Posted inବରଗଡ଼

ପରୀକ୍ଷା ବାତିଲ ଦାବିକଲା ଛାତ୍ର କଂଗ୍ରେସ

ବରଗଡ଼ ଅଫିସ୍‌,୧୦।୬-ଯୁକ୍ତତିନି ଶେଷବର୍ଷ ଷଷ୍ଠ ସେମିଷ୍ଟାର ପରୀକ୍ଷା ବାତିଲ କରିବା ପାଇଁ ବରଗଡ଼ ଜିଲା ଛାତ୍ର କଂଗ୍ରେସ ଦାବି କରିଛି । ଏହି ଦାବି ନେଇ ଛାତ୍ର କଂଗ୍ରେସର ଏକ ପ୍ରତିନିଧି ଦଳ ବୁଧବାର ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। କରୋନ ଲକ୍‌ ଡାଉନ୍‌ କଟକଣା ଲାଗୁ ପରେ ପାଠ୍ୟ ଖସଡ଼ା ସମ୍ପୂର୍ଣ୍ଣ ହୋଇ ନଥିଲା । ସେହିପରି ବର୍ତ୍ତମାନ ପରିସ୍ଥିତିରେ ପରୀକ୍ଷା କରାଗଲେ କରୋନା ସଂକ୍ରମଣ ଆଶଙ୍କା ମଧ୍ୟ ରହିଛି । ଏହି ଦୃଷ୍ଟିରୁ ସେମିଷ୍ଟାର ପରୀକ୍ଷା ବାତିଲ କରିବାକୁ ସେମାନେ ଦାବି କରିଛନ୍ତି । ପରୀକ୍ଷା ବାତିଲ କରା ନ ଗଲେ ଛାତ୍ର କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦିଆଯାଇଛି । ଏହି ପ୍ରତିନିଧି ଦଳରେ ଗୌରବ ପତି, ଗଗନ କୁମାର ପତି, ସୁବ୍ରତ ନାୟକ, ଅଭିଷେକ ନାୟକ, ଗୋବିନ୍ଦ ପଟେଲ, ଗୌରବ ନାୟକ, ହୃଷିକେଶ ରାଉତ, ଅମିତ କୁମାର ସାହୁ, କରୁଣାକର ମେହେର, ଶୁଭମ ରାୟ ପ୍ରମୁଖ ସ୍ମାରକପତ୍ର ପ୍ରଦାନ କରିବାକୁ ଆସିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସର ଧର୍ମଘଟ: ଟାୟାର ଜାଳି ରାସ୍ତା ଅବରୋଧ

ବରଗଡ଼ ଅଫିସ,୧୨ା୧୧: କଂଗ୍ରେସ ପକ୍ଷରୁ ଶୁକ୍ରବାର ଦିଆଯାଇଥିବା ୬ ଘଣ୍ଟିଆ ଧର୍ମଘଟର ପ୍ରଭାବ ବରଗଡ଼ ଜିଲାରେ ପରିଲକ୍ଷିତ ହୋଇଛି। ସକାଳ ୬ଟାରୁ ବରଗଡ଼ ସହର ସମେତ...

ଭୋଟ୍‌ ଗଣତି ଆରମ୍ଭ ଉତ୍କଣ୍ଠାରେ ପ୍ରାର୍ଥୀ

ବରଗଡ଼ ଅଫିସ୍‌,୨୬।୨: ବରଗଡ଼ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ୍‌ ଗଣତି ଶନିବାର ଆରମ୍ଭ ହୋଇଯାଇଛି। ଶନିବାର ପ୍ରଥମ ପର୍ଯ୍ୟାୟରେ ଜିଲାର ୧୨ ବ୍ଲକର ୧୨...

୧୮ ମାସରେ ବଦଳିବ ସରକାରୀ କୋଠାର ରୂପରେଖ : ଖୁବ୍‌ଶୀଘ୍ର ଆରମ୍ଭ ହେବ ଉଚ୍ଛେଦ ଓ ନିର୍ମାଣ

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ରାଜଧାନୀରେ ଥିବା ସରକାରୀ କୋଠା ଏବଂ କ୍ୱାର୍ଟର୍ସଗୁଡିକ ନବୀକରଣ କରାଯିବ। ଏନେଇ ସାଧାରଣ ପ୍ରଶାସନ(ଜିଏ) ପକ୍ଷରୁ ସ୍ଥାନ ଚିହ୍ନଟ ହୋଇସାରିଛି। ପୂର୍ତ୍ତ ବିଭାଗ...

ଭୋକିଲା ପେଟକୁ ମୁଠାଏ ଅନ୍ନ

ବରଗଡ଼ ଅଫିସ୍‌,୨୭।୩- କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ମଙ୍ଗଳବାର ମଧ୍ୟରାତ୍ରିରୁ ଦେଶବ୍ୟାପୀ ଲକ୍‌ ଡାଉନ୍‌ କଟକଣା ଲାଗୁ କରାଯାଇଛି। ଏହି କଟକଣା ଲାଗୁ ହେବା...

ଗ୍ରାମାଞ୍ଚଳରୁ ବିପର୍ଯ୍ୟୟ ପରିଚାଳନାକୁ ଗୁରୁତ୍ୱ

ବରଗଡ଼ ଅଫିସ,୧୪।୮: ବରଗଡ଼ ଜିଲାପାଳ ଅଫିସ କକ୍ଷରେ ବୁଧବାର ବିପର୍ଯ୍ୟୟ ପରିଚାଳନା ଉପରେ ଏକ କର୍ମଶାଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ...

ବିଦ୍ୟୁତ ସମସ୍ୟାର ସମାଧାନ କର

ବରଗଡ଼ ଅଫିସ୍‌,୭।୫- ବରଗଡ଼ ସହରରେ ବିଦ୍ୟୁତ ବିଭ୍ରାଟ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଛି । ଏହି ସମସ୍ୟାର ସମାଧାନ ପାଇଁ ବୁଧବାର ସ୍ଥାନୀୟ ବିଦ୍ୟୁତ...

ଆଁଠେ କାଦୋରେ ଯାଆସ କରୁଛନ୍‌ ଗାଁବାସୀ

ଜାମଟିକ୍ରା, ୨୬।୮ (ଡି.ଏନ୍‌.ଏ.):  ଅତାବିରା ବ୍ଲକ ବୁଗବୁଗା ପଁଚେତ୍‌ ଖଲିଆପାଲି-ପ୍ରଧାନଟିକ୍ରା ରାସ୍‌ତାର ଅବସ୍‌ତା ବହୁତ ଖରାପ ଅଛେ। ସୁଆଧିନତାର ୭୩ ବଛର ଉତାରୁ ବି ଇ...

କୁଷ୍ଠାଶ୍ରମ ଅନ୍ତେବାସୀଙ୍କ ସହିତ ଜନ୍ମଦିନ ପାଳିଲେ ପର୍ବତାରୋହୀ ଲିପିକା ସେଟ

ବରଗଡ଼ ଅଫିସ,୧୮।୬: ବରଗଡ଼ର ଆନ୍ତର୍ଜାତୀୟ ପର୍ବତାରୋହୀ ଲିପିକା ସେଟ୍‌ଙ୍କ ଶୁକ୍ରବାର ଜନ୍ମଦିନ ଥିଲା । ନିଜ ଜନ୍ମଦିନକୁ ଲିପିକା ନିଆରା ଢଙ୍ଗରେ ପାଳନ କରିଥିଲେ। ବରଗଡ଼...

Advertisement
Archives

Model This Week