ପରମ୍ପରା ଭାଙ୍ଗିପାରନ୍ତି ମତଦାତା

ଭୁବନେଶ୍ୱର, ୨୦ା୪:  ଆସନ୍ତା ୨୩ ତାରିଖରେ ଭୁବନେଶ୍ୱର ଲୋକ ସଭା ଆସନରେ ନିର୍ବାଚନ ହେବ। ଏହାକୁ ନେଇ ସାରା ରାଜ୍ୟରେ ଉତ୍କଣ୍ଠା ରହିଛି। ୧୯୯୮ରୁ ବିଜେଡି ଏଠାରୁ ଜିତି ଆସୁଥିଲେ ମଧ୍ୟ ଚଳିତ ନିର୍ବାଚନରେ ବିଜେଡି ସଫଳତାକୁ ନେଇ ଅନେକେ ଦ୍ୱନ୍ଦ୍ୱ ପ୍ରକାଶ କରୁଛନ୍ତି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର  ପୂର୍ବତନ କମିଶନର ତଥା ଗଣଶିକ୍ଷା ସଚିବ ଅପରାଜିତା ଷଡଙ୍ଗୀ(ଆଇଏଏସ) ଚାକିରି ଛାଡି ଏହି ଲୋକ ସଭାକ୍ଷେତ୍ରରେ ସାଂଗଠନିକ କାର୍ଯ୍ୟ ଆରମ୍ଭ କରିଥିଲେ। ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଭାଜପା ତାଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଛି। ଏହି ଆନୁଷ୍ଠାନିକ ଘୋଷଣା ପୂର୍ବରୁ ଅପରାଜିତା ଭୁବନେଶ୍ୱର ଲୋକ ସଭା ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ବ୍ୟକ୍ତିଗତ ଭାବେ ସଂଗଠନ ପ୍ରସ୍ତୁତ କରିସାରିଥିଲେ। ସବୁ ନିର୍ବାଚନମଣ୍ଡଳୀରେ ସ୍ଥାନୀୟ କାର୍ଯ୍ୟାଳୟ କରି ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିଥିଲେ। ବିଜେଡି ପକ୍ଷରୁ ଏମ୍‌ପି ପ୍ରସନ୍ନ ପାଟଶାଣୀଙ୍କୁ ବଦଳା ଗଲା। ତାଙ୍କ ସ୍ଥାନରେ ପୂର୍ବତନ ମୁମ୍ବାଇ ପୋଲିସ କମିଶନର ତଥା ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଗଲା। ଏହି ଘୋଷଣା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପ୍ରାର୍ଥୀ ଘୋଷଣା ହେବା ପୂର୍ବରୁ ଅରୂପ ବିଜୁ ଯୁବ ବାହିନୀ ଦାୟିତ୍ୱ ସମ୍ଭାଳି ଆସୁଥିଲେ। ଏହି ସଂଗଠନକୁ ନେଇ ସାରା ରାଜ୍ୟରେ ଏକ ନକାରାତ୍ମକ ଛବି ସୃଷ୍ଟି ହୋଇଛି। ତେଣୁ ଅରୂପଙ୍କ ଗ୍ରହଣୀୟତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରପକ୍ଷରେ ପୂର୍ବରୁ ପ୍ରଶାସିକା ଥିବା ଅପରାଜିତା ନିଜ କାର୍ଯ୍ୟଦକ୍ଷତା ପାଇଁ ଓଡ଼ିଆ ଲୋକଙ୍କ ମନରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଲୋଚନା ହେଉଛି। ହେଲେ ପୂର୍ବତନ ମୁମ୍ବାଇ ପୋଲିସ କମିଶନର ଅରୂପଙ୍କ କ୍ଷେତ୍ରରେ ତାହା ସମ୍ଭବ ହୋଇ ପାରୁନାହିଁ ବୋଲି କୁହାଯାଉଛି। ରାଜନୈତିକ ସମୀକ୍ଷକଙ୍କ କହିବାନୁଯାୟୀ, ଅରୂପଙ୍କ ସଫଳତା ସମ୍ପୂର୍ଣ୍ଣ ଭାବେ ବିଜେଡି ସଂଗଠନ ଏବଂ ପାରମ୍ପରିକ ଭୋଟ ବ୍ୟାଙ୍କ ଉପରେ ନିର୍ଭର କରୁଛି।

ରାଜ୍ୟରେ ବିଧାୟକ ପ୍ରାର୍ଥୀଙ୍କ ଭରସାରେ ଏମ୍‌ପି ପ୍ରାର୍ଥୀ ଜିତୁଥିବା ଗତ ନିର୍ବାଚନଗୁଡ଼ିକରେ ଲକ୍ଷ୍ୟ କରାଯାଇଛି। ହେଲେ ଭୁବନେଶ୍ୱର ଲୋକ ସଭା ଆସନରୁ ଅପରାଜିତା ପ୍ରାର୍ଥୀ ହେବା ପରେ ପରୋକ୍ଷରେ ଏହା ଦଳୀୟ ବିଧାୟକଙ୍କ ପାଇଁ ସହାୟକ ହୋଇଛି। ହେଲେ ବିଜେଡିରେ ସ୍ଥିତି ପୂରା ଓଲଟା। ନିଜ ଭୋଟ ପୁଞ୍ଜିକୁ କୌଣସିମତେ ବଞ୍ଚାଇବା ପାଇଁ ଏମ୍‌ପି ପ୍ରାର୍ଥୀଙ୍କ ସମ୍ପର୍କରେ ବିଜେଡି ବିଧାୟକ ପ୍ରାର୍ଥୀମାନେ ଗୁରୁତ୍ୱ ଦେଇ ପ୍ରଚାର କରୁନାହାନ୍ତି, କେବଳ ଦଳୀୟ ସୌଜନ୍ୟ ରକ୍ଷା କରୁଥିବା କୁହାଯାଉଛି। ତୃଣମୂଳରେ ଦୁଇ ପ୍ରାର୍ଥୀଙ୍କ ପ୍ରଚାରଶୈଳୀକୁ ନେଇ ଧରିତ୍ରୀ ପକ୍ଷରୁ ବିଭିନ୍ନ ଲୋକଙ୍କ ମତାମତ ନିଆଯାଇଥିଲା। ଜଟଣୀର ରଜନୀ ପାଇକରାୟଙ୍କ କହିବାନୁଯାୟୀ ଅପରାଜିତା ସହଜରେ ଲୋକଙ୍କ ସହ ମିଶି ପାରୁଥିବା ଲକ୍ଷ୍ୟ କରିଛୁ। ହେଲେ ଅରୂପ ଲୋକଙ୍କ ସହ ଭାବଗତ ଭାବେ ଯୋଡି ହେଉ ନ ଥିବା କୁହାଯାଉଛି। ତେଣୁ ଏମ୍‌ପି ଭୋଟ ପାଇଁ ଅପରାଜିତା ପ୍ରଥମ ପସନ୍ଦ ହୋଇଛନ୍ତି। ଭୋଟଦାନ ପୂର୍ବରୁ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ରଜନୀ କହିଛନ୍ତି। ପୂର୍ବ ନିର୍ବାଚନଗୁଡିକରେ କଂଗ୍ରେସ ମଧ୍ୟ ଭୁବନେଶ୍ୱର ଲୋକ ସଭା ଆସନରେ ପ୍ରାର୍ଥୀ ଦେଇ ଆସୁଥିଲା। ହେଲେ ଚଳିତଥର ଏହି ଆସନ ସହଯୋଗୀ ସିପିଏମ୍‌କୁ ପ୍ରଦାନ କରିଛି। ସିପିଏମ୍‌ ପକ୍ଷରୁ ଜନାର୍ଦ୍ଦନ ପତିଙ୍କୁ ପ୍ରାର୍ଥୀ କରାଯାଇଛି। ହେଲେ ଭୁବନେଶ୍ୱର, ଖୋର୍ଦ୍ଧା, ଜଟଣୀ ଏବଂ ବେଗୁନିଆ ଅଞ୍ଚଳରେ ଦଳର ପୂର୍ବ ସଂଗଠନ ନାହଁି। ତେଣୁ କଂଗ୍ରେସର ପାରମ୍ପରିକ ଭୋଟ ସିପିଏମ୍‌କୁ ଯିବା ସାମ୍ପ୍ରତିକ ସ୍ଥିତିରେ କଷ୍ଟକର ମନେ ହୁଏ। ଗତ ଥର କଂଗ୍ରେସ ପାଇଥିବା ୧,୪୫,୭୮୩ ଭୋଟ ବିଭାଜନ ହେବା ସୁନିଶ୍ଚିତ ବୋଲି ଜନୈକ କଂଗ୍ରେସ ନେତା କହିଛନ୍ତି। ଏହା ଶାସକ ବିରୋଧୀ ଭୋଟ ହୋଇଥିବାରୁ ଏହାର ଏକ ବୃହତ୍‌ ଅଂଶ ଭାଜପାକୁ ଯିବାର ସମ୍ଭାବନା ରହିଛି। କଂଗ୍ରେସ ବିଧାୟକ ପ୍ରାର୍ଥୀମାନେ ମଧ୍ୟ ସହଯୋଗୀ ଲୋକ ସଭା ପ୍ରାର୍ଥୀଙ୍କ ପାଇଁ ଗୁରୁତ୍ୱ ସହ ପ୍ରଚାର କରୁଥିବା ଲକ୍ଷ୍ୟ କରାଯାଉନାହିଁ। ଗତ ଦୁଇଟି ନିର୍ବାଚନରେ କଂଗ୍ରେସ ବିଧାୟକ ପ୍ରାର୍ଥୀମାନେ ଭୁବନେଶ୍ୱରର ୩ଟି ବିଧାନସଭା ଆସନରେ ତୃତୀୟ ସ୍ଥାନରେ ରହିଥିଲେ। ଚଳିତଥର ଭୁବନେଶ୍ୱର(ଜୟଦେବ) ଆସନରେ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଯାଇଛି। ଉକ୍ତ ନିର୍ବାଚନମଣ୍ଡଳୀରେ ଏମ୍‌ପି କିମ୍ବା ବିଧାୟକ ଭୋଟରେ କଂଗ୍ରେସର ହାତ ଚିହ୍ନ ଏକପ୍ରକାର ନିଶ୍ଚିହ୍ନ ହୋଇଯାଇଛି। ତେଣୁ ସେଠାରେ ଭାଜପା ପୂର୍ବାପେକ୍ଷା ବହୁତ ଭଲ କରିବା ନେଇ ଆଶାବାଦୀ।

ଭୁବନେଶ୍ୱର(ମଧ୍ୟ)ଆସନରେ ବିଜେଡି-ଭାଜପା ପ୍ରତିଦ୍ୱନ୍ଦ୍ୱିତା ଜୋର ହେଉଛି। ଏହି ବିଧାନସଭା ଆସନରେ ବିଜେଡିର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଏବଂ ଭାଜପାର ଜଗନ୍ନାଥ ପ୍ରଧାନଙ୍କ ମଧ୍ୟରେ ମୁକାବିଲା ହେଉଛି। ସାଂଗଠନିକ ଦକ୍ଷତା ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ସାମାନ୍ୟ ସୁବିଧା ଦେଇପାରେ, ହେଲେ ଏମ୍‌ପି ପାଇଁ ଅଧିକାଂଶ ଭୋଟର ଅପରାଜିତାଙ୍କୁ ହିଁ ପ୍ରଥମ ପସନ୍ଦ କହିଛନ୍ତି। ଅପରପକ୍ଷରେ ଭାଜପା ଭୁବନେଶ୍ୱର ଏକାମ୍ର ଏବଂ ଉତ୍ତର ନିର୍ବାଚନମଣ୍ଡଳୀରେ ଆଶାୟୀଙ୍କୁ ଟିକେଟ୍‌ ଦେଇ ନ ଥିଲା। ଏହା ଦଳ ପାଇଁ ଅଡୁଆ ସୃଷ୍ଟି କରୁଥିବା ଆଲୋଚନା ହେଉଛି। ସେହିପରି ଜଟଣୀ ବିଧାନସଭା ଆସନ ପାଇଁ ଲଢେଇ କଂଗ୍ରେସ-ବିଜେଡି ମଧ୍ୟରେ ହେଉଥିବା ଚର୍ଚ୍ଚା ହେଉଛି। ଏଠାରେ ୨୦୧୪ ନିର୍ବାଚନରେ ଭାଜପା ବିଧାୟକ ପ୍ରାର୍ଥୀ ଯେତିକି ଭୋଟ୍‌ ପାଇଥିଲେ, ଏମ୍‌ପି ପ୍ରାର୍ଥୀ ତାଙ୍କଠାରୁ ୧୦,୦୦୦ ଅଧିକ ଭୋଟ ପାଇଥିଲେ। ଚଳିତ ଥର ଏହି ବ୍ୟବଧାନରେ ପରିବର୍ତ୍ତନ ହେବ ବୋଲି ସ୍ଥାନୀୟ ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି। ସେହିପରି ଖୋର୍ଦ୍ଧା ବିଧାନସଭା ଆସନରେ ବିଜେଡି ବିଧାୟକ ପ୍ରାର୍ଥୀ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କ ମୁକାବିଲା ଭାଜପାର କାଳୁ ଖଣ୍ଡେଇତରାୟଙ୍କ ସହ ହେଉଛି। କିଛିଦିନ ତଳେ ମଙ୍ଗୁଳି ଜେନା ନାମକ ଭାଜପା ନେତାଙ୍କୁ ହତ୍ୟା କରାଯାଇଛି। ଏହି ଘଟଣା ଶାସକ ଦଳକୁ ଅଡୁଆରେ ପକାଇପାରେ ବୋଲି ଆଲୋଚନା ହେଉଛି। ଅପରାଜିତା ସ୍ବତନ୍ତ୍ରଭାବେ ସାଂଗଠନିକ କାର୍ଯ୍ୟ ଖୋର୍ଦ୍ଧାରେ କରିଥିବାରୁ ଦଳମତ ନିର୍ବିଶେଷରେ ଏମ୍‌ପି ଭୋଟ ପାଇପାରନ୍ତି ବୋଲି କୁହାଯାଉଛି। ସେହିପରି ବେଗୁନିଆ ବିଧାନସଭା କ୍ଷେତ୍ରରେ ଅପରାଜିତାଙ୍କ ପାଇଁ ସ୍ବତନ୍ତ୍ର କ୍ରେଜ୍‌ ରହିଛି। ଏହି ଆସନ ସମେତ ଗ୍ରାମାଞ୍ଚଳର ପ୍ରତି ଜୋନ୍‌ରେ ଟିମ୍‌ ଅପରାଜିତା କାର୍ଯ୍ୟ କରୁଛି। ତେଣୁ ବେଗୁନିଆରୁ ଅପରାଜିତା ବିଜେଡି ପ୍ରାର୍ଥୀଙ୍କୁ ଚକ୍‌ମା ଦେଇପାରିନ୍ତିି ବୋଲି କୁହାଯାଉଛି।

ମୋଟ ଉପରେ କହିବାକୁ ଗଲେ ବେଗୁନିଆ, ଖୋର୍ଦ୍ଧା, ଜଟଣୀ ଏବଂ ଜୟଦେବରୁ ଭାଜପା ପ୍ରାର୍ଥୀ ଅପରାଜିତା ବିଜେଡିଠାରୁ ଅଗ୍ରଣୀ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଭୁବନେଶ୍ୱର ୩ ବିଧାନସଭା ଆସନରୁ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ମୋଟ ଭୋଟଠାରୁ ଗତଥର ପ୍ରସନ୍ନ ପାଟଶାଣୀ କମ୍‌ ଭୋଟ ପାଇଥିଲେ। ଏହାର ସିଧା ଫାଇଦା ଭାଜପାକୁ ଯିବ ବୋଲି ଆଲୋଚନା ହେଉଛି। ତେଣୁ ଲଗାତର ଭାବେ ଗୋଟିଏ ଧାରାରେ ଭୋଟ୍‌ ଦେଇ ଆସୁଥିବା ଭୁବନେଶ୍ୱର ଲୋକ ସଭା ନିର୍ବାଚନମଣ୍ଡଳୀର ମତଦାତା ପରମ୍ପରା ଭାଙ୍ଗିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଚିଦାନନ୍ଦ ଜେନା


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…

ଦୁଇ ପୁଅଙ୍କ ଜୀବନ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା, ଶୋଭାପୁଟ ବ୍ରିଜ ତଳ ପାଣିରେ…

ନନ୍ଦପୁର, ୨୧।୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାକୁ ଲାଗି ରହିଥିବା ପାନ୍ଥଲୁଙ୍ଗ ପଞ୍ଚାୟତର ଶୋଭାପୁଟ ବ୍ରିଜ ତଳେ ଗୁରୁବାର ମାଛ ଧରିବାକୁ ଆସିଥିବା…

୧୬ ବର୍ଷ ପରେ ବଳାତ୍କାର ଅଭିଯୁକ୍ତ ଗିରଫ, ପୀଡ଼ିତା ମହିଳାଙ୍କ ପରିବାର…

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ଥାନା ପୋଲିସ ଗୁରୁବାର ୧୬ ବର୍ଷ ପରେ ଜଣେ ଫେରାର୍‌ ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

ଅସହ୍ୟ ଗରମରେ ଅଘୋଷିତ ବିଦ୍ୟୁତ କାଟ, ଟାଟା ପାଓ୍ବାର ଅଫିସ ଘେରି କର୍ମଚାରୀଙ୍କୁ ତାଲା ପକାଇଲେ ଉତ୍ତ୍ୟକ୍ତ ଲୋକେ

ବଲାଙ୍ଗୀର, ୨୧।୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଅଘୋଷିତ ଭାବେ ହେଉଛି ବିଦ୍ୟୁତ କାଟ। ଏହାର ପ୍ରତିବାଦରେ ଗୁରୁବାର ଟାଟା ପାୱାର ଅଫିସ ଘେରାଉ କରାଯିବା ସହ…

ଜୁଲାଇ ୧୬ ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ): ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି । ଡିଜିପି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଆସନ୍ତା ଜୁଲାଇ ୧୬ ତାରିଖରେ…

ଘୋଷଣା ହେଲା ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ, ଏହି ତାରିଖରୁ ବନ୍ଦ ରହିବ

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ୍): ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ । ମେ ୨୩ରୁ ଜୁନ୍ ୨୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ । ଜୁନ୍ ୨୨ ତାରିଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri