍‌ ନାଇଁ...

ଆଇଏଫ୍‌ଏସ୍‌ ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୧୩ା୬(ବ୍ୟୁରୋ): ରାଜ୍ୟ ସରକାର ଭାରତୀୟ ବନ ସେବା (ଆଏଫ୍‌ଏସ୍‌) ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ୧୯୮୮ ବ୍ୟାଚ ଆଇଏଫ୍‌ଏସ୍‌ ଅଫିସର ପୁସା ଝୁଲେ ମେକ୍ରୋଙ୍କୁ ଆଞ୍ଚଳିକ...

ଭଉଣୀ ହତ୍ୟାକାରୀକୁ ଆଜୀବନ: ଭିଣୋଇ ନିର୍ଦ୍ଦୋଶରେ ଖଲାସ

ଆନନ୍ଦପୁର,୨୫। ୯(ସ୍ବ.ପ୍ର.): ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍‌ ରାଜେଶ ଦାଶ ବୁଧବାର ଏକ ହତ୍ୟା ଘଟଣାର ରାୟ ପ୍ରକାଶ କରି ଭିଣୋଇକୁ ନିର୍ଦ୍ଦୋଶରେ ଖଲାସ ଏବଂ...

ଗୁଣିଗାରେଡ଼ି ସନ୍ଦେହରେ ସ୍ତ୍ରୀ, ସ୍ବାମୀଙ୍କୁ ହତ୍ୟା

ଖପ୍ରାଖୋଲ, ୧୬।୯(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲରମ୍ବା ଥାନା ଅନ୍ତର୍ଗତ ଲୁହାସିଂହା ପଞ୍ଚାୟତ ଚିଟିକାମାଳ ଗାଁରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଗୁଣିଗାରେଡ଼ି ସନ୍ଦେହରେ...

ମଦ ପାଣିରେ ଭାସୁଛି ଗାଁ ଗଣ୍ଡା : ୩.୮୩ ଲକ୍ଷ ଲିଟର ମଦ ଜବତ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପାଇଁ ଗ୍ରାମାଞ୍ଚଳ ଉଠୁଛି ପଡୁଛି। ପ୍ରାର୍ଥୀମାନେ ଘର ଘର ବୁଲି ମତଦାତାଙ୍କୁ ମନାଇବାରେ ଲାଗିଛନ୍ତି। ଦଳୀୟ ନେତା, କର୍ମୀମାନେ ନିଜ ଦଳର...

ମଧ୍ୟପ୍ରଦେଶରୁ ୱେବ୍‌ ଏକ୍ସପର୍ଟ ଗିରଫ

ଭୁବନେଶ୍ୱର,୧୬।୧(ବ୍ୟୁରୋ):ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଗୁଜରାଟ, କର୍ନାଟକ, ଆନ୍ଧ୍ରପ୍ରଦେଶ ଆଦି ବିଭିନ୍ନ ରାଜ୍ୟରେ ଜାଲ ବିଛାଇ ପ୍ରାୟ ୫୦ ହଜାର ଚାକିରି ଆଶାୟୀଙ୍କଠାରୁ ବହୁ କୋଟି ଟଙ୍କା...

Advertisement
Archives

Model This Week