Posted inଖେଳ

ପାକିସ୍ତାନ ଚୟନକର୍ତ୍ତା କିମ୍ବା ଟିମ୍‌ ମ୍ୟାନେଜର ହୋଇପାରନ୍ତି ମହସିନ

କରାଚୀ, ୨୪ା୬ (ପି.ଟି.)-ପୂର୍ବତନ ଟେଷ୍ଟ ବ୍ୟାଟ୍ସମ୍ୟାନ ଏବଂ ମୁଖ୍ୟ କୋଚ୍‌ ମହସିନ ହସନ ଖାଁ ପାକିସ୍ତାନ କ୍ରିକେଟରେ ପୁଣି କୌଣସି ଗୁରୁତ୍ୱପୂର୍ଣ୍ଣ ପଦବୀକୁ ଫେରିପାରନ୍ତି। ଚଳିତ ଆଇସିସି ବିଶ୍ୱକପ୍‌ ପରେ ସେ ମୁଖ୍ୟ ଚୟନକର୍ତ୍ତା କିମ୍ବା ଜାତୀୟ ଟିମ୍‌ ମ୍ୟାନେଜର ପଦବୀରେ ନିଯୁକ୍ତି ପାଇପାରନ୍ତି। ୨୦୧୨ରେ ମୁଖ୍ୟ କୋଚ୍‌ ଏବଂ ମୁଖ୍ୟ ଚୟନକର୍ତ୍ତା ରହିଥିବା ମହସିନ୍‌ ନିକଟରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) କ୍ରିକେଟ କମିଟି ମୁଖ୍ୟ ପଦବୀରୁ ଓହରିଯାଇଛନ୍ତି। ୬୪ ବର୍ଷୀୟ ମହସିନ ଜାତୀୟ ଦଳର କାମଚଳା କୋଚ୍‌ ଥିବାବେଳେ ବାଂଲାଦେଶ, ଶ୍ରୀଲଙ୍କା ଏବଂ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ଟେଷ୍ଟ ସିରିଜ ଜିତିପାରିଥିଲା। ୨୦୧୨ ପ୍ରଥମ ଭାଗରେ ୟୁଏଇରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ କ୍ଲିନ୍‌ ସୁଇପ୍‌ ବିଜୟ ହାସଲ କରିଥିଲା। ଏହା ସତ୍ତ୍ୱେ ଜାକା ଅଶ୍ରଫ୍‌ ପିସିବି ଚେୟାରମ୍ୟାନ ପଦବୀରେ ଅଧିଷ୍ଠିତ ହେବା ପରେ ମହସିନଙ୍କ ସ୍ଥାନରେ ବିଦେଶୀ କୋଚ୍‌ ଡେଭ୍‌ ହ୍ବାଟମୋର୍‌ ନିଯୁକ୍ତି ପାଇଥିଲେ। ବିଶ୍ୱକପ୍‌ ପରେ ପାକିସ୍ତାନ ଦଳ ଏବଂ ସହଯୋଗୀ ଷ୍ଟାଫ୍‌ଙ୍କ ୩ବର୍ଷର ପ୍ରଦର୍ଶନକୁ ନେଇ ସମୀକ୍ଷା କରାଯିବା ସହ ଖରାପ ପ୍ରଦର୍ଶନର କାରଣର ତଦନ୍ତ କରାଯିବ ବୋଲି ପିସିବି ଘୋଷଣା କରିଛି। ବର୍ତ୍ତମାନ ଅଧିକ କ୍ଷମତାଶାଳୀ ହୋଇଥିବା ମ୍ୟାନେଜିଂ ଡାଇରେକ୍ଟର ତଥା କ୍ରିକେଟ କମିଟି ମୁଖ୍ୟ ଓ୍ବାସିମ ଖାଁ ପିସିବିରେ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ବିଶ୍ୱକପ୍‌ ପରେ ସେ ଏକ ନୂଆ ସିଲେକ୍ସନ କମିଟି ଏବଂ ଟିମ୍‌ ମ୍ୟାନେଜମେଣ୍ଟ ଘୋଷଣା କରିବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୁମରାଙ୍କ ବୋଲିଂଙ୍କୁ ନକଲ କଲେ ବୃଦ୍ଧା

ନୂଆଦିଲ୍ଲୀ,୧୫।୭: ଭାରତୀୟ ଦଳର ବୋଲର ଜସ୍‌ପ୍ରୀତ୍‌ ବୁମରା ନିଜର ବୋଲିଂ ପାଇଁ ଚର୍ଚ୍ଚାରେ ରହିଥିବା ବେଳେ ଆଇସିସି ଦିନିକିଆ ର଼୍ୟାକିଂରେ ନମ୍ବର ଓ୍ବାନରେ ରହିଛନ୍ତି। ଭାରତୀୟ...

କୋହଲିଙ୍କ ପାଇଁ ସ୍ଥାନ ନାହିଁ ଆକାଶ ଚୋପ୍ରାଙ୍କ ବିଶ୍ୱ ଟେଷ୍ଟ ଏକାଦଶ ଦଳରେ

ନୂଆଦିଲ୍ଲୀ,୨୯।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ମୁକୁଟ ପିନ୍ଧିଥିବା ନ୍ୟୁଜିଲାଣ୍ଡକୁ ଟକ୍କର ଦେବା ପାଇଁ ବିଶ୍ୱ ଟେଷ୍ଟ ଏକାଦଶ ବାଛିଛନ୍ତି ପୂର୍ବତନ କ୍ରିକେଟର ତଥା ଭାଷ୍ୟକାର ଆକାଶ...

ଟି୨୦ରେ ଗେଲ୍‌ଙ୍କ ନାମରେ ରହିଛି ଏହି ସବୁ ବଡ଼ ରେକର୍ଡ

ନୂଆଦିଲ୍ଲୀ, ୧୦।୯: ଟି୨୦ କ୍ରିକେଟ୍‌ ଇତିହାସରେ ଯେବେ ମଧ୍ୟ ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କ ବିଷୟରେ ଆଲୋଚନା କରାଯିବ ଓ୍ବେଷ୍ଟଇଣ୍ଡିଜର କ୍ରିସ୍‌ ଗେଲ୍‌ ନିଶ୍ଚିତ ଭାବେ ଏହି ତାଲିକାରେ...

କୋଭିଡ୍‌- ୧୯: ପୂର୍ବତନ ଫୁଟବଲ କ୍ଲବ ସଭାପତିଙ୍କ ମୃତ୍ୟୁ

ଡକାର (ସେନେଗାଲ),୧।୪ (ଏପି): କରୋନା ଭାଇରସ ସଂକ୍ରମଣରେ ଫ୍ରେଞ୍ଚ୍‌ ଫୁଟବଲ କ୍ଲବ ମାର୍ସେଲିର ସଭାପତି ପେପ୍‌ ଡିଓଫ୍‌ ମୃତ୍ୟୁବରଣ କରିଛନ୍ତି। ପେପ୍‌ ୬୮ ବର୍ଷ ବୟସରେ...

ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ଟସ୍‌ ଜିତିଲା ଇଂଲଣ୍ଡ

ଲର୍ଡସ,୧୨।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆଜିଠାରୁ ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ବର୍ଷା ଯୋଗୁ ବିଳମ୍ବରେ ଟସ୍‌ ହୋଇଛି। ଇଂଲଣ୍ଡ...

ଚାଇନା ପାରା ବ୍ୟାଡ୍‌ମିଣ୍ଟନ: ସିଙ୍ଗଲ୍ସ, ଡବଲ୍ସରେ ପ୍ରମୋଦ ଚାମ୍ପିୟନ

ଭୁବନେଶ୍ୱର, ୨୯।୯(କ୍ରୀଡ଼ା ପ୍ରତିନିଧି)-ଚାଇନାର ୟୁହାଙ୍ଗ ହାଙ୍ଗ୍‌ଝୋଉଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ବିଭାଗରେ ଚାମ୍ପିୟନ ହୋଇଛନ୍ତି ଓଡ଼ିଶାର ପ୍ରମୋଦ...

ଟସ୍‌ ଜିତି ବୋଲିଂ କରିବ ରାଜସ୍ଥାନ

ମୁମ୍ବାଇ,୨୪ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଶନିବାର ୧୮ ତମ ମ୍ୟାଚରେ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଛନ୍ତି ରାଜସ୍ଥାନ ରୟାଲ୍ସ ଅଧିନାୟକ...

ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜରୁ ବାଦ୍‌ପଡ଼ିଲେ ପାଣ୍ଡ୍ୟା

ନୂଆଦିଲ୍ଲୀ,୧।୨: ଭାରତୀୟ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପୂର୍ଣ୍ଣ ଫିଟନେସ୍‌ ହାସଲ କରି ନ ଥିବାରୁ ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରୁ ବାଦ୍‌...

Advertisement
Archives

Model This Week