କର୍ମକ୍ଷେତ୍ରକୁ ଫେରିବେ ୨୦ହଜାର ଶ୍ରମିକ

ବାଙ୍ଗାଲୋର,୧୧।୫: ଦେଶବ୍ୟାପୀ ଲକ୍‌ଡାଉନ ଯୋଗୁ ଦେଢ଼ମାସରୁ ଊର୍ଦ୍ଧ୍ୱ ହେବ ସମସ୍ତ କଳକାରଖାନା ବନ୍ଦ ହୋଇରହିଛି। ଲକ୍ଷଲକ୍ଷ କର୍ମଚାରୀ କାମଧନ୍ଦା ନ ପାଇ ଭୋକ ଓପାସରେ ରହୁଛନ୍ତି। ଏପରି କି ଅଧିକାଂଶ ଭିଟାମାଟିକୁ ଫେରିଯାଇଛନ୍ତି। ଅପରପକ୍ଷରେ ଦୀର୍ଘଦିନ ଧରି ଶିଳ୍ପାନୁଷ୍ଠାନ ଓ ବେସରକାରୀ ସଂସ୍ଥାଗୁଡ଼ିକ ବନ୍ଦ ରହିବା କାରଣରୁ ଉତ୍ପାଦନ ବାଧାପ୍ରାପ୍ତ ହେବା ସହ ଆର୍ଥତ୍କ ସଙ୍କଟ ମଧ୍ୟ ଦେଖା ଦେଇଛି। ଏବେ ୩ୟ ପର୍ଯ୍ୟାୟ ଲକ୍‌ଡାଉନରେ କେନ୍ଦ୍ର ସରକାର କଳକାରଖାନା ଓ ଶିଳ୍ପାନୁଷ୍ଠାନ ଚଳାଇବା କଟକଣା ଉପରେ କୋହଳ କରିଛନ୍ତି। ତେଣୁ ବିଭିନ୍ନ କଳକାରଖାନାର ମାଲିକମାନେ ଶ୍ରମିକଙ୍କୁ କର୍ମକ୍ଷେତ୍ରକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି। ଏହି କ୍ରମରେ ବାଙ୍ଗାଲୋରରେ ଥିବା କେତେକ ଶିଳ୍ପସଂସ୍ଥାର ମାଲିକ ପ୍ରାୟ ୨୦ହଜାର ଶ୍ରମିକଙ୍କୁ ବାଙ୍ଗାଲୋର ଫେରାଇ ଆଣି କାମ ଆରମ୍ଭ କରିବାକୁ ସରକାରଙ୍କ ଅନୁମତି ଲୋଡ଼ିଛନ୍ତି। ସରକାର ମଧ୍ୟ ଏହାକୁ ବିଚାରକୁ ନେଇ ଜିଲା ପ୍ରଶାସନିକ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରମିକମାନେ କିପରି ଭାବେ କର୍ମକ୍ଷେତ୍ରକୁ ଯାଇପାରିବେ, ସେଥିପାଇଁ ସେମାନଙ୍କୁ ଯାତାୟାତ ସୁବିଧା ଯୋଗାଇବାକୁ କୁହାଯାଇଛି। ଅତିକମ୍‌ରେ ୨୦ହଜାର ଶ୍ରମିକ ସ୍ବତନ୍ତ୍ର ବସ୍‌ ଯୋଗେ ବାଙ୍ଗାଲୋର ଚାଲି ଆସିଲେ ବିଭିନ୍ନ ଶିଳ୍ପାନୁଷ୍ଠାନ ଉତ୍ପାଦନ କ୍ଷମ ହୋଇପାରିବ ବୋଲି ଇଣ୍ଡଷ୍ଟ୍ରି ଆସୋସିଏଶନ ପକ୍ଷରୁ ଆକଳନ କରାଯାଇଛି। କୁଶଳୀ ଶ୍ରମିକଙ୍କ ବିନା ଶିଳ୍ପସଂସ୍ଥା ଚଳାଇବା ଅସମ୍ଭବ। ବସ୍‌ ଓ ଟ୍ରେନ୍‌ ଚଳାଚଳ ବନ୍ଦ ଥିବାରୁ ଶ୍ରମିକମାନେ ମଧ୍ୟ କର୍ମକ୍ଷେତ୍ରକୁ ଫେରିପାରୁ ନାହାନ୍ତି। ତେଣୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସେମାନଙ୍କ ଯାତାୟାତ ପାଇଁ ସୁବିଧା ଯୋଗାଇ ଦିଆଗଲେ, କମ୍ପାନୀ ଗୁଡ଼ିକ କାର୍ଯ୍ୟକ୍ଷମ ହୋଇପାରିବ ବୋଲି ଇଣ୍ଡଷ୍ଟ୍ରି ଆସୋସିଏଶନ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଯେଉଁ କମ୍ପାନୀଗୁଡ଼ିକ ସେମାନଙ୍କ ଶ୍ରମିକମାନଙ୍କୁ ଶିଳ୍ପାନୁଷ୍ଠାନକୁ ଫେରାଇନେବାକୁ ପ୍ରଶାସନ ନିକଟରେ ଆବେଦନ କରିବେ, ସେହି କ୍ଷେତ୍ରରେ ଜିଲା ଶିଳ୍ପ କେନ୍ଦ୍ର(ଡିଆଇସି) ଓ ଜିଲା ପ୍ରଶାସନ ମିଳିତ ଭାବେ ଏହି ଆବେଦନକୁ ଗ୍ରହଣ କରି ଶ୍ରମିକମାନଙ୍କ ଯାତାୟାତ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ବାଣିଜ୍ୟ ଓ ଶିଲ୍ପ(ସିଆଣ୍ଡଆଇ)ବିଭାଗ ପକ୍ଷରୁ କୁହାଯାଇଛି। ଫଳରେ କମ୍ପାନୀଗୁଡ଼ିକ ନିଜ ଖର୍ଚ୍ଚରେ କର୍ନାଟକ ରାଜ୍ୟ ସଡ଼କ ପରିବହନ ନିଗମର ବସ୍‌ କିମ୍ବା ଘରୋଇ ବସ୍‌ ଯୋଗେ ଆବଶ୍ୟକ ସାମାଜିକ ଦୂରତା ରକ୍ଷାକରି ଶ୍ରମିକମାନଙ୍କୁ କର୍ମସ୍ଥଳକୁ ନେଇପାରିବେ। ବର୍ତ୍ତମାନ ପରିସ୍ଥିତିରେ ୩୦%ରୁ ଊର୍ଦ୍ଧ୍ୱ ଶିଳ୍ପସଂସ୍ଥା କାର୍ଯ୍ୟ କରୁନାହିଁ। ତେଣୁ ଶିଳ୍ପସଂସ୍ଥା ମାଲିକଙ୍କୁ ସେମାନଙ୍କ ସ୍ଥାନୀୟ ଉପଆୟୁକ୍ତଙ୍କ ନିକଟରେ ଆବେଦନ କରିବାକୁ କୁହାଯାଇଛି। ତା’ପରେ ଆମେ ସେମାନଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନେବୁ ବୋଲି ରାଜ୍ୟ ବାଣିଜ୍ୟ ଓ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଗୌରବ ଗୁପ୍ତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟରେ ନାବାଳକ ଶ୍ରମିକ: ଡିପ୍‌ ବୋର୍‌ୱେଲ ପ୍ରକଳ୍ପ ଅଧା

ଅମରପାଲି,୨୨ା୮(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଏକ କୃଷିପ୍ରଧାନ ଅଞ୍ଚଳ ହୋଇଥିଲେ ମଧ୍ୟ ଏଠାରେ ଜଳସେଚନର ବିଶେଷ ସୁବିଧା ନାହିଁ। ଚାଷୀଙ୍କ ଜମିକୁ ଜଳସେଚନ ସୁବିଧା ଯୋଗାଇବା…

୨୦୨୭ ଲଢେଇ ଜିତିବାକୁ ଭାଜପାର ବଡ଼ ପ୍ଲାନ: ଟାର୍ଗେଟ୍‌ରେ Gen G-Gen Z

ନୂଆଦିଲ୍ଲୀ,୨୨।୮: ନୂତନ ଜାତୀୟ ଟିମ୍‌ ଘୋଷଣା ପରେ ଭାଜପା ନେତା ନୀତିନ ନବୀନ ଶନିବାର ପଦାଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି। ଦିଲ୍ଲୀରେ ଥିବା ଭାଜପା ମୁଖ୍ୟାଳୟରେ…

LKG ଛାତ୍ରଙ୍କୁ ଚାପୁଡ଼ା ମାରିଲେ ଶିକ୍ଷୟିତ୍ରୀ: ହଠାତ୍‌ ଘଟିଗଲା ଏମିତି କିଛି, ଦେଖନ୍ତୁ ଛାତିଥରା VIDEO

ବିଶାଖାପାଟଣା,୨୨।୮: ବିଶାଖାପାଟଣାର ଏକ ସ୍କୁଲର ହୃଦୟ ବିଦାରକ ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜଣେ ନିର୍ଦ୍ଦୋଷ ୬ ବର୍ଷର ଶିଶୁକୁ ଜଣେ ଶିକ୍ଷୟିତ୍ରୀ ତା’ର…

ରାହୁଲଙ୍କ କାର୍ଯ୍ୟକ୍ରମ ପୂର୍ବରୁ ଉତ୍ତେଜନା; NSUI-ABVP ସମର୍ଥକଙ୍କ ମଧ୍ୟରେ ହାତାହାତି

ନୂଆଦିଲ୍ଲୀ,୨୨।୮: ଅଗଷ୍ଟ ୨୧ରେ ପୁଣେରେ ଲୋକ ସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ନେଇ ‘ଛତ୍ରୋଂ କି ଗୁଞ୍ଜ’ (ଛାତ୍ରଙ୍କ ପ୍ରତିଧ୍ୱନି)…

ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ: ୫ ଶ୍ରମିକ ଗୁରୁତର

ତାଳଚେର,୨୨।୮(ମନୋଜ ନନ୍ଦ): ଅନୁଗୋଳ ଜିଲା କଣିହାଁ ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ବଙ୍କର (ବି)ରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ୫ ଶ୍ରମିକ…

କୁଲଦୀପଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦେବା ନେଇ ଚର୍ଚ୍ଚା; ଭାରତୀୟ କୋଚ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୨।୮: କୁଲଦୀପ ଯାଦବଙ୍କୁ ନେଇ ଖୁବ ଆଲୋଚନା ହେଉଛି, ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ଖେଳିବେ କି ନାହିଁ ସେ ବିଷୟରେ ପ୍ରଶ୍ନ ବାକି ରହିଛି।…

୧୦ ଜିଲାରେ ହେବ ବମ୍ପର ନିଯୁକ୍ତି: ୨,୭୮୦ କୋଟିର ନିବେଶ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ଓ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଶୁକ୍ରବାର ୨,୭୮୦ କୋଟି ଟଙ୍କାର…

ଆଉ ମିଳିବନି ବ୍ରାଣ୍ଡେଡ କମ୍ପାନୀର ପିଜା-ବର୍ଗର! McDonald’s ସମତେ ୭ ଫୁଡ ଆଉଟଲେଟର ଲାଇସେନ୍ସ ରଦ୍ଦ

ମୁମ୍ବାଇ,୨୨।୮: ଖାଦ୍ୟ ସୁରକ୍ଷା ଏବଂ ପରିଷ୍କାର ପରିଚ୍ଛନ୍ନତା ମାନଦଣ୍ଡର ଉଲ୍ଲଂଘନ ଅଭିଯୋଗରେ ମହାରାଷ୍ଟ୍ର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ରାଜ୍ୟବ୍ୟାପୀ ୧୩ଟି ଖାଦ୍ୟ ଦୋକାନର ଲାଇସେନ୍ସକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri