ପରୀକ୍ଷା ପରିଚାଳନାରେ ଅବ୍ୟବସ୍ଥା : କଲେଜରେ ତାଲା ପକାଇଲେ ଛାତ୍ରୀଛାତ୍ର

ଭାପୁର, ୨୫।୪(ଡି.ଏନ୍‌.ଏ.)- ପରୀକ୍ଷା ପରିଚାଳନାରେ ଅବ୍ୟବସ୍ଥା ପ୍ରତିବାଦରେ ଢେଙ୍କାନାଳ ସଦର ବ୍ଲକ ଭାପୁରସ୍ଥିତ ଦେବେନ୍ଦ୍ର  ଶତପଥୀ ସ୍ମାରକୀ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଛାତ୍ରୀଛାତ୍ର  ବୁଧବାର କଲେଜ ଗେଟ୍‌ରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ଅଭିଯୋଗ ଅନୁଯାୟୀ, କଲେଜର ଯୁକ୍ତ ୩ ବିଭାଗ ୪ର୍ଥ ସେମିଷ୍ଟର ପରୀକ୍ଷା ଜୁନ୍‌ ପରିବର୍ତ୍ତେ ମେ ୪ରେ କରାଯିବାକୁ ଧାର୍ଯ୍ୟ ହୋଇଛି। କଲେଜରେ ଅଧ୍ୟାପକ ଅଭାବରୁ ସିଲାବସ୍‌ ଅନୁଯାୟୀ ଠିକ୍‌ ଭାବେ ପାଠପଢ଼ା ହୋଇପାରିନାହିଁ। ଏଥିପାଇଁ ସମୟ ଦେବା ବଦଳରେ ଶୀଘ୍ର ପରୀକ୍ଷା କରାଯାଉଥିବାରୁ ଏହାକୁ ପିଲାମାନେ ତୀବ୍ର ବିରୋଧ କରୁଛନ୍ତି। ସେମାନେ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଦାବି କରିଛନ୍ତି।

ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଆନ୍ଦୋଳନରତ ପିଲାଙ୍କୁ ବୁଝାଶୁଝା କରିଥିଲା। ଅଭିଯୋଗ ସମ୍ପର୍କରେ କଲେଜ ପକ୍ଷରୁ  ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଇ-ମେଲ ଯୋଗ ଅବଗତ କରାଯାଇଛି। ଏହାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅମଳ ସମୟରେ ଉଜୁଡ଼ିଲା ଫସଲ

ସମ୍ବଲପୁର,୨୪ା୪(ବ୍ୟୁରୋ) – ରବିଧାନ ଅମଳ ଅବସ୍ଥାକୁ ଆସି ଯାଇଥିଲା। କରୋନା କଟକଣା ସତ୍ତ୍ୱେ ଚାଷର ଉପଯୁକ୍ତ ଯତ୍ନ ନେଇଥିଲା ଚାଷୀ। ହେଲେ ସମ୍ବଲପୁର ଜିଲାରେ ମଙ୍ଗଳବାର...

ଶିକ୍ଷକପଡ଼ାରେ ମାତିଲେ ଦୁର୍ବୃତ୍ତ : ଝରକା ଭାଙ୍ଗି ନେଇଗଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

ବଇଣ୍ଡା,୩୦।୮(ଡି.ଏନ.ଏ.)- କିଶୋରନଗର ବ୍ଲକ ହଣ୍ଡପା ଥାନା ନୁନୁକାପଶି ପଞ୍ଚାୟତ ଶିକ୍ଷକପଡ଼ାରେ ରହୁଥିବା ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଘରୁ ଗୁରୁବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ...

ଅସୁରକ୍ଷିତ ଘରେ ଚାଲିଛି ପାଠପଢ଼ା : ଗୃହ ନିର୍ମାଣ ସତ୍ତ୍ୱେ ହେଉନି ହସ୍ତାନ୍ତର

ରଣପୁର,୧୯।୮(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ବ୍ଲକ ସୁଆଁସିଆ ସାହି ଅଙ୍ଗନୱାଡି କେନ୍ଦ୍ରରେ କାନ୍ଥ ଭୁଶୁଡି ୨୦୧୨ ଜୁଲାଇ ୯ରେ ୭ ଶିଶୁଙ୍କ ମୃତ୍ୟୁ ପରେ ବି ପ୍ରଶାସନ...

ସିକ୍ୟୁରିଟି ସଂସ୍ଥାର ବେଆଇନ କାରବାର: ବିନା କାର୍ଯ୍ୟାଦେଶରେ ଦିଆଯାଉଛି ନିଯୁକ୍ତି ସମ୍ବନ୍ଧୀୟ ପତ୍ର, ପାଣିକୋଇଲିରୁ ବଲାଙ୍ଗୀର, ରାୟଗଡା ଆଦି ଜିଲାକୁ ଲମ୍ବିଛି ଚେର

ଯାଜପୁର ଅଫିସ,୨୧ା୮- ରାଜ୍ୟରେ ଦିନକୁ ଦିନ ବେକାରି ସମସ୍ୟା ବଢ଼ିବାରେ ଲାଗିଛି। ଆବଶ୍ୟକ ଅନୁସାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉ ନ ଥିବାରୁ ଏଭଳି ସମସ୍ୟା...

ପାଉଣା ପାଇ ନ ଥିବାରୁ ସେବାୟତ କ୍ଷୁବ୍ଧ:ଶ୍ରୀଜୀଉଙ୍କ ନୀତିକାନ୍ତି ୨ ଘଣ୍ଟା ବିଳମ୍ବ

ପୁରୀ ଅଫିସ,୨୦-୯ :ସେବାୟତଙ୍କ ପ୍ରାପ୍ୟ ପାଉଣାକୁ ନେଇ ଗୁରୁବାର ମହାପ୍ରଭୁଙ୍କ ନୀତିକାନ୍ତି ବିଳମ୍ବ ହୋଇଛି। ଜଣେ ସେବାୟତଙ୍କୁ ୩ମାସର ପାଉଣା ମିଳି ନ ଥିବାରୁ ସେ...

ବିନା ହେଲମେଟ୍‌ରେ ଦିଆଯାଉଥିଲା ପେଟ୍ରୋଲ, ତାପରେ …

ମାଲକାନଗିରି,୧୩ା୨: ମାଲକାନଗିରି ଜିଲା ଯୋଗାଣ ବିଭଗ ପକ୍ଷରୁ ଶନିବାର ଜିଲା ସଦର ମହକୁମାରେ ଥିବା ସମସ୍ତ ପେଟ୍ରୋଲ ପମ୍ପ ଯାଞ୍ଚ କରାଯାଇଥିଲା। ଏହି ସମୟରେ ନିୟମ...

ଶିକ୍ଷୟିତ୍ରୀଙ୍କ ବଦଳି ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ଧାରଣା

ପଦ୍ମପୁର,୧୪।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଲୁଙ୍କାର ଶ୍ରୀଧର-ଏକାଦମୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରତିବାଦରେ ଶନିବାର ଛାତ୍ରୀଛାତ୍ର ବିଦ୍ୟାଳୟ ସମ୍ମୁଖରେ...

ଚଢା ଦରରେ ବିକ୍ରି ହେଉଛି ୟୁରିଆ: ବସ୍ତା ପ୍ରତି ୨୬୬ ପରିବର୍ତ୍ତେ ନେଉଛନ୍ତି ୩୬୦ ଟଙ୍କା

ନୟାଗଡ଼ ଅଫିସ,୩ା୮: ନୟାଗଡ଼ ବ୍ଲକ ଇଟାମାଟିର ଏକ ସାର ବିକ୍ରୟ କେନ୍ଦ୍ରରୁ ଜଣେ ଚାଷୀ ଶୁକ୍ରବାର ୟୁରିଆ ବସ୍ତା ପିଛା ୩୬୦ ଟଙ୍କାରେ କିଣିଥିଲେ। ଚାଷୀ...

Play 250+ Trending Games
Archives

Model This Week

Why Dharitri