ପରିବେଶକୁ ସୁରକ୍ଷା ଦେବ ବ୍ରାହ୍ମଣୀ ଅବବାହିକା:ବର୍ଷକରେ ଲାଗିବ ୬୫ ହଜାର ବୃକ୍ଷ

ଢେଙ୍କାନାଳ ଅଫିସ,୧୮ା୬ବିଗୁଡ଼ୁଛି ପରିବେଶ। ଦିନକୁ ଦିନ ବଢୁଛି ତାତି। ଅସହ୍ୟ ଗରମ ଓ ଗୁଳୁଗୁଳିରେ ଡହଳବିକଳ ହେଉଛି ମଣିଷ ଜୀବନ। ସ୍ଥିତିକୁ ଅଧିକ ସଙ୍କଟ କରିଛି ଜଳସ୍ତର ହ୍ରାସ। ଏହି କାରଣରୁ ଆଗାମୀ ଦିନରେ ଭୟାବହ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଏସବୁକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ କାର୍ଯ୍ୟକାରୀ ହେଉଛି ସବୁଜ ମହାନଦୀ ମିଶନ। ୨୦୧୮-୧୯ ବର୍ଷରେ ପ୍ରଥମେ ମହାନଦୀ ଅବବାହିକା ତଥା ରାଜ୍ୟର ୧୪ଟି ବନଖଣ୍ଡରେ ଏହି ଯୋଜନାରେ ବୃକ୍ଷରୋପଣ ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ରାଜ୍ୟର ବହୁ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଜଳସ୍ତର ହ୍ରାସ ଚିନ୍ତାଜନକ ହୋଇଥିବାରୁ ୨୦୧୯-୨୦ରେ ବ୍ରାହ୍ମଣୀ ସମେତ ରାଜ୍ୟର ଆଉ ୪ଟି ନଦୀକୁ ଯୋଜନାରେ ସାମିଲ କରାଯାଇଛି। ଢେଙ୍କାନାଳ ଜିଲା ଦେଇ ପ୍ରବାହିତ ଏହି ବ୍ରାହ୍ମଣୀ ନଦୀ ଅବବାହିକାରେ ୬୫ ହଜାର ବୃକ୍ଷରୋପଣ କରାଯିବ। ବର୍ଷକ ମଧ୍ୟରେ ଏହି କାର୍ଯ୍ୟ ଶେଷ କରାଯିବ ବୋଲି ଢେଙ୍କାନାଳ ଜିଲା ବନଖଣ୍ଡ ଅଧିକାରୀ ସୁଦର୍ଶନ ପାତ୍ର ସୂଚନା ଦେଇଛନ୍ତି।
ବ୍ରାହ୍ମଣୀ ସମେତ ସବୁଜ ମହାନଦୀ ମିଶନରେ ନୂଆକରି ସାମିଲ ହୋଇଥିବା ନଦୀଗୁଡ଼ିକ ହେଲା ଗଞ୍ଜାମ ଜିଲାର ଋଷିକୂଲ୍ୟା, କେଉଁଝର ଜିଲା ଦେଇ ଯାଇଥିବା ବୈତରଣୀ ଓ କୋରାପୁଟ ଜିଲାରେ ଥିବା ବଂଶଧାରା। ଏସବୁ ନଦୀ ଅବବାହିକାରେ ବ୍ୟାପକ ବୃକ୍ଷରୋପଣ କରାଯିବ। ଯୋଜନା ଅନୁଯାୟୀ, ଢେଙ୍କାନାଳ ଜିଲା ଦେଇ ପ୍ରବାହିତ ହେଉଥିବା ବ୍ରାହ୍ମଣୀ ନଦୀର ଦୁଇ ପାର୍ଶ୍ୱ ସମେତ ଏହାର ଉପନଦୀ ଓ ଶାଖାନଦୀ କୂଳରେ ମଧ୍ୟ ପର୍ଯ୍ୟାପ୍ତ ବୃକ୍ଷରୋପଣ ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ବିଶେଷକରି ଫାସି, ନିମ୍ବ, କରଞ୍ଜ ଭଳି ବୃକ୍ଷ ଲଗାଯିବ। ବ୍ରାହ୍ମଣୀ ଅବବାହିକାରେ ଆସୁଥିବା ଭୁବନ ବିଜ୍ଞାପିତ ଅଞ୍ଚଳରେ ୫ ହଜାର, କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ୍‌ରେ ୫ ହଜାର, ଷଡଙ୍ଗୀ ରେଞ୍ଜ୍‌ରେ ୧୦ ହଜାର, ଭୁବନ ଓ ମହାବୀରରୋଡ ରେଞ୍ଜରେ ୨୦ ହଜାର ଲେଖାଏ ବୃକ୍ଷରୋପଣ କରାଯିବ। ସେହିପରି ଢେଙ୍କାନାଳ ସଦର ରେଞ୍ଜରେ ୧୦ ହଜାର ଗଛ ଲଗାଯିବ। ଏଥିପାଇଁ ପ୍ରାଥମିକସ୍ତରରେ ସରକାରଙ୍କ ପକ୍ଷରୁ ୮୫ ଲକ୍ଷ ଟଙ୍କା ଅନୁଦାନ ଆସିଥିବା ବେଳେ କାର୍ଯ୍ୟ ଆରମ୍ଭ ପାଇଁ ୫ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଲାଗିବାକୁ ଥିବା ଗଛ ଗୁଡିକର ସୁରକ୍ଷା ପାଇଁ କାଠବାଡ ଦିଆଯିବ। ଯେହେତୁ ଅଧିକାଂଶ ସମୟରେ ହାତୀପଲ ବ୍ରାହ୍ମଣୀ ନଦୀ ପାର ହେଉଛନ୍ତି ଏବଂ ଚଲାବୁଲା କରୁଛନ୍ତି, ସେଥିପାଇଁ ଲୁହାବାଡ ଦିଆଯିବ ନାହିଁ ବୋଲି ବନ ବିଭାଗ ଅଧିକାରୀମାନେ କହିଛନ୍ତି। ହାତୀ ଉପଦ୍ରବରୁ ଗଛ ଗୁଡିକର ସୁରକ୍ଷା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ। ପ୍ରାୟ ଏକବର୍ଷ ମଧ୍ୟରେ ଏହି ଯୋଜନାରେ ବୃକ୍ଷରୋପଣ କାର୍ଯ୍ୟ ଶେଷ ହେବ।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ସୁଦର୍ଶନ ପାତ୍ର କୁହନ୍ତି, ପ୍ରଥମେ ମହାନଦୀ କୂଳରେ ଥିବା ୧୪ଟି ବନଖଣ୍ଡ ଅଞ୍ଚଳକୁ ନେଇ ସବୁଜ ମହାନଦୀ ମିଶନ ଆରମ୍ଭ ହୋଇଥିଲା। ତାପମାତ୍ରା ବୃଦ୍ଧି ପାଇବା, ଜଳସ୍ତର କମିବା ଓ ଆଗକୁ ଭୟାବହ ପରିସ୍ଥିତି ଉପୁଜିବା ସମ୍ଭାବନା ଥିବାରୁ ଉକ୍ତ ଯୋଜନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକ ବୃକ୍ଷରୋପଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରତ୍ୟେକ ଜିଲାରେ ଥିବା ନଦୀ ଏବଂ ଏହାର ଉପନଦୀ ତଥା ଶାଖା ନଦୀ କୂଳରେ ବୃକ୍ଷରୋପଣ ହେବ ବୋଲି ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାରେ ପ୍ରଥମ କରୋନା ମୃତ୍ୟୁ

ଢେଙ୍କାନାଳ ଅଫିସ, ୮।୮ ଢେଙ୍କାନାଳ ଜିଲାରେ ପ୍ରଥମ ମୁଣ୍ଡ ନେଇଛି କରୋନା। ମୃତକ ଭୁବନ ଏନ୍‌ଏସିର ୬୧ ବର୍ଷୀୟ ପୁରୁଷ। ସେ ଉଚ୍ଚ ରକ୍ତଚାପ ଏବଂ...

ଢେଙ୍କାନାଳରେ ଲାଗୁ ହେବ ୧୪୪ ଧାରା

ଢେଙ୍କାନାଳ ,୨୪।୧୨: ଢେଙ୍କାନାଳରେ ବଡଦିନ ପାଇଁ ସମ୍ଭାବ୍ୟ ଭିଡ ଆଶଙ୍କାରେ ଜିଲାର ପ୍ରମୁଖ ଧର୍ମାନୁଷ୍ଠାନ ଓ ପର୍ଯ୍ୟଟନସ୍ଥଳୀରେ ୧୪୪ ଧାରା ଲାଗୁ କରାଯିବ। ଏ ନେଇ...

ସ୍ବୟଂଶାସିତ କଲେଜ ମାନ୍ୟତା ପ୍ରତ୍ୟାହାର ନିଷ୍ପତ୍ତିର ପ୍ରତିବାଦ

ଢେଙ୍କାନାଳ ଅଫିସ୍‌, ୯ା୩- ଢେଙ୍କାନାଳ କଲେଜରୁ ସ୍ବୟଂଶାସିତ ମାନ୍ୟତା ପ୍ରତ୍ୟାହାର ନିଷ୍ପତ୍ତିକୁ ଆଲୁମନି ଆସୋସିଏଶନ ପକ୍ଷରୁ ବିରୋଧ କରାଯାଇଛି। ଏ ନେଇ ଆସୋସିଏଶନ ସଦସ୍ୟମାନେ ସୋମବାର...

ଡିଜେ ସାଉଣ୍ଡରେ କମ୍ପିଲା ଭାପୁର

ଭାପୁର,୧୮।୧୨(ଡି.ଏନ.ଏ.): ଢେଙ୍କାନାଳ ଜିଲା ସଦର ବ୍ଲକ ଭାପୁର ଗ୍ରାମରେ ଚାଲିଥିବା ମାଣବସା ଗୁରୁବାର ମହାଲକ୍ଷ୍ମୀ ପୂଜାର ଭସାଣି ଉତ୍ସବ ବୁଧବାର ଧୁମଧାମରେ ପାଳିତ ହୋଇଛି। ନିର୍ଦ୍ଧାରିତ...

ମାତିଲେ ଶିଶୁ ହତ୍ୟାକାରୀ

ପରୀ, ସ୍ବାତୀ, ପିହୁ ପରେ ଗଁା ଦାଣ୍ଡରୁ ନିଖୋଜ ହୋଇଯାଇଥିଲା କାଳିଆ। ଗୁରୁବାର କାଳିଆର ମୃତଦେହ କୂଅରୁ ମିଳିଛି। ହାର୍ଦ୍ଦିକ ହଜିଯାଇଛି। ନୟାଗଡ଼ରୁ ଯାଜପୁର, ବାଲେଶ୍ୱରରୁ...

ଦୀର୍ଘଦିନ ଧରି ଚାଲିଥିଲା ଦେଶୀ ବନ୍ଧୁକ କାରଖାନା, ଜଣଙ୍କୁ ବାନ୍ଧିଲା ପୋଲିସ

ପରଜଙ୍ଗ,୮।୧୦(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧୀନ ବାମ ଗ୍ରାମରେ ଦେଶୀ ବନ୍ଧୁକ କାରଖାନା ଠାବ କରାଯାଇଛି। ପୋଲିସ ଚଢ଼ାଉ କରି ଏଥିରେ...

ଚୂଡ଼ାନ୍ତ ପର୍ଯ୍ୟାୟରେ କପିଳାସ ଭକ୍ତନିବାସ

ଢେଙ୍କାନାଳ ଅଫିସ, ୩୧।୧: ପ୍ରସିଦ୍ଧ ଶୈବପୀଠ କପିଳାସରେ ଶ୍ରଦ୍ଧାଳୁଙ୍କ ରହଣି ସୁବିଧା ପାଇଁ ୫୦ ଲକ୍ଷ ଟଙ୍କା ବ୍ୟୟରେ ଚାଲିଥିବା ଭକ୍ତ ନିବାସ ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ...

କୂଅ ଚାରିପଟେ ସବୁଜ ବାଡ଼

ଢେଙ୍କାନାଳ ଅଫିସ, ୨୧।୧୧ – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ସଦର ରେଞ୍ଜ୍‌ ମହୀଧରପୁର ମୁଣ୍ଡାଖମଣ ଅଞ୍ଚଳରେ ହାତୀ ଉପଦ୍ରବ ଚିନ୍ତାର ବିଷୟ ହୋଇଛି। ହାତୀଙ୍କ...

Advertisement
Archives

Model This Week