ପର୍ଯ୍ୟଟନ ଶିଳ୍ପ ପାଇଁ ପୋଷ୍ଟ-ଲକ୍‌ଡାଉନ୍‌ ରୋଡ୍‌ମ୍ୟାପ୍‌

ଭୁବନେଶ୍ୱର,୮।୫(ବ୍ୟୁରୋ): ଲକ୍‌ଡାଉନ୍‌ ପରେ ରାଜ୍ୟର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାକୁ ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ର ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ଉଭୟ ସହର ଓ ଗ୍ରାମାଞ୍ଚଳରେ ପର୍ଯ୍ୟଟନ ଶିଳ୍ପକୁ ପୁନର୍ବାର ବିକଶିତ କରିବାକୁ ପଦକ୍ଷେପ ନିଆଯିବ। ଗୁରୁବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି। ପର୍ଯ୍ୟଟନ ସଚିବ ବିଶାଲ ଦେବ ବୈଠକରେ ଉପସ୍ଥିତ ରହି ବିଭିନ୍ନ ପ୍ରସ୍ତାବ ଆଗତ କରିଥିବାବେଳେ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ପୋଷ୍ଟ୍‌ ଲକ୍‌ଡାଉନ୍‌ ସମୟରେ ବିଦେଶୀ ପରିବର୍ତ୍ତେ ଘରୋଇ ପର୍ଯ୍ୟଟକଙ୍କ ଉପରେ ଅଧିକ ଫୋକସ୍‌ କରିବାକୁ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ତର୍ଜାତୀୟ ପର୍ଯ୍ୟଟନ ଶିଳ୍ପ ତୁଳନାରେ ଘରୋଇ ପର୍ଯ୍ୟଟନ ଶିଳ୍ପ ଶୀଘ୍ର ପୂର୍ବାବସ୍ଥାକୁ ଫେରିବାର ସମ୍ଭାବନା ରହିଛି। ତେଣୁ ଇଣ୍ଟ୍ରା-ଷ୍ଟେଟ୍‌ ଟୁରିଜମ୍‌ ବା ଆନ୍ତଃରାଜ୍ୟ ପର୍ଯ୍ୟଟନର ପ୍ରଚାର ପ୍ରସାର ଲାଗି ପର୍ଯ୍ୟଟନ ବିଭାଗ ସ୍ବତନ୍ତ୍ର ଟୁର୍‌ ପ୍ୟାକେଜ୍‌ ପ୍ରସ୍ତୁତ କରିବାକୁ କୁହାଯାଇଛି। ଏହାସହ ପଡ଼ୋଶୀ ରାଜ୍ୟର ପ୍ରମୁଖ ସହର ସହ ଦେଶର କେତେକ ବଛା ବଛା ସହରରେ ଓଡ଼ିଶା ଟୁରିଜମ୍‌ର ରୋଡ୍‌ ଶୋ’ ଅନୁଷ୍ଠିତ ହେବ। ରାଞ୍ଚତ୍, ଭାଇଜାଗ୍‌, କଲିକତା, ରାଇପୁର, ବିଳାସପୁର, ଦୁର୍ଗ-ଭିଲାଇ, ଜାମସେଦପୁର, ବୋକାରୋ ଭଳି ସହରରୁ ରୋଡ୍‌ ଟ୍ରିପ୍‌ ପାଇଁ ସ୍ବତନ୍ତ୍ର ଇଟିନେରାରୀ ପ୍ରସ୍ତୁତ ହେବ। ଓଡ଼ିଶାର ପାରମ୍ପରିକ ଖାଦ୍ୟର ପ୍ରଚାର ପ୍ରସାର ମାଧ୍ୟମରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯିବ। ଏଥିପାଇଁ ଦେଶର ୬ଟି ମେଟ୍ରୋ ସହରରେ ଓଡ଼ିଆ ଫୁଡ୍‌ ଫେଷ୍ଟିଭାଲର ଆୟୋଜନ କରାଯିବ ବୋଲି ପର୍ଯ୍ୟଟନ ସଚିବ ସୂଚନା ଦେଇଥିଲେ।
ଅନ୍ୟପକ୍ଷରେ ଟୁରିଜମ୍‌ ଓ ହସ୍ପିଟାଲିଟି ସେକ୍ଟରରେ ଅଧିକରୁ ଅଧିକ ପୁଞ୍ଜିନିବେଶ ପାଇଁ ବେସରକାରୀ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବାକୁ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥାନଗୁଡ଼ିକରେ ଏହି ପୁଞ୍ଜିନିବେଶ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଚିଲିକାର ରମ୍ଭା, ସାତପଡ଼ା କ୍ଲଷ୍ଟର, ଭିତରକନିକା ଜାତୀୟ ଉଦ୍ୟାନ, ଚନ୍ଦ୍ରଭାଗା ଓ ତାଳସରି ବିଚ୍‌ଫ୍ରଣ୍ଟ୍‌ର ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦିଆଯିବ। କୋଭିଡ୍‌-୧୯ ଯୋଗୁ ରାଜ୍ୟ ପର୍ଯ୍ୟଟନ ଶିଳ୍ପ ବହୁଳଭାବେ ପ୍ରଭାବିତ ହୋଇଥିବାବେଳେ ଓଡ଼ିଶା ପର୍ଯ୍ୟଟନର ପ୍ରମୁଖ ଷ୍ଟେକ୍‌ହୋଲ୍ଡର ତଥା ହୋଟେଲ, ରେଷ୍ଟୁରାଣ୍ଟ, ରିସର୍ଟ୍‌ସ, ଟୁର୍‌ ଅପରେଟରଙ୍କ ସମେତ ଆଡ୍‌ଭେଞ୍ଚର ସ୍ପୋର୍ଟସ, ହୋମ୍‌ ଷ୍ଟେ ଏବଂ ବୋଟ୍‌ ଅପରେଟରମାନେ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ତେଣୁ ପରବର୍ତ୍ତୀ ସମୟରେ ସେମାନଙ୍କୁ ଆର୍ଥିକ ସହାୟତା ପାଇଁ ସମସ୍ତ ବ୍ୟାଙ୍କ୍‌ ଓ ବିତ୍ତୀୟ ସଂଗଠନ ସହ ଆଲୋଚନା କରିବାକୁ ବିଶାଲ ଦେବ ପରାମର୍ଶ ଦେଇଥିଲେ।

ଫୋକସରେ ବୁଦ୍ଧିଷ୍ଟ ସର୍କିଟ, ଶାମୁକା ପ୍ରକଳ୍ପ
ରାଜ୍ୟରେ ବୁଦ୍ଧିଷ୍ଟ ସର୍କିଟର ବିକାଶ ସହ ଶାମୁକା ପ୍ରକଳ୍ପକୁ ଫୋକସରେ ରଖାଯିବ। ଦାରିଙ୍ଗବାଡ଼ି, ଦେବ୍ରୀଗଡ଼, ସାତକୋଶିଆ, କୋଣାର୍କ ଏବଂ ନରାଜରୁ ଧବଳେଶ୍ୱର ମଧ୍ୟରେ ଥିବା ମହାନଦୀ ବାଲୁକାଶଯ୍ୟାରେ ଇକୋ-ରିଟ୍ରିଟ୍‌ ଢାଞ୍ଚାରେ ଗ୍ଲାମ୍ପିଂ ଇଭେଣ୍ଟ ଆୟୋଜନ ଉପରେ ଗୁରୁତ୍ୱ ଦିଆଯିବ। ଏଥିପାଇଁ ଏହି ସ୍ଥାନଗୁଡ଼ିକୁ ଇକୋ-ରିଟ୍ରିଟ୍‌ ୨୦୨୦ ହବ୍‌ ଭାବେ ବିକଶିତ କରାଯିବ। ହୋମ୍‌ ଷ୍ଟେ’, ହେରିଟେଜ୍‌ ହସ୍ପିଟାଲିଟି, ହାଉସ୍‌ ବୋଟ୍‌, ବିଚ୍‌ ସ୍ୟାକ୍‌ ଭଳି ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ବୈଠକରେ ଆଲୋଚନା କରାଯାଇଥିବାବେଳେ ଯଥାଶୀଘ୍ର ଏହି ପ୍ରକଳ୍ପକୁ ଆରମ୍ଭ କରିବା ପାଇଁ ସରକାରୀ ଏଜେନ୍ସି ଏବଂ ଷ୍ଟେକ୍‌ହୋଲ୍ଡରଙ୍କ ସହ ଆଲୋଚନା କରିବାକୁ ମୁଖ୍ୟଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

ରାଜ୍ୟସ୍ତରୀୟ ଓପନ୍ ଟ୍ରାପ୍ ସୁଟିଂ ଚାମ୍ପିୟନସିପ୍-୨୦୨୬: ସ୍ୱର୍ଣ୍ଣ ପଦକ ଜିତିଲେ ଥୁଆମୂଳ ରାମପୁରର ଶୁଭମ

ଥୁଆମୂଳ ରାମପୁର,୨୨ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ୍ ପାଇଁ ଗୌରବ । ଅନୁଗୁଳ ଜିଲା ତାଳଚେରସ୍ଥିତ ‘ରାଜା ହୃଦୟ ଚନ୍ଦ୍ର ଦେବ ସୁଟିଂ କମ୍ପ୍ଲେକ୍ସ’ଠାରେ…

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ଜେନେରିକ୍ ଔଷଧ ଉପରେ ଲାଗିବ ଏତିକି % ଶୁଳ୍କ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନେରିକ୍ ଔଷଧ ଆମଦାନୀ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦୁଇ ବର୍ଷ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri