ପରିବା ବେପାରୀଙ୍କୁ କରୋନା ଭୟ

ଭୁବନେଶ୍ୱର, ୧୧ା୪(ବ୍ୟୁରୋ): କଟକ ଓ ଭୁବନେଶ୍ୱରେ ପନିପରିବା ଦର ହୁ ହୁ ହୋଇ ବଢୁଛି। ୪୦ଟଙ୍କା ତଳକୁୁ କାୈଣସି ପନିପରିବା ମିଳୁ ନାହିଁ। ଆଳୁ ପିଆଜଠାରୁ ଆରମ୍ଭ କରି ଅଦା, ରସୁଣ, ପନିପରିବା ସବୁ କିଛି ମହଙ୍ଗା ହୋଇଛି। ଅଦା କିଲୋ ୧୫୦ ଟଙ୍କା ହୋଇଥିବାବେଳେ ରସୁଣ କିଲୋ ୧୬୦ରୁ ୨୦୦ ଟଙ୍କାରେ ବିକ୍ରି ହେଉଛି। ସେହିପରି କଞ୍ଚା ପରିବା ଦର ୪୦ଟଙ୍କାରୁ ଆରମ୍ଭ ହୋଇ ୧୦୦ଟଙ୍କାକୁ ଛୁଇଁଲାଣି। ଖୁଚୁରା ବେପାରୀଙ୍କ ଗୋଟିଏ କଥା ରାଜ୍ୟ ବାହାରୁ କିଛି ଆମଦାନୀ ହେଉନି। ଆମେ ଅଧିକ ଦରରେ କିଣୁଥିବାରୁ ଅଧିକ ଦାମରେ ବିକ୍ରି କରୁଛୁ। ଚଢ଼ା ଦର ହେଲେ ମଧ୍ୟ ଲୋକମାନେ ବାଧ୍ୟ ହୋଇ କିଣୁଛନ୍ତି। କାମଧନ୍ଦା ବନ୍ଦ ସାଙ୍ଗକୁ ଖର୍ଚ୍ଚ ବଢି ଯାଇଛି। ଉଚ୍ଚ ଆୟବର୍ଗଙ୍କ ପାଇଁ ଅସୁବିଧା ହେଉ ନ ଥିବାବେଳେ ଦିନ ମଜୁରିଆ, ଶ୍ରମିକ, ନିମ୍ନ ଆୟବର୍ଗଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ହୋଇଛି। ଲକ୍‌ଡାଉନ୍‌ ଅବଧିକୁ ରାଜ୍ୟ ସରକାର ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ଲକ୍‌ଡାଉନ ଯୋଗୁ ସବୁ ଗର୍ବର ଲୋକେ ଏବେ ଘରେ ବନ୍ଦ ହୋଇ ରହିଛନ୍ତି। ଭୁବନେଶ୍ୱର ଆଦିମାତା ବସ୍ତିରେ ରହୁଥିବା ରାଜମିସ୍ତ୍ରି ସନିଆ ସାହୁ କହିଛନ୍ତି ଯେ, ୧୫ଦିନ ହେଲାଣି କାମ ଧନ୍ଦା ବନ୍ଦ। ଘରେ ଟଙ୍କା ପଇସା କିଛି ନାହିଁ। ଚାଉଳ ଗଣ୍ଡାକ ମିଳିଥିଲେ ମଧ୍ୟ ହାଟ ସଉଦା ପାଇଁ ପାଖରେ ପଇସା ନାହିଁ। କେବେ କ’ଣ ହେବ ଆମ ସଂସାର ପୁଣି ଚାଲିବ ତାହା ଭଗବାନଙ୍କୁ ଜଣା। ମଞ୍ଚେଶ୍ୱର ରେଳବାଇ କଲୋନୀ ନିକଟରେ ପରିବା ବିକ୍ରି କରିବାକୁ ବାରଙ୍ଗରୁ ଆସୁଥିବା ସନାତନ ବେହେରା କହିଛନ୍ତି ଯେ, ମୋ ବୟସ ୬୫ ହେଲାଣି। ଘରେ ୫ ପ୍ରାଣୀ। ଆଖପାଖରୁ ପନିପରିବା ଆଣି ବିକ୍ରିି କରି ଦି’ ପଇସା ପାଏ। ହେଲେ କରୋନା ଭୂତାଣୁର ଭୟ ଆସିବା ଦିନଠାରୁ ମୋ ବେପାର ମାନ୍ଦା। ସ୍ତ୍ରୀ ସହରକୁ ଯିବାକୁ ଆକଟ କରୁଛି। ୫ଦିନ ଘରେ ବସିବା ପରେ ଆଜି କିଛି ପରିବା ଆଣି ବଢ଼ି ଭୋରରୁ ଆସିଥିଲି। ହାତମୁହଁକୁ ଗାମୁଛାରେ ଘୋଡ଼େଇ ହୋଇ ବସିଛି। ଘରେ କେତେଦିନ ବସି ରହିବି। ସଂସାର କେମିତି ଚଳିବ। ଆମ ଜନ୍ମରୁ ଏମିତି ଅବସ୍ଥା କେବେ ଦେଖି ନ ଥିଲେ ବୋଲି ସନାତନ କହିଛନ୍ତି। ରାଜଧାନୀରେ ଅନେକ ପରିବା ବ୍ୟବସାୟୀ କୋଭିଡ-୧୯ ଭୟରେ ଘରୁ ଆସିବାକୁ ଭୟ କରୁଥିବାବେଳେ ଆଉକେତେକ ପୋଲିସ ମାଡ଼ ଭୟରେ ଆସୁ ନାହାନ୍ତି। ଭୁବନେଶ୍ୱର-କଟକ ପୋଲିସ କମିଶନର ବେପାରିଙ୍କୁ ଆଶ୍ୱାସନା ଦେଲେ ମଧ୍ୟ ବାରଙ୍ଗ, ଖୁଣ୍ଟୁଣି, ବାଙ୍କୀ, ଖୋର୍ଦ୍ଧାରୁ ପରିବା ପୋରି ଆସୁ ନାହାନ୍ତି। ଯେଉଁମାନେ ପରିବା ଆଣି ସହରକୁ ଆସୁଛନ୍ତି ତାଙ୍କୁ ଗାଁରେ ବାସନ୍ଦ କରାଯାଉଛି। ଆଉ ଏହାର ଫାଇଦା ନେଉଛନ୍ତି କେତେଜଣ ଅସାଧୁ ବ୍ୟବସାୟୀ। କଳାବଜାର ରୋକିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଢାଯାଇଥିଲେ ମଧ୍ୟ ସବୁ ବ୍ୟବସାୟୀଙ୍କୁ ଆକଟ କରିବା ସମ୍ଭବ ହେଉ ନାହିଁ। କରୋନା ଯୋଗୁ ଲୋକମାନଙ୍କ ଜୀବନଜୀବିକା ଉପରେ ଶକ୍ତ ଆଘାତ ହୋଇଛି। ସାମାଜିକ, ଅର୍ଥନୈତିକ ସବୁକିଛି ଉଜୁଡ଼ି ଯାଇଛି। ଭବିଷ୍ୟତରେ ପରିସ୍ଥିତି ସୁଧୁରିବ କି ଆହୁରି ବିଗିଡ଼ିବ ତାହା ଲକ୍‌ଡାଉନ ହଟିବା ପରେ ଜଣାପଡ଼ିବ ବୋଲି ଲୋକମାନେ ମତପ୍ରକାଶ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଏ ବର୍ଷ କମ୍‌ ବର୍ଷା: ଆଇଏମ୍‌ଡିର ପୂର୍ବାନୁମାନ ପରେ ଚାଷୀଙ୍କ ମୁଣ୍ଡରେ ପଡିଲା ଚଡ଼କ

ନୂଆଦିଲ୍ଲୀ,୧୩ା୪ : ଭାରତରେ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇପାରେ ବୋଲି ସୋମବାର ସରକାରଙ୍କ ପକ୍ଷରୁ କୁହାଯାଇଛି।…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri