ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ବିଫଳ: ୯ ବର୍ଷ ପରେ ସନ୍ତାନ ପ୍ରସବ କଲେ ମହିଳା

କାଳିଆପାଣି,୨୭।୪(ଡିଏନଏ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଚିଙ୍ଗୁଡ଼ିପାଳ ପଞ୍ଚାୟତ ରୁଗୁଡ଼ିସାହିର କୃଷ୍ଣ ବିରୁଆଙ୍କ ସ୍ତ୍ରୀ ନମାନି (୪୦) ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରିବାର ୯ବର୍ଷ ପରେ ରବିବାର ଏକ କନ୍ୟା ସନ୍ତାନ ଜନ୍ମ କରିଥିବା ଜଣାପଡ଼ିଛି। ଏହି ଘଟଣା ଏବେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାରର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପରପକ୍ଷେ ସନ୍ତାନ ପ୍ରସବ ସମୟରେ ୧୦୮ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲେ ମଧ୍ୟ ଗାଡ଼ି ନ ଆସିବାରୁ ମହିଳା ଘରେ ପ୍ରସବ କରିଥିଲେ। ଫଳରେ ପିଲାର ସ୍ବାସ୍ଥ୍ୟବସ୍ଥା ଭଲ ନ ଥିବା ଜଣାପଡ଼ିଛି।
ପ୍ରକାଶ ଯେ, କୃଷ୍ଣଙ୍କର ୨ଟି ସନ୍ତାନ ଥିବାରୁ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ଶିବିରକୁ ଯାଇ ସ୍ତ୍ରୀ ନମାନିଙ୍କର ଅସ୍ତ୍ରୋପଚାର କରାଇଥିଲେ। ଏହାର ୯ବର୍ଷ ପରେ ନମାନି ଗର୍ଭବତୀ ହୋଇଥିଲେ। ୨୬ ତାରିଖ ନମାନିଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ କୃଷ୍ଣ ୧୦୮ ଆମ୍ବୁଲାନ୍ସକୁ ଡାକିବା ପାଇଁ ଆଶାକର୍ମୀଙ୍କୁ କହିଥିଲେ। ମାତ୍ର ଆମ୍ବୁଲାନ୍ସ ଆସିବ ନାହିଁ ବୋଲି ଆଶାକର୍ମୀ କହିଥିଲେ। ଅତ୍ୟଧିକ ଯନ୍ତ୍ରଣା ହେବାରୁ କୃଷ୍ଣ ଗ୍ରାମର କିଛି ମହିଳାଙ୍କୁ ଡାକି ଘରେ ସ୍ତ୍ରୀଙ୍କର ପ୍ରସବ କରାଇଥିଲେ। ତେବେ ନମାନି ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଇବା ସତ୍ତ୍ୱେ ପୁଣି ଥରେ ମା’ ହେବା ଏହି ଅସ୍ତ୍ରୋପଚାରର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଦିବାସୀମାନେ ଧିରେଧିରେ ସଚେତନ ହୋଇ ଛୋଟ ପରିବାର ଗଠନ ପାଇଁ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଉଥିବାବେଳେ ଏହାର ଅସଫଳତାକୁ ନେଇ ଅସନ୍ତୋଷ ଦେଖାଦେଇଛି। ତେଣୁ ପ୍ରଶାସନ ଏଥିରେ ହସ୍ତକ୍ଷେପ କରି କ୍ଷତିପୂରଣ ଦେବା ସହ ପିଲା ଓ ମା’ର ଯତ୍ନ ନେବାକୁ କୃଷ୍ଣ ଦାବି କରିଛନ୍ତି। ଏ ସମ୍ପର୍କରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଜୟଦେବ ନନ୍ଦଙ୍କୁ ଯୋଗାଯୋଗ କରିବାରୁ, କିଛି ମାମଲାରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ସଫଳ ହେଉ ନ ଥିବା ଦେଖାଯାଉଛି। ଏଭଳି କ୍ଷେତ୍ରରେ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନମାନିଙ୍କୁ ମଧ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଆମ୍ବୁଲାନ୍ସ ଆସିବାକୁ ମନା କରିବା ସମ୍ପର୍କରେ ଡା. ନନ୍ଦଙ୍କୁ ପଚାରିବାରୁ, ବୋଧହୁଏ ଡାକ୍ତରଖାନାରେ ସେ ସମୟରେ ଆମ୍ବୁଲାନ୍ସ ନ ଥିବ, ତେଣୁ ଯାଇପାରି ନାହିଁ ବୋଲି କହିବା ସହିତ ତୁରନ୍ତ ଉଭୟ ମା’ ଓ ପିଲାଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ଲିଙ୍କ୍‌ ନେଇ ଜୋର ଧରିଲା ଚର୍ଚ୍ଚା

ସମ୍ବଲପୁର,୧୧ା୨(ବ୍ୟୁରୋ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଗୁଳିକରି ହତ୍ୟା ଘଟଣାକୁ ଶୁକ୍ରବାର ୧୩ଦିନ ପୂରିଛି। ଘଟଣାର ପ୍ରଥମ ଦିନରୁ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ...

ଅରୁଣ ଜେଟ୍‌ଲୀଙ୍କ ବିୟୋଗରେ ରାଜ୍ୟ ଭାଜପା ପକ୍ଷରୁ ଶୋକ ପ୍ରକାଶ

ଭୁବନେଶ୍ୱର, ୨୪।୮(ବ୍ୟୁରୋ): ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଅରୁଣ ଜେଟ୍‌ଲୀଙ୍କର ଶନିବାର ପରଲୋକ ଘଟିଛି। ତାଙ୍କ ବିୟୋଗରେ ରାଜ୍ୟ ଭାଜପା ସଭାପତି...

ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା

ଉଲୁଣ୍ଡା, ୧୭ା୬(ଡି.ଏନ.ଏ.) : ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କୋଟସମଲାଇ ପାତାଳି ଶ୍ରୀକ୍ଷେତ୍ରଠାରେ ଦେବସ୍ନାନ ପୂର୍ଣ୍ଣମୀ ଅବସରରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଓ ଗଜାନନ ବେଶ ସୋମବାର...

ଜଙ୍ଗଲରେ ନାବାଳିକାଙ୍କୁ ବଳାତ୍କାର

ସୁନ୍ଦରଗଡ଼,୧୧ା୩(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା କିଞ୍ଜିରିକେଲା ଥାନା ଅନ୍ତର୍ଗତ ଦାଣ୍ଡପାନି ନୁଆଡିହି ଗ୍ରାମରେ ଜଣେ ନାବାଳିକା ବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ନାବାଳିକା ଗାଁ...

ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେବା ହେଲା କାଳ: ଅଟୋ ଓଲଟି ୭ ଛାତ୍ରୀଛାତ୍ର ଆହତ, ଜଣେ ଗୁରୁତର

ଚନ୍ଦ୍ରଗିରି,୯।୮(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା ଜାଲିବାଡ଼ଇ ଗ୍ରାମ ନିକଟରେ ଶୁକ୍ରବାର ସକାଳେ ଏକ ଅଟୋ ଓଲଟି ପଡିବାରୁ ୮ ଛାତ୍ରୀଛାତ୍ର ଆହତ ହୋଇଥିବା ବେଳେ...

ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨ା୭(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ  ୭୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୮୦,୦୪୯ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ଅନିଶ୍ଚିତତାରେ ୩୦ରୁ ଊର୍ଦ୍ଧ୍ୱ ପିଲାଙ୍କ ଭବିଷ୍ୟତ

କପ୍ତିପଦା,୭।୫(ଡି଼.ଏନ.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧୀନ ଲାବଣ୍ୟଦେଇପୁର ପଞ୍ଚାୟତର ଢିପାସାହିରେ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ର ନ ଥିବାରୁ ୩୦ରୁ ଊର୍ଦ୍ଧ୍ୱ ପିଲାଙ୍କ ଭବିଷ୍ୟତ...

ପାଠ୍ୟପୁସ୍ତକ, ଔଷଧ ପୋଡ଼ି ଅଭିଯୋଗ: ତଦନ୍ତ ନିର୍ଦ୍ଦେଶ ଦେଲେ ବ୍ଲକ ଶିକ୍ଷା ଅଧିକାରୀ

ଛେଣ୍ଡିପଦା,୧୦ା୭(ସ୍ବ.ପ୍ର.)-ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ରାଜ୍ୟ ସରକାର ମାଗଣାରେ ପାଠ୍ୟ ପୁସ୍ତକ ଯୋଗାଇ ଦେଉଛନ୍ତି। ସେହିପରି ସ୍ବାସ୍ଥ୍ୟର ଯତ୍ନ ପାଇଁ ଆଇରନ ଓ କୃମି...

Advertisement
Archives

Model This Week