Posted inଖେଳ

ପାକିସ୍ତାନର ସଂଘର୍ଷପୂର୍ଣ୍ଣ ବିଜୟ

ଲିଡ୍ସ,୩୦।୬(ପି.ଟି.)- ଆଇସିସି ବିଶ୍ୱକପ୍‌ର ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ପାକିସ୍ତାନ ୨ଟି ବଲ ବାକି ରଖି ୩ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ସ୍ଥାନୀୟ ହେଡିଂଲେ ଗ୍ରାଉଣ୍ଡରେ ଟସ୍‌ ଜିତି ଆଫଗାନିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ ହରାଇ ୨୨୭ ରନ କରିଥିଲା। ଜବାବରେ ପାକିସ୍ତାନ ବିପର୍ଯ୍ୟୟ ସତ୍ତ୍ୱେ ୪୯.୪ ଓଭରରେ ୭ ଉଇକେଟ ହରାଇ ୨୩୦ ରନ କରି ବିଜୟୀ ହୋଇଛି। ଏଥି ସହିତ ପାକିସ୍ତାନ ୮ଟି ମ୍ୟାଚ୍‌ ଖେଳି ୪ ବିଜୟ, ୩ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୯ ପଏଣ୍ଟ ପାଇ ତାଲିକାର ଚତୁର୍ଥ ସ୍ଥାନକୁ ଉଠି ତା’ର ସେମିଫାଇନାଲ ଆଶା ଉଜ୍ଜୀବିତ ରଖିଛି। ଅନ୍ୟପଟେ ଆଫଗାନିସ୍ତାନ ୮ଟି ମ୍ୟାଚ୍‌ ଖେଳି ସବୁଥିରେ ପରାସ୍ତ ହୋଇ ବିନା ପଏଣ୍ଟ ସହ ତାଲିକାର ଅନ୍ତିମ ତଥା ଦଶମ ସ୍ଥାନରେ ରହିଛି। ମୂଲ୍ୟବାନ ୨ ଉଇକେଟ ନେବା ସହ ଅପରାଜିତ ୪୯ ରନର ଇନିଂସ ଖେଳି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଇମାଦ ଓ୍ବାସିମ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୨୨୮ ରନର ଛୋଟିଆ ବିଜୟ ଲକ୍ଷ୍ୟର ପିଛା କରି ପାକିସ୍ତାନ ତାରକା ଓପନର ଫକର ଜମାନଙ୍କୁ ବିନା ସ୍କୋରରେ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ଦ୍ୱିତୀୟ ଉଇକେଟରେ ଇମାମ ଉଲ ହକ ଓ ବାବର ଆଜମ ୭୨ ରନ ସଂଗ୍ରହ କରିଥିଲେ। ଇମାମ ୩୬ ଓ ଆଜମ ୪୫ ରନକରି ମହମ୍ମଦ ନବୀଙ୍କ ଶିକାର ହୋଇଥିଲେ। ଏହାପରେ ଅଭିଜ୍ଞ ମହମ୍ମଦ ହାଫିଜ୍‌ ୧୯ ରନ କରିଥିବା ବେଳେ ମୁଜିବ ଉର ରହମାନଙ୍କ ଦ୍ୱାରା ଆଉଟ ହୋଇଥିଲେ। ଇନ୍‌ଫର୍ମ ହାରିସ ସୋହେଲ ୨୭ ରନ କରି କ୍ରିଜ୍‌ରେ ଜମି ଆସୁଥିବା ବେଳେ ରସିଦ ଖାଁଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଅଧିନାୟକ ସର୍ଫରାଜ ଅହମ୍ମଦ ୧୮ ରନ କରି ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ୍‌ ହୋଇଥିଲେ। ଏହାପରେ ୧୧ ରନ କରିଥିବା ବେଳେ ଶଦାବ ଖାଁ ମଧ୍ୟ ରନ୍‌ ଆଉଟ ହୋଇଥିଲେ। ସପ୍ତମ ଉଇକେଟରେ ଇମାଦ ଓ୍ବାସିମ ଓ ଶଦାବ ୫୦ ରନକରି ସ୍ଥିତି ସମ୍ଭାଳିଥିଲେ। ଇମାଦ ୫୪ ବଲରୁ ୫ ଚୌକା ସହ ୪୯ ରନ କରି ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ। ସେହିପରି ୯ ବଲରୁ ୧ ଚୌକା ଓ ୧ ଛକା ସହ ଓ୍ବାହାବ ରିୟାଜ ୧୫ ରନ କରି ଅପରାଜିତ ରହିଥିଲେ। ସପ୍ତମ ଉଇକେଟରେ ଓ୍ବାସିମ ଓ ରିୟାଜ ୧୮ ବଲରୁ ଦ୍ରୁତ ୨୪ ରନ କରି ଦଳକୁ ସଂଘର୍ଷପୂର୍ଣ୍ଣ ବିଜୟ ପ୍ରଦାନ କରିଥିଲେ। ବୋଲିଂରେ ଆଫଗାନିସ୍ତାନ ତରଫରୁ ରହମାନ ଓ ନବୀ ୨ଟି ଲେଖାଏ, ରସିଦ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ଅଧିନାୟକ ଗୁଲବଦିନ ନାଇବଙ୍କୁ ସଅଳ ହରାଇଥିଲା। ନାଇବ ୧୫ ରନ କରି ଆଫ୍ରିଦୀଙ୍କ ଦ୍ୱାରା ଆଉଟ ହୋଇଥିଲେ। ଅନ୍ୟତମ ଓପନର ରହମତ ଶାହ ୩୫ ରନ କରି ସ୍ପିନର ଇମାଦ ଓ୍ବାସିମଙ୍କ ଶିକାର ହୋଇଥିଲେ। ୫୭ ରନରେ ୩ ଉଇକେଟ ହରାଇ ଆଫଗାନିସ୍ତାନ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ଅସଘର ଆଫଗାନ ଓ ନାଜିବୁଲ୍ଲା ଜଡ୍ରାନ ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ। ଆଫଗାନ ୩୫ଟି ବଲର ସମ୍ମୁଖୀନ ହୋଇ ୩ ଚୌକା ଓ ୨ ଛକା ସହ ୪୨ ରନ କରି ଆଉଟ ହୋଇଥିଲେ। ସେହିପରି ନାଜିବୁଲ୍ଲା ୫୪ଟି ବଲର ସମ୍ମୁଖୀନ ହୋଇ ୪୨ ରନ କରି ପ୍ୟାଭିଲିୟନ ଫେରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉଇକେଟକିପର ବ୍ୟାଟ୍ସମ୍ୟାନ ଇକ୍ରାମ ଅଲିଖିଲ ୨୪, ମହମ୍ମଦ ନବି ୧୬ ରନ କରି ଆଉଟ ହୋଇଥିଲେ। ସମିଉଲ୍ଲା ସେନଓ୍ବାରି ୧୯ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ପାକିସ୍ତାନ ତରଫରୁ ଆଫ୍ରିଦୀ ସର୍ବାଧିକ ୪, ଇମାଦ ଓ୍ବାସିମ ଓ ଓ୍ବାହାବ ରିୟାଜ ଦୁଇଟି ଲେଖାଏ, ଶଦାବ ଖାଁ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଆଫଗାନିସ୍ତାନ ୫୦ ଓଭରରେ ୨୨୭/୯ (ଅସଘର- ୪୨, ନାଜିବୁଲ୍ଲା- ୪୨, ରହମତ- ୩୫, ଅଲିଖିଲ- ୨୪, ଆଫ୍ରିଦୀ- ୪/୪୭, ଓ୍ବାସିମ- ୨/୪୮, ରିୟାଜ- ୨/୨୯)।
ପାକିସ୍ତାନ ୪୯.୪ ଓଭରରେ ୨୩୦/୭ (ବାବର- ୪୫, ଇମାଦ- ୪୯*, ଇମାମ- ୩୬, ସୋହେଲ- ୨୭, ରିୟାଜ- ୧୫*, ରହମାନ- ୨/୩୪, ନବୀ- ୨/୨୩ )।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନର ୩ କ୍ରିକେଟରଙ୍କୁ କରୋନା, ଇଂଲଣ୍ଡ ଗସ୍ତରୁ ବାଦ୍‌ ପଡିବାର ସମ୍ଭାବନା

ଇସଲାମାବାଦ୍‌,୨୩।୬: ପାକିସ୍ତାନ କ୍ରିକେଟ ଦଳକୁ ବଡ ଝଟ୍‌କା ଲାଗିଛି। ଦଳର ୩ କ୍ରିକେଟର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଲେଗ ସ୍ପିନର ଶାଦାବ ଖାନ, ଦ୍ରୁତ...

ବଲାଙ୍ଗୀରରେ ଏଆଇଏଫ୍‌ଏଫ୍‌ ଡି’ ଡିପ୍ଲୋମା କୋଚିଂ କୋର୍ସ ଆରମ୍ଭ

ଭୁବନେଶ୍ୱର, ୧୩।୧୨(କ୍ରୀଡ଼ା ପ୍ରତିନିଧି)- ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ପକ୍ଷରୁ ବଲାଙ୍ଗୀର ସଦାଇପାଲିର ଏସ୍‌ଆଇଟିଇ କ୍ୟାମ୍ପସରେ ଶନିବାରଠାରୁ ଡି’ ଡିପ୍ଲୋମା କୋଚିଂ କୋର୍ସ ଆରମ୍ଭ ହୋଇଛି।...

ବଦଳିପାରେ ଓଭରଥ୍ରୋ ନିୟମ

ଲଣ୍ଡନ,୨୦।୭(ପି.ଟି.)- କ୍ରିକେଟ ନିୟମ ପ୍ରସ୍ତୁତକାରୀ ମାରିଲେବୋନ କ୍ରିକେଟ କ୍ଲବ (ଏମ୍‌ସିସି) ଓଭରଥ୍ରୋ ନିୟମରେ ପରିବର୍ତ୍ତନ କରିପାରେ। ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ବିଶ୍ୱକପ୍‌ ଫାଇନାଲରେ ଓଭରଥ୍ରୋ...

ପ୍ଲେ-ଅଫ୍‌ ଆଶା ଧୂଳିଶାତ୍‌: ପାରିଲେନି ବୋଲର

ଆବୁଧାବି,୮।୧୦: ମୁମ୍ବାଇ ଇଣ୍ଡିଆନ୍ସର ପ୍ଲେ-ଅପ୍‌କୁ ଉଠିବା ଆଶା ଧୂଳିଶାତ୍‌ ହୋଇଯାଇଛି। ପ୍ରଥମେ ଦଳକୁ ଯାହା ଦରକାର ଥିଲା ତାହା କରି ଦେଖାଇଥିଲେ ବ୍ୟାଟ୍ସମ୍ୟାନମାନେ। ହାଇଦ୍ରବାଦ୍‌ ଆଗରେ...

ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌: ଏକ୍ସେଲସେନ୍‌, ତାଇ ଜୁଙ୍କୁ ଟାଇଟଲ

ବର୍ମିଂହାମ୍‌,୧୬ା୩ (ପି.ଟି.)-ଅଲ୍‌ ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଡେନମାର୍କର ଭିକ୍ଟର ଏକ୍ସେଲସେନ୍‌ ପ୍ରଥମଥର ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଅନ୍ୟପକ୍ଷରେ ପୂର୍ବରୁ ଏଠାରେ ଦୁଇଥର ଚାମ୍ପିୟନ...

କରୋନା ଆକ୍ରାନ୍ତ ହେଲେ ଏହି ଭାରତୀୟ ମହିଳା କ୍ରିକେଟର୍‌

ନୂଆଦିଲ୍ଲୀ, ୧୭।୧୦: ଭାରତୀୟ ମହିଳା କ୍ରିକେଟ୍‌ ଦଳର ଦ୍ରୁତ ବୋଲର ମାନସୀ ଜୋଶୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଫଳରେ ଆସନ୍ତା ମାସରେ ୟୁଏଇରେ ଖେଳାଯିବାକୁ ଥିବା...

ଭାରତର ସ୍ଥିତି ଦୃଢ଼

ବିଶାଖାପାଟଣା,୪।୧୦: ଏଠାରେ ଭାରତ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାର ଡିନ ଏଲଗାର ଓ କ୍ୱିଣ୍ଟନ ଡି’ କକ୍‌ଙ୍କ ଶତକ ଲଗାଇଛନ୍ତି। ଏହାସତ୍ତ୍ୱେ ଭାରତୀୟ...

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଆଗରେ ୧୩୩ ରନ୍‌ର ଟାଗେର୍ଟ

ସିଡ୍‌ନୀ,୨୧।୨- ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଶୁକ୍ରବାର ଆରମ୍ଭ ହୋଇଯାଇଛି। ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଆୟୋଜକ ଅଷ୍ଟ୍ରେଲିଆ ସମ୍ମୁଖରେ ୧୩୩ ରନ୍‌ର ବିଜୟ ଲକ୍ଷ୍ୟ...

Advertisement
Archives

Model This Week