ପଲିଥିନ ତଳେ ବିତୁଛି ଜୀବନ

ବାରିପଦା ଅଫିସ, ୨୭ା୨- ପକ୍କା ଘର ଖଣ୍ଡିଏ ପାଇଁ ଯେତେ ଗୁହାରି କଲେ ବି ଘରଟିଏ ମିଳିଲା ନାହିଁ। ଭାଗ୍ୟକୁ ଆଦରି ଟାଇଲ ଛପର ଘରେ ରହି ଆସୁଥିଲେ। ହେଲେ ୨ ବର୍ଷ ତଳେ ଉକ୍ତ ଘରଟି ଭାଙ୍ଗି ଯାଇଥିଲା। ଏହା ପରେ ପରିବାରର ୬ ପ୍ରାଣୀ କୁଟୁମ୍ବ ବର୍ତ୍ତମାନ ପଲିଥିନ ତଳେ ରହୁଛନ୍ତି। ବର୍ଷା ହେଲେ ସେମାନଙ୍କ ମଧ୍ୟରୁ କେହି ସ୍ବଚ୍ଛ ଭାରତ ଗ୍ରାମୀଣ ମିଶନ ଯୋଜନାରେ ମିଳିଥିବା ପାଇଖାନାରେ ମୁଣ୍ଡ ଗୁଞ୍ଜନ୍ତି ତ ଆଉ କିଏ ବାରଦୁଆର ହୁଅନ୍ତି। ଏ ହେଉଛି ମୟୂରଭଞ୍ଜ ଜିଲା ଶୁଳିିଆପଦା ବ୍ଲକ ଝାଲିଆମରା ପଞ୍ଚାୟତ ଅଧୀନ ଆଦିଆମରା ଗ୍ରାମର ନେତ୍ରାନନ୍ଦ ସିଂଙ୍କ ପରିବାର କାହାଣୀ। ପୁଅ, ବୋହୂ ଓ ୩ ନାତୁଣୀନାତିଙ୍କୁ ନେଇ ନେତ୍ରାନନ୍ଦଙ୍କ ସଂସାର। ଘର ଭାଙ୍ଗିଗଲା ପରେ ବିଡିଓଙ୍କଠାରୁ ଆରମ୍ଭ କରି ଜିଲାପାଳଙ୍କ ନିକଟରେ ସେ ଘର ଖଣ୍ଡିଏ ପାଇଁ ଗୁହାରି କରିଥିଲେ ମଧ୍ୟ ତାଙ୍କ କଥାକୁ କେହି ଗୁରୁତ୍ୱ ଦେଇ ନାହାନ୍ତି। ବାବୁ ଭାୟାମାନଙ୍କ ପାଖରେ ତାଙ୍କ ଦୁଃଖ କାହାଣୀ ଶୁଣିବାକୁ ସମୟ ନ ଥିବା କ୍ଷୋଭର ସହ ନେତ୍ରାନନ୍ଦ କହିଛନ୍ତି। ନେତ୍ରାନନ୍ଦ ଓ ତାଙ୍କ ପୁଅ ଉପେନ୍ଦ୍ର ମୂଲ ଲାଗି ଆଣିଲେ ଚୁଲି ଜଳେ। ନ ହେଲେ ଖାଡ଼ା ଉପାସ। ୫ ଫୁଟରେ ୫ ଫୁଟ ଜରି ପାଲ ତଳେ ୩ ଜଣ ରହୁଥିବା ବେଳେ ପାଇଖାନା ଘରେ ଅନ୍ୟ ୩ ଜଣ ରହୁଛନ୍ତି। ସେହିଭଳି ସପ୍ତମ ଶ୍ରେଣୀରେ ପଢ଼ୁଥିବା ନାତି ଡାକ୍ତର ସିଂ ଓ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ନାତି ଉପେନ୍ଦ୍ର ସିଂଙ୍କ ସହିତ ଏହି ପାଇଖାନାରେ ନେତ୍ରାନନ୍ଦ ଜାକିଜୁକି ହୋଇ ଶୁଅନ୍ତି। ନିକଟସ୍ଥ ନାଗଶୋଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ଏହି ଦୁଇ ଛାତ୍ର ବିଦ୍ୟାଳୟରୁ ଆସିବା ପରେ ପାଇଖାନାରେ ବସିି ପାଠ ପଢନ୍ତି। ତେଣୁ ପାଇଖାନା ନୁହେଁ ଇଏ ଆମ ପଢ଼ାଘର ବୋଲି ପିଲା ଦୁହେଁ କୁହନ୍ତି। ଏହିଭଳି ଦୟନୀୟ ଅବସ୍ଥାରେ ନେତ୍ରାନନ୍ଦଙ୍କ ପରିବାର ଜୀବନ ବିତାଉଥିବା ବେଳେ ସରକାରୀ ସହାୟତା ସେମାନଙ୍କ ପାଇଁ ସାତ ସପନ ପାଲଟିଛି। ସରକାର ଆଦିବାସୀମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ନେତ୍ରାନନ୍ଦଙ୍କ ପରିବାରର ସ୍ଥିତି ଦେଖିଲେ ସରକାର ଯୋଜନାର ସଫଳ ରୂପାୟନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛିି। କେବଳ ପଲିଥିନ ତଳେ ରହୁଛନ୍ତି ତାହା ନୁହେଁ ଉକ୍ତ ଘରେ ମଧ୍ୟ ରୋଷେଇ କାର୍ଯ୍ୟ ହେଉଛି। ଜଣେ ଜଣେ ଅଯୋଗ୍ୟ ହିତାଧିକାରୀ ଦୁଇ ଦୁଇଟି ପକ୍କା ଘର ହାତେଇ ନେଉଥିବା ବେଳେ ଯୋଗ୍ୟ ହିତାଧିକାରୀଟିଏ ଆବାସ ଯୋଜନାରୁ ବଞ୍ଚିିତ ହେବା ସରକାରୀ ଯୋଜନା ପ୍ରତି ଉପହାସ ନୁହେଁ କି । ଜିିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ନେତ୍ରାନନ୍ଦଙ୍କ ପରିବାରକୁ ଘର ଯୋଗାଇଦେବା ପାଇଁ ସାଧାରଣରେ ଦାବି ହେଉଛି। ଏ ନେଇ ଶୁଳିିଆପଦା ବିଡିଓ ପରୀକ୍ଷିତ ଜେନାଙ୍କୁ ପଚାରିବାରୁ ନେତ୍ରାନନ୍ଦଙ୍କ ପରିବାରକୁ ପକ୍କା ଘର ଯୋଜନାରେ ସାମିଲ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିର ଗୁଣଗାନ କଲେ ଭାଜପା ବିଧାୟକ

ଉଦଳା,୨୮ା୧୧(ସନ୍ତୋଷ କୁମାର ବାଚ୍ଛିନୀ):ମୟୂରଭଞ୍ଜ ଜିଲା ଉଦଳା ନିର୍ବାଚନ ମଣ୍ଡଳୀ ଭାଜପା ବିଧାୟକ ଭାସ୍କର ମଢ଼େଇ ବିଜେଡିର ଗୁଣଗାନ କରି ଚର୍ଚ୍ଚାକୁ ଆସିଛନ୍ତି। ସୋମବାର ନୂଆସାହିସ୍ଥିତ କପ୍ତିପଦା...

ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା: ଅଭିଯୁକ୍ତ ବାପ-ପୁଅ ଧରାପଡ଼ିଲେ

ରାଇରଙ୍ଗପୁର,୨୬।୧୧(ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ଯାମଦା ଥାନା ଅଧୀନ ରମା ପାହାଡି ଗ୍ରାମର ତପୋଇ ନାମ୍ନୀ ମହିଳାଙ୍କ ହତ୍ୟା ଘଟଣାର ତଦନ୍ତ କରି ପୋଲିସ ୪...

୩ ନୂତନ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କଲେ ରାଷ୍ଟ୍ରପତି

ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ ରାଇରଙ୍ଗପୁର (ମାନସ ମହାନ୍ତି),୨୨।୧୧:ମୟୂରଭଞ୍ଜ ଜିଲା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ରାଇରଙ୍ଗପୁର ଉପଖଣ୍ଡ...

ଦନ୍ତାକୁ ମାରି ଦାନ୍ତ କାଢ଼ିନେଲେ

ବାରିପଦା, ୨୨।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ କୋର୍‌ ଅଞ୍ଚଳରେ ଶିକାରୀମାନେ ବିଷବୋଳା ତୀର ବିଦ୍ଧ କରି ଏକ ଦନ୍ତାହାତୀକୁ ମାରିବା ପରେ...

ସ୍ତ୍ରୀକୁ କଟୁରିରେ ହାଣିଲେ ସ୍ବାମୀ, ଖସି ପଳାଇଲା ବେଳେ ଧରିପକାଇଲେ ଗ୍ରାମବାସୀ

ମୋରଡା,୨୧।୧୨(ସ୍ମାରକ ମାଜୀ): ସ୍ତ୍ରୀକୁ କଟୁରିରେ ହାଣି ହତ୍ୟା କଲେ ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ରସଗୋବିନ୍ଦପୁର ଥାନା ଅଧୀନ ନାଳଗଜା ଗ୍ରାମରେ...

ପ୍ରୋଟୋକଲ ଭାଙ୍ଗିଲେ ରାଷ୍ଟ୍ରପତି

ବାରିପଦା,୨୧ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ବାରିପଦା ଶହୀଦ ସ୍ମୃତି ଭବନରୁ ସର୍କିଟ ହାଉସ ଯିବା ସମୟରେ ଭଞ୍ଜପୁରଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଟରେ ଅଟକି ରହିଥିଲେ। ତାଙ୍କ...

ପ୍ରୋଟକଲ ଭାଙ୍ଗି ପିଲାଙ୍କୁ ଭେଟିଲେ ରାଷ୍ଟ୍ରପତି

ବାରିପଦା,୨୦ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ଶହୀଦ ସ୍ମୃତି ଭବନରୁ ସର୍କିଟ ହାଉସ ଯିବା ସମୟରେ ଭଞ୍ଜପୁରଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଟରେ ଅଟକି ରହିଥିଲେ। ତାଙ୍କ...

ମୋ ଝିଅକୁ ଜ୍ୱାଇଁ, ଶାଶୁ , ଶ୍ୱଶୁର ଜୀବନ୍ତ ପୋଡ଼ି ମାରିଦେଲେ

ବଡ଼ସାହି,୨୦ା୧୧(ଦୀପକ ବୁଗୁଡ଼େଇ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ସାନକେରକ ପଞ୍ଚାୟତ ଚାଉଳିଆ ଷୋଳ ଗ୍ରାମସ୍ଥିତ ଏକ ଘର ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପୋଲିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri