ପଲିଥିନ, ପ୍ଲାଷ୍ଟିକ ବ୍ୟବହାର ଉପରେ ଲାଗୁନି ଅଙ୍କୁଶ

ରସୁଲପୁର,୧୮ା୧(ଡିଏନଏ): ୨ ଅକ୍ଟୋବର, ୨୦୧୯ରୁ ରାଜ୍ୟର ପ୍ରମୁଖ ସହରଗୁଡିକରେ ପ୍ଲାଷ୍ଟିକ ବ୍ୟବହାରକୁ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ଏଥିସହ ୨ବର୍ଷ ମଧ୍ୟରେ ସମଗ୍ର ରାଜ୍ୟର ଗାଁ ଗଣ୍ଡା ଓ ଗାଁ ସଂଲଗ୍ନ ସହରାଞ୍ଚଳକୁ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଘୋଷଣା କଲେ। ସାମଗ୍ରିକଭାବେ ଏହି ଦାୟିତ୍ୱ ପରିବେଶ ଓ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗକୁ ଦିଆଯାଇଛି। ଏହାବାଦ୍‌ ପ୍ଲାଷ୍ଟିକ ବନ୍ଦକୁ ତଦାରଖ କରିବା ପାଇଁ ୨ଟି ବିଭାଗକୁ ସଂଯୋଗ କରାଯାଇଛି। ସହାରାଞ୍ଚଳରେ ପ୍ଲାଷ୍ଟିକ ବ୍ୟବହାରକୁ ନିୟନ୍ତ୍ରଣ କରିବା ଦାୟିତ୍ୱ ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରେ ନ୍ୟସ୍ତ ଥିବାବେଳେ ଗ୍ରାମାଞ୍ଚଳରେ ପ୍ଲାଷ୍ଟିକ ନିୟନ୍ତ୍ରଣ ଭାର ପଞ୍ଚାୟତିରାଜ ବିଭାଗକୁ ଦିଆଯାଇଛି। ତେବେ ଏହା ଭିତରେ ୪ମାସ ବିତିବାକୁ ବସିଲାଣି। ହେଲେ ପଲିଥିନ ଓ ହାନିକାରକ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ ଲଗାଇବା ପାଇଁ ପ୍ରୟାସ କରାଯାଉଥିବା ଭଳି ମନେ ହେଉନାହିଁ। ନିକଟରେ ଯାଜପୁର ଜିଲାର କୁଆଖିଆ ଓ ଧର୍ମଶାଳା ଅଞ୍ଚଳରେ ଶେଷ ହୋଇଥିବା ୨ଟି ମହୋତ୍ସବ ସ୍ଥଳକୁ ଲକ୍ଷ୍ୟ କଲେ ଏହା ସ୍ପଷ୍ଟ ବାରି ହୋଇପଡୁଛି। ଏହି ଦୁଇଟି ସ୍ଥାନରେ ପ୍ରାୟତଃ ଦୁଇ ସପ୍ତାହ ଧରି ଉତ୍ସବ ପାଳନ ହେଲା। ମହୋତ୍ସବ ପଡିଆରେ ମୀନା ବଜାରଠାରୁ ଆରମ୍ଭ କରି ଫାଷ୍ଟଫୁଡ୍‌ ଦୋକାନ, ନାନା ପ୍ରକାର ଦୋଳି, ଚାଟ୍‌, ଗୁପ୍‌ଚୁପ୍‌, ଟି ଷ୍ଟଲ, ରାଜ୍ୟ ବାହାରର ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀ, ଷ୍ଟଲ ଆଦି ଯାବତୀୟ ଦୋକାନ ଖୋଲିଲା। ବିଭିନ୍ନ ସ୍ଥାନରୁ ମହୋତ୍ସବକୁ ଆସିଥିବା ଶ୍ରଦ୍ଧାଳୁମାନେ ଉତ୍ସବ ଓ ନାନା ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ମନପସନ୍ଦର ସାମଗ୍ରୀ କିଣି ଫେରିଗଲେ। ଅପରପକ୍ଷରେ ବ୍ୟବସାୟୀମାନେ ଭଲ ବ୍ୟବସାୟ କରି ଲାଭବାନ ବି ହେଲେ। ହେଲେ ସାଙ୍ଗରେ ଆଣିଥିବା ବିଷାକ୍ତ ପ୍ଲାଷ୍ଟିକ୍‌କୁ ଛାଡି ଚାଲିଗଲେ। ମହୋତ୍ସବ ପଡିଆରେ ବିକ୍ଷିପ୍ତ ଭାବେ ପଡିଥିବା ପଲିଥିନ ଓ ପ୍ଲାଷ୍ଟିକ ଖଣ୍ଡଗୁଡିକ ବନ୍ଦ କରିବାରେ ବିଭାଗ ବିଫଳ ହୋଇଛି। ଏହିସବୁ ମହୋତ୍ସବ ଗ୍ରାମାଞ୍ଚଳ ବଜାରରେ ହେଉଥିବାରୁ ଏହାକୁ ରୋକିବା ପାଇଁ ପଞ୍ଚାୟତିରାଜ ବିଭାଗ ଦାୟିତ୍ୱରେ ଥିବାବେଳେ ବିଭାଗ ପକ୍ଷରୁ ଏନେଇ ସଚେତନତା ବାର୍ତ୍ତାଟିଏ ବି ଦିଆଯାଇ ନ ଥିଲା। ଏହାଛଡା ପଞ୍ଚାୟତିରାଜ ବିଭାଗର ବିଭିନ୍ନ ଅଧିକାରୀ ମହୋତ୍ସବ ସ୍ଥଳକୁ ଏକାଧିକ ଥର ଅତିଥି ହୋଇ ଆସିଛନ୍ତି। ମାତ୍ର ଏ ଦିଗରେ ପଦଟିଏ ବି ଭାଷଣ ମାଧ୍ୟମରେ କହି ନାହାନ୍ତି। ଯଦିଓ ମହୋତ୍ସବ କମିଟି ପକ୍ଷରୁ ପଡିଆରେ ବିକ୍ଷିପ୍ତ ହୋଇପଡିଥିବା ବ୍ୟବହୃତ ପଲିଥିନ ଓ ପ୍ଲାଷ୍ଟକଗୁଡିକୁ ସଫା କରାସରିଛି, କିନ୍ତୁ ସେଗୁଡିକୁ ଠିକ୍‌ଭାବେ ପରିଚଳନା କରାଯାଇ ନାହିଁ। ଖୋଲାରେ ସେଗୁଡିକୁ ପୋଡି ଦିଆଯାଇ ଥିବାରୁ ସେଥିରୁ ନିର୍ଗତ ଦୁର୍ଗନ୍ଧରେ ପରିବେଶ ଦୂଷିତ ହୋଇଛି। ଅସ୍ବାସ୍ଥ୍ୟକର ପରିବେଶ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କୁ ପ୍ରଭାବିତ କରୁଛି। ଏହିଭଳି ଆଚରଣ ମୁଖ୍ୟମନ୍ତ୍ରୀଙ୍କ ପରିବେଶ ସୁରକ୍ଷା ଯୋଜନା ସଫଳ ହେବା ଦିଗରେ ବାଧକ ସାଜୁଛି ବୋଲି କୁହାଯାଉଛି। ସମଗ୍ର ରାଜ୍ୟକୁ ଆସନ୍ତା ୨ବର୍ଷରେ ପ୍ଲାଷ୍ଟିକମୁକ୍ତ କରିବା ସହ ପ୍ରତ୍ୟେକ ପରିବାର ନିଜ ବାଡିରେ ବୃକ୍ଷରୋପଣ କରିବାକୁ ଅନୁରୋଧ କରାଯାଇଛି। ତେବେ ଏହିସବୁ ପ୍ରୟାସ ଓ ଘୋଷଣା କେବଳ କାଗଜକଲମରେ ସୀମିତ ଥିବା ଭଳି ମନେହେଉଛି। ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ଉପରେ ରୋକ ଲାଗିବା ପାଇଁ କେହି ଯତ୍ନବାନ ନ ଥିବାବେଳେ ଏ ଦିଗରେ ସାମଗ୍ରିକ ପ୍ରୟାସ କରା ନ ଗଲେ ଅବା ପ୍ଲାଷ୍ଟିକ ଓ ପଲିଥିନର ବିକଳ୍ପ ସାମଗ୍ରୀ ପ୍ରଚଳନ ଉପରେ ଗୁରୁତ୍ୱ ଦିଆ ନ ଗଲେ ପ୍ଲାଷ୍ଟିକ ବନ୍ଦ କେମିତି ହେବ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ମତ ପ୍ରକାଶ ପାଇଛି। ଏ ଦିଗରେ ରସୁଲପୁର ବିଡିଓ ଉମାକାନ୍ତ ପରିଡାଙ୍କୁ ପଚାରିବାରୁ, ଏହା ନିଶ୍ଚିତ ହେବା କଥା ବୋଲି ସ୍ବୀକାର କରିଛନ୍ତି। ତେବେ ଆଗାମୀ ଦିନରେ ଏ ଦିଗରେ ନିଶ୍ଚିନ୍ତ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri