ପରୀକ୍ଷା ପ୍ରସ୍ତୁତି : ପିଲାଙ୍କୁ ରଖନ୍ତୁ ଷ୍ଟ୍ରେସ୍‌ ଫ୍ରି

ଏବେ ଆରମ୍ଭ ହୋଇଯାଇଛି ପରୀକ୍ଷା ଋତୁ। ଏହି ସମୟରେ କେବଳ ପିଲା ନୁହନ୍ତି, ପରୀକ୍ଷାକୁ ନେଇ ଶଙ୍କା ଆଶଙ୍କା ମଧ୍ୟରେ ମା’ ବାପା ବି ରହିଥାଆନ୍ତି। ତେବେ ଏହାକୁ ଏକ ବୋଝ ବୋଲି ନ ଭାବି ପିଲାମାନେ କିପରି ଚାପମୁକ୍ତ (ଷ୍ଟ୍ରେସ୍‌ ଫ୍ରି) ରହିବେ ସେ ନେଇ ଜାଣିରଖନ୍ତୁ କିଛି ଟିପ୍ସ…

ପରୀକ୍ଷାରେ ଅଧିକ ନମ୍ବର ରଖିବା ପାଇଁ ପିଲାଙ୍କ ଉପରେ ଚାପ ପକାଇବା ଆଜିକାଲି ମା’ବାପାଙ୍କର ଏକ ସାଧାରଣ କଥା। ମାତ୍ର ଏହା ଆଦୌ ଠିକ୍‌ ନୁହେଁ। ବରଂ ପିଲା ପାଠପଢ଼ା ପାଇଁ ଯେତିକି ପ୍ରସ୍ତୁତି କରିଛି ତାହାକୁ ଠିକ୍‌ ଭାବେ ପରୀକ୍ଷାରେ ପରିପ୍ରକାଶ କରିବାକୁ ଉତ୍ସାହିତ କରିବା ହିଁ ମା’ବାପାଙ୍କ ପ୍ରଥମ କର୍ତ୍ତବ୍ୟ। କାରଣ ବେଳେବେଳେ ପରୀକ୍ଷା ଭୟରେ ପ୍ରସ୍ତୁତି କରିଥିବା ପାଠ ବି ପିଲା ଭୁଲିଯାଆନ୍ତି। ଆପଣ ଚାହିଁଲେ ଏହି ପରିସ୍ଥିତିରେ କିଛି ମାତ୍ରାରେ ସୁଧାର ଆଣିପାରିବେ।
ପ୍ରୋତ୍ସାହିତ କରନ୍ତୁ:
ପରୀକ୍ଷା ସମୟରେ ପିଲାମାନେ ନର୍ଭସ ହେବା ସ୍ବାଭାବିକ କଥା। ହେଲେ ମା’ବାପା ଚାହିଁଲେ ସେମାନଙ୍କୁ ପ୍ରୋତ୍ସାହିତ କରିବା ଭଳି କିଛି କଥା କହି ସେମାନଙ୍କର ମନରୁ ଏଭଳି ଭୟ ଦୂରକରିପାରିବେ। ପରୀକ୍ଷା ସମୟରେ ପିଲା ସହ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ଯାଆନ୍ତୁ। ରାସ୍ତାରେ ଯିବା ସମୟରେ ପିଲାକୁ ଉତ୍ସାହିତ କରନ୍ତୁ। ରିଲାକ୍ସ ରହିବାକୁ କୁହନ୍ତୁ। ପରିଣାମର ଚିନ୍ତା ଆଦୌ ନ କରି ବରଂ ଉତ୍ତମ ପ୍ରଦର୍ଶନ କରିବାକୁ ଚେଷ୍ଟାକର- ଏଭଳି କିଛି କଥା କୁହନ୍ତୁ। ଏହା ସେମାନଙ୍କ ଟେନ୍‌ସନ କିଛି ମାତ୍ରାରେ ଦୂରକରିପାରିବ।
ଭଲ ସାଙ୍ଗ ହୁଅନ୍ତୁ:
ମା’ବାପାଙ୍କ କର୍ତ୍ତବ୍ୟ ତୁଲାଇବାକୁ ଯାଇ ବେଳେବେଳେ କେତେକେ ପିଲାମାନଙ୍କର ପ୍ରକୃତ ସ୍ବଭାବ ବିଷୟରେ ଜାଣିପାରନ୍ତି ନାହିଁ। ଅତ୍ୟଧିକ ମାଡ଼ କିମ୍ବା ଗାଳିକଲେ ପିଲା ଭୟଭୀତ ହୋଇ ଅନେକ କଥା ପ୍ରକାଶ କରି ନ ଥାନ୍ତି। ଯଦି ଆପଣଙ୍କ ପିଲା ଟେନ୍‌ସନରେ ଅଛି, ତେବେ ତା’ର ପ୍ରକୃତ କାରଣ ବୁଝନ୍ତୁ। ମା’ବାପାଙ୍କ ପରି ତାଗିଦ କରି ନୁହେଁ ବରଂ ସାଙ୍ଗ ଭଳି ବ୍ୟବହାରକରି ପଚାରନ୍ତୁ।
ତୁଳନା କରନ୍ତୁ ନାହିଁ:
ପ୍ରତିଟି ପିଲାଙ୍କ ସ୍ବଭାବ ଭିନ୍ନ ରହିଥାଏ। ଯେଉଁ ପିଲା ପାଠପଢ଼ାର କୌଣସି ଗୋଟିଏ ବିଷୟରେ ଏକ୍ସପର୍ଟ ସେ ହୁଏତ ନୃତ୍ୟ କିମ୍ବା ସଙ୍ଗୀତ ଆଦିରେ ଭଲ ପ୍ରଦର୍ଶନକରି ନ ପାରେ। ସାମାନ୍ୟ ପାଠପଢ଼ା କରୁଥିବା ପିଲାଠାରୁ ୯୦ ପ୍ରତିଶତ ମାର୍କ ରଖିବା ଆଶା କରିବା ଆଦୌ ଠିକ୍‌ ନୁହେଁ। ତେଣୁ ଆପଣଙ୍କ ପିଲାକୁ ଅନ୍ୟ କାହା ସହ ତୁଳନା କରନ୍ତୁ ନାହିଁ। ଏହାଦ୍ୱାରା ପିଲା ଉପରେ ମାନସିକ ଚାପ ପଡ଼ିଥାଏ। ବରଂ ତାକୁ ଏପରି ଉପଦେଶ ଦିଅନ୍ତୁ, ଯାହାକୁ ପାଥେୟକରି ସେ ଭଲ ମାର୍କ ରଖିପାରିବା ସହ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବ।
ଗ୍ରୁପ୍‌ ଷ୍ଟଡିକୁ ଗୁରୁତ୍ୱ ଦିଅନ୍ତୁ:
ଆପଣଙ୍କ ପିଲା କେଉଁ ସବ୍‌ଜେକ୍ଟରେ ଦୁର୍ବଳ ରହିଛି ତାହା ପ୍ରଥମେ ଜାଣନ୍ତୁ। ଏ ସମ୍ପର୍କରେ ତା’ର ଶିକ୍ଷକ ଏବଂ ସାଙ୍ଗସାଥୀଙ୍କ ସହ କଥାବାର୍ତ୍ତା କରନ୍ତୁ। ଏଥିପାଇଁ ପିଲାର ସାଙ୍ଗସାଥୀଙ୍କୁ ବି ଘରକୁ ଆଣିପାରନ୍ତି। ସାଙ୍ଗସାଥୀଙ୍କ ସହ ଯଦି ସେ ଗଣିତ ଭଳି ସବ୍‌ଜେକ୍ଟର ପ୍ରୋବ୍ଲେମ୍‌ ସମାଧାନକରେ କିମ୍ବା ୩ ଘଣ୍ଟା ପାଠପଢ଼ା ଭିତରେ ଅଧଘଣ୍ଟା ଖେଳକୁଦ କରେ, ତେବେ ରୋକ ଲଗାନ୍ତୁ ନାହିଁ।
ଟିଭି ସାଉଣ୍ଡ କମ୍‌ କରନ୍ତୁ :
ପିଲାର ପାଠପଢ଼ା ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରନ୍ତୁ। ପଢ଼ିବା ସମୟରେ ଟିଭି ସାଉଣ୍ଡ କମ୍‌ କରନ୍ତୁ। ବର୍ତ୍ତମାନର ଡିଜିଟାଲ ଯୁଗରେ ମୋବାଇଲ, ଲାପ୍‌ଟପ୍‌, ଟ୍ୟାବ୍‌ ଆଦି ବିଭିନ୍ନ ଅପ୍ସନ୍‌ ରହିଛି, ଆପଣଙ୍କ ପରିବାର ସଦସ୍ୟ ଚାହିଁଲେ ଏଥିରେ ଭରପୂର ମନୋରଞ୍ଜନ ଉଠାଇପାରିବେ।
ବିଶ୍ରାମ ଦିଅନ୍ତୁ:
ପରୀକ୍ଷା ପ୍ରସ୍ତୁତି ସମୟରେ ବିଶ୍ରାମନେବା କିଛି ଜଣଙ୍କ ପାଇଁ ଅଜବ ଲାଗିପାରେ ସତ, କିନ୍ତୁ ଏହି ସମୟରେ ମସ୍ତିଷ୍କକୁ ବିଶ୍ରାମଦେବା ଜରୁରୀ। ପରୀକ୍ଷା ଟେନ୍‌ସନରୁ ମୁକ୍ତି ପାଇବା ପାଇଁ କିଛି ସମୟ ରେଷ୍ଟ୍‌ ନେବା ସହ ମଜାଦାର କଥାବାର୍ତ୍ତା ବା କାର୍ଯ୍ୟକଳାପରେ ବ୍ୟସ୍ତ ରୁହନ୍ତୁ। ପିଲାକୁ ଏକ୍ସରସାଇଜ୍‌ କରିବାକୁ ପଠାଇବା ସହ କିଛି ସମୟ ଟିଭି ଦେଖିବାକୁ ଅନୁମତି ଦିଅନ୍ତୁ। ଏହାଦ୍ୱାରା ତା’ ମନ ହାଲ୍‌କା ହେବା ସହ ପାଠ ପଢ଼ିବାକୁ ଆହୁରି ଆଗ୍ରହ ସୃଷ୍ଟି ହେବ।
ସ୍ବାସ୍ଥ୍ୟ ପ୍ରତି ଦିଅନ୍ତୁ ଧ୍ୟାନ:
ପରୀକ୍ଷା ପ୍ରସ୍ତୁତିର ବ୍ୟସ୍ତତା ଭିତରେ ରହି ଅନେକ ପିଲା ସ୍ବାସ୍ଥ୍ୟ ପ୍ରତି ଅବହେଳା କରିଥାନ୍ତି। ତେଣୁ ଏହି ସମୟରେ ପିଲାକୁ ପ୍ରୋଟିନ୍‌ ଭରା ଖାଦ୍ୟ ସହ ଏନର୍ଜି ଡ୍ରିଙ୍କ୍‌ ପିଇବାକୁ ଦିଅନ୍ତୁ। ୭ ରୁ ୮ ଘଣ୍ଟା ଶୋଇବାକୁ କୁହନ୍ତୁ। ଜଙ୍କ୍‌ ଫୁଡ୍‌ ବଦଳରେ ଆଣ୍ଟି ଅକ୍ସିଡାଣ୍ଟଯୁକ୍ତ ଖାଦ୍ୟ, ଡ୍ରାଏ ଫ୍ରୁଟ୍‌ସ ଏବଂ ସନ୍ତୁଳିତ ଆହାର ଖାଇବାକୁ ଦିଅନ୍ତୁ।
କୌଣସି ପେପର ଖରାପ
ହୋଇଥିଲେ..
ସମୟ କିମ୍ବା ପ୍ରାକ୍ଟିସ ଅଭାବରୁ ପରୀକ୍ଷାରେ କେତେଜଣ ପିଲାଙ୍କର କୌଣସି ବିଷୟ ଖରାପ ହେବା ଅବା ପରୀକ୍ଷା ହଲ୍‌ରେ ପ୍ରଶ୍ନର ଉତ୍ତର ଭୁଲିଯିବା ସାଧାରଣ କଥା। ଆପଣଙ୍କ ପିଲା ପରୀକ୍ଷାରେ କୌଣସି ପେପରରେ ଖରାପ କରିଥିଲେ ସେ ସମ୍ପର୍କରେ ବାରମ୍ବାର ପଚାରନ୍ତୁ ନାହିଁ। ବରଂ ପରବର୍ତ୍ତୀ ପେପରର ପ୍ରସ୍ତୁତି ପାଇଁ ତାକୁ ସହଯୋଗ କରନ୍ତୁ।

କ’ଣ କରନ୍ତି ଏମାନେ…
ପାଠପଢ଼ା ସହ ଖାଦ୍ୟପେୟକୁ ଗୁରୁତ୍ୱ ଦିଏ : ମିନତି ମହାରଣା,
ଚକେଇସିଆଣି, ଭୁବନେଶ୍ୱର
ପିଲାର ପରୀକ୍ଷା ସମୟରେ ପାଠପଢ଼ା ସହ ଖାଦ୍ୟପେୟ ଓ ଶୋଇବା ପ୍ରତି ଧ୍ୟାନ ଦେଇଥାଏ। ପାଠପଢ଼ାର ମଝିରେ ଆଉଟ୍‌ଡୋର ଗେମ୍‌ ଖେଳିବାକୁ କହିଥାଏ। କାରଣ ପାଠପଢ଼ାକୁ ନେଇ ପିଲା ଯଦି ବେଶି ସିରିୟସ୍‌ ହୁଏ, ତେବେ ପ୍ରସ୍ତୁତି କରିଥିବା ପାଠ ବି ଭୁଲିଯିବ।
ପରୀକ୍ଷା ପୂର୍ବରୁ ପ୍ରସ୍ତୁତି କରିଦିଏ
:ବନବାସିନୀ ବେହେରା,
ରଣହତା, ଜଗତ୍‌ସିଂହପୁର
ପରୀକ୍ଷା ସମୟରେ ପାଠପଢ଼ାକୁ ନେଇ ପିଲାକୁ ବେଶି ଚାପ ଦିଏ ନାହିଁ। ପୂର୍ବରୁ ଠିକ୍‌ ଭାବେ ପାଠପଢ଼ାର ପ୍ରସ୍ତୁତି କରିଥିଲେ ପରୀକ୍ଷା ସମୟରେ ବେଶି ଚାପ ପଡ଼ିବ ନାହିଁ। କାରଣ ଟେନ୍‌ସନ ହେଲେ ପୂର୍ବରୁ ପ୍ରସ୍ତୁତି କରିଥିବା ପାଠ ବି ପରୀକ୍ଷାରେ ପିଲା ଭୁଲିଯିବେ। ପାଠପଢ଼ା ସହ ଉତ୍ତମ ଖାଦ୍ୟପେୟ ଓ ଶୋଇବାକୁ ବି ମୁଁ ଗୁରୁତ୍ୱ ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ୧୨ ଘଣ୍ଟା ରାଜପଥ ବନ୍ଦ

ଭୋପାଳ,୧୧ା୭: ମଧ୍ୟପ୍ରଦେଶର ଡାଟିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ଶୁକ୍ରବାର ଆଶୁତୋଷ ତିଓ୍ବାରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ନିର୍ବାଚନ…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ଇନିଂସ ଅଗ୍ରଣୀ, ଦୃଢସ୍ଥିତିରେ ଭାରତ

ଲଣ୍ଡନ,୧୧ା୭: କ୍ରାନ୍ତି ଗୌଡ଼ (୫/୩୭)ଙ୍କ ଚମତ୍କାର ବୋଲିଂ ଯୋଗୁ ଲଡ୍ସରେ ଚାଲିଥିବା ଏକ ମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରକୁ ୧୭୦ରନରେ ସୀମିତ…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ୍‌ କରୁଥିବା ଗ୍ୟାଙ୍ଗର ୪ ଗିରଫ

କେନ୍ଦୁଝର,୧୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ପୋଲିସ ଶନିବାର ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ କରୁଥିବା ୪ ଜଣିଆ ଗ୍ୟାଙ୍ଗଙ୍କୁ ଗିରଫ କରି କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri