ପରଦା କଳାର ସହର ଧଳାପଥର

ଖୋର୍ଦ୍ଧା ଅଫିସ,୧୭ା୬:  ଖୋର୍ଦ୍ଧା ଜିଲା ବୋଲଗଡ ବ୍ଲକ ଧଳାପଥର ପରଦା କଳାର ସହର ଭାବେ ପରିଚିତ। ଘର ସାଜସଜ୍ଜାଠାରୁ ଅଫିସ ଆଦି ସ୍ଥାନରେ ପରଦା ଲାଗିଥାଏ। ଦୀର୍ଘ ବର୍ଷ ପୂର୍ବେ ହସ୍ତତନ୍ତରେ ଏହି କଳାକୁ ଧଳାପଥର ଅଞ୍ଚଳର ଉଦୟନାଥ ସାହୁ ଅତି ନିଖୁଣ ଭାବେ ଚିତ୍ରଣ କରିପାରୁଥିଲେ। ପରଦାରେ ଉଦୟନାଥ ଶ୍ରୀମନ୍ଦିର, କୋଣାର୍କ, ଖଣ୍ଡଗିରି, ଉଦୟଗିରି, ଧଉଳି ସ୍ତୂପ, ତାଜମହଲ, ଅଶୋକ ଚକ୍ର, ଓଡ଼ିଶାର ମାନଚିତ୍ର, ମହାପ୍ରଭୁଙ୍କ ବିଭିନ୍ନ ବେଶ, ନବଗୁଞ୍ଜର, କଳସ, ଦେବଦେବୀ, ପଶୁପକ୍ଷୀ, ଗଛଲତା ଆଦି ପ୍ରସ୍ତୁତ କରି ଦେଶ ତଥା ବିଦେଶରେ ସୁନାମ ଅର୍ଜନ କରିଥିଲେ। ତାଙ୍କ ଦ୍ୱାରା ପ୍ରସ୍ତୁତ ପରଦାରେ ରହିଥିଲା ଏକ ବିଶେଷ ଆକର୍ଷଣ, ଯାହାକି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିଥିଲା।
ଉଦୟନାଥ ନିଜ ପ୍ରଚେଷ୍ଟାରେ ପ୍ରଥମେ ବୁଣାଲୁଗାରେ ଏକ ଶ୍ରୀମନ୍ଦିରର କଳାକୃତି ପ୍ରସ୍ତୁତ କରିଥିଲେ। ବିଭିନ୍ନ ଗଛର ଛେଲି, ପତ୍ର ଫଳ ଆଦିରୁ ସେ ଭିନ୍ନ ରଙ୍ଗ ପ୍ରସ୍ତତ କରିବାରେ ସିଦ୍ଧହସ୍ତ ଥିଲେ। ଶାଢି, ପାଟଲୁଗା, ବସ୍ତ୍ର ଆଦି ବିଭିନ୍ନ ଶୈଳୀରେ ବୁଣୁଥିଲେ। ସେହି ସମୟରେ ହସ୍ତତନ୍ତ ଏବଂ ହାତ ତିଆରି ଶାଢିର ଚାହିଦା କମିବା ବେଳେ ସେ ପରଦା କଳା ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ଏହି ପରଦା କଳାକୁ ଲୋକପ୍ରିୟ ଲାଗି ସେ ଉକ୍ତ ସମୟରେ ବୁଣାକାରଙ୍କୁ ନେଇ ବିଭିନ୍ନ ସ୍ଥାନରେ ପ୍ରଦର୍ଶନୀ ଆୟୋଜନ କରିଥିଲେ, ଯାହାକି ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିଥିଲା। ପରଦା କଳା ପାଇଁ ଉଦୟନାଥଙ୍କୁ ୧୯୪୬ ମସିହାରେ ତତ୍‌କାଳନୀ ଓଡ଼ିଶା ଗଭର୍ନର ହାର୍ଥୋନ୍‌ ଲୁଇସ୍‌ ସମ୍ମାନିତ କରିଥିଲେ। ସେହିପରି ୧୯୫୫ରେ ସୌରାଷ୍ଟ୍ର ଖଦି ବୋର୍ଡ ଏବଂ ୧୯୫୬ରେ ବନାରସ ଖଦି ବୋର୍ଡ ଠାରୁ ସେ ସ୍ବତନ୍ତ୍ର ସମ୍ମାନରେ ସମ୍ମାନିତ ହୋଇଥିଲେ। ସେହି ସମୟରେ ହସ୍ତତନ୍ତକୁ ଉଜ୍ଜୀବିତ କରିବା ଲାଗି ସେ ଧଳାପଥର ତନ୍ତବାୟ ସହଯୋଗ ସମିତି ପ୍ରତିଷ୍ଠା କରିଥିଲେ। ଉଦୟନାଥଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି କଳା ଦେଶରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଏହି ପରଦା କଳାକୁ ଧଳାପଥର ଅଞ୍ଚଳର ବୁଣାକାରମାନେ ମଧ୍ୟ ଆପଣାଇ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମତଦାନ କେନ୍ଦ୍ରରେ ପଶିଲେ ଅଜଣା ଲୋକ, ଫିଙ୍ଗିଲେ ବୋମା

ଯାଜପୁର ଅଫିସ/ଧର୍ମଶାଳା/ଯାଜପୁର ସଦର,୧୬।୨(ଡି.ଏନ.ଏ.):ଯାଜପୁର ଜିଲାରେ ବୁଧବାର ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନରେ ବ୍ୟାପକ ବିଭ୍ରାଟ ଦେଖାଯାଇଛି। ଯାଜପୁର ଓ ଧର୍ମଶାଳା ବ୍ଲକର ୪ଟି ବୁଥରେ...

ଖାଦ୍ୟ ଖାଇଲେନି ଅନ୍ତେବାସୀ, ନିମ୍ନମାନର ଅଭିଯୋଗ

କବିସୂର୍ଯ୍ୟନଗର,୧୭ା୫(ଡି.ଏନ୍‌.ଏ.)- ନିମ୍ନମାନର ଅଭିଯୋଗ ଆଣି ଖାଦ୍ୟ ଖାଇଲେ ନାହିଁ ସଙ୍ଗରୋଧରେ ଥିବା ପ୍ରବାସୀ ଓଡ଼ିଆ। ଏପରି ଘଟଣା ଘଟିଛି କବିସୂର୍ଯ୍ୟନଗର ବାଳିକା ହାଇସ୍କୁଲରେ। ଏଠାରେ ୭୮...

ଅନନ୍ୟ ଆକର୍ଷଣ ‘କୁଲଡିହା’

ବାଲେଶ୍ୱର ଅଫିସ,୨୪।୧୧-ବାଲେଶ୍ୱର ଜିଲା ନୀଳଗିରି ଏବଂ ଔପଦା ବ୍ଲକ ପାହାଡ଼ିଆ ଅଞ୍ଚଳର ୨୭୨.୭୫ ବର୍ଗ କି.ମି. ପରିବ୍ୟାପ୍ତ କୁଲଡିହା ଅଭୟାରଣ୍ୟ। ବିଶେଷ କରି ଏହି ଅଭୟାରଣ୍ୟ...

୬ରୁ ଖୋଲିବ ହଷ୍ଟେଲ୍‌, ୭ରୁ ସ୍କୁଲ

ଭୁବନେଶ୍ବର,୪।୨(ବ୍ୟୁରୋ): କରୋନା ଲାଗି ପିଲାଙ୍କ ଅଫ୍‌ଲାଇନ୍‌ ପାଠପଢ଼ା ବନ୍ଦ ରହିଥିଲା। ହେଲେ ଆସନ୍ତା ୭ ତାରିଖରୁ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ କ୍ଲାସ୍‌ରୁମ୍‌ ପାଠପଢ଼ା ଆରମ୍ଭ ହେବ।...

ପାର୍ଶ୍ୱତଳି ଅଞ୍ଚଳକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ ଦାବି ନେଇ ବୈଠକ

ବ୍ରହ୍ମପୁର ଅଫିସ,୧୧।୮: ଗଞ୍ଜାମ ଜିଲା ବ୍ରହ୍ମପୁର ସହର ନିକଟ ତଥା ପାର୍ଶ୍ୱତଳି ଅଞ୍ଚଳକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ ଦାବି ସମ୍ପର୍କରେ ରବିବାର ଏକ ସତନ୍ତ୍ର...

୧୩ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ଆଶାକର୍ମୀ

ବରଗଡ଼ ଅଫିସ,୫ା୧୦: ବରଗଡ଼ ଜିଲା ଆଶାକର୍ମୀ ସଂଘ ୧୩ ଦଫା ଦାବିରେ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି। ଆଶାକର୍ମୀଙ୍କୁ...

ଶୌଚାଳୟ ଟାଙ୍କିରେ ଖସିପଡ଼ିଲେ ମା’, ଛୁଆହାତୀ: ବନ ବିଭାଗ କଲା ଉଦ୍ଧାର

ପରଜଙ୍ଗ,୨୨ା୬ (ଡି.ଏନ୍‌.ଏ)- ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ସାଆନ୍ଦା ତଳବେରଣା ଗ୍ରାମରେ ଶନିବାର ଭୋର ସମୟରେ ଗ୍ରାମର ପ୍ରମୋଦ ପାଳଙ୍କ...

ଏମ୍‌ସରେ ଅଗଷ୍ଟରୁ ବୃକ୍‌କ ପ୍ରତିରୋପଣ

ଭୁବନେଶ୍ୱର,୧୯ା୭(ବ୍ୟୁରୋ): ଏମ୍‌ସ ଭୁବନେଶ୍ୱରରେ ବହୁ ପ୍ରତୀକ୍ଷିତ ବୃକ୍‌କ ପ୍ରତିରୋପଣ (ରେନାଲ୍‌ ଟ୍ରାନ୍ସପ୍ଲାଣ୍ଟ) ସର୍ଜରି ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି। ଏ ନେଇ ଏମ୍‌ସ ଭୁବନେଶ୍ୱରର ନିର୍ଦ୍ଦେଶକ...

Advertisement
Archives

Model This Week