ପରଜଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ୭୪ତମ ଜନ୍ମଦିବସ ପାଳିତ, ଗରିବଙ୍କୁ କମ୍ବଳ ବାଣ୍ଟିଲେ ଏମ୍‌ପି

ପରଜଙ୍ଗ,୧୬।୧୦(ଡି.ଏନ୍‌.ଏ)- ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତ ରାମେଶ୍ୱର ହାଇସ୍କୁଲ ପଡିଆଠାରେ ବୁଧବାର ଢେଙ୍କାନାଳ-ଅନୁଗୁଳ ଏମ୍‌ପି ମହେଶ ସାହୁଙ୍କ ତତ୍ତ୍ୱବଧାନରେ ବହୁ ନିରାଡ଼ମ୍ବର ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ ତମ ଜନ୍ମ ଦିବସ ପାଳିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି ଦଳୀୟ ନେତା ଏବଂ କର୍ମୀ। ଏମ୍‌ପି ସାହୁଙ୍କ ନେତୃତ୍ୱରେ ଜନ୍ମ ଦିବସ ଅବସରରେ ପ୍ରଭୁ ରାମେଶ୍ୱରଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ଏକ ଶହ ଦୀପ ଦାନ କରାଯାଇଥିଲା। ଏଥି ସହ ଜୀବନ ବିନ୍ଦୁ ଅଧୀନରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଓ ମାଗଣା ସ୍ବାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ପରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସ ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ନୃସିଂହ ଚରଣ ସାହୁ ଯୋଗ ଦେଇ ତାଙ୍କର ବକ୍ତବ୍ୟ ରଖିଥିଲେ। ମଞ୍ଚାସିନ ଅତିଥିଭାବେ ପରଜଙ୍ଗ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା, ବିଜେଡି ବ୍ଲକ ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି, ଯୁବ ବିଜେଡି ସଭାପତି ସୁବ୍ରତ ଦାସ, ଦେବୀପ୍ରସାଦ ପଟ୍ଟନାୟକ, ଇନ୍ଦ୍ରମଣି ଗଡ଼ନାୟକ, ବାସନ୍ତୀ କିଶାନ,ମନୋଜ ସାହୁ, ଦିନେଶ ପ୍ରଧାନ, ମୀନକେତନ ଅମାନ୍ତ, ପ୍ରିୟରଞ୍ଜନ ମାହୁନ୍ତ, ସସ୍ମିତା ବେହେରା, ପବିତ୍ର ଭୁତିଆ, ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ଏମ୍‌ପି ସାହୁ ଆଲୋଚନା କରିବା ସହ ତାଙ୍କ ଜୀବନ ସୁଖମୟ ଓ ନିରୋଗ ରହୁ ବୋଲି ଭଗବାନଙ୍କ ନିକଟରେ କାମନା କରିଥିଲେ । ସଭା ଶେଷରେ ଏମ୍‌ପି ଗରିବ ଲୋକମାନଙ୍କୁ କମ୍ବଳ ଓ ମଶାରୀ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଲୋକ ସଭା ମଣ୍ଡଳୀରୁ ହଜାର ହଜାର ସଂଖ୍ୟକ ଶୁଭେଚ୍ଛୁ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମାଟ୍ରିକ ପରୀକ୍ଷା ଦେଲେ ମା’-ପୁଅ

ଜୟପୁର,୨୯ା୪ (ନି.ପ୍ର.)- ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ ଗୋଟିଏ ବିଦ୍ୟାଳୟରେ ପରୀକ୍ଷା ଦେଲେ ଦଶମ ଶ୍ରେଣୀ ଛାତ୍ରୀଛାତ୍ର । ଜୟପୁରରେ ମା’ ଓ ପୁଅ...

କେନ୍ଦୁଝରରେ ଆଉ ୩ କରୋନା ପଜିଟିଭ୍‌ ଚିହ୍ନଟ, ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଲା

କେନ୍ଦୁଝର,୩୧ା୫(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଆଉ ୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ରବିବାର ସୂଚନା ଦିଆଯାଇଛି। ଏହାକୁ ମିଶାଇ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ...

ଗ୍ରାମରକ୍ଷୀଙ୍କୁ ମିଳିନି ୪ ମାସର ଦରମା

ଢେଙ୍କାନାଳ ଅଫିସ,୧୭।୭: ଢେଙ୍କାନାଳ ଜିଲାର ବିଭିନ୍ନ ଥାନା, ଫାଣ୍ଡିରେ କାର୍ଯ୍ୟରତ ଗ୍ରାମରକ୍ଷୀମାନଙ୍କୁ ୪ ମାସ ହେଲା ଦରମା ମିଳିନାହିଁ। ଆର୍ଥିକ ଅନଟନ ମଧ୍ୟରେ ସେମାନେ ଦୁର୍ଦ୍ଦିନରେ...

ମିଳୁନି ସରକାରୀ ସୁବିଧା, ଦେବୁନି ଭୋଟ

ରୁପ୍ରା ରୋଡ଼/ନର୍ଲା,୧୨।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ମାଣ୍ଡେଲ ପଞ୍ଚାୟତ ଅସୁରଗଡ଼ (ଗଡ଼ପଡା) ୯ ନମ୍ବର ଓ୍ବାର୍ଡବାସୀ ଭୋଟ ବର୍ଜନ ପାଇଁ ଧାରଣା ଦେଇଥିଲେ। ଦୀର୍ଘ...

କଣ୍ଟେନମେଣ୍ଟ ଜୋନ୍‌ରେ ୩ ପଞ୍ଚାୟତର ୯ଗାଁ

ରସୁଲପୁର, ୬।୫(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ନଠୁଆବର ପଞ୍ଚାୟତର ଜଣେ ୫୮ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ୍‌ (କ୍ରମିକ ନଂ.୧୭୬)ଙ୍କ ଚିହ୍ନଟ ହେବା ପରେ...

ନୂତନ ଟାଟା ଅଲଟ୍ରା ଟି ୭ ବଜାରରେ

ଅନୁଗୋଳ ଅଫିସ, ୨୩।୭ ଟାଟା ମୋଟର୍ସ ପକ୍ଷରୁ ନୂଆ ଅଲଟ୍ରା ଟି ୭ର ଅନୁଗୋଳ ସହରରେ ବଜାର ପ୍ରବେଶ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଗ୍ରାହକଙ୍କୁ ସମ୍ବର୍ଦ୍ଧିତ...

ମୋ ସରକାର ଯୋଜନାରେ ୩ଜିଲା ଡାକ୍ତରଖାନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୯ା୧୦(ବ୍ୟୁରୋ): ମୋ ସରକାର ପ୍ରତିନିଧି ଦଳ ନିକଟରେ ୫ ଜିଲା ଗସ୍ତ କରି ତୃତୀୟ ରିପୋର୍ଟ ପ୍ରଦାନ କରିଥିଲେ। ସେହି ରିପୋର୍ଟ ଆଧାରରେ ସୋମବାର ମୁଖ୍ୟମନ୍ତ୍ରୀ...

ରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ନିଷ୍ପତ୍ତି: ଆନ୍ଧ୍ରପ୍ରଦେଶ ବିଏଡ୍‌ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର,୧୭ା୯(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶରେ ବିଏଡ୍‌ ଶିକ୍ଷା କରୁଥିବା ଓଡ଼ିଶାର ୩୦ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କ ପରୀକ୍ଷାକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି ସେଠାକାର...

Advertisement
Archives

Model This Week