ପରିଣତ ବୟସର କଥା

ପ୍ରକାଶ ତ୍ରିପାଠୀ

ସଦାନନ୍ଦବାବୁ ଆଠବର୍ଷ ତଳୁ ସରକାରୀ ଚାକିରିରୁ ଅବସର ନେଲେଣି। ଅବସର ନେବା ପରେ କିଛି ବର୍ଷ ସେ ଶାରୀରିକ ସ୍ତରରେ ସୁସ୍ଥ ଥିଲେ। ମାତ୍ର ଏଇ ଦୁଇବର୍ଷ ହେବ ଶାରୀରିକ ଦୁର୍ବଳତା ହେଉ ବା ମାନସିକ ଦୁର୍ବଳତା ହେଉ, ସେ ଆଉ ବେଶି ବୁଲାଚଲା କରିପାରୁନାହାନ୍ତି। କେବଳ ପ୍ରାତଃ ଭ୍ରମଣକୁ ବାଦ୍‌ ଦେଲେ ସେ ସମସ୍ତ ସମୟ ଘରେ ରହୁଛନ୍ତି। ବେଳେବେଳେ ପ୍ରାତଃ ଭ୍ରମଣ ସମୟରେ ତାଙ୍କ ସହିତ ଦେଖାହୁଏ ଓ କଥା ହେବାର ସୁଯୋଗ ମିଳେ। ତାଙ୍କ କଥାବାର୍ତ୍ତାରୁ ଜାଣିପାରେ ତାଙ୍କ ମନ ଭିତରେ ଥିବା ଅନେକ ଅସନ୍ତୋଷ। ତାଙ୍କ ସହିତ କେହି ଭଲରେ କଥା ହେଉନାହାନ୍ତି, ଭଲ ଖାଇବାକୁ ଦେଉନାହାନ୍ତି, ଘରେ ଅନେକ କଥା ତାଙ୍କୁ ଲୁଚାଯାଉଛି, ଅଯଥା ଖର୍ଚ୍ଚ କରୁଛନ୍ତି, ଭବିଷ୍ୟତ କଥା ଚିନ୍ତା କରୁନାହାନ୍ତି, ଘରର ପରମ୍ପରା ଓ ଚଳଣିକୁ ମାନୁ ନାହାନ୍ତି। ଜୀବନରେ ସେ ଅନେକ କିଛି କରିପାରିଥାନ୍ତେ, କିନ୍ତୁ କରିପାରିଲେନି, ପୁଅ ଝିଅଙ୍କଠୁ ବହୁତ କିଛି ଆଶା କରୁଥିଲେ, କିନ୍ତୁ ସେମାନେ ତାଙ୍କୁ ନିରାଶ କଲେ ଇତ୍ୟାଦି ଇତ୍ୟାଦି ଅନେକ ଅନେକ ଅଭିମାନ, ଅଭିଯୋଗ ଓ ଅବସୋସର କଥା। ଏପରିକି ମୋର ଶୁଣିବାକୁ ଇଚ୍ଛା ନ ଥିଲେ ବି ସଦାନନ୍ଦବାବୁ ଜବରଦସ୍ତି ମୋ ଆଗରେ ତାଙ୍କର ଘର କଥା ବଖାଣିଥାଆନ୍ତି। ଥରେ ସଦାନନ୍ଦବାବୁଙ୍କ ବଡ଼ପୁଅ ସହ ହାଟରେ ଦେଖାହେଲା। ସଦାନନ୍ଦବାବୁ କେମିତି ଅଛନ୍ତି ବୋଲି ପଚାରିଲି। ମନ ଦୁଖରେ କହିଲେ, ବାପାଙ୍କ ଦେହ ଏବେ ଛୋଟ ଛୋଟ କଥାରେ ଚିଡ଼ି ଚିଡ଼ି ହେଉଛନ୍ତି। ଅନାବଶ୍ୟକ କଥାରେ ଜିଦ୍‌ କରୁଛନ୍ତି, ରୁଷୁଛନ୍ତି।
ସଦାନନ୍ଦବାବୁଙ୍କ ଭଳି ପରିଣତ ବୟସର ବ୍ୟକ୍ତି ଆମ ସମୟରେ ଅନେକ ଅଛନ୍ତି, ଯେଉଁମାନେ ଘରର ଛୋଟ ଛୋଟ କଥା ବାହାରେ କହିଥା’ନ୍ତି, ଯାହାକି ସେମାନଙ୍କ ପାଇଁ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ଅଶାନ୍ତିର କାରଣ ହୋଇଥାଏ। ପ୍ରୌଢ଼ ହେବା ପୂର୍ବରୁ ଆମେ ଯେମିତି ଚଳୁଥିଲେ, ପ୍ରୌଢ଼ ଅବସ୍ଥା ପରେ ସେହିପରି ଚଳିବୁ ବୋଲି କିଛି ମାନେ ନାହିଁ। ସମାଜ ବଦଳୁଛି ଓ ତା’ ସହ ବଦଳୁଛି ଆମ ବେଶ ପୋଷାକ, ଖାଦ୍ୟପେୟ, ପରମ୍ପରା ଓ ଆମ ଚାଲିଚଳଣି। ଏଥିସହ ଯଦି ଆମେ ଖାପ ଖୁଆଇ ଚଳି ନ ପାରିବା, ତେବେ ଏ ସବୁକୁ ଦେଖି ନ ଦେଖିଲା ପରି ରହିବାକୁ ପଡ଼ିବ। ସମାଜକୁ ଆମେ ବଦଳାଇ ପାରିବାନି। କାରଣ ବହୁସଂଖ୍ୟକ ଯାହା କରନ୍ତି, ସମୟକ୍ରମେ ତାହା ସାମାଜିକ ଚଳଣି ହୋଇଯାଏ। ଧରାଯାଉ ଏବେ ଛୋଟରୁ ବଡ଼ ସଭିଏଁ ନିଜ କାମ ଧନ୍ଦାକୁ ଉପେକ୍ଷା କରି ସ୍ମାର୍ଟଫୋନରେ ବ୍ୟସ୍ତ ରହୁଛନ୍ତି ଓ ମୂଲ୍ୟବାନ ସମୟ ନଷ୍ଟ କରୁଛନ୍ତି । ଯଦି ଆମେ ଘରର ବୟୋଜ୍ୟେଷ୍ଠ ବ୍ୟକ୍ତି ହିସାବରେ ଏହାକୁ ପରିବାର ଭିତରେ ବିରୋଧ କରିବାକୁ ଚେଷ୍ଟା କରିବା ଏହା କ’ଣ ସଫଳ ହେବ କି? ବୋଧହୁଏ ନା। ଆମେ ବର୍ତ୍ତମାନ ପ୍ରୌଢ଼। ଶାରୀରିକ ଓ ମାନସିକ ସ୍ତରରେ କ୍ରମଶଃ ଦୁର୍ବଳ ହେବାକୁ ଲାଗୁଛେ। ତେଣୁ ଆବଶ୍ୟକତା ଅନୁଯାୟୀ କମ୍‌ କଥା କହିବା ନିଜ ପାଇଁ ତଥା ଆମ ପରିବାର ପାଇଁ ଭଲ। ବୟସ ଥିବା ବେଳେ ସବୁ ଖାଇ ଆମେ ହଜମ କରିଦେଉଥିଲେ। ତା’ ବୋଲି ଆମେ ଏ ବୟସରେ ସେପରି ଖାଇବା ଠିକ୍‌ ହେବ ନାହିଁ। ତେଣୁ ଖାଇବା ପିଇବା ଉପରେ ସେତେଟା ଧ୍ୟାନ ନ ଦେଇ ଯାହା ବି ଖାଇବାକୁ ମିଳିବ ସେଥିରେ ସନ୍ତୋଷ ପ୍ରକାଶ କରିବା ଉଚିତ ହେବ। ପ୍ରୌଢ଼ ସମୟରେ ସବୁ ସମୟ ହିଁ ଅବସର ସମୟ। ସେଥିପାଇଁ ଭଲ ଭଲ ଗୀତ ଶୁଣିବା, ଈଶ୍ବରଙ୍କ ନାମ ଓ ପ୍ରାର୍ଥନା କରିବା, ଦେବାଳୟରେ ସମୟ ଅତିବାହିତ କରିବା, ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ପ୍ରତ୍ୟକ୍ଷ ବା ପରୋକ୍ଷରେ ଜଡ଼ିତ ରହିବା ଉଚିତ ହେବ। ଘରେ ଅନ୍ୟମାନଙ୍କ କାର୍ଯ୍ୟଶୈଳୀରେ ଅଯଥା ହସ୍ତକ୍ଷେପ ବେଳେବେଳେ ଘରେ ଅଶାନ୍ତି ସୃଷ୍ଟି କରିଥାଏ। ଏବେ ସମସ୍ତେ ସ୍ବାଧୀନଚେତା। ସେମାନଙ୍କ କାମରେ ଅଯଥା ହସ୍ତକ୍ଷେପକୁ କେହି ପସନ୍ଦ କରୁନାହାନ୍ତି। ଘରେ ପୁଅବୋହୂ ସେମାନଙ୍କ ଢାଞ୍ଚାରେ ସେମାନଙ୍କ ସଂସାର ଚଳାଇବେ। ଆମେ ସେଥିରେ ମୁଣ୍ଡ ପୂରାଇବା କାହିଁକି। ଯଦି କେତେବେଳେ ଆମର ପରାମର୍ଶ ଲୋଡ଼ିବେ, ସେତେବେଳେ ସେମାନଙ୍କୁ କିଛି କହିବ। ଆମେ ଯାହା ଚାହିଁବା ସେ ସବୁ ପୂରଣ ହେବ ବୋଲି ଭାବିବା ଭୁଲ୍‌। ଯଦି ମିଳିଲା ଭଲ, ନ ମିଳିଲେ ବି ଭଲ। ଏହାକୁ ନେଇ କ୍ରୋଧ ବା ବିରକ୍ତ ପ୍ରକାଶ କରିବା ଉଚିତ ନୁହେଁ।
ବେଳେବେଳେ ଦେଖାଯାଏ, ଅନେକ ବୟୋଜ୍ୟେଷ୍ଠ ବ୍ୟକ୍ତି ନିଜେ ଅର୍ଜନ କରିଥିବା ଧନ ସମ୍ପତ୍ତି ବିଷୟରେ ବାରମ୍ବାର ଅବତାରଣା କରିଥା’ନ୍ତି, ଯାହାକି ପରିବାର ଭିତରେ ଅଶାନ୍ତିର କାରଣ ହୋଇଥାଏ। କଥା କଥାକେ ମୁଁ ଏତେ ରୋଜଗାର କରୁଥିଲି, ସମସ୍ତଙ୍କୁ ପଢ଼ାଇ ରୋଜଗାରକ୍ଷମ କରିଛି, ଘରଦ୍ବାର, ଜମିବାଡ଼ି କରିଛି ଇତ୍ୟାଦିର ଉଦାହରଣ ଦେଇ ଅନ୍ୟମାନଙ୍କ ମନରେ ଅସହିଷ୍ଣୁତା ସୃଷ୍ଟି କରିଥା’ନ୍ତି। ତୁମେମାନେ ଅଯଥା ଖର୍ଚ୍ଚ କରି ସବୁ ବରବାଦ୍‌ କରୁଛ କହି ପରିବାର ସଦସ୍ୟଙ୍କ ମନରେ ଆଘାତ ଦେଇଥା’ନ୍ତି। ଏହା ସତ ଯେ ଆର୍ଥିକ ଅନଟନ ଭିତରେ ଆମେ ବହୁ କଷ୍ଟ ସ୍ବୀକାର କରି ସଂସାର କରିଥିଲେ। ତା’ ଅର୍ଥ ନୁହେଁ ଯେ ଆମ ପୁଅ ଝିଅ ବା ନାତି ନତୁଣୀମାନେ ସେହିପରି କଷ୍ଟ ସ୍ବୀକାର କରି ଆଗକୁ ବଢ଼ିବେ। ଆମ ସମୟରେ ଜୋତା ଛିଣ୍ଡିଲେ ନୂଆ ଜୋତା କିଣା ହେଉଥିଲା, ସେହିପରି ପ୍ୟାଣ୍ଟ ଶାର୍ଟ ଚିରିଗଲେ ବା ବିଭିନ୍ନ ପର୍ବପର୍ବାଣି ହେଲେ ନୂଆ ପୋଷାକପତ୍ର କିଣା ହେଉଥିଲା। ତା’ ବୋଲି ଏବର ଆର୍ଥିକ ସ୍ବଚ୍ଛଳ ଥାଇ ବି ପିଲାଙ୍କୁ କ’ଣ ସେହିପରି ଚଳିବାକୁ ବାଧ୍ୟ କରିବା। ଏ ସବୁ ପ୍ରସଙ୍ଗ ଉପସ୍ଥାପନ କରି ଅଯଥା ପରିବାର ଭିତରେ ଅଶାନ୍ତି ସୃଷ୍ଟି କରିବା ବୟୋଜ୍ୟେଷ୍ଠମାନଙ୍କ ପାଇଁ ଆଦୌ ଠିକ୍‌ ନୁହେଁ। ଘରର ସବୁ କାମ ଯେ ତାଙ୍କୁ ପଚରା ଯାଇ କରାଯିବ, ଏପରି ଭାବନା ଆଦୌ ମନରେ ଆଣିବା ଉଚିତ ନୁହେଁ।
ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପାଇଁ ସକାରାତ୍ମକ ଭାବନା ହିଁ ଟନିକ୍‌ ସଦୃଶ କାମ କରିଥାଏ। ଆବଶ୍ୟକ ହେଲେ ନିଜ ସାମର୍ଥ୍ୟ ଅନୁଯାୟୀ ପରିବାର ସଦସ୍ୟଙ୍କୁ ସାହାଯ୍ୟ କରିପାରିଲେ ତାହା ପରିବାର ମଧ୍ୟରେ ଏକ ସୁସ୍ଥ ପରିବେଶ ସୃଷ୍ଟି କରିଥାଏ। ନାତି-ନାତୁଣୀଙ୍କ ସହ ସମୟ କାଟିବା, ସେମାନଙ୍କୁ ଭଲ ଭଲ କାହାଣୀ ମାଧ୍ୟମରେ ନୀତିବାଣୀ ଶୁଣାଇବାରେ ସମୟ କାଟିପାରିଲେ ଏହା ମାନସିକ ଶାନ୍ତି ଦେଇଥାଏ। ବିଶେଷକରି ଯେତେଦୂର ସମ୍ଭବ ତିନୋଟି ଅ ଅର୍ଥାତ୍‌ ଅଭିମାନ, ଅଭିଯୋଗ ଓ ଅବସୋସଠାରୁ ନିଜକୁ ଦୂରେଇ ରଖିପାରିଲେ ତାହା ପରିଣତ ବୟସର ଶେଷ ସମୟତକ ସୁଖ ଓ ଶାନ୍ତିରେ ଭରିଦେବ।
ମୋ: ୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?