ପରିଚ୍ଛନ୍ନ ରୁହ , ସ୍ବଚ୍ଛତା ବଜାୟ ରଖ

ଢେଙ୍କାନାଳ ଅଫିସ, ୮।୩ – କରୋନା ଚିନ୍ତାରେ ସାରା ବିଶ୍ୱ। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଦିନକୁ ଦିନ ଏହି ରୋଗ ମହାମାରୀ ରୂପ ଧାରଣ କରିବାରେ ଲାଗିଛି। ଓଡ଼ିଶା ମଧ୍ୟ କରୋନା ଛନକାରୁ ବାଦ୍‌ ପଡ଼ିନି। ଏହାକୁ ନେଇ ରାଜ୍ୟ ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି। ଏଥିସହ ଜିଲା ପ୍ରଶାସନକୁ ସମସ୍ତ ପରିସ୍ଥିତିର ମୁକାବିଲା କରିବା ଲାଗି ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଶନିବାର ଅପରାହ୍ନରେ ଢେଙ୍କାନାଳ ଜିଲା କାର୍ଯ୍ୟାଳୟରେ ଟାସ୍କଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଏଥିରେ ଅଧ୍ୟକ୍ଷତା କରି ପରିଷ୍କାର ପରିଚ୍ଛନ୍ନ ରହିବା, ଆବଶ୍ୟକତା ଅନୁଯାୟୀ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା, ଯଥାସମ୍ଭବ ଥଣ୍ଡା ପରିବେଶରୁ ଦୂରେଇ ରହିବାକୁ ଜିଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଆସବାବପତ୍ରକୁ ଜୀବାଣୁ ନାଶକରେ ବିଶୋଧନ କରିବା, ଆମିଷ ବଜାର, ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବା, ଥଣ୍ଡା ହେଲେ ମାସ୍କ ବ୍ୟବହାର କରିବା, ଥଣ୍ଡାର ଲକ୍ଷଣ ନ ଥିଲେ ମାସ୍କ ବ୍ୟବହାର ନ କରିବା, ଶରୀରକୁ ଯଥାସମ୍ଭବ ଗରମ ରଖିବାକୁ ଜିଲାପାଳ ଗୁରୁତ୍ୱ ଦେଇଛନ୍ତି। ସେହିପରି ଅଙ୍ଗନଓ୍ବାଡି କେନ୍ଦ୍ର, ଛାତ୍ରାବାସରେ ସ୍ବଚ୍ଛତା ବଜାୟ ରଖିବା ଦିଗରେ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି।
ସିଡିଏମ୍‌ଓ ଡା. ନିରଞ୍ଜନ ମିଶ୍ର ଆଲୋଚନାରେ ଭାଗନେଇ କହିଲେ, କରୋନା ଭୂତାଣୁ ସଂକ୍ରମିତ ରୋଗୀଙ୍କୁ ତ୍ୱରିତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଜିଲା ଚିକିତ୍ସାଳୟରେ ୨ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର ପ୍ରକୋଷ୍ଠ ସଂରକ୍ଷିତ ରହିଛି। ଜିଲାର ସମସ୍ତ ଚିକିତ୍ସାଳୟରେ ସ୍ବତନ୍ତ୍ର ପ୍ରକୋଷ୍ଠ ଖୋଲାଯିବ। ଶିଶୁମାନେ ଥଣ୍ଡାରେ ଶୀଘ୍ର ଆକ୍ରାନ୍ତ ହୋଇଥାନ୍ତି। ଏଥିପ୍ରତି ଅଭାଭାବକ ଯତ୍ନବାନ ହେବା ଜରୁରୀ। ଥଣ୍ଡା, ଜ୍ୱର, କାଶ, ଛିଙ୍କ ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବାକୁ ସିଡିଏମ୍‌ଓ ଆହ୍ବାନ ଦେଇଛନ୍ତି। ସେହିପରି ପୋଷ୍ଟର, ବ୍ୟାନରଏବଂ ଗଣମାଧ୍ୟମ ସହାୟତାରେ ବିଭିନ୍ନ ସ୍ଥାନରେ ଜନସଚେତନମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ। କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବା ଉଦ୍ଦେଶ୍ୟରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ଟାସ୍କଫୋର୍ସ କମିଟି ଗଠିତ ହୋଇଛି। ଏଥିରେ ଏସ୍‌ପି, ପିଡି ଡିଆରଡିଏ, ଜିଲା ସମାଜ ମଙ୍ଗଳ ଅଧିକାରୀ, ଶିକ୍ଷା ଅଧିକାରୀ, ମଙ୍ଗଳ ଅଧିକାରୀ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଏବଂ ସିଡିଏମ୍‌ଓ ସଦସ୍ୟ ରହିଥିବା ସୂଚନା ଦିଆଯାଇଥିଲା।
ବୈଠକରେ ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା, ଡିଏସ୍‌ପି ନାଗାର୍ଜୁନ ପ୍ରଧାନ, ଜିଲା ଶିକ୍ଷାଧିକାରୀ ନିବେଦିତା ପାଣି, ମଙ୍ଗଳ ଅଧିକାରୀ ମାନସ ରଞ୍ଜନ ମିଶ୍ର, ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରା, ଏଡିଏମ୍‌ଓ ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ଯୋଜନା ଓ ସମନ୍ବୟ ବିଭାଗ ଉପନିର୍ଦ୍ଦେଶକ ସରୋଜ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନରେ ଦେବସ୍ନାନ ପୂର୍ଣ୍ଣିମା

ଭୁବନ,୧୭ା୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ଶ୍ରୀଜଗନ୍ନାଥ ମନ୍ଦିରରେ ସୋମବାର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ ପାଇଁ ଭିଡ଼ ଜମାଇଛନ୍ତି । ସକାଳେ...

ହାତୀ ମୃତଦେହ ଠାବ

ହିନ୍ଦୋଳ, ୧୫।୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଉପଖଣ୍ଡ ସାତମାଇଲ ନିକଟସ୍ଥ ଗୁରିଲୋ କାଜୁ ପଡିଆରେ ବୁଧବାର ଏକ ଦନ୍ତାହାତୀର ମୃତଦେହ ଦେଖିବାକୁ ମିଳିଛି। ହାତୀଟିର ବୟସ...

ଏଟିଏମ୍‌ କାଟି ସାଢ଼େ ୨୬ ଲକ୍ଷ ଲୁଟ୍‌

ଢେଙ୍କାନାଳ ଅଫିସ, ୧୬ା୧୨: ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅଧୀନ ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ନିମବାହାଳି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ଏକ...

ଆଜିଠୁ ଜାତୀୟ ସରସମେଳା

ଢେଙ୍କାନାଳ ଅଫିସ, ୧୪।୧୦: ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉପଲକ୍ଷେ ସ୍ଥାନୀୟ ମହିଷାପାଟ ପଡ଼ିଆରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି ଜାତୀୟସ୍ତରୀୟ ସରସମେଳା। ଏହି ମେଳା ସୋମବାରଠାରୁ ଆରମ୍ଭ...

‘ମାର୍ଚ୍ଚ ୩୧ ସୁଦ୍ଧା ଧାନ ସଂଗ୍ରହ ସାର’

ଢେଙ୍କାନାଳ ଅଫିସ, ୧।୩ – ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଶନିବାର ସନ୍ଧ୍ୟାରେ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲାପାଳ ଭୂମେଶ ଚନ୍ଦ୍ର...

କରୋନା ପାଇଁ କଇଁଚି ବନ୍ଦ: ବୃତ୍ତି ଚିନ୍ତାରେ ବାରିକ

ଭୁବନ, ୧୧।୫ (ବିପିନ ବିହାରୀ ସେଠୀ): ଜୀବନ ଆଉ ଜୀବିକା ମଝିରେ ଛିଡ଼ା ହୋଇଛି ଭୂତାଣୁ। ଦେଢ଼ମାସ ହେଲା ଦୋକାନରେ ଝୁଲୁଛି ତାଲା। କରୋନା ପାଇଁ...

ସୁରକ୍ଷା ଚିନ୍ତାରେ ସମ୍ମୁଖଯୋଦ୍ଧା

ଭୁବନ, ୨୧ା୫(ଡି.ଏନ.ଏ.) କରୋନାର ଦ୍ୱିତୀୟ ଲହର ଦିନକୁ ଦିନ ମାରାତ୍ମକ ହେବାରେ ଲାଗିଛି। ଦ୍ରୁତଗତିରେ ବଢୁଥିବା ସଂକ୍ରମଣ ସ୍ବାସ୍ଥ୍ୟ ବିଭାଗର ନିଦ ହଜାଇ ଦେଇଛି। ସଂକ୍ରମଣ...

ଜେଲ୍‌ରୁ କଏଦୀ ଚମ୍ପଟ

ହିନ୍ଦୋଳ,୨ା୭(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ସବ୍‌ଜେଲରୁ ଶୁକ୍ରବାର ଜଣେ ବିରାରାଧୀନ କଏଦୀ ପାଚେରି ଡେଇଁ ଚମ୍ପଟ ମାରିଛନ୍ତି। ତାଙ୍କ ନାମ ବିରଞ୍ଚି ବେହେରା। ସେ ଏକ...

Advertisement


Archives

Model This Week