ପରିବହନ ସଂସ୍ଥାର ମନମୁଖି ଦର ଧାର୍ଯ୍ୟକୁ ବିରୋଧ: ଏସ୍‌ପିଙ୍କୁ ଭେଟିଲେ ଟ୍ରକ୍‌ ମାଲିକ ସଂଘ

କୋରେଇ,୬।୧୨ (ସ୍ବ.ପ୍ର.)- ଖଣିରେ କ୍ରୋମାଇଟ୍‌ ଲୋଡିଂକୁ ନେଇ ଫାଷ୍ଟ କମ୍‌ ଫାଷ୍ଟ ଲୋଡ୍‌ ବ୍ୟବସ୍ଥା ଲାଗୁ କରାଯାଇଛି। କିନ୍ତୁ ପରିବହନ କମ୍ପାନୀ ମନଇଚ୍ଛା ଦରଧାର୍ଯ୍ୟକରି ଗାଡି ଲୋଡିଂ କରୁଛନ୍ତି। ଏମିତିକି ଗୋଟିଏ ଦିନରେ ଗୋଟିଏ ସ୍ଥାନକୁ ଗାଡି ଲୋଡିଂ କରାଯାଇଥିବା ବେଳେ ବିଭିନ୍ନ ଗାଡି ପ୍ରତି ଭିନ୍ନଭିନ୍ନ ଦର ଲାଗୁ କରାଯାଉଛି। ଏହାକୁ ବିରୋଧ କରି ଗୁରୁବାର ବହୁ ଟ୍ରକ୍‌ ମାଲିକ ସଂଘ ଯାଜପୁର ଜିଲା ପୋଲିସ ମୁଖ୍ୟାଳୟ ପାଣିକୋଇଲିଠାରେ ଏସ୍‌ପି ଚରଣ ସିଂହ ମୀନାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଯେ, ଖଣିରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡ୍‌ ନିୟମ ଲାଗୁ କରାଯାଇଛି। ହେଲେ ଖଣିରେ ପରିବହନ କମ୍ପାନୀ ପକ୍ଷରୁ ମନଇଚ୍ଛା ଦରଧାର୍ଯ୍ୟକରି ଟନ୍‌ ପ୍ରତି କାହାଠୁ ୬୫୦ ଟଙ୍କା ତ ଆଉ କାହାଠୁ ୭୫୦ଟଙ୍କା ଦର ଲାଗୁ କରାଯାଉଛି। ଏମିତିକି ଅନ୍‌ଲୋଡିଂ ପରେ ଭଡା ଅର୍ଥ ପ୍ରଦାନରେ ଅହେତୁକ ବିଳମ୍ବ କରାଯାଉଛି। ଫଳରେ ଗାଡି ମାଲିକମାନେ କ୍ଷତିର ସମ୍ମୁଖୀନ ହେଉଥିବା କହିଛନ୍ତି। ପୂର୍ବରୁ ମଧ୍ୟ ଏକ୍ସମି ଲଗୋଷ୍ଟିକ୍ସର ଏତାଦୃଶ କାର୍ଯ୍ୟ ନେଇ ଜିଲାପାଳ ଓ କାଳିଆପାଣି ଥାନାରେ ଅଭିଯୋଗ କରାଯାଇଥିଲା। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବା ଟ୍ରକ୍‌ମାଲିକମାନେ କହିଛନ୍ତି। ଦାବିପତ୍ର ପ୍ରଦାନବେଳେ କୁହିକା, ସୁକିନ୍ଦା, ଯାଜପୁରରୋଡ, ଦାନଗଦୀ, ଚଣ୍ଡିଖୋଲ, ପାଣିକୋଇଲି ଆଦି ସ୍ଥାନରୁ ବହୁ ଟ୍ରକ୍‌ ମାଲିକ ଏସ୍‌ପିଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ସୁକିନ୍ଦା ଟ୍ରକ୍‌ ମାଲିକ ସଂଘ ସମ୍ପାଦକ ଅରୁଣ କୁମାର ପରିଡାଙ୍କ ନେତୃତ୍ୱରେ ଦିଲ୍ଲିପ କୁମାର ମଲ୍ଲୀକ, ରାଜ କିଶୋର ପ୍ରଧାନ, ଅଶୋକ କୁମାର ନାୟକ, ପ୍ରଶାନ୍ତ କୁମାର ସାହୁ, ସୂର୍ଯ୍ୟମଣି ବେହେରା, ସୁଦର୍ଶନ ପାତ୍ର, ପ୍ରଭାତ ସିଂହ ପ୍ରମୁଖ ପ୍ରତିନିଧି ମଣ୍ଡଳୀ ଏସ୍‌ପି ମୀନାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଘର କବାଟ ଖୋଲୁଖୋଲୁ ଚୋଟ ମାରିଲା ବିଷଧର ସାପ, ଟଳିପଡ଼ିଲେ ବୃଦ୍ଧା

ଦିଗପହଣ୍ଡି,୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରାପଦର ପଞ୍ଚାୟତ ଭୁଡୁକି ଗ୍ରାମର ଏ.ବାଉରୀ ପାତ୍ରଙ୍କ ସ୍ତ୍ରୀ ଏ.ସାଇଆମ୍ମା ପାତ୍ର(୭୦) ନାମ୍ନୀ ବୃଦ୍ଧା ବୁଧବାର ଅପରାହ୍ନରେ…

ତାତିଲେ ଚାଷୀ, ୧୦ରେ ଜେଲଭରୋ ଆନ୍ଦୋଳନ: ଚାଷ, ଚାଷୀ ସମସ୍ୟା ଅସମାହିତ

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। କିନ୍ତୁ ଏଠାରେ ଚାଷ ଓ…

ତାବରସାହି ଜଙ୍ଗଲରୁ ୨୫ ଲକ୍ଷର ଗଞ୍ଜେଇ ଜବତ, ଗୋଡ଼ାଇ ଗୋଡ଼ାଇ ବାନ୍ଧିଲା ପୋଲିସ

ମୋହନା,୫ା୮(ମନ୍ମଥ ମିଶ୍ର): ଗଜପତି ଜିଲା ରା.ଉଦୟଗିରି ଥାନା ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲାର ପର୍ଦ୍ଦାଫାଶ କରିଛି । ୨୫୧ କିଲୋଗ୍ରାମ ୨୦୦ ଗ୍ରାମ…

ଯୋଗ୍ୟ ଶିକ୍ଷାନୁଷ୍ଠାନକୁ ଅନୁଦାନ ପ୍ରଦାନ ଦିଆଯାଉ, ଭଞ୍ଜନଗର ବିଧାୟକଙ୍କୁ ଦାବିପତ୍ର

ଭଞ୍ଜନଗର,୫ା୮(ବାବୁଲା ପ୍ରଧାନ): ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି, ଭଞ୍ଜନଗର ବ୍ଲକ ତରଫରୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଭଞ୍ଜନଗର ବିଧାୟକ…

ବନ୍ୟା କ୍ଷୟକ୍ଷତି ଆକଳନ କଲେ ମନ୍ତ୍ରୀ, ପ୍ରଭାବିତ ଅଞ୍ଚଳରେ ହେବ…

କେନ୍ଦୁଝର,୫ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ବୁଧବାର କେନ୍ଦୁଝର ସର୍କିଟ ହାଉସ୍‌ଠାରେ ବନ୍ୟା ଦ୍ୱାରା ହୋଇଥିବା…

ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଧାରଣା

କୃଷ୍ଣପ୍ରସାଦ, ୫।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ବିଭିନ୍ନ ଦାବି ନେଇ ବ୍ଲକଗ୍ରାଣ୍ଟ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇ ଆସୁଛନ୍ତି। ପୂର୍ବରୁ ବିଧାନସଭା ସମ୍ମୁଖରେ ଶିକ୍ଷୟିତ୍ରୀମାନେ ମାଣବସା ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri