Posted inଜାତୀୟ

ପାକିସ୍ତାନ ବିଛାଇଛି କୁହୁକ ଜାଲ

ନୂଆଦିଲ୍ଲୀ,୨୦-୯(ଆଇଏଏନ୍‌ଏସ୍‌):ପାକିସ୍ତାନର ଇଣ୍ଟର-ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ପକ୍ଷରୁ ଚାଲିଥିବା ଏକ ‘କଲ୍‌ ସେଣ୍ଟର’ର ପର୍ଦ୍ଦାଫାଶ କରିବାରେ ଭାରତୀୟ ଗୋଇନ୍ଦା ସଂସ୍ଥାଗୁଡ଼ିକୁ ବଡ଼ ସଫଳତା ମିଳିଛି। ଏହି କଲ୍‌ ସେଣ୍ଟରରୁ ଆଇଏସ୍‌ଆଇ ହନିଟ୍ରାପ୍‌ ବିଛାଇ ଭାରତୀୟ ଯବାନଙ୍କୁ ଫସାଉଥିଲା ବୋଲି ଜଣାପଡ଼ିଛି।
ରାଜଧାନୀ ଇସ୍‌ଲାମାବାଦଠାରୁ ୧୧୬ କି.ମି. ଦୂର ଝେଲମ ସହରରେ ରହିଛି କୁଖ୍ୟାତ୍‌ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ତଥାକଥିତ କଲ୍‌ ସେଣ୍ଟର। ସେଠାରୁ ଭାରତୀୟ ସେନା ଓ ସରକାରୀ ଅଧିକାରୀମାନଙ୍କୁ ଜାଲରେ ଛନ୍ଦି ସମ୍ବେଦନଶୀଳ ତଥା ଗୋପନୀୟ ତଥ୍ୟ ହାସଲ କରୁଛି। ଏଥିରେ ଆଇଏସ୍‌ଆଇକୁ ପାକିସ୍ତାନ ଟେଲିକମ୍ୟୁନିକେଶନ କମ୍ପାନୀ ଲିମିଟେଡ୍‌ (ପିଟିସିଏଲ୍‌) ପୂରା ସହଯୋଗ କରୁଛି। ସେଠାରେ ଭାରତୀୟ ସିମ୍‌କାର୍ଡଗୁଡ଼ିକୁ ବ୍ୟବହାର କରାଯାଉଛି, ଯାହାକି ପାକିସ୍ତାନରେ ଥିବା ସମ୍ପର୍କୀୟଙ୍କ ଘରକୁ ଯାଇଥିବାବେଳେ ଭାରତୀୟ ଯାତ୍ରୀ ବିଶେଷକରି ମହିଳାଙ୍କଠାରୁ ସେଠାର କଷ୍ଟମ୍ସ ବିଭାଗ ଜବତ କରିଥାଏ। ଦିଲ୍ଲୀ ଓ ଅନ୍ୟ କେତେକ ରାଜ୍ୟର ପୋଲିସ ଏକ ଚାଞ୍ଚଲ୍ୟକର ହନିଟ୍ରାପ୍‌ ସ୍କାଣ୍ଡାଲ ନେଇ ଦେଶବ୍ୟାପୀ ତନାଘନା କରିବା ପରେ ୧୦୦ରୁ ଊର୍ଦ୍ଧ୍ୱ ଭାରତୀୟ ସିମ୍‌କାର୍ଡ ଠାବ କରିଛନ୍ତି। ସୀମାନ୍ତରେ ଅବସ୍ଥିତ କଲ୍‌ ସେଣ୍ଟରଗୁଡ଼ିକରେ କାର୍ଯ୍ୟରତ ପାକିସ୍ତାନୀ ମହିଳାମାନଙ୍କ ପରିଚୟ ଲୁଚାଇବା ପାଇଁ ଭାରତୀୟ ମହିଳା ଯାତ୍ରୀଙ୍କ ସିମ୍‌କାର୍ଡଗୁଡ଼ିକୁ ବ୍ୟବହାର କରାଯାଉଛି।
ଭାରତୀୟ ସିମ୍‌କାର୍ଡ ଓ ଫେସ୍‌ବୁକ୍‌ରେ ସଙ୍ଗୀତା ମିଶ୍ର, ଆୟେଶା ରୟ, ନୀତା ସିଂ ଭଳି ନାମରେ ଜାଲ ଆକାଉଣ୍ଟ ଖୋଲାଯାଇ ପାକିସ୍ତାନୀ ଯୁବତୀମାନଙ୍କୁ ନିୟୋଜିତ କରାଯାଇଛି। ସେଠାରେ କାର୍ଯ୍ୟରତ ଯୁବତୀମାନେ ଉତ୍ତର ଭାରତୀୟଙ୍କ ଭଳି ଅନର୍ଗଳ ହିନ୍ଦୀ କହିପାରୁଛନ୍ତି। ଆଇଏସ୍‌ଆଇ ହ୍ୟାଣ୍ଡଲର୍ସଙ୍କ ସହାୟତାରେ ସେହି ଯୁବତୀମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାରତୀୟ ଯବାନମାନଙ୍କୁ ସର୍ଚ୍ଚ କରୁଛନ୍ତି। ପରେ ସେମାନେ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇ ଚାଟିଂ କରୁଛନ୍ତି। ଫେସ୍‌ବୁକ୍‌ରେ ଭିଡିଓ କଲ୍‌ କରି ତାକୁ ରେକର୍ଡ କରୁଛନ୍ତି। ସମ୍ପର୍କକୁ ଅଧିକ ନିବିଡ଼ କରିବା ପାଇଁ ସେମାନେ ହ୍ବାଟ୍ସଆପ୍‌ରେ ପ୍ରାଇଭେଟ ଚାଟିଂ ପାଇଁ ଯବାନମାନଙ୍କୁ ଅନୁରୋଧ କରୁଛନ୍ତି। ଏଥିଯୋଗୁ ଯବାନମାନେ ସେମାନଙ୍କୁ ଭାରତୀୟ ଯୁବତୀ ମନେକରି ସେମାନଙ୍କ ସହ ପ୍ରେମାଳାପ କରିବା ପରେ ଜାଲରେ ଫସିଯାଉଛନ୍ତି। ଦିଲ୍ଲୀର ଜଣେ ଯୁବତୀଙ୍କୁ ଦିଲ୍ଲୀ ପୋଲିସ ଜେରା କରିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି। ୩୦ ବର୍ଷୀୟା ଯୁବତୀ ପ୍ରଘଟ କରିଛନ୍ତି ଯେ, ସେ ପାକିସ୍ତାନ ଯାଇଥିବାବେଳେ ସେଠାକାର କଷ୍ଟମ୍ସ ବିଭାଗ ଅଧିକାରୀମାନେ ତାଙ୍କ ସିମ୍‌କାର୍ଡ ଓ ଫୋନ୍‌କୁ ଜବତ କରିନେଇଥିଲେ। ସୁରକ୍ଷା କାରଣରୁ ପାକିସ୍ତାନ ମାଟିରେ କୌଣସି ଭାରତୀୟ ସିମ୍‌କାର୍ଡ କିମ୍ବା ମୋବାଇଲ ଫୋନ୍‌କୁ ଅନୁମତି ଦିଆଯିବ ନାହିଁ କହି ପାକିସ୍ତାନୀ କର୍ତ୍ତୃପକ୍ଷ ସେଗୁଡ଼ିକୁ ଭାରତୀୟ ଯାତ୍ରୀଙ୍କଠାରୁ ଜବତ କରିନେଉଥିବା ସମ୍ପୃକ୍ତ ମହିଳାଙ୍କୁ ପଚରାଉଚରା ବେଳେ ଜଣାପଡ଼ିଛି। ଭାରତୀୟ ସେନାର ଯବାନ ଓ ସରକାରୀ ଅଧିକାରୀମାନଙ୍କୁ ହନିଟ୍ରାପ୍‌ରେ ଫସାଇ ଦେଶର ଗୋପନୀୟ ତଥ୍ୟ ହାସଲ କରିବା ପାଇଁ ଆଇଏସ୍‌ଆଇ ଏଭଳି ଚକ୍ରବୂ୍ୟହ କରିଥିବା ସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ସେନାର ପ୍ରଥମ ଲେଫ୍ଟନାଣ୍ଟ ଜେନେରାଲ ଦମ୍ପତି

ନୂଆଦିଲ୍ଲୀ,୧।୩: ସେନାରେ ମହିଳାଙ୍କୁ କମାଣ୍ଡ୍‌ ନିଯୁକ୍ତି ଦେବା ଲାଗି ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ, ଶନିବାର ମେଜର ଜେନେରାଲ ମାଧୁରୀ କାନିତକରଙ୍କୁ ଲେଫ୍ଟନାଣ୍ଟ ଜେନେରାଲ ର଼୍ୟାଙ୍କ ପାଇଁ...

ପିଲାଙ୍କୁ ଦିଅନ୍ତୁ ଅନୁଶାସନ ଶିକ୍ଷା

ନୂଆଦିଲ୍ଲୀ: ସବୁ ପରିବାରର କିଛି ନା କିଛି ନିୟମ ରହିଥାଏ, ଯାହାକୁ ଘରର ସମସ୍ତ ସଦସ୍ୟଙ୍କୁ ମାନିବାକୁ ପଡ଼େ। ଏହି ନିୟମ ହିଁ ପିଲାମାନଙ୍କୁ ଅନୁଶାସନରେ...

ଯୁବକଙ୍କୁ ନିର୍ମମ ଭାବେ ମାଡ଼ମାରି ୩ ପୋଲିସ ନିଲମ୍ବିତ

ଦେବରିଆ,୧୦।୧: ଉତ୍ତରପ୍ରଦେଶର ଦେବରିଆ ଜିଲାରେ ପୋଲିସର ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ମୋବାଇଲ ଚୋରି ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଥାନାରେ ନିସ୍ତୁକ ମାଡ଼ମାରିଥିବା...

ବିହାର ବିଧାନସଭା ନିର୍ବାଚନ: ୫୫ ପ୍ରତିଶତ ବିଧାୟକଙ୍କ ବିରୋଧରେ ଆପରାଧୀକ ମାମଲା,୧୬୦ କୋଟିପତି

ପାଟନା, ୧୫।୯: ବିହାରରେ ବିଧାନସଭା ନିର୍ବାଚନ ପାଇଁ ଦିନ ପାଖେଇ ଆସୁଛି। ରାଜ୍ୟର ବର୍ତ୍ତମାନ ଥିବା ୨୪୦ ବିଧାୟକଙ୍କ ମଧ୍ୟରୁ ୫୫ ପ୍ରତିଶତଙ୍କ ନାମରେ ବିଭିନ୍ନ...

ସଂକ୍ରମଣକୁ ଅଟକାଇ ପାରିବ ନାହିଁ ଟିକା

ନୂଆଦିଲ୍ଲୀ, ୨୧।୪: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଭୀଷଣ ବେଗରେ ମାଡ଼ିଚାଲିଥିବାବେଳେ ଏଥିରୁ ବର୍ତ୍ତିବା ଲାଗି ଦେଶର ୩ ଜଣ ପ୍ରମୁଖ ଡାକ୍ତର ନାଗରିକମାନଙ୍କୁ କେତେକ...

ନିଶାଗ୍ରସ୍ତଙ୍କ ସହ କରନ୍ତୁ ନାହିଁ ଝିଅର ବିବାହ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୨୫ ।୧୨: କେନ୍ଦ୍ର ଆବାସ ଓ ସହରୀ ମାମଲାର ରାଜ୍ୟମନ୍ତ୍ରୀ କୌଶଲ କିଶୋର ଜନତାଙ୍କୁ ଅପିଲ କରିଛନ୍ତି ଯେ ସେ ସେମାନଙ୍କ ଝିଅ ଓ ଭଉଣୀର...

ପ୍ଲାଷ୍ଟିକ୍‌ ମୁକ୍ତ ଭାରତ ପାଇଁ ଶପଥ ନେବା

ନୂଆଦିଲ୍ଲୀ,୩୦ା୯(ପି.ଟି.): ସ୍ବଚ୍ଛ ଭାରତ ଅଭିଯାନ, ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭାରତରେ ପ୍ଲଗିଙ୍ଗ୍‌ ଅଭିଯାନ ଆରମ୍ଭ କରିବା ଲାଗି ତାଙ୍କର...

ହିନ୍ଦୀକୁ ନେଇ ବର୍ଷିଲେ କୁମାରସ୍ବାମୀ

ବେଙ୍ଗାଲୁରୁ, ୧୧।୮: ନୂଆ ଶିକ୍ଷାନୀତିକୁ ନେଇ ବିତର୍କ ଚାଲିଥିବାବେଳେ ଭାଷାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ହିନ୍ଦୀ ଭାଷାକୁ ନେଇ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି....

Advertisement
Archives

Model This Week