ପରୀକ୍ଷା ହଲ୍‌ରୁ ମିଳିଲା ମୋବାଇଲ

ପରଜଙ୍ଗ, ୨୭।୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁଆଳୋସ୍ଥିତ ଅଷ୍ଟଶମ୍ଭୁ ବିଦ୍ୟାନିକେତନ ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ ବୁଧବାର ଏକ ମୋବାଇଲ ଫୋନ୍‌ ଜବତ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତ୍ରିସ୍ତରୀୟ ଚେକିଂ ବଳୟ ଭେଦ କରି ମୋବାଇଲ କିପରି ପରୀକ୍ଷା କେନ୍ଦ୍ରକୁ ଆସିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅଷ୍ଟଶମ୍ଭୁ ବିଦ୍ୟାନିକେତନ ସ୍କୁଲରେ ଖାଲପାଳର ମା’ ମଙ୍ଗଳା ହାଇସ୍କୁଲ, କଲଦାର କେ.କେ.ଏମ. ସ୍କୁଲ, ଦଦରାଘାଟିର ରାମେଶ୍ୱର ନୋଡାଲ ହାଇସ୍କୁଲ ପରୀକ୍ଷାର୍ଥୀଙ୍କ ପାଇଁ ସେଣ୍ଟର କରାଯାଇଛି। ବୁଧବାର ଗଣିତ ବିଷୟରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପରଜଙ୍ଗ ବିଇଓ ହରିହର ଦେହୁରୀ, କାମାକ୍ଷାନଗର ବିଇଓ ଅଜୟ ପାତ୍ର ସ୍କ୍ବାଡ୍‌ ଭାବେ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିବାକୁ ଯାଇଥିଲେ। ଏହି ସମୟରେ ପରୀକ୍ଷା କେନ୍ଦ୍ର ନିକଟରେ କପି ଦେବାକୁ ରୁଣ୍ଡ ହୋଇଥିବା ଶତାଧିକ ବ୍ୟକ୍ତି ସ୍କ୍ବାଡ୍‌ କର୍ମଚାରୀଙ୍କୁ ଦେଖି ଦୌଡ଼ି ପଳାଇଥିଲେ। କପି ହେଉଥିବା ଆଶଙ୍କାରେ ସମସ୍ତ ପରୀକ୍ଷାର୍ଥୀଙ୍କୁ ଯାଞ୍ଚ କରାଯାଇଥିଲା। କପି କରୁଥିବାବେଳେ ୨ଜଣ ପରୀକ୍ଷାର୍ଥୀ ଧରାପଡ଼ିଥିଲେ। ସେମାନଙ୍କୁ ମାଲ୍‌ ପ୍ରାକ୍ଟିସ୍‌ (ଏମ୍‌ପି) କରାଯାଇଛି। ସେହିପରି ହଲ୍‌ ଭିତରେ ଅନ୍‌ ଥିବା ଅବସ୍ଥାରେ ଏକ ମୋବାଇଲ ଜବତ କରାଯାଇଛି। ତେବେ ଏହା କାହାର ତାହା ସ୍ପଷ୍ଟ ହୋଇନାହିଁ।
ମାଟ୍ରିକ ପରୀକ୍ଷାକୁ ବିଧି ବ୍ୟବସ୍ଥିତ କରିବାକୁ ତ୍ରିସ୍ତରୀୟ ଚେକିଂ ବ୍ୟବସ୍ଥା କରାଯାଇଛି। ଏପରି କି ଇନଭିଜିଲେଟରମାନେ ମଧ୍ୟ ପରୀକ୍ଷା ହଲ୍‌କୁ ମୋବାଇଲ ନେଇପାରିବେ ନାହିଁ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ତଥାପି କେନ୍ଦ୍ର ଭିତରୁ ମୋବାଇଲ ମିଳିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ବିଇଓ ଦେହୁରୀ। ଏ ଦେଇ ସେ କୁହନ୍ତି, ଚେକିଂ ବେଳେ ହଲ୍‌ ଭିତରୁ ଏକ ବେଞ୍ଚ ନିକଟରେ ମୋବାଇଲଟି ଅନ୍‌ ଥିବା ଅବସ୍ଥାରେ ପଡ଼ିଥିଲା। ଏହାକୁ ଜବତ କରି ସ୍କୁଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ହସ୍ତାନ୍ତର କରାଯାଇଛି। ଏହାର ତଦନ୍ତ ଜାରି ରହିଛି। ଏ ନେଇ ସ୍କୁଲ ସୁପରିଣ୍ଟେଣ୍ଡେଣ୍ଟ ମହେଶ ନାୟକ କୁହନ୍ତି, ସଂସ୍କୃତ ପରୀକ୍ଷା ଦିନ ଝରକା ବାହାର ପଟୁ ଏକ ମୋବାଇଲ ମିଳିଥିଲା। ଏହାକୁ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ଠିକ୍‌ ସମୟରେ ମୋବାଇଲ ଜବତ ହୋଇ ନ ଥିଲେ ପ୍ରଶ୍ନପତ୍ର ଭାଇରାଲ ଆଶଙ୍କା ଥିଲା ବୋଲି ସେ କହିଛନ୍ତି। ଅନ୍ୟପଟେ ଏତେ ଚେକିଂ ପରେ କେନ୍ଦ୍ରକୁ ମୋବାଇଲ କିପରି ଆସିଲା ତାହାକୁ ଏବେ ସନ୍ଦେହ ଘେରରେ ରହିଛି। ଝରକା ପାଖରେ ଅଭିଭାବକ ଭିଡ଼ ଜମାଉଥିବାରୁ ଏଭଳି ଘଟଣା ଘଟୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାଓ୍ବାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଢେଙ୍କାନାଳ,୯।୫: ଟେଲିଫୋନ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଢେଙ୍କାନାଳ ଟାଉନଥାନା ନିକଟରେ ଥିବା ଟାୱାର ଉପରେ ଚଢି ଉପରେ ବସିଛନ୍ତି ଯୁବକ। ଢେଙ୍କାନାଳ କାମାକ୍ଷାନଗର…

ରେଙ୍ଗାଳି ବାମ ବନ୍ଧ କେନାଲ ଡିଭିଜନ ଅଫିସ ସିଲ

କାମାକ୍ଷାନଗର,୨୭।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର  ରେଙ୍ଗାଳି ବାମ କେନାଲରେ ୨୦୦୩-୪ ମସିହାରୁ ଠିକା କାମ କରି ପ୍ରାୟ  ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା  ବକେୟା…

ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ: ଗାଡି ଭାଙ୍ଗିବା ସହ…

କାମାକ୍ଷାନଗର,୨୨।୪(ସୁଧୀର କୁମାର ପରିଡା): ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲୁ ରହିଥିବାବେଳେ ଜନଗଣନା କରିବାକୁ ଯାଇଥିବାବେଳେ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ ଜଣ ଜନଗଣନା କର୍ମଚାରୀ…

ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା, ଟ୍ରକ୍‌କୁ ରକ୍ଷା କରିବାକୁ ଯାଇ ବସକୁ ବାଲି ଗଦା ଉପରକୁ…

ଢେଙ୍କାନାଳ,୨୦।୪(ରତନ ନାୟାର): ପୁରୀରୁ ତୀର୍ଥ ସାରି ମହାରାଷ୍ଟ୍ର ନାସିକ ଫେରୁଥିବା ଏକ ତୀର୍ଥଯାତ୍ରୀ ବସ ଏକ ବଡ଼ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛି । ଵସ…

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ବନ୍ଧାହେଲେ କୁଖ୍ୟାତ ଗଞ୍ଜେଇ ମାଫିଆ: ବିଦେଶୀ ମଦ ସହ ଗଞ୍ଜେଇ ଜବତ

ପରଜଙ୍ଗ,୯/୪(ନିଗମାନନ୍ଦ ଦଳବେହେରା)ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବାରିହାପୁର ପଇଁନ୍ତିରିଆ ସାହିରେ ଗୁରୁବାର ଭୋର କୁଖ୍ୟାତ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଅବକାରୀ ଟିମ। ଗିରଫ ଅଭିଯୁକ୍ତ ହେଲେ…

ସ୍କୁଲରେ ରୋଷେଇ ବେଳେ ଅଘଟଣ: ଗରମ ଡାଲି ପଡ଼ି ୨ ରୋଷେୟା ଆହତ

ପରଜଙ୍ଗ, ୮।୪(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସି ହାଇସ୍କୁଲରେ ବୁଧବାର ଛାତ୍ରୀଛାତ୍ରଙ୍କ ପାଇଁ ଭୋଜନ ରୋଷେଇ ହେଉଥିବାବେଳେ ଅଘଟଣ। ଗରମ ଡାଲି ପଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri