ପରିଶୁଦ୍ଧ କୃଷିର ଆବଶ୍ୟକତା

ଡି. ଶୁଭମ୍‌

କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଖାଦ୍ୟ ଯୋଗାଇବା ପାଇଁ ମାନବ ବିଭିନ୍ନ ନୂତନ ପଦ୍ଧତି ଆପଣାଉଛି। ତେବେ ଏହାରି ମଧ୍ୟରେ ଏହି ପଦ୍ଧତିଗୁଡ଼ିକ ପରିବେଶ ଉପରେ ହାନିକାରକ ପ୍ରଭାବ ପକାଇବା ସହ ପ୍ରକୃତି ଓ ମଣିଷ ଭିତରେ ଥିବା ସନ୍ତୁଳନରେ ବାଧା ସୃଷ୍ଟି କରୁଛି। ସମୟ ଥିଲା ଋତୁର ମାଧୁର୍ଯ୍ୟକୁ ଆମେ ଅନୁଭବ କରୁଥିଲେ କିନ୍ତୁ ଆଜି ଶ୍ରୀହୀନ ପରିବେଶ ଭିତରେ ଆମେ ଜଳବାୟୁ ପରିବର୍ତ୍ତନର ପ୍ରତ୍ୟେକଟି ସୋପାନରୁ ବେଶ୍‌ ପାଖରୁ ଦେଖୁଛେ। ଏହି ଉପକ୍ରମରେ କୃଷି କ୍ଷେତ୍ରରେ ଏବେ ଅନେକ ନୂତନ ଜ୍ଞାନ କାୈଶଳ ଆପଣାଇ ଉପତ୍ାଦନ ବଢ଼ାଇବା ଦିଗରେ କାର୍ଯ୍ୟ କରାଯାଉଛି। ପାରମ୍ପରିକ କୃଷି ପଦ୍ଧତିକୁ ଛାଡ଼ି ଏବେ ଏହି ପ୍ରଯୁକ୍ତିବିଦ୍ୟାକୁ ସାଥ କରି ଚାଷୀମାନେ କିପରି ଚାଷ କରିପାରିବେ – ତାହା ହିଁ ଆମ ପାଇଁ ଆହ୍ବାନ। ସ୍ବାର୍ଟ ଫାର୍ମିଂ ଅଧୀନରେ ଆମେ କିପରି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ ଗ୍ରହଣ କରି ଚାଷ ଜମିର ଠିକ ପରିଚାଳନା କରିପାରିବା , ତାହା ପରିଶୁଦ୍ଧ କୃଷି ବା ପ୍ରିସିଜନ ଏଗ୍ରିକଲଚରର ମୁଖ୍ୟ ଉଦ୍ଦେଶ୍ୟ।
ସ୍ବାଧୀନତା ପରେ ଭାରତର କୃଷି କ୍ଷେତ୍ରରେ ଉପତ୍ାଦକତା ହାରକୁ ଯଦି ଆମେ ଲକ୍ଷ୍ୟ କରିବା ତେବେ ଏହା ଆଶାତୀତ ଭାବେ ବୃଦ୍ଧି ପାଇଛି ସତ, କିନ୍ତୁ ଶିଳ୍ପ ବିପ୍ଳବର ପରେ ପରେ ଚାଷ ଜମିରେ ମାତ୍ରାଧିକ ରାସାୟନିକ ସାର, କୀଟନାଶକର ବ୍ୟବହାର ତଥା ବିଭିନ୍ନ ପ୍ରକାର କୃଷି ଉପକରଣର ବ୍ୟବହାର ଯୋଗୁ ଉପତ୍ାଦନ କମିବାରେ ଲାଗିଛି। ଏହି ଉପକ୍ରମରେ ଚାଷ ଜମିରେ ଆରମ୍ଭ ହୋଇଥିବା ସବୁଜ ବିପ୍ଳବକୁ ଚିରସବୁଜ କରିବା ଦିଗରେ ଆମ ସଭିଙ୍କର ଭୂମିକା ଜରୁରୀ। ଆଉ ଏହା କେବଳ ଆଧୁନିକ ଜ୍ଞାନ ଓ ବୈଜ୍ଞାନିକ ପ୍ରଯୁକ୍ତିବିଦ୍ୟାରେ ସମ୍ଭବପର। ଏହାର ଏକ ଚରମ ନିଦର୍ଶନ ହିଁ ପରିଶୁଦ୍ଧ କୃଷି।
ପରିଶୁଦ୍ଧ କୃଷିର ଆରମ୍ଭ ପ୍ରାୟ ୧୯୮୦ରୁ ଯୁକ୍ତରାଷ୍ଟ୍ର ଆମେରିକାରୁ ଆରମ୍ଭ ହୋଇଥିଲା। ମୁଖ୍ୟତଃ ଚାଷ ଜମିରୁ ତଥ୍ୟ ସଂଗ୍ରହ ହେବା ପରେ ଆନାଲିଟିକ୍ସ ସଫ୍ଟୱେର୍‌ ଦ୍ୱାରା ସଂଗୃହିତ ତଥ୍ୟକୁ ଆଧାର କରି ପରିଶୁଦ୍ଧ କୃଷି ଚାଷୀମାନଙ୍କୁ ଏକ ବୃହତ୍ତର ଦିଗ ପାଇଁ ମାର୍ଗ ପ୍ରସ୍ତୁତ କରେ। ସାଧାରଣତଃ ଚାଷୀମାନଙ୍କୁ ଚାଷ ଜମିରେ ଉପଯୁକ୍ତ ଫସଲ ଚକ୍ର, ବିହନ ବୁଣିବାର ସମୟ, ଅମଳର ପ୍ରକୃଷ୍ଟ ସମୟ, ମୃତ୍ତିକା ପରିଚାଳନା ସମ୍ପର୍କରେ ମାଗଦର୍ଶନ ଦେଇଥାଏ। କୃଷି ନିୟନ୍ତ୍ରଣ କେନ୍ଦ୍ରଗୁଡ଼ିକ ସେନ୍‌ସର ତଥ୍ୟ ଏବଂ ସାଟେଲାଇଟ ଚିତ୍ରକୁ ସାଥ କରି ଚାଷୀ ମାନଙ୍କ ଜମିରେ ଉପଯୁକ୍ତ ସାର, ବିଷ ଓ କୀଟନାଶକ ପ୍ରୟୋଗ କରାଯାଇପାରିବ, ସେ ଦିଗରେ ସଚେତନ କରାଇଥାଏ। ମୋଟ ଉପରେ ପରିଶୁଦ୍ଧ କୃଷି ଚାଷୀମାନଙ୍କ ଜମିର ସମନ୍ବିତ ପରିଚାଳନା ଦିଗରେ ସାହାଯ୍ୟ କରିଥାଏ। ଏହା ାଷୀଙ୍କୁ ସମ୍ବଳ ରକ୍ଷା କରି ଖର୍ଚ୍ଚ ହ୍ରାସ କରିବା ସହ ପରିବେଶ ପ୍ରଭାବକୁ ନିୟନ୍ତ୍ରଣ କରିଥାଏ।
ପୂର୍ବରୁ ସମୟ ଥିଲା ଲୋକମାନେ ପରିଶୁଦ୍ଧ କୃଷିର ବ୍ୟାପକତାକୁ ଅନୁଭବ କରିପାରୁ ନ ଥିଲେ। କିନ୍ତୁ ଆଜିର କୃତ୍ରିମ ବୁଦ୍ଧିମତ୍ତା ବା ଏ.ଆଇ. ଯୁଗରେ ବିଭିନ୍ନ ମୋବାଇଲ ଆପ୍‌, ସ୍ମାର୍ଟ ସେନ୍‌ସର, ଡ୍ରୋନ୍‌ ପ୍ରଭୃତିର ବ୍ୟବହାର କୃଷି କ୍ଷେତ୍ରରେ ଆଣିଛି ଅନେକ ପରିବର୍ତ୍ତନ। ଚାଷ ଜମିର ମ୍ୟାପିଂ ଏବଂ ଠିକ ଚିତ୍ର ଉତ୍ତୋଳନ ପୂର୍ବକ ଚାଷ ଜମିର ସମସ୍ୟା କ୍ଷେତ୍ରକୁ ଚିହ୍ନଟ କରାଯାଇପାରୁଛି। ଏହା ଦ୍ୱାରା ଗୋଟିଏ ଋତୁରେ ଲଗାଯାଇଥିବା ଫସଲର ଅମଳ ସମ୍ଭାବନାକୁ ଆକଳନ କରାଯାଉଛି; ତଦ୍ଦ୍ବାରା ଚାଷୀଟିଏ ତଦନୁଯାୟୀ ପଦକ୍ଷେପ ମଧ୍ୟ ଗହଣ କରିପାରୁଛି। ଏହା ବ୍ୟତୀତ ମୋବାଇଲ ଆପ୍‌ ଦ୍ୱାରା ମୃତ୍ତିକାର ନମୁନା ସଂଗ୍ରହ ଏବଂ ବିଶ୍ଳେଷଣ କରାଯାଇପାରୁଛି। ଯାହାଫଳରେ ମୃତ୍ତିକାର ପ୍ରକାର, ଉର୍ବରତା, ଆର୍ଦ୍ରତା ବିଷୟରେ ତଥ୍ୟ ସଂଗ୍ରହ କରାଯାଇପାରୁଛି। ପାଣିପାଗ ନିରୀକ୍ଷଣ ଫଳରେ ରୋପଣ କରିବାର ସମୟ, ଫସଲ ଦେବା ପାଇଁ କେତେ ଜଳ ଏବଂ କେବେ ଅମଳ କରିବାର ନିଷ୍ପତ୍ତି ନେବାରେ ଚାଷୀମାନଙ୍କୁ ସାହାଯ୍ୟ କରିପାରିବ। ଜିପିଏସ୍‌-ସକ୍ଷମ ମୋବାଇଲ୍‌ ଆପ୍‌ ଚାଷ ଜମିରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କର ଅବସ୍ଥାନ ଏବଂ କାର୍ଯ୍ୟକଳାପକୁ ଟ୍ରାକ୍‌ କରିପାରିବ ଏବଂ ଏହି ତଥ୍ୟ କାର୍ଯ୍ୟ ପ୍ରବାହକୁ ଉଚିତ ସମୟରେ ଫଳପ୍ରଦ କରିଥାଏ।
ପରିଶୁଦ୍ଧ କୃଷିର ଅନ୍ୟ ଏକ ପ୍ରମୁଖ ଉପାଦାନ ରିମୋଟ ସେନ୍ସିଙ୍ଗ । ଏହା ଦ୍ୱାରା ଡାଟା ସେନ୍ସରଗୁଡ଼ିକ ସାହାଯ୍ୟରେ ଫସଲ ସ୍ବାସ୍ଥ୍ୟର ଉପଯୁକ୍ତ ମୂଲ୍ୟାଙ୍କନ କରାଯାଇପାରେ। ଗ୍ଲୋବାଲ୍‌ ପୋଜିସନ୍‌ ସିଷ୍ଟମ୍‌ ବା ଜିପିଏସ୍‌ ମାଧ୍ୟମରେ ଚାଷ ଜମିର ଅବସ୍ଥିତି ସମ୍ପର୍କରେ ସୂନା ପ୍ରଦାନ କରାଯାଇଥାଏ। ଏହା ସହ ଜିପିଏସ୍‌ ଠିକ୍‌ ଅବସ୍ଥାନ ସୂନା ରହିବା ମାଟି ଏବଂ ଫସଲ ମାପକୁ ମ୍ୟାପ୍‌ କରିବାକୁ ଅନୁମତି ଦିଏ; ଯଦ୍ଦ୍ବାରା ଆମେ ନିର୍ଦ୍ଦିଷ୍ଟ ଜମିର ତଥ୍ୟ ଠିକ ଭାବେ ପାଇପାରୁ। ଏସବୁ ଉପାଦାନଗୁଡ଼ିକ ବ୍ୟବହାର ସାଧାରଣରେ ଖର୍ଚ୍ଚ ଅଧିକ ଲାଗିପାରେ କିନ୍ତୁ ସମୟକ୍ରମରେ ଆମକୁ ଏହା ଗ୍ରହଣ କରିବାକୁ ହେବ। କାରଣ ଠିକ ସମୟରେ ଠିକ କାର୍ଯ୍ୟକୁ ଠିକ ସ୍ଥାନରେ କରିବା ପରିଶୁଦ୍ଧ କୃଷିର ଉଦ୍ଦେଶ୍ୟ। ତେବେ ଆମେ କେତେ ଶୀଘ୍ର ଏହି ପ୍ରଯୁକ୍ତିବିଦ୍ୟାର କାୈଶଳକୁ ଗ୍ରହଣ କରୁଛନ୍ତି ତାହା ହିଁ ପରିଶୁଦ୍ଧ କୃଷିର ସଫଳତା ହେବ। ଏହା ସହ ପଲିସି ମେକର ବା ସମାଜର ଗୁଣାମତ୍କ ବ୍ୟକ୍ତି ବିଶେଷମାନେ ଏହାର ପ୍ରସାର ଦିଗରେ ପ୍ରଚେଷ୍ଟା କରିବା ଆବଶ୍ୟକ। ଯେଉଁ ଚାଷୀମାନେ ଅନ୍ତତଃ ଏହା କରିବାକୁ ସକ୍ଷମ ସେମାନଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରିବା ଦରକାର। ଏହା ସହ ଏକ ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତି ପୂର୍ବକ ପରିଶୁଦ୍ଧ କୃଷିର ସୁଯୋଗ ଉପରେ ସଚେତନ କରାଯିବା ଆବଶ୍ୟକ।
ତେବେ ପରିଶୁଦ୍ଧ କୃଷି ପରିବେଶ ଉପରେ ସକାରାମତ୍କ ପ୍ରଭାବ ପକାଇବା ପୂର୍ବକ କୃଷି କ୍ଷେତ୍ର୍ରରେ ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ଚିରାଚରିତ ଧାରାଠାରୁ ଭିନ୍ନ ଏକ କୃଷି ପ୍ରଣାଳୀ ଯାହା ଫଳରେ ଫସଲ ଉପରେ କୌଣସି ନକାରାମତ୍କ ପ୍ରଭାବ ପଡ଼ି ନ ଥାଏ। ଏ ଦିଗରେ ଚାଷୀମାନଙ୍କ ମଧ୍ୟରେ ଅଧିକ ସଚେତନତା ଆବଶ୍ୟକ ରହିଛି। ଏହାକୁ ଅଧିକରୁ ଅଧିକ ଗ୍ରହଣୀୟ କରିବା ଦିଗରେ ସରକାରୀ ଓ ବେସରକାରୀ ସ୍ତରରେ ପ୍ରଚାର ପ୍ରସାରର ଆବଶ୍ୟକତା ଅଛି। କେବଳ କର୍ମଶାଳା ନୁହେଁ ବରଂ ଚାଷ ଜମିରେ ଚାଷୀଙ୍କ ସାମ୍ନାରେ ଏହାର ଉପାଦେୟତାକୁ ବଖାଣିପାରିଲେ ଚାଷୀମାନେ ଆଗ୍ରହୀ ହେବେ।
ମୋ: ୯୪୩୮୪୬୭୦୭୯


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri