ପଲିଥିନ, ପ୍ଲାଷ୍ଟିକ ବ୍ୟବହାର ଉପରେ ଲାଗୁନି ଅଙ୍କୁଶ

ରସୁଲପୁର,୧୮ା୧(ଡିଏନଏ): ୨ ଅକ୍ଟୋବର, ୨୦୧୯ରୁ ରାଜ୍ୟର ପ୍ରମୁଖ ସହରଗୁଡିକରେ ପ୍ଲାଷ୍ଟିକ ବ୍ୟବହାରକୁ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ଏଥିସହ ୨ବର୍ଷ ମଧ୍ୟରେ ସମଗ୍ର ରାଜ୍ୟର ଗାଁ ଗଣ୍ଡା ଓ ଗାଁ ସଂଲଗ୍ନ ସହରାଞ୍ଚଳକୁ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଘୋଷଣା କଲେ। ସାମଗ୍ରିକଭାବେ ଏହି ଦାୟିତ୍ୱ ପରିବେଶ ଓ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗକୁ ଦିଆଯାଇଛି। ଏହାବାଦ୍‌ ପ୍ଲାଷ୍ଟିକ ବନ୍ଦକୁ ତଦାରଖ କରିବା ପାଇଁ ୨ଟି ବିଭାଗକୁ ସଂଯୋଗ କରାଯାଇଛି। ସହାରାଞ୍ଚଳରେ ପ୍ଲାଷ୍ଟିକ ବ୍ୟବହାରକୁ ନିୟନ୍ତ୍ରଣ କରିବା ଦାୟିତ୍ୱ ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରେ ନ୍ୟସ୍ତ ଥିବାବେଳେ ଗ୍ରାମାଞ୍ଚଳରେ ପ୍ଲାଷ୍ଟିକ ନିୟନ୍ତ୍ରଣ ଭାର ପଞ୍ଚାୟତିରାଜ ବିଭାଗକୁ ଦିଆଯାଇଛି। ତେବେ ଏହା ଭିତରେ ୪ମାସ ବିତିବାକୁ ବସିଲାଣି। ହେଲେ ପଲିଥିନ ଓ ହାନିକାରକ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ ଲଗାଇବା ପାଇଁ ପ୍ରୟାସ କରାଯାଉଥିବା ଭଳି ମନେ ହେଉନାହିଁ। ନିକଟରେ ଯାଜପୁର ଜିଲାର କୁଆଖିଆ ଓ ଧର୍ମଶାଳା ଅଞ୍ଚଳରେ ଶେଷ ହୋଇଥିବା ୨ଟି ମହୋତ୍ସବ ସ୍ଥଳକୁ ଲକ୍ଷ୍ୟ କଲେ ଏହା ସ୍ପଷ୍ଟ ବାରି ହୋଇପଡୁଛି। ଏହି ଦୁଇଟି ସ୍ଥାନରେ ପ୍ରାୟତଃ ଦୁଇ ସପ୍ତାହ ଧରି ଉତ୍ସବ ପାଳନ ହେଲା। ମହୋତ୍ସବ ପଡିଆରେ ମୀନା ବଜାରଠାରୁ ଆରମ୍ଭ କରି ଫାଷ୍ଟଫୁଡ୍‌ ଦୋକାନ, ନାନା ପ୍ରକାର ଦୋଳି, ଚାଟ୍‌, ଗୁପ୍‌ଚୁପ୍‌, ଟି ଷ୍ଟଲ, ରାଜ୍ୟ ବାହାରର ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀ, ଷ୍ଟଲ ଆଦି ଯାବତୀୟ ଦୋକାନ ଖୋଲିଲା। ବିଭିନ୍ନ ସ୍ଥାନରୁ ମହୋତ୍ସବକୁ ଆସିଥିବା ଶ୍ରଦ୍ଧାଳୁମାନେ ଉତ୍ସବ ଓ ନାନା ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ମନପସନ୍ଦର ସାମଗ୍ରୀ କିଣି ଫେରିଗଲେ। ଅପରପକ୍ଷରେ ବ୍ୟବସାୟୀମାନେ ଭଲ ବ୍ୟବସାୟ କରି ଲାଭବାନ ବି ହେଲେ। ହେଲେ ସାଙ୍ଗରେ ଆଣିଥିବା ବିଷାକ୍ତ ପ୍ଲାଷ୍ଟିକ୍‌କୁ ଛାଡି ଚାଲିଗଲେ। ମହୋତ୍ସବ ପଡିଆରେ ବିକ୍ଷିପ୍ତ ଭାବେ ପଡିଥିବା ପଲିଥିନ ଓ ପ୍ଲାଷ୍ଟିକ ଖଣ୍ଡଗୁଡିକ ବନ୍ଦ କରିବାରେ ବିଭାଗ ବିଫଳ ହୋଇଛି। ଏହିସବୁ ମହୋତ୍ସବ ଗ୍ରାମାଞ୍ଚଳ ବଜାରରେ ହେଉଥିବାରୁ ଏହାକୁ ରୋକିବା ପାଇଁ ପଞ୍ଚାୟତିରାଜ ବିଭାଗ ଦାୟିତ୍ୱରେ ଥିବାବେଳେ ବିଭାଗ ପକ୍ଷରୁ ଏନେଇ ସଚେତନତା ବାର୍ତ୍ତାଟିଏ ବି ଦିଆଯାଇ ନ ଥିଲା। ଏହାଛଡା ପଞ୍ଚାୟତିରାଜ ବିଭାଗର ବିଭିନ୍ନ ଅଧିକାରୀ ମହୋତ୍ସବ ସ୍ଥଳକୁ ଏକାଧିକ ଥର ଅତିଥି ହୋଇ ଆସିଛନ୍ତି। ମାତ୍ର ଏ ଦିଗରେ ପଦଟିଏ ବି ଭାଷଣ ମାଧ୍ୟମରେ କହି ନାହାନ୍ତି। ଯଦିଓ ମହୋତ୍ସବ କମିଟି ପକ୍ଷରୁ ପଡିଆରେ ବିକ୍ଷିପ୍ତ ହୋଇପଡିଥିବା ବ୍ୟବହୃତ ପଲିଥିନ ଓ ପ୍ଲାଷ୍ଟକଗୁଡିକୁ ସଫା କରାସରିଛି, କିନ୍ତୁ ସେଗୁଡିକୁ ଠିକ୍‌ଭାବେ ପରିଚଳନା କରାଯାଇ ନାହିଁ। ଖୋଲାରେ ସେଗୁଡିକୁ ପୋଡି ଦିଆଯାଇ ଥିବାରୁ ସେଥିରୁ ନିର୍ଗତ ଦୁର୍ଗନ୍ଧରେ ପରିବେଶ ଦୂଷିତ ହୋଇଛି। ଅସ୍ବାସ୍ଥ୍ୟକର ପରିବେଶ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କୁ ପ୍ରଭାବିତ କରୁଛି। ଏହିଭଳି ଆଚରଣ ମୁଖ୍ୟମନ୍ତ୍ରୀଙ୍କ ପରିବେଶ ସୁରକ୍ଷା ଯୋଜନା ସଫଳ ହେବା ଦିଗରେ ବାଧକ ସାଜୁଛି ବୋଲି କୁହାଯାଉଛି। ସମଗ୍ର ରାଜ୍ୟକୁ ଆସନ୍ତା ୨ବର୍ଷରେ ପ୍ଲାଷ୍ଟିକମୁକ୍ତ କରିବା ସହ ପ୍ରତ୍ୟେକ ପରିବାର ନିଜ ବାଡିରେ ବୃକ୍ଷରୋପଣ କରିବାକୁ ଅନୁରୋଧ କରାଯାଇଛି। ତେବେ ଏହିସବୁ ପ୍ରୟାସ ଓ ଘୋଷଣା କେବଳ କାଗଜକଲମରେ ସୀମିତ ଥିବା ଭଳି ମନେହେଉଛି। ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ଉପରେ ରୋକ ଲାଗିବା ପାଇଁ କେହି ଯତ୍ନବାନ ନ ଥିବାବେଳେ ଏ ଦିଗରେ ସାମଗ୍ରିକ ପ୍ରୟାସ କରା ନ ଗଲେ ଅବା ପ୍ଲାଷ୍ଟିକ ଓ ପଲିଥିନର ବିକଳ୍ପ ସାମଗ୍ରୀ ପ୍ରଚଳନ ଉପରେ ଗୁରୁତ୍ୱ ଦିଆ ନ ଗଲେ ପ୍ଲାଷ୍ଟିକ ବନ୍ଦ କେମିତି ହେବ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ମତ ପ୍ରକାଶ ପାଇଛି। ଏ ଦିଗରେ ରସୁଲପୁର ବିଡିଓ ଉମାକାନ୍ତ ପରିଡାଙ୍କୁ ପଚାରିବାରୁ, ଏହା ନିଶ୍ଚିତ ହେବା କଥା ବୋଲି ସ୍ବୀକାର କରିଛନ୍ତି। ତେବେ ଆଗାମୀ ଦିନରେ ଏ ଦିଗରେ ନିଶ୍ଚିନ୍ତ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?