ବରୀ,୨୭।୨(ସ୍ବ.ପ୍ର)- ଯାଜପୁର ଜିଲା ବରୀ ବ୍ଲକ ଅଧୀନ କଳାମାଟିଆ ପଞ୍ଚାୟତ କାଇପଡ଼ା ହାଇସ୍କୁଲ ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ କ୍ୟାମେରା ଓ ହାର୍ଡଡିକ୍ସ ଚୋରି ହୋଇଯାଇଥିବା ନେଇ ବରୀ ଥାନାରେ ବୁଧବାର ଅଭିଯୋଗ ହୋଇଛି। ବରୀ ପୋଲିସ ପକ୍ଷରୁ ମାମଲା (ନଂ.୫୨/୨୦୨୦) ରୁଜୁ କରାଯାଇ ତଦନ୍ତ କରାଯାଉଛି। ଗୁରୁବାର ସୁଦ୍ଧା ଚୋରକୁ ପୋଲିସ ଠାବ କରି ପାରି ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଜଣାଯାଇଛି ଯେ, ଚଳିତ ମାଟ୍ରିକ ପରୀକ୍ଷାରେ ବରୀ ନୋଡାଲ କୃପାସିନ୍ଧୁ ବିଦ୍ୟାଭବନ ଅଧୀନରେ ବରୀ ଓ ବଡ଼ଚଣାର ୧୫ଟି ପରୀକ୍ଷାକେନ୍ଦ୍ର ରହିଛି। ଏହିସବୁ ପରୀକ୍ଷା କେନ୍ଦ୍ରରେ ୨୫୦୫ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାର ବ୍ୟବସ୍ଥା ରହିଥିଲାବେଳେ ବୁଧବାର ମୋଟ ୬୪ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବାବେଳେ କାଇପଡା ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ଜଣେ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ଜଣାପଡିଛି। ତେବେ କାଇପଡା ହାଇସ୍କୁଲ ପରୀକ୍ଷା କେନ୍ଦ୍ରରୁ ଗୋଟିଏ କ୍ୟାମେରା ଓ ହାର୍ଡଡିକ୍ସ ଚୋରି ହୋଇଥିବାବେଳେ ଏହି ପରୀକ୍ଷା କେନ୍ଦ୍ରର ୭ଟି ଆଲମିରାକୁ ଚୋର ଭାଙ୍ଗି ଦେଇଥିବା ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ତଥା ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ମଲ୍ଲିକ ଅଭିଯୋଗରେ ଦର୍ଶାଇଛନ୍ତି। ଏଥିସହିତ ବ୍ଲକ ଶିକ୍ଷାଧିକାରୀ, ଜିଲା ଶିକ୍ଷାଧିକାରୀ, ବିଡିଓଙ୍କ ନିକଟରେ ପ୍ରଧାନ ଶିକ୍ଷକ ମଲ୍ଲିକ ଚୋରି ସଂକ୍ରାନ୍ତରେ ଅଭିଯୋଗ କରିଛନ୍ତି। ବୁଧବାର ଫ୍ଲାଇଂ ସ୍କ୍ବାର୍ଡ ନଂ ୧୦୦୮ ଦ୍ୱାରା ଏହି କେନ୍ଦ୍ରରେ ପରୀକ୍ଷା ପରିଚାଳିତ ହୋଇଯାଇଛି। ଫ୍ଲାଇଂ ସ୍କ୍ବାର୍ଡ ଟିମ୍ରେ ବରୀ ବ୍ଲକ ଶିକ୍ଷାଧିକାରୀ ଅଭୟ କୁମାର ବେହେରା, ଧର୍ମଶାଳା ଶିକ୍ଷାଧିକାରୀ ପ୍ରଫୁଲ ବେହେରା, ଜିଲା ବିଜ୍ଞାନ ସୁପରଭାଇଜର ବିଷ୍ଣୁଚରଣ ପଣ୍ଡା ପରୀକ୍ଷା ପରିଚାଳନା କରିଥିଲେ। ଭାରପ୍ରାପ୍ତ ବିଡିଓ ଶାଶ୍ୱତ କୁମାର ଜେନା ଏହି ପରୀକ୍ଷା କେନ୍ଦ୍ରରେ ପହଞ୍ଚତ୍ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ। ଅପରପକ୍ଷରେ ଚୋରି ଘଟଣାର ତଦନ୍ତ କରାଯାଉଛି। ଖୁବ୍ଶୀଘ୍ର ଚୋର ଧରାପଡିବ ବୋଲି ଥାନାଧିକାରୀ ମିଶ୍ର କହିଛନ୍ତି।
Posted inଆମ ଜିଲା ଖବର, ଯାଜପୁର View All

ଦୀପରେ ଝଲସିଲା କପିଳାସ
ଢେଙ୍କାନାଳ ଅଫିସ,୨।୩ ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସରେ ଶ୍ରୀଚନ୍ଦ୍ରଶେଖର ମହାଦେବଙ୍କ ଜାଗରଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଦୁଇବର୍ଷ ପରେ ମହାଶିବରାତ୍ରିରେ ଜିଲାବାସୀଙ୍କୁ ଠାକୁରଙ୍କ...

ଗୁଳିମାଡ଼ରେ ଜଣେ ଗୁରୁତର
ଫୁଲବାଣୀ ଅଫିସ,୧୬ା୬: କନ୍ଧମାଳ ଜିଲା ଚକାପାଦ ବ୍ଲକ ଟିକାବାଲି ଥାନା ମିଣିଆଖଡ଼ି ଜଙ୍ଗଲରେ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ଟିକାବାଲି ଓ...

ପାଣି କୁଣ୍ଡରେ ଗଳିପଡ଼ିଥିଲା ହାତୀ ଛୁଆ, ଭଙ୍ଗା ହେବା ପରେ ଟେକି ନେଲା ମା’
ବାରିପଦା ଅଫିସ,୨।୪: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଗାଁ ଅମର୍ଦାର ନିକଟରେ ଥିବା ଦଶ ଫୁଟ ଗଭୀର ପାଣି କୁଣ୍ଡ ଭିତରୁ ଏକ ହାତୀ ଛୁଆ...

ରବି ଧାନ କିଣା: କାଗଜପତ୍ରରେ ଧାର୍ଯ୍ୟ ପୂରଣ
ଯାଜପୁର ଅଫିସ, ୧୪।୭: ଗତ ମେ ୧୫ରୁ ଆରମ୍ଭ ହୋଇଥିବା ରବି ଋତୁ ଧାନ କିଣାରେ କୋରେଇ, ଦଶରଥପୁର, ବଡ଼ଚଣା, ବିଞ୍ଝାରପୁର ଓ ଧର୍ମଶାଳା ବ୍ଲକରେ...

ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନିୟମକୁ କଡାକଡି କଲେ ତହସିଲଦାର
ଗୁଡଭେଲା ୨୧।୪, (ଡି.ଏନ.ଏ.)- ରାଜ୍ୟରେ ସାଧାରଣ ଲୋକ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ତେବେ ଲକ ଡାଉନ ନିୟମକୁ ନେଇ ଆଦୌ ସଚେତନ...

ପୁରୀରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯ରେ ପହଞ୍ଚିଲା
ପୁରୀ ଅଫିସ, ୫।୬: ପୁରୀ ଜିଲାରୁ ଶୁକ୍ରବାର ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯ରେ...

ହରଭଙ୍ଗା ବ୍ଳକରେ ଆବାସ ଯୋଜନା ବାଟ୍ବନା: ବିଲ୍ ଟଁକା ଲାଗି ହିତାଧିକାରୀ ହଟ୍ହଟା
ବୌଦ୍ଧ,୨୦।୧୨ (ଡି.ଏନ୍.ଏ.)- ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ସରକାରୀ ଯୋଜନା ବାଟବନା ହେଇଛେ। ବ୍ଲକର ଅନେକ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି ବିଲ୍...

ଦୁର୍ଘଟଣାରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ
ଭାପୁର, ୨ା୯(ଡି.ଏନ.ଏ.)- ଢେଙ୍କାନାଳ ଜିଲା ସଦର ବ୍ଲକ ଭାପୁର ବଜାରରେ ଔଷଧ ଦୌକାନ କରିଥିବା ଶ୍ରୀନିବାସ ଗୋଛି(୩୫)ଙ୍କ ରବିବାର ରାତିରେ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।...