ପରିବହନ ସଂସ୍ଥାର ମନମୁଖି ଦର ଧାର୍ଯ୍ୟକୁ ବିରୋଧ: ଏସ୍‌ପିଙ୍କୁ ଭେଟିଲେ ଟ୍ରକ୍‌ ମାଲିକ ସଂଘ

କୋରେଇ,୬।୧୨ (ସ୍ବ.ପ୍ର.)- ଖଣିରେ କ୍ରୋମାଇଟ୍‌ ଲୋଡିଂକୁ ନେଇ ଫାଷ୍ଟ କମ୍‌ ଫାଷ୍ଟ ଲୋଡ୍‌ ବ୍ୟବସ୍ଥା ଲାଗୁ କରାଯାଇଛି। କିନ୍ତୁ ପରିବହନ କମ୍ପାନୀ ମନଇଚ୍ଛା ଦରଧାର୍ଯ୍ୟକରି ଗାଡି ଲୋଡିଂ କରୁଛନ୍ତି। ଏମିତିକି ଗୋଟିଏ ଦିନରେ ଗୋଟିଏ ସ୍ଥାନକୁ ଗାଡି ଲୋଡିଂ କରାଯାଇଥିବା ବେଳେ ବିଭିନ୍ନ ଗାଡି ପ୍ରତି ଭିନ୍ନଭିନ୍ନ ଦର ଲାଗୁ କରାଯାଉଛି। ଏହାକୁ ବିରୋଧ କରି ଗୁରୁବାର ବହୁ ଟ୍ରକ୍‌ ମାଲିକ ସଂଘ ଯାଜପୁର ଜିଲା ପୋଲିସ ମୁଖ୍ୟାଳୟ ପାଣିକୋଇଲିଠାରେ ଏସ୍‌ପି ଚରଣ ସିଂହ ମୀନାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଯେ, ଖଣିରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡ୍‌ ନିୟମ ଲାଗୁ କରାଯାଇଛି। ହେଲେ ଖଣିରେ ପରିବହନ କମ୍ପାନୀ ପକ୍ଷରୁ ମନଇଚ୍ଛା ଦରଧାର୍ଯ୍ୟକରି ଟନ୍‌ ପ୍ରତି କାହାଠୁ ୬୫୦ ଟଙ୍କା ତ ଆଉ କାହାଠୁ ୭୫୦ଟଙ୍କା ଦର ଲାଗୁ କରାଯାଉଛି। ଏମିତିକି ଅନ୍‌ଲୋଡିଂ ପରେ ଭଡା ଅର୍ଥ ପ୍ରଦାନରେ ଅହେତୁକ ବିଳମ୍ବ କରାଯାଉଛି। ଫଳରେ ଗାଡି ମାଲିକମାନେ କ୍ଷତିର ସମ୍ମୁଖୀନ ହେଉଥିବା କହିଛନ୍ତି। ପୂର୍ବରୁ ମଧ୍ୟ ଏକ୍ସମି ଲଗୋଷ୍ଟିକ୍ସର ଏତାଦୃଶ କାର୍ଯ୍ୟ ନେଇ ଜିଲାପାଳ ଓ କାଳିଆପାଣି ଥାନାରେ ଅଭିଯୋଗ କରାଯାଇଥିଲା। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବା ଟ୍ରକ୍‌ମାଲିକମାନେ କହିଛନ୍ତି। ଦାବିପତ୍ର ପ୍ରଦାନବେଳେ କୁହିକା, ସୁକିନ୍ଦା, ଯାଜପୁରରୋଡ, ଦାନଗଦୀ, ଚଣ୍ଡିଖୋଲ, ପାଣିକୋଇଲି ଆଦି ସ୍ଥାନରୁ ବହୁ ଟ୍ରକ୍‌ ମାଲିକ ଏସ୍‌ପିଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ସୁକିନ୍ଦା ଟ୍ରକ୍‌ ମାଲିକ ସଂଘ ସମ୍ପାଦକ ଅରୁଣ କୁମାର ପରିଡାଙ୍କ ନେତୃତ୍ୱରେ ଦିଲ୍ଲିପ କୁମାର ମଲ୍ଲୀକ, ରାଜ କିଶୋର ପ୍ରଧାନ, ଅଶୋକ କୁମାର ନାୟକ, ପ୍ରଶାନ୍ତ କୁମାର ସାହୁ, ସୂର୍ଯ୍ୟମଣି ବେହେରା, ସୁଦର୍ଶନ ପାତ୍ର, ପ୍ରଭାତ ସିଂହ ପ୍ରମୁଖ ପ୍ରତିନିଧି ମଣ୍ଡଳୀ ଏସ୍‌ପି ମୀନାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଳ୍ପ କେଇଘଣ୍ଟା ପରେ ଭୁବନେଶ୍ବରରେ ପହଞ୍ଚତ୍ବ ଡାକୋଟା

ବାଲେଶ୍ୱର ଅଫିସ, ୧୮।୧: ବିଜୁ ପଟ୍ଟନାୟକଙ୍କ ସ୍ମୃତି ଡାକୋଟା ଭିଟି-ଏୟୁଆଇ ବିମାନ ବୁଧବାର ପୂର୍ବାହ୍ନରେ ଓଡ଼ିଶାକୁ ଫେରିଛି। ସକାଳେ ଲକ୍ଷ୍ମଣନାଥ ଟୋଲଗେଟ୍‌ ଦେଇ ୩ଟି ଲରିରେ...

ସ୍ମାର୍ଟକେମ୍‌ କମ୍ପାନୀ କାର୍ଯ୍ୟକୁ ବିରୋଧ ଜାରି

ଛତ୍ରପୁର,୨ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ କାଳିପଲ୍ଲୀ ଗ୍ରାମ ନିକଟରେ ଟାଟା କମ୍ପାନୀର ଇଣ୍ଡଷ୍ଟ୍ରିଆଲ ପାର୍କ ପରିସରରେ ସ୍ମାର୍ଟକେମ୍‌ ଟେକ୍ନୋଲୋଜି ନାମକ ଏକ କାରଖାନା ନିର୍ମାଣକୁ...

ନୀଳାଦ୍ରି ନିଳୟ ଯୋଜନା: ଝୁଣ୍ଟିଲା ପ୍ରଶାସନ

ପୁରୀ ଅଫିସ,୯।୩: ପୁରୀ ସହରକୁ ଭିକାରିମୁକ୍ତ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ଗତ ୩ ତାରିଖରୁ ଆରମ୍ଭ ହୋଇଛି ନୀଳାଦ୍ରି ନିଳୟ ଯୋଜନା। ଭିକ୍ଷାବୃତ୍ତି...

ଜେଲ ଗଲେ ସରୋଜ ସେଠୀ

ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ସରୋଜ ସେଠୀ ଗୁରୁବାର ଜେଲ ଯାଇଛନ୍ତି। ୩ ଦିନିଆ ରିମାଣ୍ଡ ଶେଷ...

ମହିଳାଙ୍କୁ ନିର୍ମମ ହତ୍ୟା, ୪ ଅଟକ

ରେଢ଼ାଖୋଲ,୬ା୯(ଡି.ଏନ୍‌.ଏ.):  ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ଲଇଣ୍ଡାମାଳ ଗ୍ରାମରେ ରବିବାର ରାତିରେ ବନିତା ମିର୍ଦ୍ଧା (୩୦) ନାମକ ଜଣେ ମହିଳାଙ୍କୁ ତାଙ୍କ ଘର ଅଗଣାରେ ନିର୍ମମ...

ସହରମୁହାଁ ହାତୀ, ବନ ବିଭାଗର ନିଦ ଭାଙ୍ଗୁନି

ବାଲେଶ୍ୱର ଅଫିସ,୨୭ା୬: ଜଙ୍ଗଲ ଛାଡ଼ି ସହରରେ ବୁଲୁଛି ଏକ ହାତୀ। ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ମିତ୍ରପୁର ବଜାରରେ ଏକ ଝାଡ଼ଖଣ୍ଡୀ ହାତୀ ବୁଲୁଥିବା...

ଭୋଟ ଗଣତି କେନ୍ଦ୍ର ସମ୍ମୁଖରେ ଉତ୍ତେଜନା

ଗୁଡ଼ଭେଲା,୨୭ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ କାର୍ଯ୍ୟାଳୟ ପରିସରରେ ରବିବାର ୬ ନମ୍ବର ଜିଲା ପରିଷଦ ଜୋନର ଭୋଟ ଗଣତି ହେଉଥିବା ବେଳେ ସନ୍ଧ୍ୟାରେ ଉତ୍ତେଜନା...

ଜିଲାରେ ୫୨୩ ହେକ୍ଟର ଜମିରେ କଫି ଚାଷ ପାଇଁ କ୍ଷେତ୍ର ପ୍ରସ୍ତୁତ

କୋରାପୁଟ,୧୦।୭(ସ୍ବ.ପ୍ର.): କୋରାପୁଟ ଜିଲାରେ ବ୍ୟାପକ ହେବ କଫି ଚାଷ ା ଏନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କୋରାପୁଟ ଜିଲା ପ୍ରଶାସନ ଏନେଇ ଉଦ୍ୟମ ଆରମ୍ଭ କରିଛି...

Advertisement
Archives

Model This Week