ପାକିସ୍ତାନରେ ଜନ୍ମିତ ପ୍ରଶଂସକଙ୍କୁ ଟିକେଟ୍‌ ଦେଲେ ଧୋନୀ

ନୂଆଦିଲ୍ଲୀ,୧୪।୬(ପି.ଟି.): ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ଚାଚା ସିକାଗୋ ନାମରେ ପରିଚିତ କରାଚୀରେ ଜନ୍ମିତ ମହମ୍ମଦ ବାଶିରଙ୍କ ବନ୍ଧୁତ୍ୱ ୨୦୧୧ ବିଶ୍ୱକପ୍‌ ସେମିଫାଇନାଲଠାରୁ ମଜଭୁତ ହୋଇଯାଇଛି। ରବିବାର ଖେଳାଯିବାକୁ ଥିବା ହାଇଭୋଲଟେଜ ମ୍ୟାଚ୍‌ର ଟିକେଟ୍‌ ନ ଥାଇ ମଧ୍ୟ ଚାଚା ଧୋନୀଙ୍କୁ ସମର୍ଥନ କରିବା ଲାଗି ସିକାଗୋରୁ ମାଞ୍ଚେଷ୍ଟର ଆସିଛନ୍ତି। କାରଣ ସେ ନିଶ୍ଚିତ ଥିଲେ ଯେ, ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଧୋନୀ ଟିକେଟ୍‌ ବ୍ୟବସ୍ଥା କରିଦେବେ। ମୁଁ ଏଠାକୁ ଆସିବା ପରେ ଦେଖିଲି ଟିକେଟ ପାଇଁ ଲୋକେ ୮୦୦ରୁ ୯୦୦ ପାଉଣ୍ଡ ଦେବାକୁ ପ୍ରସ୍ତୁତ ଅଛନ୍ତି। ଭାରତୀୟ ମୁଦ୍ରାରେ ୭୯ ହଜାର ଟଙ୍କାରୁ ଊର୍ଦ୍ଧ୍ୱ। ଏଠାରୁ ସିକାଗୋ ଫେରିବା ପାଇଁ ମଧ୍ୟ ବିମାନରେ ସମାନ ଅର୍ଥ ଦରକାର। ଧୋନୀଙ୍କୁ ଧନ୍ୟବାଦ। ତାଙ୍କ ଯୋଗୁ ମୋତେ ଟିକେଟ୍‌ ପାଇଁ ସଂଘର୍ଷ କରିବାକୁ ପଡ଼ିଲା ନାହିଁ ବୋଲି ୬୩ ବର୍ଷୀୟ ପ୍ରଶଂସକ ତଥା ସିକାଗୋର ରେଷ୍ଟୁରାଣ୍ଟର ମାଲିକ କହିଛନ୍ତି। ୨୦୧୧ ବିଶ୍ୱକପ୍‌ବେଳେ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ଆରମ୍ଭ ହୋଇଥିଲା। ମୋହାଲିଠାରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ୨୦୧୧ ବିଶ୍ୱକପ୍‌ ସେମିଫାଇନାଲରେ ବାଶିର ଟିକେଟ୍‌ ପାଇ ନ ଥିଲେ। ତାଙ୍କୁ ଧୋନୀ ସାହାଯ୍ୟ କରିଥିଲେ। ୮ ବର୍ଷ ପରେ ମଧ୍ୟ ସମାନ କାହାଣୀ ସାମ୍ନାକୁ ଆସିଛି। ଏହା କାହାକୁ ଅଛପା ନାହିଁ ଯେ ବାଶିର ନିଜ ଦେଶ ପରିିବର୍ତ୍ତେ ଧୋନୀଙ୍କ ଦଳକୁ ସମର୍ଥନ କରନ୍ତି। ବେଳେବେଳେ ନିଜ ସାଥୀ ଖେଳାଳିଙ୍କ ପାଇଁ ଅପହଞ୍ଚ ଥିବା ଧୋନୀ କଦାପି ବାଶିରଙ୍କୁ ନିରାଶ କରିନାହାନ୍ତି। ସେ ଏବେ ବ୍ୟସ୍ତ ଥିବାରୁ ମୁଁ ଫୋନ କରିନାହିଁ। କେବଳ ମେସେଜ ଜରିଆରେ ତାଙ୍କ ସହ ଯୋଗାଯୋଗ କରେ। ବହୁ ଆଗରୁ ଧୋନୀ ମୋତେ ଆଶ୍ୱାସନା ଦେଇଥିଲେ। ସେ ଜଣେ ଭଲ ମଣିଷ ମଧ୍ୟ। ସେ ଯାହା ମୋ ପାଇଁ ମୋହାଲି ମ୍ୟାଚ୍‌ବେଳେ କରିଛନ୍ତି ତାହା ଆଉ କେହି କରିପାରିବେ ବୋଲି ଚିନ୍ତା କରିପାରୁ ନାହିଁ। ମୁଁ ମାଗଣାରେ ଟିକେଟ୍‌ ପାଇଛି, ଯାହାକୁ ଉଭୟ ଦେଶର ପ୍ରଶଂସକ ଅପେକ୍ଷା କରି ରୁହନ୍ତି। ଚଳିତ ଥର ଏହା ମୋ ପାଇଁ ଉପହାର ଭଳି ହୋଇଛି ବୋଲି ସେ କହିଛନ୍ତି। ବାଶିର ପାକିସ୍ତାନ ଦଳ ରହୁଥିବା ହୋଟେଲରେ ଚେକ୍‌ଇନ୍‌ କରିବା ପରେ ସେଠାରେ ପାକ୍‌ ଦଳର ପ୍ରାୟ ଖେଳାଳିଙ୍କୁ ଭେଟିଥିଲେ। ଏହାପରେ ସେ ଭାରତୀୟ ଦଳର ହୋଟେଲରେ ଚେକ୍‌ଇନ୍‌ କରିଥିଲେ। କେବଳ ଧୋନୀଙ୍କ ଲାଗି ନୁହେଁ ବରଂ ତାଙ୍କ ହାଇଦ୍ରାବାଦୀ ପତ୍ନୀଙ୍କ ପାଇଁ ସେ ଟିମ୍‌ ଇଣ୍ଡିଆକୁ ସମର୍ଥନ କରନ୍ତି। ଭାରତୀୟ ଦଳର ସୁପରଫ୍ୟାନ ଭାବେ ପରିଚିତ ସୁଧୀର ମଧ୍ୟ ତାଙ୍କ ଭଲ ବନ୍ଧୁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସେମିଫାଇନାଲରେ

ଭୁବନେଶ୍ୱର, ୧୨ା୧(ସ୍ପୋଟର୍‌ସ ବ୍ୟୁରୋ): ବେଙ୍ଗାଲୁରୁଠାରେ ଚାଲିଥିବା ଜାତୀୟ ଦୃଷ୍ଟିବାଧିତ ମହିଳା କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶା ଏହାର ଅନ୍ତିମ ଲିଗ୍‌ ମ୍ୟାଚରେ ରାଜସ୍ଥାନକୁ ୧୨୨ ରନରେ ପରାସ୍ତ...

ମହିଳା ଟି୨୦ ବିଶ୍ୱକପ: ଆଜି ଆୟର୍ଲାଣ୍ଡକୁ ଭେଟିବ ଭାରତ

ଜିକ୍ୱେବର୍‌ହା(ଦକ୍ଷିଣ ଆଫ୍ରିକା),୨୦ା୨: ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଭାରତ ସୋମବାର ଆୟର୍ଲାଣ୍ଡକୁ ଭେଟିବ। ପୂର୍ବ ମ୍ୟାଚ୍‌ରେ ଇଂଲଣ୍ଡ ନିକଟରୁ ଭାରତ ପରାଜିତ ହୋଇଥିଲା। ଫଳରେ ଭାରତ...

ମୋଲେମା ୧୪ତମ ଷ୍ଟେଜ୍‌ ବିଜେତା

ପ୍ୟାରିସ, ୧୧|୭ : ନେଦରଲାଣ୍ଡ୍ସର ବାଉକେ ମୋଲେମା ଟୁର୍‌ ଡି’ ଫ୍ରାନ୍ସ ସାଇକେଲ ରେସ୍‌ର ୧୪ତମ ଷ୍ଟେଜ୍‌ ବିଜେତା ହୋଇଛନ୍ତି। ଜେନେରାଲ କ୍ଲାସିଫିକେଶନରେ ଫ୍ରାନ୍ସର ଗୁଇଲାମ...

ସିଙ୍ଗଲ୍ସ ସେମିରେ ମାୟା, ଶିବତେଜ

ଭୁବନେଶ୍ୱର, ୧୩।୪ (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଆଇଟିଏଫ୍‌ ଏସିଆନ ୧୪ ବର୍ଷରୁ କମ୍‌ ଡେଭଲପମେଣ୍ଟ ଚାମ୍ପିୟନଶିପ୍‌ ଫାଇନାଲ୍ସ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତାର ବାଳିକା...

ହାଇତି, ପର୍ତ୍ତୁଗାଲକୁ ପ୍ରଥମ ଥର ଯୋଗ୍ୟତା

ଅକ୍‌ଲାଣ୍ଡ, ୨୩ା୨(ଏପି): ହାଇତି ଓ ପର୍ତ୍ତୁଗାଲ ପ୍ରଥମ ଥର ଫିଫା ମହିଳା ଫୁଟ୍‌ବଲ ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ବୁଧବାର ଉଭୟ ଦଳ ନ୍ୟୁଜିଲାଣ୍ଡରେ...

୩ ମାସ ପରେ ଲା ଲିଗାର ପ୍ରତ୍ୟାବର୍ତ୍ତନ: ରିୟଲ ବେଟିସ୍‌କୁ ହରାଇଲା ସେବିଲା

ମାଡ୍ରିଡ,୧୨।୬: ଦୀର୍ଘ ୩ ମାସ ପରେ ସ୍ପାନିଶ ଫୁଟବଲ ଲିଗ୍‌ ଗୁରବାର ପ୍ରତ୍ୟାବର୍ତ୍ତନ କରିଛି। ପ୍ରତ୍ୟାବର୍ତ୍ତନର ପ୍ରଥମ ମ୍ୟାଚ୍‌ରେ ସେବିଲା ତା’ର ସ୍ଥାନୀୟ ପ୍ରତିଦ୍ୱନ୍ଦ୍ୱୀ ରିୟଲ...

ଭାରତୀୟ ଦଳ ପାଇଁ ଖରାପ ଖବର!

ଆଡିଲେଡ୍‌,୨୦।୧୨: ଘରୋଇ ଅଷ୍ଟ୍ରେଲିଆଠାରୁ ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ପରାଜୟ ଭୋଗିବା ପରେ ଭାରତୀୟ ଦଳକୁ ଚାରିଆଡୁ ସମାଲୋଚନା କରାଯାଉଛି। ଏହି ସମୟରେ ଭାରତୀୟ ଦଳ ପାଇଁ...

ଧୋନିଙ୍କୁ ମିଳିଲା ନୂଆ ସମ୍ମାନ

ରାଞ୍ଚିି,୬।୩: କ୍ରିକେଟ ପଡ଼ିଆରେ ଚଉକା ଛକା ମାରି ବହୁ ପୁରସ୍କାର ଜିଣିଥିବା ମହେନ୍ଦ୍ର ସିଂ ଧୋନିଙ୍କୁ ଏବେ ନୂଆ ସମ୍ମାନ ମିଳିଛି। ଗୋ-ପାଳନ କ୍ଷେତ୍ରରେ ଉଲ୍ଲେଖନୀୟ...

Advertisement
Archives

Model This Week