ପଲାସାରୁ ଚାଲିଚାଲି ପୁରୁଷୋତ୍ତମପୁରରେ ପହଞ୍ଚିଲେ ଅନୁଗୋଳ, ବୌଦ୍ଧର ୧୬ ଶ୍ରମିକ

ପୁରୁଷୋତ୍ତମପୁର,୧୧ା୫(ଡି.ଏନ୍‌.ଏ.): କରୋନା ପ୍ରକୋପରୁ ସମସ୍ତେ ହାହାକାର ହୋଇ ପଡ଼ିଥିବା ବେଳେ ଶ୍ରମିକମାନେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ନିଜ ଭିଟାମାଟିକୁ ଫେରିବା ଲାଗି ଆକୁଳ ନିବେଦନ କରୁଥିଲେ ମଧ୍ୟ ଗୁହାରି ଶୁଣିବାକୁ କେହିନାହିଁ। ଅନୁଗୋଳ ଜିଲା ବୁଆଁକୁଟୁ ଗ୍ରାମର ୧୦ ଜଣ ଓ ବୌଦ୍ଧ ଜିଲା ଭାପୁର ଗ୍ରାମର ୬ଜଣ ଯୁବକ ଆନ୍ଧ୍ରପ୍ରଦେଶ ପଲାସାଠାରେ ବିଭିନ୍ନ ଢାବା ହୋଟେଲରେ କାର୍ଯ୍ୟ କରୁଥିବା ବେଳେ ବର୍ତ୍ତମାନ ପରିସ୍ଥିତିରେ ଭୋକ ଉପାସରେ ଅସହ୍ୟ ହୋଇ ନିଜ ନିଜର ଗ୍ରାମକୁ ଫେରିଯିବାକୁ ଚାଲି ଚାଲି ଆସିଛନ୍ତି। ମାତ୍ର ସେମାନେ ନିଜ ଅଞ୍ଚଳର ରାସ୍ତା ଜାଣି ନ ପାରି ବାଟବଣା ହୋଇ ସୋମବାର ସକାଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ଦେଇ ଯାଉଥିବା ବେଳେ ଲୋକେ ଅଟକାଇ ଥିଲେ। ଏ ସମ୍ପର୍କରେ ଖବର ପାଇ ପୁରୁଷୋତ୍ତମପୁର ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକ ଓ ଏସ୍‌ଆଇ ସୁନିଲ କୁମାର ପ୍ରଧାନ ଘଟଣାସ୍ଥଳକୁ ଆସି ପଚାରି ବୁଝିବା ସହ ସମସ୍ତେ ଭୋକିଲା ଥିବା ହେତୁ ସେମାନଙ୍କୁ କିଛି ବିସ୍କୁଟ,ଶୁଖିଲା ଖାଦ୍ୟ, ପାଣି ଦେଇଥିଲେ। ମାତ୍ର ଏମାନଙ୍କୁ ନିଜ ଅଞ୍ଚଳକୁ କିଭଳି ଛଡ଼ାଯିବ ସେଥିନେଇ ପୋଲିସ ମଧ୍ୟ ଏକ ପ୍ରକାର ଚିନ୍ତାରେ ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…

୪୦ ଫୁଟ୍‌ ତଳକୁ ଖସିଲା OSRTC ବସ୍‌: ୨୪ଯାତ୍ରୀ ଆହତ, ଜଣେ ମୃତ

ପଟ୍ଟାଙ୍ଗି , ୧୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ OSRTC ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଯାତ୍ରୀ ଆହତ…

କେମୋଥେରାପିରେ ସୀମିତ କ୍ୟାନ୍‌ସର ଚିକିତ୍ସା: ୧୩୮କୋଟିର ହସ୍ପିଟାଲରେ ମିଳୁନି ସ୍ବାସ୍ଥ୍ୟସେବା

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ୟାନସର ରୋଗୀଙ୍କ ହବ୍‌ ପାଲଟିଛି। ଏଠାରେ କ୍ୟାନସର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଏଠାରେ ଥିବା କ୍ୟାନସର ହସ୍ପିଟାଲରୁ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ମୁଣ୍ଡିଆ ମାରିଲେ, ମନ୍ଦିରରୁ ସବୁ ଲୁଟିନେଲେ: ମାଷ୍ଟରମାଇଣ୍ଡ୍‌ ଜଣେ ମହିଳା

ଭୁବନେଶ୍ୱର,୧୧।୪(ତ୍ରିନାଥ ମହାନ୍ତି):ଗୋଟିଏ ରାତିରେ ଦୁର୍ବୃତ୍ତମାନେ ୩ ମନ୍ଦିରରେ ପଶି ପୋଛି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଟଙ୍କା। ଚନ୍ଦ୍ରଶେଖରପୁର ଥାନା ପଟିଆ ଗଁାରେ ଥିବା…

ପୋଲିସ ଦମନଲୀଳାର ଦୁଃଖ ବଖାଣିଲେ ସିଜିମାଳି ଆଦିବାସୀ

ଭୁବନେଶ୍ୱର, ୧୧ା୪(ବନ୍ଦନା ସେଠୀ):ବେଦାନ୍ତ ପାଇଁ ରାୟଗଡ଼ା ଜିଲାର ସିଜିମାଳି ଅଞ୍ଚଳରେ ଆଦିବାସୀ ଲୋକଙ୍କ ଉପରେ ଚାଲିଥିବା ପୋଲିସର ଦମନଲୀଳା, ନିଷେଧାଦେଶ ଓ ଗଣତାନ୍ତ୍ରିକ ଅଧିକାର ଉଲ୍ଲଂଘନକୁ ବାମପନ୍ଥୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri