ପାକିସ୍ତାନକୁ ସମର୍ଥନ ଜାରି ରଖିବ ତୁର୍କୀ

ଇସ୍‌ଲାମାବାଦ,୧୫ା୨(ପି.ଟି.): ଭାରତର ପ୍ରତିବାଦ ସତ୍ତ୍ୱେ ତୁର୍କୀ ରାଷ୍ଟ୍ରପତି ରିସେପ୍‌ ତାୟିପ୍‌ ଏର୍ଡୋଗାନ୍‌ ଶୁକ୍ରବାର ପୁଣି ଥରେ କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ଏହା ଉଭୟ ଦେଶ ପାଇଁ ଚିନ୍ତାର ବିଷୟ ହୋଇଥିବାରୁ ପାକିସ୍ତାନର ଆଭିମୁଖ୍ୟକୁ ତୁର୍କୀ ସମର୍ଥନ ଜାରି ରଖିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
ପାକିସ୍ତାନ ପାର୍ଲାମେଣ୍ଟର ମିଳିତ ଅଧିବେଶନରେ ଉଦ୍‌ବୋଧନ ଦେଇ ଏର୍ଡୋଗାନ କହିଛନ୍ତି, ଇସ୍‌ଲାମାବାଦକୁ ଫାଇନାନ୍ସିଆଲ୍‌ ଆକ୍ସନ ଟାସ୍କଫୋର୍ସ (ଏଫ୍‌ଏଟିଏଫ୍‌)ର ଧୂସର ତାଲିକାଭୁକ୍ତ କରିଥିବାବେଳେ ଏଥିରୁ ମୁକୁଳାଇବା ପାଇଁ ତୁର୍କୀ ସମର୍ଥନ ଯୋଗାଇଦେବ। ଏଫ୍‌ଏଟିଏଫ୍‌ ବୈଠକ ଚଳିତ ସପ୍ତାହରେ ପ୍ୟାରିସ୍‌ରେ ହେବାକୁ ଯାଉଛି। କଶ୍ମୀର ପ୍ରସଙ୍ଗର ସମାଧାନ ବିବାଦ କିମ୍ବା ଅତ୍ୟାଚାର ଦ୍ୱାରା ହୋଇପାରିବ ନାହିଁ ଏହା ନ୍ୟାୟ ଓ ନିରପେକ୍ଷତା ମାଧ୍ୟମରେ ହୋଇପାରିବ। ଏକ୍ଷେତ୍ରରେ ଆଙ୍କାରାର ସମର୍ଥନ ସବୁବେଳେ ଇସ୍‌ଲାମାବାଦ ସହିତ ରହିବ ବୋଲି ଏର୍ଡୋଗାନ୍‌ ଘୋଷଣା କରିଛନ୍ତି। ସେ କହିଥିଲେ, ଆମର କଶ୍ମୀରୀ ଭାଇଭଉଣୀମାନେ ଦୀର୍ଘ ଦଶନ୍ଧି ଧରି ନିର୍ଯାତିତ ହୋଇଆସୁଥିବାବେଳେ ନିକଟରେ ଭାରତ ସରକାର ୩୭୦ ଉଚ୍ଛେଦ ପାଇଁ ଏକପାଖିଆ ନିଷ୍ପତ୍ତି ନେବା ଫଳରେ ସେମାନଙ୍କ ସମସ୍ୟା ଆହୁରି ବଢ଼ିଯାଇଛି। ଏବେ କଶ୍ମୀର କେବଳ ପାକିସ୍ତାନ ପାଇଁ ନୁହେଁ ତୁର୍କୀ ପାଇଁ ମଧ୍ୟ ପ୍ରସଙ୍ଗ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳି ପାଇଁ ପେନସିଲଭାନିଆରେ ହେବ ଛୁଟି…

ଓ୍ବାଶିଂଟନ,୨୭।୪ : ଦୀପାବଳି ପାଇଁ ବର୍ତ୍ତମାନ ଆମେରିକାର ପେନସିଲଭାନିଆରେ ଏବେ ଛୁଟି ହେବ। କାରଣ ଏହି ଦିନକୁ ଏଠାରେ ଏକ ଜାତୀୟ ଛୁଟି ଦିବସ ଭାବେ...

କରୋନାଭାଇରସ୍‌ ଭୟ: ଚାଇନାରୁ ଫେରିଥିବା ଅଧିକାରୀଙ୍କୁ ହତ୍ୟା

ପୋଙ୍ଗୟାଙ୍ଗ,୧୪।୨: ଉତ୍ତର କୋରିଆର ଶାସକ କିମ୍‌ ଜଙ୍ଗ ଉନ୍‌ଙ୍କ ଏକଛତ୍ରବାଦ ଶାସନ କଥା କିଏ ବା ନ ଜାଣେ। ଏଠାରେ ସାମାନ୍ୟ ଭୂଲ ପାଇଁ ମିଳିଥାଏ...

ଆଫଗାନିସ୍ତାନର ଏୟାର ଷ୍ଟ୍ରାଇକ୍‌ରେ ୧୪ ତାଲିବାନ ଆତଙ୍କବାଦୀ ମୃତ

କାବୁଲ,୧୯।୧୧: ଆଫଗାନିସ୍ତାନର କୁନ୍ଦୁଜ ଅଞ୍ଚଳରେ ଲୁଚି ରହିଥିବା ତାଲିବାନ ଆତଙ୍କବାଦୀ ସଂଗଠନ ବିରୋଧରେ ଯବାନଙ୍କୁ ଏକ ବଡ଼ ସଫଳତା ମିଳିଛି। କୁନ୍ଦୁଜର ଆର୍ଚି ଜିଲାରେ ତାଲିବାନର...

ଗ୍ରହାଣୁ ପିଣ୍ଡ ସହ ଧକ୍କା ହୋଇ ନଷ୍ଟ କରିବ ନାସାର ଡାର୍ଟ ମିଶନ ମହାକାଶ ଯାନ…

ଓ୍ବାଶିଂଟନ, ୧୫।୯ : ଆମେରିକାର ସ୍ପେସ ଏଜେନ୍ସି ନାସା ଚଳିତ ମାସ ଶେଷରେ ଏହାର ଡାର୍ଟ (ଡବଲ ଆଷ୍ଟେରଏଡ ରିଡାଇରେକଶନ ଟେଷ୍ଟ) ମିଶନ ଆରମ୍ଭ କରିବାକୁ...

ଅଭିନେତ୍ରୀଙ୍କୁ ଗିରଫ କଲା ଇରାନ

କାଇରୋ,୧୯।୧୨: ଇରାନ ସରକାରଙ୍କ ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ ଚାଲିଥିବାବେଳେ ମିଥ୍ୟାର ପ୍ରସାର କରୁଥିବା ଅଭିଯୋଗରେ ଦେଶର ଖ୍ୟାତନାମା ଅଭିନେତ୍ରୀ ତାରାନେହ ଆଲିଦୁସ୍ତିଙ୍କୁ ଗିରଫ କରାଯାଇଛି। ଓସ୍କାର...

ବାଇଡେନ-ପୁଟିନ୍‌-ଜିନପିଙ୍ଗ୍‌-କିମ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ କଳ୍ପନାଜଳ୍ପନା…

ଓ୍ବାଶିଂଟନ/ମସ୍କୋ/ବେଜିଂ/ପୋଙ୍ଗୟାଙ୍ଗ, ୩୧।୫ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଚାଇନା ଏବଂ ରୁଷିଆ ପ୍ରତିପକ୍ଷ ଶି ଜିନପିଙ୍ଗ୍‌ ଏବଂ ଭ୍ଲାଦିମିର ପୁଟିନଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଅନ୍ତର୍ଜାତୀୟସ୍ତରରେ...

ଡବ୍ଲ୍ୟୁଏଚ୍‌ଓ ମୁଖ୍ୟଙ୍କ ମନ୍ତବ୍ୟ ନେଇ ଲୋକେ ଆତଙ୍କିତ: କେବେ ବି ଆସି ନ ପାରେ କରୋନା ଟୀକା !

ଜେନେଭା, ୪।୮: ପୃଥିବୀରେ କରୋନା ମହମାରୀ ସଂକ୍ରମଣ ନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ମହାନିର୍ଦ୍ଦେଶକ ଡ....

ପାକିସ୍ତାନର ପରାଜୟ ଟିମ୍‌ର ଭୁଲ ନୁହେଁ: ପୂର୍ବତନ ମନ୍ତ୍ରୀ

ଇସଲାମାବାଦ,୨୯ ।୮: ପାକିସ୍ତାନର ପୂର୍ବତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫୟାଦ ଅହମ୍ମଦ ଚୌଧୁରୀ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ । ଏସିଆ କପ ଟୁର୍ନାମେଣ୍ଟରେ ଭାରତଠାରୁ...

Advertisement
Archives

Model This Week